• About
  • Contact
Friday, October 17, 2025
Friday, October 17, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Economy

ସ୍ମାର୍ଟ କୃଷକ ଜିଲ୍ଲା ହେବ କଟକ ଓ କେନ୍ଦ୍ରାପଡ଼ା : ସଲିଡାରିଡାଡ,ଇଣ୍ଡିଆ ଓ ଶରତ କର ଅନିମା କର ଫାଉଣ୍ଡେସନ୍‌ର ଘୋଷଣା

Solidaridad India and Sarat Kar & Anima Kar Foundation join hands to work for Odisha farmers
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୪ ସେପ୍ଟେମ୍ବର ୨୦୨୨

କଟକ ଓ କେନ୍ଦ୍ରାପଡା ଜିଲ୍ଲାର କୃଷକ ହେବେସ୍ମାର୍ଟ । ଶରତ କର ଅନିମା କର ଫାଉଣ୍ଡେସନ୍‌ ଓ ସଲିଡାରିଡାଡ, ଇଣ୍ଡିଆର ମିଳିତ ପ୍ରୟାସରେ ଆରମ୍ଭ ହୋଇଛି ଏହି ଯୋଜନା । ଏହି ଦୁଇ ଜିଲ୍ଲାର କୃଷକ ମାନଙ୍କୁ ପାଣିପାଗ ସୂଚ଼ନା ପାଇବାରେ ଆଗୁଆ ରଖିବା ସହ ବୈଷୟିକ କ୍ଷେତ୍ରରେ ସ୍ମାର୍ଟ କରି ଗଢ଼ିତୋଳିବା ହେଉଛି ଏହି ଯୋଜନାର ମୂଳଲକ୍ଷ୍ୟ। ଆସନ୍ତା ୩ ବର୍ଷ ମଧ୍ୟରେ ଏହି ଯୋଜନାରେ ୫୦ ହଜାର କ୍ଷୁଦ୍ର ଚାଷୀଙ୍କୁ ଉପଯୁକ୍ତ ଜ୍ଞାନ କୌଶଳ ଯୋଗାଇବା ହେଉଛି ଏହାର ଉଦ୍ଦେଶ୍ୟ । ଏହା ପୂର୍ବରୁ ସଲିଡାରିଡାଡ , ଇଣ୍ଡିଆ ଓ ଆଇଡ଼ିଆ ଭୋଡାଫୋନ ଫାଉଣ୍ଡେସନ୍‌ ତରଫରୁ ଗଜପତି ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପର୍ଯ୍ୟାୟକ୍ରମେ ଓଡ଼ିଶାର ଅନ୍ୟ ଜିଲ୍ଲା ମାନଙ୍କରେ ମଧ୍ୟ କୃଷିକ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ ସହାୟତା ଯୋଗାଇବାର ଯୋଜନା ରହିଛି । କୃଷିକ୍ଷେତ୍ରରୁ କିପରି ଅଧିକ ଆୟ ହୋଇପାରିବ, ଗ୍ରାମାଞ୍ଚଳରେ ନୂଆ ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇ ପାରିବ ଏବଂ ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁଥିବା ଯୁବପୀଢ଼ିଙ୍କୁ ବୈଷୟିକ କୌଶଳ ମାଧ୍ୟମରେ ସଶକ୍ତ କରିବା ହେଉଛି ଏହି କାର୍ଯ୍ୟକ୍ରମର ଅଂଶ ବିଶେଷ। ପାରମ୍ପରିକ କୃଷି ବଦଳରେ ଏକ ବୈଷୟିକ କୌଶଳ ସମ୍ପନ୍ନ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ କୃଷିକୁ ଆଗକୁ ନେବା ହେଉଛି ଏହାର ପ୍ରମୁଖ ଉଦ୍ଦେଶ୍ୟ। ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରି କିପରି କୃଷକ ମାନେ ମାଟି, ପାଣି ଓ ପବନର ଗୁଣବତ୍ତା ଜାଣିପାରିବେ, ଯେଉଁ ସ୍ଥାନ ଯେଉଁ ଚାଷ ପାଇଁ ଉପଯୋଗୀ ବୋଲି ଜାଣିହେବ ଏବଂ ରୋଗପୋକର ନିୟନ୍ତ୍ରଣ କିପରି କରିହେବ ଏବଂ ସାର, ଔଷଧର ବ୍ୟବହାର ବାବଦରେ ସଠିକ ଜ୍ଞାନ ଆହରଣ କରିପାରିବେଚାଷୀ ମାନେ।

କେବଳ ସେତିକି ନୁହେଁ କୃଷକମାନେ ମଧ୍ୟ ନିଜର ଅମଳ କରୁଥିବା ଶସ୍ୟ ଓ ଖାଦ୍ୟ ପଦାର୍ଥକୁ ସୁରକ୍ଷିତ କରିବା ପଦ୍ଧତି , ଏହାର ବିକ୍ରୀ କରିବାପାଇଁ ଆବଶ୍ୟକ ବଜାର ଚାହିଦା ସମ୍ପର୍କରେ ମଧ୍ୟ ସୂଚନା ପାଇପାରିବେ । କୃଷି କ୍ଷେତ୍ର ପାଇଁ ସରକାରୀ ସ୍ତରରେ ଥିବା ସୁବିଧା ସୁଯୋଗ ଗୁଡିକ ବାବଦରେ ମଧ୍ୟ କୃଷକ ମାନଙ୍କୁ ଓଡ଼ିଆ ଭାଷାରେ ସୂଚନା ନିଜ ନିଜର ମୋବାଇଲ ଫୋନ ଯୋଗେ ମିଳିପାରିବ । ବହୁ ସମୟ ଧରି ଶରତ କର ଅନିମା କର ଫାଉଣ୍ଡେସନ୍‌ ଓ ସଲିଡାରିଡାଡ ,ଇଣ୍ଡିଆ ର ମିଳିତ ଗବେଷଣା ପରେ ଏହି କାର୍ଯ୍ୟକ୍ରମକୁ କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ କାର୍ଯ୍ୟକାରୀ କରିବାକୁ ନିଷ୍ପତି ନିଆଯାଇଛି । ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କର ବରିଷ୍ଠ ଅଧିକାରୀ ଶ୍ରୀମତୀ ରୂପା ରୋଶନ ସାହୁ (ଆଇଏଏସ୍‌ ) ଯୋଗ ଦେଇ ଓଡ଼ିଶାର କୃଷକ ମାନଙ୍କ ପାଇଁ ଏହା ଏକ ଭଲ ଯୋଜନା ବୋଲି ମତ ରଖିଛନ୍ତି । ବିଶେଷ କରି କୃଷି କ୍ଷେତ୍ରରେ ବୈଷୟିକ ଜ୍ଞାନ କୌଶଳର ଉପଯୋଗ ଆଗାମୀ ଦିନରେ ଏହି ଦୁଇ ଜିଲ୍ଲାର କୃଷକଙ୍କୁ ସଶକ୍ତ କରିବ ବୋଲି ସେ ଆଶା ପୋଷଣ କରିଛନ୍ତି ।

ସେହିପରି ସଲିଡାରିଡାଡର ଏମଡ଼ି ଶତଦ୍ରୁ ଚଟ୍ଟୋପାଧ୍ୟାୟ ମଧ୍ୟ ଓଡ଼ିଶାର ଏହି ଯୋଜନାକୁ ଆଗେଇ ନେବାକୁ ତାଙ୍କ ସଂସ୍ଥା ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି । ବନ୍ୟା ଓ ବାତ୍ୟାର ସାମ୍ନା କରୁଥିବା ଓଡ଼ିଶାର କୃଷକ ମାନଙ୍କୁ ନିଜର ଆୟ ବଢ଼ାଇବା ସହ ବୈଷୟିକ ଜ୍ଞାନ କୌଶଳ ବାବଦରେ ସମ୍ପୂର୍ଣ୍ଣ ଅବଗତ କରାଯାଇ ପାରିଲେ କୃଷି କ୍ଷେତ୍ରର ବିକାଶ ହୋଇପାରିବ ବୋଲି ସେ ମତ ଦେଇଛନ୍ତି । କଟକ ଓ କେନ୍ଦ୍ରାପଡା ଜିଲ୍ଲାର ଏହି ଯୋଜନା ଆଗାମୀ ଦିନରେ ଓଡ଼ିଶାର ଅନ୍ୟ ଜିଲ୍ଲା ପାଇଁ ଉଦାହରଣ ତିଆରି କରିବ ବୋଲି ସେ ମତ ଦେଇଛନ୍ତି ।

ଶରତ କର ଅନିମା କର ଫାଉଣ୍ଡେସନ୍‌ ର ଚେୟାରମ୍ୟାନ ଶ୍ରୀଯୁକ୍ତ ଶୋଭନ କର ମଧ୍ୟ ସଲିଡାରିଡାଡ ଇଣ୍ଡିଆର ଏହି ଯୋଜନା କୃଷକଙ୍କୁ ସଶକ୍ତ କରିବା ସହ ସେମାନଙ୍କ ଆୟ ବୃଦ୍ଧିରେ ସହାୟକ ହେବ ବୋଲି କହିଛନ୍ତି । ଶରତ କର ଅନିମା କର ଫାଉଣ୍ଡେସନ୍‌ ପକ୍ଷରୁ ଓଡ଼ିଶାର ଏହି ଯୋଜନା କାର୍ଯ୍ୟକାରୀ କରିଥିବାରୁ ସଲିଡାରିଡାଡ,ଇଣ୍ଡିଆକୁ ଧନ୍ୟବାଦ ଦେବାସହ ଆଗାମୀଦିନରେ କୃଷିକ୍ଷେତ୍ରରେ ବୈଷୟିକ ଜ୍ଞାନ ର ଉପଯୋଗ ଦ୍ୱାରା ଦୁଇଟି ଜିଲ୍ଲାର କୃଷକମାନଙ୍କୁ ଟ୍ରେନିଂ ଦେବା ସହ ସେମାନଙ୍କ ଆୟ ବଢ଼ାଇବା ପାଇଁ ସବୁ ପ୍ରୟାସ କରିବେ ବୋଲି କହିଛନ୍ତି । ଏହି ଦୁଇ ଜିଲ୍ଲାର କୃଷକଙ୍କୁ ସଶକ୍ତ କରିବା ସହ ସ୍ମାର୍ଟ କୃଷକ ମଡ଼େଲ ଜିଲ୍ଲା ଭାବେ ଗଢ଼ି ତୋଳିବା ତାଙ୍କ ଫାଉଣ୍ଡେସନ୍‌ ର ଲକ୍ଷ୍ୟ ବୋଲି ସେ ଏହି କାର୍ଯ୍ୟକ୍ରମ ରେ ସୂଚନା ଦେଇଥିଲେ । କଟକରେ ଏକ “Agricultural Excellence Centre” ସ୍ଥାପନ ହେବ ବୋଲି ମଧ୍ୟ ଶରତ କର ଅନିମା କର ଫାଉଣ୍ଡେସନ୍‌ର ମୁଖ୍ୟ ଶ୍ରୀଯୁକ୍ତ କର ସୂଚନା ଦେଇଛନ୍ତି । ଏହି କେନ୍ଦ୍ରରେ ବରିଷ୍ଠ ବୈଜ୍ଞାନିକ ଓ କୃଷି ବିଶ୍ୱବିଦ୍ୟାଳୟର ଅଭିଜ୍ଞ କୃଷି ବିଶେଷଜ୍ଞ ମାନେ ରହିବା ସହ କୃଷକ ମାନଙ୍କୁ ସମୟୋପଯୋଗୀ ଜ୍ଞାନ କୌଶଳ ବାବଦରେ ପରାମର୍ଶ ଦେବେ ବୋଲି ସେ କହିଛନ୍ତି । ଓଡ଼ିଶାର କୃଷକଙ୍କୁ ବିଶ୍ୱର ବହୁ ପ୍ରତିଷ୍ଠିତ କୃଷି ଗବେଷଣା କେନ୍ଦ୍ରର ଗବେଷଣା ସହ ଭାବ ଆଦାନ ପ୍ରଦାନର ସୁଯୋଗ ମଧ୍ୟ ସୃଷ୍ଟି କରିବ ଏହି କେନ୍ଦ୍ର । ପ୍ରଥମ ପର୍ଯାୟରେ କଟକ ଓ କେନ୍ଦ୍ରାପଡ଼ାର କୃଷକ ମାନେ ଏହାର ସୁଯୋଗ ନେବାକୁ ସେ ଅନୁରୋଧ ମଧ୍ୟ କରିଛନ୍ତି ।

Nirvik Bureau

Nirvik Bureau

Related Posts

A Busy Budget
Economy

A Busy Budget

by Sobhan Kar
February 1, 2025

Sobhan Kar, Bhubaneswar, 1 February 2025 Finance Minister, Nirmala Sitharaman, presented a budget today that means many things to many...

Read more
Freedom from Tax Complexities!

Freedom from Tax Complexities!

August 15, 2024
Riding High on Inflated Valuations

Riding High on Inflated Valuations

August 5, 2024
Satya’s Servings: The Great Intellectual Smack Down: Where Empty Vessels Make the Loudest Noise

Satya’s Servings: The Great Intellectual Smack Down: Where Empty Vessels Make the Loudest Noise

May 24, 2024
Financial Planning 101: Types of Investors

Financial Planning 101: Types of Investors

May 20, 2024
Market Correction: Is it a necessity in the current market scenario?

Market Correction: Is it a necessity in the current market scenario?

March 20, 2024
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.