ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୯ ଅକ୍ଟୋବର ୨୦୨୬
ଶରତ କର ଓ ଅନିମା କର ଫାଉଣ୍ଡେସନ ଆନୁକୂଲ୍ୟରେ ଆଜି ସୋମବାର ସକଳ ୧୦ ଘଟିକାରେ ମାହାଙ୍ଗା ର ଅନ୍ୟତମ ବରପୁତ୍ର ବିଶିଷ୍ଟ ପ୍ରାବନ୍ଧିକ, ବାଗ୍ମୀ ବିଶ୍ଵନାଥ କରଙ୍କ ୯୨ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇ ଯାଇଛି। ଫାଉଣ୍ଡେସନର ଅଧ୍ୟକ୍ଷ ତଥା ପ୍ରାକ୍ତନ ଆୟାକର ଆଯୁକ୍ତ ଶୋଭାନ କର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବରପୁତ୍ର ସ୍ବର୍ଗତ କର ଙ୍କ ଜନ୍ମ ପୀଠ (ମାହାଙ୍ଗା) ମୂଳବସନ୍ତ ଠାରେ ଥିବା ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଛି ।
ପୂଜ୍ୟପୂଜା କ୍ରମରେ ବିଶିଷ୍ଟ ବରପୁତ୍ର ଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବାପାଇଁ ଫାଉଣ୍ଡେସନ ପକ୍ଷରୁ ଯେଉଁ ଆହ୍ବାନ ଦିଆଯାଇଥିଲା, ତଦନୁସାରେ ମାହାଙ୍ଗା ଅଞ୍ଚଳର ବହୁ ବୁଦ୍ଧିଜୀବି, ବୟୋଜ୍ୟେଷ୍ଠ ମୂରବୀ, ଯୁବକ, ଛାତ୍ର , ବିଭିନ୍ନ ପଞ୍ଚାୟତ ପ୍ରତିନିଧି , ସାହିତ୍ୟ – ସଂସ୍କୃତି ପ୍ରେମୀ ଜନ ସାଧାରଣ ସାମିଲ୍ ହୋଇଥିଲେ ।
ଉତ୍କଳ ସାହିତ୍ୟ ପତ୍ରିକାର ପ୍ରତିଷ୍ଠାତା ଓ ସମ୍ପାଦକ, ଉତ୍କଳ ସାହିତ୍ୟ ସମାଜର ପ୍ରତିଷ୍ଠାତା ସମ୍ପାଦକ, ବ୍ରାହ୍ମ ସମାଜର ଦକ୍ଷ ସଂଗଠକ ଏବଂ ବିହାର ଓଡ଼ିଶା କାଉନ୍ ସିଲ ର ବରିଷ୍ଠ ସଦସ୍ୟ, ପ୍ରଚଣ୍ଡ ବାଗ୍ମୀ ବିଶ୍ୱନାଥ କର ଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ସମାଜ ସେବୀ ଶୋଭନ କର କହିଲେ, ବିଶ୍ଵନାଥ କରଙ୍କ ଭଳି ଯୋଗଜନ୍ମା ମହାପୁରୁଷଙ୍କୁ ଜନ୍ମ ଦେଇ ମାହାଙ୍ଗା ମାଟି ଧନ୍ୟ ହୋଇଛି । ଏହି ସ୍ମୃତିଚାରଣ ସଭାରେ ମୂଳବସନ୍ତ ଗ୍ରାମ ସ୍ଥିତ ବାଗ୍ମୀ ବିଶ୍ୱନାଥ ବିଦ୍ୟାନିକେତନ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ସମବେତ ଜନ ସାଧାରଣଙ୍କୁ ଉଦ୍ ବୋଧନ ଦେଇ ଶୋଭନ କର ଆମ ମାଟିର ମହାନ୍ ବରପୁତ୍ରଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେବା ସହିତ ପୂଜ୍ୟ ପୂଜାର ସମ୍ଭ୍ରାନ୍ତ ପରମ୍ପରା କୁ ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ ।
ଶରତ କର ଓ ଅନିମା କର ଫାଉଣ୍ଡେସନ କୃଷି ଉତ୍କର୍ଷ କେନ୍ଦ୍ର ସଂଯୋଜକ ଶୁଭେନ୍ଦୁ କୁମାର ସାମଲଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ଶରତ ପ୍ରେମୀ ପରିବାରର ଅନେକ ସଦସ୍ୟ ଯୋଗ ଦେଇ ବରପୁତ୍ର ବିଶ୍ଵନାଥ ଙ୍କ ସ୍ମୃତି ଚାରଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅମୁଲ୍ୟ ସ୍ୱାଇଁ, ରୁଦ୍ର ନାରାୟଣ ସିଂହ, ଡମ୍ବରୁଧର ପରିଡା,ରାମଚନ୍ଦ୍ର ମହାପାତ୍ର, ଧନେଶ୍ୱର ପ୍ରଧାନ, ପ୍ରମୋଦ ଦାସ, ଅଧ୍ୟାପକ ପ୍ରଶାନ୍ତ ପଣ୍ଡା, କାର୍ତ୍ତିକ ଚନ୍ଦ୍ର ବିହାରୀ, ଭ୍ରମରବର ରାଉତରାୟ,, ସେକ ସମସେର ଅଲ୍ଲୀ, ଶରତ ଚନ୍ଦ୍ର ସିଂହ, ଗୁରୁ ଚରଣ ସାହୁ, ମାନ ଗୋବିନ୍ଦ ସାହୁ, ବିଶ୍ୱ ରଞ୍ଜନ ସେଠୀ, ଦୁର୍ଜନ ଘଡେଇ, ସୁନ୍ଦର ରାମ ସାହୁ, ନଗେନ୍ଦ୍ର ନାଥ, ଅଶୋକ ଦାସ,ବିନୟ ରଞ୍ଜନ ପରିଡା, ରାଘବ ସେଠୀ, ମେଘୁ ଚରଣ ଘଡେଇ, ରଂଜନ ମଲ୍ଲିକ, ଏବଂ ଅଶୋକ ପରମାଣିକ ପ୍ରମୁଖ ସ୍ମୃତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।






