• About
  • Contact
Saturday, June 27, 2026
Saturday, June 27, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ନବକୃଷ୍ଣ ଚୌଧୁରୀ : ଆଦର୍ଶ ନେତୃତ୍ୱର ପ୍ରତୀକ

ନବକୃଷ୍ଣ ଚୌଧୁରୀ : ଆଦର୍ଶ ନେତୃତ୍ୱର ପ୍ରତୀକ
Share on FacebookShare on Xshare on Whatsappshare on Linkedin
ଦାଶରଥୀ ଶତପଥୀ, ଭୁବନେଶ୍ଵର, ୨୩ ନଭେମ୍ବର ୨୦୨୨

ଭଗବାନ ଶ୍ରୀକୃଷ୍ଣ ଶ୍ରୀମଦ୍ ଭଗବତ ଗୀତାର ଦ୍ୱିତୀୟ ଅଧ୍ୟାୟ ୧୫ ତମ ଓ ୫୭ତମ ଶ୍ଲୋକରେ କହିଛନ୍ତି:-

“ଯଂ ହି ନ ବ୍ୟଥୟନ୍ତ୍ୟେତେ ପୁରୁଷଂ ପୁରୁଷର୍ଷଭ ।
ସମଦୁଃଖସୁଖଂ ଧୀରଂ ସୋ{ମୃତତ୍ୱାୟ କଳ୍ପତେ(୧୫)”।

ସୁଖ ଦୁଃଖରେ ସମଭାବ ସମ୍ପନ୍ନ ଯେଉଁ ଧୀର ପୁରୁଷକୁ ଜଡ଼ ପଦାର୍ଥର ଅନୁକୂଳତା ଓ ପ୍ରତିକୂଳତାର ସଂଯୋଗ ବ୍ୟାକୁଳିତ କରିପାରେନାହିଁ ସେ ଅମର ହେବା ନିମନ୍ତେ ଯୋଗ୍ୟ ହୋଇଥାଏ ଅର୍ଥାତ୍ ଅମର ହୋଇଯାଏ।

 “ଯଂ ସର୍ବତ୍ରାନଭିସ୍ନେହସ୍ତତ୍ତତ୍ ପ୍ରାପ୍ୟ ଶୁଭାଶୁଭମ୍ ।
ନାଭିନନ୍ଦତି ନ ଦ୍ୱେଷ୍ଟି  ତସ୍ୟ  ପ୍ରଜ୍ଞା ପ୍ରତିଷ୍ଠିତା (୫୭)”।

ସର୍ବତ୍ର ଆସକ୍ତିଶୂନ୍ୟ ଯେଉଁ ମନୁଷ୍ୟ ସେହି ସେହି ଶୁଭ ଅଶୁଭକୁ ପ୍ରାପ୍ତ କରି ନା ତ ଅଭିନନ୍ଦିତ(ହର୍ଷିତ) ହୁଏ ଏବଂ ନା ଦ୍ୱେଷ କରେ ତାହାର ବୁଦ୍ଧି ପ୍ରତିଷ୍ଠିତ(ସ୍ଥିର) ଅଟେ।

ସେହିଭଳି ଜଣେ ବ୍ୟକ୍ତି ଥିଲେ ପ୍ରବୀଣ ରାଷ୍ଟ୍ରନୀତିଜ୍ଞ, ଗଣତନ୍ତ୍ରବାଦୀ, ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀ ଯେ କି ଅବିଭକ୍ତ କଟକ ଜିଲ୍ଲାର (ଏବର ଜଗତସିଂହପୁର) ଖେରସରେ ତା. ୨୩.୧୧.୧୯୦୧ରିଖରେ ଏକ ଜମିଦାର ପରିବାରରେ ଜନ୍ମଗ୍ରହଣ  କରିଥିଲେ। ଜଣେ ଉଚ୍ଚ ଶିକ୍ଷିତ ଭାବରେ ଗାନ୍ଧୀଙ୍କ ଆଦର୍ଶରେ ପ୍ରଭାବିତ ହୋଇ ସପତ୍ନୀ(ତାଙ୍କ ପତ୍ନୀ ମାଳତୀ ଦେବୀ) ସ୍ୱାଧିନତା ସଂଗ୍ରାମରେ ଯୋଗ ଦେଇ ଅନେକବାର କାରାବରଣ କରିଥିଲେ ।

୧୯୩୬ ରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ହେଲାପରେ ୧୯୩୭(ପ୍ରାକ୍ ସ୍ୱାଧିନତା)ରେ ସେ କଂଗ୍ରେସ ଦଳରୁ ପୂର୍ବକଟକ ସଦର ନିର୍ବାଚନମଣ୍ଡଳିରୁ ଓ ପରେ ୧୯୪୬(ପ୍ରାକ୍ ସ୍ୱାଧିନତା) ଉତ୍ତର କେନ୍ଦ୍ରାପଡା ସାଧାରଣ ଆସନରୁ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ।ଏବଂ ସେହିବର୍ଷ ଡଃ ମହତାବଙ୍କ ମନ୍ତ୍ରିମଣ୍ଡଳରେ ରାଜସ୍ୱ, ଯୋଗାଣ ଓ ପରିବହନ ମନ୍ତ୍ରୀଭାବେ ଯୋଗ ଦେଇ ଓଡିଶାରେ ଯାତ୍ରୀ ପରିବହନ ବ୍ୟବସ୍ଥାର ଜାତୀୟକରଣ କରାଇଥିଲେ । ୧୯୪୭ ସ୍ୱାଧିନତା ପରେ ଓଡିଶାର ରାଜନୀତିରେ ଏକ ଐତିହାସିକ ପରିବର୍ତ୍ତନ ହେଲା । କେନ୍ଦ୍ରରେ ନେହେରୁଙ୍କ ମନ୍ତ୍ରୀମଣ୍ଡଳରେ ଡଃ ମହତାବ ଯୋଗ ଦେବା ପରେ ତା.୧୨.୦୫.୧୯୫୦ରିଖରେ ଶ୍ରୀ ନବକୃଷ୍ଣ ଚୌଧୁରୀ ଓଡିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଲେ ଓ ପରେ ୧୯୫୨ ପ୍ରଥମ ସାଧାରଣ ନିର୍ବାଚନରେ ସେ ଅବିଭକ୍ତ କଟକ ଜିଲ୍ଲାର(ଏବର ଯାଜପୁର ଜିଲ୍ଲା) ବଡଚଣା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହେଲେ ଓ ତାଙ୍କ ନେତୃତରେ ଓଡିଶାରେ (ସ୍ୱାଧିନତା ପରେ ପ୍ରଥମ ନିର୍ବାଚନରେ) କଂଗ୍ରେସ ଦଳର ବିପୁଳ ବିଜୟ ହେଲା ଏବଂ ତା. ୨୦.୦୨.୧୯୫୨ରିଖରେ ତାଙ୍କ ନେତୃତ୍ୱରେ ମନ୍ତ୍ରୀମଣ୍ଡଳ ଗଢ଼ାହେଲା । ତାଙ୍କ ମନ୍ତ୍ରୀମଣ୍ଡଳରେ ଶ୍ରୀ ଦୀନବନ୍ଧୁ ସାହୁ, ଶ୍ରୀ କିଶୋର ଚନ୍ଦ୍ର ଭଂଜଦେଓ, ଶ୍ରୀ ସୋନାରାମ ସୋରେନ, ଶ୍ରୀ ସଦାଶିବ ତ୍ରୀପାଠି, ଶ୍ରୀ ରାଧାନାଥ ରଥ, ଶ୍ରୀ ସତ୍ୟପ୍ରିୟ ମହାନ୍ତି ପ୍ରମୁଖ କ୍ୟାବିନେଟ୍ ମନ୍ତ୍ରୀ ପାଇଥିବାବେଳେ ଶ୍ରୀମତୀ ବସନ୍ତ ମଂଜରୀ ଦେବୀ, ଶ୍ରୀ ଭୈରବ ଚନ୍ଦ୍ର ମହାନ୍ତି, ଶ୍ରୀ ନୀଳମଣି ରାଉତରାୟ, ଶ୍ରୀ ଅନୁପ ସିଂଦେଓ, ଶ୍ରୀ ଶାନ୍ତନୁ କୁମାର ଦାଶ, ଶ୍ରୀ ତୀର୍ଥବାସି ପ୍ରଧାନ, ଶ୍ରୀ କୃପାନିଧି ନାୟକ ପ୍ରମୁଖ ଉପମନ୍ତ୍ରୀଭାବେ ଯୋଗ ଦେଇଥିଲେ ଏବଂ ଗଣତନ୍ତ୍ର ପରିଷଦର ନେତା   ଶ୍ରୀ ଶ୍ରଦ୍ଧାକର ସୂପକାର ପ୍ରଥମ ବିରୋଧି ଦଳ ନେତା ଭାବେ ସ୍ୱୀକୃତି ପାଇଥିଲେ ।

ତା. ୧୨.୦୫.୧୯୫୦ରିଖରୁ ତା.୧୯.୧୦.୧୯୫୬ରିଖ ପର୍ଯ୍ୟନ୍ତ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ସେ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ ଯଥା ଓଡିଶାରେ ଜମିଦାରୀ ପ୍ରଥା ଉଚ୍ଛେଦ, ଓଡିଶା ଭାଗଚାଷ ଆଇନ, ଭୂ ସଂସ୍କାର ପାଇଁ ପ୍ରାଥମିକ ବ୍ୟବସ୍ଥା, ଓଡିଶା ଅଂଚଳ ଶାସନ ଆଇନ ଓ ୧୯୫୨ ଓଡିଶା ଅଫିସିଆଲ ଲାଙ୍ଗୁଏଜେସ ଆକ୍ଟ ଯାହା ଆଜି ସ୍ମରଣୀୟ।ସ୍ୱାଧିନତା ପରେ ସେ ଦ୍ୱିତୀୟବାର ମୁଖ୍ୟମନ୍ତ୍ରୀ ଭିତରେ ଅଷ୍ଟମ ପର୍ଯ୍ୟାୟ ଅଧିବେଶନ ପର୍ଯ୍ୟନ୍ତ ୩୫୪ ଦିନ ବିଧାନସଭାର କାର୍ଯ୍ୟଦିବସ ସୁରୁଖୁରୁରେ ଚାଲିଥିଲା ।

୧୯୫୦ ରୁ  ୧୯୫୬ ମସିହା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିବାବେଳେ ସର୍ବୋଦୟ ଓ ଭୂଦାନ ଆନ୍ଦୋଳନର ମୁଖ୍ୟ ସନ୍ଥ ବିନୋବାଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣୀତ ହୋଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଓ  ମାନବ ସେବା ହିଁ ମାଧବ ସେବାକୁ ପ୍ରଥମ କର୍ତ୍ତବ୍ୟରୂପେ ବାଛି ନେଇ ଗରୀବ, ଭୂମିହୀନ ଓ ପଛୁଆ ବର୍ଗର ଲୋକଙ୍କ ମୌଳିକ ଆବଶ୍ୟକତା ଉପଲବ୍ଧି କରି ତାଙ୍କରି ସେବାରେ ମନୋନିବେଶ କଲେ ଓ ସେଥିରେ ସେ ସର୍ବଭାରତୀୟ ଅନ୍ୟତମ ନେତାଭାବରେ ସ୍ୱୀକୃତି ପାଇଥିଲେ।

୧୯୭୪ରେ ଜୟପ୍ରକାଶ ନାରାୟଣଙ୍କ ଅନୁରୋଧକ୍ରମେ ସେ ଓଡିଶାରେ କଂଗ୍ରେସ ଶାସନ ବିରୁଦ୍ଧରେ ବିରୋଧି ଦଳମାନଙ୍କର ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ୧୯୭୫ ରେ ସମଗ୍ର ଭାରତ ବର୍ଷରେ ଜରୁରୀକାଳୀନ ପରିସ୍ଥିତି ଜାରି ହେବାରୁ ତାଙ୍କୁ ୧୬ମାସ ପର୍ଯ୍ୟନ୍ତ ଜେଲରେ ଅଟକ ବନ୍ଦୀଭାବରେ ରଖାଗଲା । ତାଙ୍କର ଦେହ ଅସୁସ୍ଥ ହୋଇପଡିବାରୁ ଜେଲରୁ ଖଲାସ ହୋଇ ତାଙ୍କ ପ୍ରତିଷ୍ଠିତ ଅନୁଗୋଳର ବାଜିରାଉତ ଛାତ୍ରାବାସରେ ଶେଷ ଜୀବନ ପର୍ଯ୍ୟନ୍ତ ରହିଲେ । ସେ ରହିବା ଭିତରେ ସବୁବେଳେ ଚିନ୍ତା କରୁଥାନ୍ତି କିପରି ଦେଶର ଦୁଃଖୀ, ଦରିଦ୍ର, ଶୋଷିତ ଶ୍ରେଣୀର ଚାଷୀ ମୂଲିଆ, ମଳିମୂଣ୍ଡିଆଙ୍କର ବିଭିନ୍ନ ସମସ୍ୟାର ସମାଧାନ ହୋଇପାରିବ । ଏହି ମହାନ ପୁରୁଷଙ୍କର ଆଦର୍ଶ, ତ୍ୟାଗପୁତ ଏବଂ ନୀତିନିଷ୍ଠ ଜୀବନ ଆଗାମୀ ପୀଢିର ସମାଜକୁ ପ୍ରେରଣା ଯୋଗାଉଥିବ।

ଶ୍ରୀ ଦାଶରଥୀ ଶତପଥୀ, ସଚିବ, ଓଡିଶା ବିଧାନସଭା, ଦୂରଭାଷ ନଂ– ୯୩୩୭୪୪୯୩୭୩
Dasarathi Satapathy

Dasarathi Satapathy

Former Secretary, Odisha Legislative Assembly
Mob No– 9337449373

Related Posts

Vipul’s Voice:Burden of the Known
More

Vipul’s Voice:
Burden of the Known

by Vipul Agarwal
June 19, 2026

Vipul Agarwal, Delhi, 19 June 2026 While reading horoscopes, I often wonder whether a person can see the future clearly...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୬)

June 14, 2026
ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

June 5, 2026
ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

June 5, 2026
Story Not So Untrue

Story Not So Untrue

May 21, 2026
Vipul’s Voice: Crystal Clear Reality

Vipul’s Voice:
 Crystal Clear Reality

May 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.