• About
  • Contact
Tuesday, August 25, 2026
Tuesday, August 25, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଗୋପବନ୍ଧୁ ସାହିତ୍ୟରେ ତ୍ୟାଗ ଓ ସମାଜପ୍ରୀତି

ଗୋପବନ୍ଧୁ ସାହିତ୍ୟରେ ତ୍ୟାଗ ଓ ସମାଜପ୍ରୀତି
Share on FacebookShare on Xshare on Whatsappshare on Linkedin
ଶ୍ରୀ ଦାଶରଥୀ ଶତପଥୀ, ଭୁବନେଶ୍ଵର, ୯ ଅକ୍ଟୋବର ୨୦୨୨

ସ୍ୱତନ୍ତ୍ର ଉତ୍କଳ ଗଠନ ପାଇଁ ଯେଉଁ ମହାମାନବମାନେ ପ୍ରଣିପାତ କରିଛନ୍ତି ସେମାନଙ୍କ ମଧ୍ୟରେ ଉତ୍କଳ ଗୌରବ ମଧୂସୂଦନଙ୍କ ପରେ ଉତ୍କଳମଣି ଗୋପବନ୍ଧୁଙ୍କ ନାମ ସର୍ବାଗ୍ରେ ସ୍ମରଣୀୟ I ସେହିପରି ବହୁମୁଖୀ ପ୍ରତିଭାର ଅଧିକାରୀ ଉତ୍କଳର ବରପୁତ୍ର ଉତ୍କଳମଣି ଗୋପବନ୍ଧୁ ଥିଲେ ସାମାଜିକ ଚେତନାର ପ୍ରବୃଦ୍ଧ ବ୍ୟକ୍ତିତ୍ୱ ଯାହାଙ୍କର ଓଡିଆ ଜାତି ପ୍ରତି ଥିବା ତ୍ୟାଗ ଓ ତିତିକ୍ଷା ନିକଟରେ ସମଗ୍ର ଓଡିଆ ଜାତି ଚିର କୃତଜ୍ଞ I ସ୍ୱାଧିନତା ସଂଗ୍ରାମର ମହାନାୟକଭାବେ କାର୍ଯ୍ୟ କରି, ଶିକ୍ଷା କ୍ଷେତ୍ରରେ, ସମାଜ ସଂସ୍କାର କ୍ଷେତ୍ରରେ, ସାହିତ୍ୟ ଓ ସାମ୍ବାଦିକତାରେ ସର୍ବୋପରି ଜନପ୍ରତିନିଧିଭାବରେ ତାଙ୍କର ଘଟଣା ବହୁଳ ଜୀବନର ପ୍ରତି ମୁହୁର୍ତ୍ତରେ ଛାଡି ଯାଇଥିବା ପଦଚିହ୍ନ ଏହି ଜାତି ପାଇଁ ଗୋଟିଏ ଗୋଟିଏ ମହାର୍ଘ୍ୟ I

ଗୋପବନ୍ଧୁ ସମାଜସେବା ସହ ଅହିଂସା ଓ ସତ୍ୟମାର୍ଗରେ ରହି ସାହିତ୍ୟସେବାକୁ ଜୀବନର ଏକ ବ୍ରତଭାବେ ଗ୍ରହଣ କରିଥିଲେ I ଯଦିଓ ତାଙ୍କର କବି ଜୀବନ ଛାତ୍ର ଅବସ୍ଥାରୁ ଆରମ୍ଭ ହୋଇଥିଲା ପରବର୍ତ୍ତୀ କାଳରେ ଓଡିଆ ସାହିତ୍ୟକୁ ତାଙ୍କର ଦାନ ଥିଲା ଅତୁଳନୀୟ I ଧୈର୍ଯ୍ୟର ସହିତ, ଶ୍ରଦ୍ଧାର ସହିତ ସତ୍ୟକୁ ବାରମ୍ବାର, ହଜାରବାର ନିଜର ଚିନ୍ତା ଓ ଚେତନା, ବଚନ ଓ କର୍ମରେ ଏହି ଅମୃତମୟ ସୃଷ୍ଟିରେ ଠିକ୍ ଭାବେ ବ୍ୟବହାର କରି ସମୟକ୍ରମେ ନିଷ୍ଠା, ସାଧନା, ତ୍ୟାଗ, ଦେଶପ୍ରେମ, ସମାଜସେବା ହିଁ ଇଶ୍ୱରଙ୍କ ସେବା ଭାବି ସାହିତ୍ୟ ମାଧ୍ୟମରେ ଲୋକମାନଙ୍କୁ ଜାଗ୍ରତ କରାଇବାରେ ମୂଳ ଲକ୍ଷ୍ୟ ନେଇ ସାହିତ୍ୟ ସୃଷ୍ଟି କରିବା ଭିତରେ ଅବକାଶ ଚିନ୍ତା, କାରାକବିତା, ବନ୍ଦୀର ଆତ୍ମକଥା, ଧର୍ମପଦ, ନଚିକେତା, ଗୋମହାତ୍ମ୍ୟ, ଓଡିଆ ସାହିତ୍ୟ ଜଗତକୁ ରୁଦ୍ଧିମନ୍ତ କରିଛି I ତାଙ୍କର କବିତାଗୁଡିକ ବିଶେଷତଃ ତ୍ୟାଗ, ବଳିଦାନ ଓ ଦେଶପ୍ରେମରେ ଉଦବୁଦ୍ଦ ଥିଲା I

ଦେଶ ମାତୃତାକୁ ବିଦେଶୀ ହାତରୁ ମୁକୁଳାଇବା ପାଇଁ ସମାଜର ନବଜାଗରଣ ସୃଷ୍ଟି ପାଇଁ ତାଙ୍କ ପ୍ରାଣ ବିକଳ ହୋଇ ଉଠିଥିଲା ତାହା ବନ୍ଦୀର ଆତ୍ମକଥାରେ ପ୍ରଷ୍ଫୁଟିତ ହୋଇଛି ଯଥା: –

“ସ୍ୱାଧିନତା ମାନବର ଜନ୍ମ ଅଧିକାର,
ସ୍ୱାଧିନ ଭାଷଣ ଆଉ ସ୍ୱାଧିନ ବିହାର,
ସ୍ୱାଧିନ ଜୀବନ ପୁଣି ସ୍ୱାଧିନ ସମିତି,
ଚାରିସ୍ତମ୍ଭେ ମାନବର ସମାଜ ସଂସ୍ଥିତି”I

ଉକ୍ତ କବିତାରେ ଅନ୍ୟତ୍ର ଲେଖିଛନ୍ତି ବନ୍ଦୀ ଜୀବନରେ ପ୍ରାକୃତିକ ଦୃଶ୍ୟରେ ସେ ବିମୋହିତ ହୋଇପଡିଛନ୍ତି I ବନ୍ଦୀର ବିରହ ବ୍ୟଥାରେ କବିପ୍ରାଣ ଗାଇଉଠିଛି :-

“ମଧୁର ବସନ୍ତ ସମୟ, ଦିନ ହେଲାଣି ଶେଷ
ଛାଡି ପୂର୍ବ ଏବେ ତପନ, ଯିବେ ପଶ୍ଚିମ ଶେଷ
ରହ ରହ ଦଣ୍ଡେ ସିପାହୀ କିଂପା କର କଟାଳ
ବକ୍ଷେ ଅବରୋଧ ସମୟ କରାଗୋଧୂଳୀ କାଳ” I

ମାନବ ଧର୍ମ ନିମିତ୍ତ କର୍ମରେ ତ୍ୟାଗ ହିଁ ଗୋପବନ୍ଧୁଙ୍କ ତ୍ୟାଗର ମହତ୍ୱ I ଗୋପବନ୍ଧୁଙ୍କ ଆଦର୍ଶ ଧର୍ମପଦ କବିତାରେ ଯେପରି ପ୍ରତିଫଳିତ ହୋଇଛି ତାହା ଅନନ୍ୟ ଓ ଅସାଧାରଣ I ଏହା ସତ୍ୟ ରକ୍ଷା, ଜାତି ଓ କୁଳରକ୍ଷା, ଉଚିତ୍ କର୍ମଯୁକ୍ତ ମାନବ ଧର୍ମର ରକ୍ଷା ପାଇଁ (କୋଣାର୍କମନ୍ଦିର ନିର୍ମାଣରେ)“ବାରଶ ବଢେଇର ଦାୟ ନା ଗୋଟିଏ ପୁଅର ଦାୟ”ସ୍ୱୀକାର କରି ଧର୍ମପଦର ତ୍ୟାଗ, ଆଦର୍ଶ ଓ ଅନୁଚିନ୍ତା ଚରିତ୍ରରେ ପ୍ରକାଶ ପାଇଛି I

“ବାରଶ ବଢେଇ ମୁହଁକୁ ଅନାଁଇ
ମୋ ମମତା ଏବେ ଛାଡ
ଜାଣ ଏ ଦେଉଳୁ ଗଢି ମରିଛି ମୁଁ
ଭାଙ୍ଗି ମଥା ବୁକୁ ହାଡ” I

ପୁଣି ଲେଖିଛନ୍ତି :-
“ନଦୀ ଗିରି ବନେ, ସାଗର କାନନେ
ମିଶିଗଲା ହାଡ ମାଂସ,
ଧର୍ମ ପଦନାମ କାଳସିନ୍ଧୁ କଲା
ବିସ୍ମୃତି ଗରଭେ ଗ୍ରାସ” I

ଧର୍ମପଦରେ :-
ଲୋକଙ୍କ ହିତ ପାଇଁ ପରୋପକାର ଓ କର୍ମରେ ହିଁ ନିସ୍ୱାର୍ଥପରତା ଓ ଖାଣ୍ଟି ପୁରୁଷାର୍ଥ ବୋଲି ଗୋପବନ୍ଧୁ କହିଛନ୍ତି :-

“କାପୁରୁଷ ପରି ମରିବା ଜଗତେନୁହେଁ ନର ପଉରୁଷ
ପରହିତ ସାଧି ମରେ ଯେ ମହୀରେ ସେହି ଏକା ସୁପୁରୁଷ”I

“ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ
କର୍ମେ ଯିଏ ନର କର୍ମ ଏକା ତାର ଜୀବନର ମାନଦଣ୍ଡ”I

ରାଷ୍ଟ୍ରର ମଙ୍ଗଳ ପାଇଁ ଧର୍ମପଦର ଆତ୍ମତ୍ୟାଗ ଓ ଆଦର୍ଶ ସର୍ବପରି ବ୍ୟକ୍ତି ଓ ସମଗ୍ର ସୃଷ୍ଟିରେ ନିଜ ସତ୍ତାକୁ ଅତଳ ସମୁଦ୍ର ଜଳରେ ମିଶାଇବା ପାଇଁ ନିଜର ତ୍ୟାଗ, କର୍ମ ମାଧ୍ୟମରେ ଆଲୋକିତ କରିବାର ଆଦର୍ଶ ମଧ୍ୟ ଅନ୍ୟତମ I

ତାଙ୍କ ସୃଷ୍ଟିରେ “ଅବକାଶ ଚିନ୍ତା” ତାଙ୍କ କାବ୍ୟିକ ପ୍ରତିଭାର ଏକ ମାଇଲ ଖୁଣ୍ଟ I ଏହି ସଂକଳନରେ କବିଙ୍କର ଇଶ୍ୱରପ୍ରୀତି, ଭଗବତପ୍ରେମ, ତ୍ୟାଗ ମନୋଭାବ, ଦେଶପ୍ରେମ ଓ ସୌନ୍ଦର୍ଯ୍ୟବୋଧ ଦେଖିବାକୁ ମିଳେ I ଏହି ସଂକଳନରେ ପ୍ରକାଶିତ କବିତା “ରେଳ ଉପରେ ଚିଲିକା ଦର୍ଶନରେ” ଭାରତୀୟ ସଂସ୍କୃତି ଓ ସ୍ୱଦେଶ ପ୍ରୀତି ଭରି ରହିଛି I“କୋକିଳ” କବିତାରେ କବିଙ୍କ ଭାବାବେଗରେଜାତୀୟତାଭାବକୁ ଅଗ୍ରାଧିକାର ଦିଆଯାଇଛି I

ଉଦାହରଣ ସୂରୁପ :-

“ନିଜ ସୁଖ ଲାଗି ଜାତ ନୁହେଁ ହିନ୍ଦୁ
ବିଶ୍ୱ ହିତେ ହିନ୍ଦୁ ପ୍ରତି ରକ୍ତ ବିନ୍ଦୁ”I

ସେହିପରି ବନ୍ଦୀର ଆତ୍ମକଥାରେ କବିଙ୍କ ଜୀବନଦର୍ଶନ ପ୍ରତିଫଳିତ ହୋଇଛି ଯେ ଦେଶ, ଜାତି ଓ ମାନବ ସମାଜ ପାଇଁ ସେ ନିଜକୁ ଉତ୍ସର୍ଗ କରିଦେଇଛନ୍ତିI ତାଙ୍କ କବିତା ପଂକ୍ତିର ଅମର ଉକ୍ତି :-

“ମିଶୁ ମୋର ଦେହ ଏ ଦେଶ ମାଟିରେ,
ଦେଶବାସୀ ଚାଲିଯାଆନ୍ତୁ ପିଠିରେ,
ଦେଶର ସ୍ୱରାଜ୍ୟ ପଥେ ଯେତେ ଗାଡ,
ପୁରୁତହିଁ ପଡି ମୋର ମାଂସ ହାଡ”I

ମାତୃଭୂମିକୁ ମୁକୁଳାଇବା ପାଇଁ ଆକୁଳଭାବ ବନ୍ୟା ପ୍ରପୀଡିତ ଲୋକଙ୍କ ଆର୍ତ୍ତନାଦ ଓ ଗାଁ ଗଣ୍ଡାରେ ଲୋକଙ୍କ ଦୁର୍ଦ୍ଦଶା କଥା ବନ୍ଦୀର ଆତ୍ମକଥାରେ ପ୍ରକାଶିତ ହୋଇଅଛି I ଏଥିରେ ଏହି ମହାପୁରୁଷଙ୍କ ନିର୍ଭୀକତା ଓ ତ୍ୟାଗମୟ ଜୀବନ ପ୍ରତିଫଳିତ ହୋଇଛି I

ପ୍ରକୃତରେ ପଣ୍ଡିତ ଗୋପବନ୍ଧୁଙ୍କ କାବ୍ୟ ଓ କବିତାରେ ଆଧ୍ୟାତ୍ମିକବାଦ, ଐଶ୍ୱରୀୟ ଚେତନା, ମାନବିକ ମୂଲ୍ୟବୋଧ, ସର୍ବୋପରି ଜାତୀୟତାଭାବ ଅନନ୍ୟ ଭାବରେ ବାରି ହୋଇପଡେ I ଓଡିଶାର ନବଯୁଗର ପ୍ରବର୍ତ୍ତକଭାବରେ ଉତ୍କଳମଣୀ ଗୋପବନ୍ଧୁ ଯେତିକି ଚିର ସ୍ମରଣୀୟ ତାଙ୍କର ସାହିତ୍ୟ କୃତି ପାଇଁ ସେ ଓଡିଆ ଭାଷା ସାହିତ୍ୟରେ ଏକ ଅମ୍ଲାନ ପ୍ରତିଭା ହୋଇ ରହିଛନ୍ତି I ଏହି ମହାପୁରୁଷଙ୍କର ଶ୍ରୀକ୍ଷେତ୍ରରେ ପାଳିତ ନେତ୍ର ଉତ୍ସବ ଦିନ ମହାପ୍ରୟାଣ ହୋଇଥିଲା I ବାସ୍ତବିକ ସେ ଥିଲେ ମାନବବାଦୀ, ଯୁଗପୁରୁଷ, ପୁଣ୍ୟଶ୍ଲୋକ ଓ ଦୀନବନ୍ଧୁ ଉତ୍କଳରମଣି ଉତ୍କଳମଣି ଗୋପବନ୍ଧୁ ..I

ଶ୍ରୀ ଦାଶରଥୀ ଶତପଥୀ, ସଚିବ, ଓଡିଶା ବିଧାନସଭା, ଦୂରଭାଷ ନଂ– ୯୩୩୭୪୪୯୩୭୩
Dasarathi Satapathy

Dasarathi Satapathy

Former Secretary, Odisha Legislative Assembly
Mob No– 9337449373

Related Posts

Vipul’s Voice:What is Spirituality?
More

Vipul’s Voice:
What is Spirituality?

by Vipul Agarwal
August 19, 2026

Vipul Agarwal, Delhi, 19 August 2026 The five elements, Prithvi, Jal, Agni, Vayu, and Aakash, are the fundamental components of the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.