• About
  • Contact
Monday, December 8, 2025
Monday, December 8, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ବିଶିଷ୍ଟ ମନସ୍ତତ୍ତ୍ୱବିତ ଡ଼ଃ ପୂର୍ଣ୍ଣିମା ମାଥୁରଙ୍କ ପରଲୋକ

ବିଶିଷ୍ଟ ମନସ୍ତତ୍ତ୍ୱବିତ ଡ଼ଃ ପୂର୍ଣ୍ଣିମା ମାଥୁରଙ୍କ ପରଲୋକ
Share on FacebookShare on Xshare on Whatsappshare on Linkedin

ବିଶିଷ୍ଟ ଶିକ୍ଷାବିତ୍ ଡ଼ଃ ପୂର୍ଣ୍ଣିମା ମାଥୁରଙ୍କର ଅଗଷ୍ଟ ୧୪ ତାରିଖରେ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି | ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା | 

ଡ଼ଃ ମାଥୁର ପାଟନା ବିଶ୍ୱବିଦ୍ୟାଳୟରୁ ମନସ୍ତତ୍ତ୍ୱରେ ଏମ.ଏ କରିବାପରେ କାନାଡ଼ାର ଆଲବର୍ଟ ବିଶ୍ୱବିଦ୍ୟାଳୟରୁ ପି.ଏଚ.ଡି କରିଥିଲେ | ତା’ପରେ ସେ ଦିଲ୍ଲୀ ଆଇ.ଆଇ.ଟି ରେ ପ୍ରଫେସର ଭାବରେ ଯୋଗ ଦେଇଥିଲେ | ୧୯୯୬ ମସିହାରେ ସେ ଶିକ୍ଷା କ୍ଷେତ୍ରରୁ ଅବସର ନେଇଥିଲେ | ଉଚ୍ଚମାନର ଶିକ୍ଷାଦାନ ପାଇଁ ସେ ବହୁ ପ୍ରଶଂସିତ ହୋଇଥିଲେ | ପ୍ରାୟ ୧00ରୁ ଅଧିକ ଛାତ୍ର ଛାତ୍ରୀ ତାଙ୍କ ଅଧିନରେ ପି.ଏଚ.ଡି କରିଥିଲେ | ବିଶ୍ୱର ୫୦୦ ଜଣ ମନସ୍ତତ୍ତ୍ୱବିତଙ୍କ ଭିତରେ ସେ ଥିଲେ ଅନ୍ୟତମ |

ସେ ଜଣେ ଆଦର୍ଶ ଶିକ୍ଷାବିତ ହେବାସହ ସୁ ଗାୟିକା ମଧ୍ୟ ଥିଲେ | ତାଙ୍କର ସ୍ୱାମୀ ଡ଼ଃ ସରତାଜ ସ୍ୱରୂପ ମାଥୁର ସେହି ଦିଲ୍ଲୀ ଆଇ.ଆଇ.ଟି ରୁ ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ ଭାବରେ ଅବସର ନେଇଥିଲେ | ତାଙ୍କର ଦୁଇ ସନ୍ତାନ ସବ୍ୟସାଚୀ ଓ ପ୍ରିୟଦର୍ଶୀ ଆମେରିକାରେ ଉଚ୍ଚ ପଦ ପଦବୀରେ ଅବସ୍ଥାପିତ |

ଶ୍ରୀମତୀ ମାଥୁର ବିଶିଷ୍ଟ ପ୍ରଶାସକ ସ୍ୱର୍ଗତ ସଚ୍ଚିଦାନନ୍ଦ ମିଶ୍ର ଙ୍କର କନ୍ୟା ଥିଲେ | ତାଙ୍କପରି ଉଚ୍ଚକୋଟୀ ର ମନସ୍ତତ୍ତ୍ୱବିତ ଙ୍କ ର ବିୟୋଗରେ ଦିଲ୍ଲୀ ଓ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ଘଟିଲା |

ଏଭଳି ଏକ ଦୁଃଖଦ ସମୟରେ ଇଶ୍ୱର ତାଙ୍କ ପରିବାରକୁ ଧୈର୍ଯ୍ୟ ଓ ସାହସ ଦେବାସହ ତାଙ୍କର ଅମର ଆତ୍ମାକୁ ଶାନ୍ତି ଦିଅନ୍ତୁ ବୋଲି ତାଙ୍କର ଅଗଣିତ ବନ୍ଧୁ ଓ ଶୁଭେଛୁ ମାନେ କାମନା କରିଛନ୍ତି |

ଅନିମା କର, ଅବସରପ୍ରାପ୍ତ ପ୍ରଫେସର ଏବଂ ସାନ ଭଉଣୀ

Anima Kar

Anima Kar

Related Posts

Dhanada’s Discourse:The Tai Po Fire: A Tragedy Too Close to Home
More

Dhanada’s Discourse:
The Tai Po Fire: A Tragedy Too Close to Home

by Dhanada K. Mishra
December 8, 2025

Dhanada K Mishra, Hong Kong, 8 December 2025 The catastrophic fire at Wang Fuk Court in Tai Po on November...

Read more
ଆମେ ପାଉଡି ଭୂୟାଁ (ଭାଗ ୧୬)

ଆମେ ପାଉଡୀ ଭୂୟାଁ (ଭାଗ ୬୮)

November 28, 2025
ସମ୍ବିଧାନକୁ ସମ୍ମାନ ଦେବା – ନାଗରିକଙ୍କ କର୍ତ୍ତବ୍ୟ

ସମ୍ବିଧାନକୁ ସମ୍ମାନ ଦେବା – ନାଗରିକଙ୍କ କର୍ତ୍ତବ୍ୟ

November 26, 2025
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୬୭)

November 17, 2025
Prathamashtami

Prathamashtami

November 12, 2025
ଉମା ଭାଇନା ଓ ସୁକୁ ନାନୀ (ଭାଗ ୪୯)

ଉମା ଭାଇନା ଓ ସୁକୁ ନାନୀ (ଭାଗ ୪୯)

November 11, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.