• About
  • Contact
Saturday, May 2, 2026
Saturday, May 2, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ମହମ୍ମଦ ରଫିକ୍ କେଉଁଠି ?

ମହମ୍ମଦ ରଫିକ୍ କେଉଁଠି ?
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୪ ଜାନୁଆରୀ ୨୦୨୩

ଜହ୍ନିମୁଣ୍ଡିଆ ଛକରେ ସେଦିନ ହଠାତ୍ ଘଟିଲା ଗୋଟେ ଅଦ୍ଭୁତ ଦୃଶ୍ୟ । ସଂଗୀତ କାର୍ଯ୍ୟକ୍ରମ ଭିତରେ ଜଣେ ହଠାତ୍ ଷ୍ଟେଜ୍ ଉପରକୁ ଆସିଲେ । ଅଚିହ୍ନା ସଂଗୀତଜ୍ଞ । ନାଁ ମହମ୍ମଦ ରଫିକ୍ ।

ଅନେକ ଗୀତ ସେ ଗାଇଲେ ମହମ୍ମଦ ରଫିଙ୍କର – ସୁନ୍ଦର ସ୍ୱର ।

ହରପ୍ରସାଦ ଓ ମୁଁ ଗୀତ ଶୁଣିବାକୁ ଯାଇଥିଲୁ । ଆମେ ସେତେବେଳେ ହରର ଭାଇଭଉଣୀଙ୍କୁ ନେଇ ମ୍ୟୁଜିକ୍ ଦଳଟିଏ ଗଢ଼ିବା ଯୋଜନାରେ ଥାଉ । ଆମ ବନ୍ଧୁ ବିଦ୍ୟୁତ୍ ପରିଡ଼ା ଆମକୁ ତାଙ୍କ ଗାଁ ଖଣ୍ଡିଆବନ୍ଧକୁ ସଂଗୀତ କାର୍ଯ୍ୟକ୍ରମ ପାଇଁ ଡାକିଲେ । ମୁଁ ଘୋଷକ ।

ହର ମହମ୍ମଦ ରଫିକଙ୍କୁ ଡାକିଲା । ସେ ବି ଆସିଲେ । ବହୁତ ଭଲ ହିନ୍ଦୀ ଗୀତସବୁ ଗାଇଲେ ।

ତା’ପରେ ମୁଁ ତାଙ୍କୁ ଷ୍ଟେସନ୍ ପାଖରେ ଭେଟିଲି । ତାଙ୍କ ବାପାଙ୍କର ଘଣ୍ଟା ଦୋକାନଟିଏ ଥିଲା । ତାଙ୍କ ଭାଇର ନାଁ ଥିଲା ମହମ୍ମଦ ହାତିମ୍ ।

ଦୁନିଆର ଭିଡ଼ରେ ମୁଁ ମହମ୍ମଦ ରଫିକଙ୍କୁ ହଜେଇଦେଲି । ଏବେ ଦିନେ ଚାଳିଶ ବର୍ଷ ପରେ ତାଙ୍କ କଥା ମନେପଡ଼ିଲା । ବନ୍ଧୁ ଦୁର୍ଗାକୁ ପଚାରିଲି ।

ସେ ମନେପକେଇ ପାରିଲାନି । ତା’ପରେ କହିଲା, ବୋଧେ ସଂଜୀବ । ସେ ମହମ୍ମଦ ରଫିଙ୍କ ଗୀତ ଗାଉଥିଲା ଓ ନିଜକୁ ମହମ୍ମଦ ରଫିକ୍ ପରିଚୟ ଦେଉଥିଲା ।

କୋଉଠି ହଜିଗଲା ମହମ୍ମଦ ରଫିକ୍‌?

ହରକୁ ପଚାରିଲି – ସେ ବି ମନେପକେଇ ପାରିଲାନି ।

ଏବେ ମୁଁ ମହମ୍ମଦ ରଫିକଙ୍କୁ ଖୋଜୁଛି ।

ରଫିକ୍ ହେଉ କି ସଂଜୀବ ହେଉ, କେହିଜଣେ ଥିଲା ତ ଏକଦା – ଗୀତ ଗାଉଥିଲା !

ମାନସ ରଞ୍ଜନ ମହାପାତ୍ର ଜଣେ ବିଶିଷ୍ଟ ସାହିତ୍ୟିକ, ରାଷ୍ଟ୍ରୀୟ ପୁସ୍ତକ ଟ୍ରଷ୍ଟର ପୁର୍ବତନ ସମ୍ପାଦକ ଏବଂ ଜାତୀୟ ଶିଶୁ ସାହିତ୍ୟ କେନ୍ଦ୍ରର ମୁଖ୍ୟ । ଦୂରଭାଷ ନଂ ୯୮୯୧୯୪୬୧୭୮
Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ଓଡ଼ିଆ ଅସ୍ମିତାର ମନ୍ତ୍ରଦାତା : ମଧୁବାବୁ
More

ଓଡ଼ିଆ ଅସ୍ମିତାର ମନ୍ତ୍ରଦାତା : ମଧୁବାବୁ

by Saswat Ranjan Das
April 28, 2026

ଇଂ. ଶାଶ୍ଵତ ରଞ୍ଜନ ଦାସ, କଟକ, ୨୮ ଅପ୍ରେଲ ୨୦୨୬ ଓଡ଼ିଶାର ଇତିହାସ କେବଳ ଘଟଣାବଳୀର ସମାହାର ନୁହେଁ, ବରଂ ଏହା ତ୍ୟାଗ, ଶୌର୍ଯ୍ୟ ଏବଂ ଆତ୍ମାଭିମାନର...

Read more
ନିର୍ଭୀକ ର ପ୍ରଥମ ମୁଦ୍ରାକର : ପ୍ରଭାତ କୁମାର କର (ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ)

ନିର୍ଭୀକ ର ପ୍ରଥମ ମୁଦ୍ରାକର : ପ୍ରଭାତ କୁମାର କର (ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ)

April 27, 2026
ନୂତନ ନର୍ସିଂ ଶିକ୍ଷାନୁଷ୍ଠାନ ପାଇଁ ଆପତ୍ତି ବିହୀନ ପ୍ରମାଣପତ୍ର

ନୂତନ ନର୍ସିଂ ଶିକ୍ଷାନୁଷ୍ଠାନ ପାଇଁ ଆପତ୍ତି ବିହୀନ ପ୍ରମାଣପତ୍ର

April 23, 2026
Vipul’s Voice: One Kilogram of Awareness

Vipul’s Voice: 
One Kilogram of Awareness

April 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୪)

April 14, 2026
Why We Buy Brands That Make Us Feel “Complete”

Why We Buy Brands That Make Us Feel “Complete”

April 1, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.