• About
  • Contact
Sunday, June 14, 2026
Sunday, June 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ-୩)

ଆମେ ପାଉଡି ଭୂୟା (ଭାଗ–୨)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୨୮ ଜାନୁଆରୀ ୨୦୨୩

ବିଶ୍ରୀ ମାଙ୍କ ମୂର୍ତ୍ତି ବିସର୍ଜନ ସାରି ଗାଁ ର ଲୋକମାନେ ବିଶ୍ରାମ ନେଉଥିଲେ। କିଛି ଯୁବକ ହାଣ୍ଡିଆ ପିଇ ଦରବାର ଘରେ ଆଜେବାଜେ କଥା ହେଉଥିଲେ। ଆଉ କିଛି ଧାଙ୍ଗଡା (ଯୁବକ) ସେଠାରେ ତାସଖେଳରେ ମାତିଥିଲେ। ଚିନାମାଳୀ ତା ସାଙ୍ଗମାନଙ୍କ ସହ ଗାଁ କୁ ଆସିଥିବା କୁଣିଆଁମାନଙ୍କୁ ଖାଇବାକୁ ଦେଇ ସେମାନଙ୍କ ବିଶ୍ରାମ ପାଇଁ ବିଶ୍ରୀ କୋଠି ରେ ବିଛଣା ପକାଇବାକୁ ବାହାରି ଗଲେ। ରାସ୍ତାରେ ପାର ଆଈ ଭେଟ ପଡ଼ିଗଲା। ଝିଅମାନେ ବୁଢ଼ୀ କୁ ଘେରି ଯାଇ କହିଲେ ଆଲୋ ଆଈ ଆଜି ତତେ ଛାଡିବୁ ନାହିଁ। ସମସ୍ତେ ସାଙ୍ଗ ହୋଇ ଶୋଇବା ତୁ ଆମକୁ ଆଜି ଗୋଟେ ନୁଆ କଥା କହିବୁ। ବୁଢ଼ୀ ଆଈକୁ ସାଙ୍ଗରେ ନେଇ ସମସ୍ତେ ବିଶ୍ରୀ କୋଠି ଆଡ଼େ ଚାଲିଲେ। ବନ୍ଧୁ ଲୋକ ମାନଙ୍କ ପାଇଁ ବିଶ୍ରୀକୋଠିରେ ବିଛଣା ପାରି ସମସ୍ତେ ଚାଲିଲେ ଧାଙ୍ଗଡୀ (ଗାଁ ର ଅବିବାହିତା ଝିଅମାନଙ୍କୁ ପାହୁଡୀ ଭୂୟାଁ ମାନେ ଧାଙ୍ଗଡୀ କହନ୍ତି) ମାନେ ଶୋଇବା ପାଇଁ ଥିବା ଘରକୁ। ସେଠାରେ ବିଛଣା ପକାଇ ସାରି ଚିନାମାଳୀର ସାଙ୍ଗ ଜୋତ୍ସ୍ନା କଥା ଆରମ୍ଭ କଲା। ପଚାରିଲା ଆଲୋ ଆଈ ଆମ ଏ ଭୂୟାଁ ଜାତିର କଥା ଆମକୁ ଟିକେ କହ। ଏ ଜାତି କେବେ ଆରମ୍ଭ ହୋଇଥିଲା। ତା ବିଷୟରେ ତ ଆମ ବବାମାନେ କହୁଥିବେ କିଛି ନା। ସେ ସବୁ କଥା ଆମକୁ ଟିକେ ଶୁଣା। ବୁଢ଼ୀ ଦୀର୍ଘଶ୍ୱାସ ମାରି କଥା ଆରମ୍ଭ କଲା।

ମହାଭାରତ ଯୁଗର କଥା ଯେତେବେଳେ କୌରବମାନେ ପଞ୍ଚୁପାଣ୍ଡବ ଓ ମାତା କୁନ୍ତୀଙ୍କୁ ଜତୁଗୃହମଧ୍ୟରେ ପୋଡି ମାରିଦେବାର ଚକ୍ରାନ୍ତ କରୁଥିଲେ, ସେତେବେଳେ ଭଗବାନ ଶ୍ରୀକୃଷ୍ଣ ଗଙ୍ଗାନଦୀକୂଳରୁ ପାଣ୍ଡବମାନେ ରହୁଥିବା ଜତୁଗୃହ ମଧ୍ୟକୁ ଏକ ସୁଡ଼ଙ୍ଗ ତିଆରିକରି ଏହା ମାଧ୍ୟମରେ ସେମାନଙ୍କୁ ବାହାରକୁ ଗୋପନରେ ଆଣିବାପାଇଁ ଯୋଜନାକରି, ନିଜର ଦୁଇବାହୁରୁ ଦୁଇ ଦିବ୍ୟପୁରୁଷଙ୍କୁ ସୃଷ୍ଟି କଲେ । ସେହି ଦିବ୍ୟପୁରୁଷ ଦୁଇଜଣଙ୍କୁ ଜତୂଗୃହ ମଧ୍ୟରୁ ଗଙ୍ଗା ନଦୀ ତଟ ପର୍ଯ୍ୟନ୍ତ ସୁଡ଼ଙ୍ଗ ଖୋଳିବା ପାଇଁ ସେ ନିର୍ଦ୍ଦେଶ ଦେଲେ । ଭଗବାନ ଶ୍ରୀକୃଷ୍ଣଙ୍କ ନିର୍ଦେଶ ଅନୁଯାୟୀ ଏହି ଦିବ୍ୟ ପୁରୁଷଦ୍ବୟ ସୁଡ଼ଙ୍ଗ ଖନନ କାର୍ଯ୍ୟ ଆରମ୍ଭ କଲେ ଓ ଭୂମି ଖନନରୁ ବାହାରୁଥିବା ମାଟିକୁ କେଉଁଠାରେ ପକାଇବାକୁ ନ ପାଇ ନିଜେ ଭକ୍ଷଣ (ଖାଇବା) କଲେ । ଏହି ବଳିଷ୍ଟ ଭାତୃଦ୍ବୟ ଭୂମି ଖନନ ସମୟରେ ମାଟି ଆଁ କରି ଖାଇଥିବାରୁ ପରବର୍ତ୍ତୀ ସମୟରେ ସେମାନେ ଭୂଇଁଆଁ ବା ଭୂୟାଁ ଜାତି ନାମରେ ପରିଚିତ ହେଲେ।

କଥା ଶୁଣୁଥିବା ଝିଅମାନେ ଏକସଙ୍ଗେ କହିଉଠିଲେ ଆଲୋ ଆଈ ତୋତେ ଏତେ କଥା ଜଣାଅଛି। ଆମେ ଆଗରୁ ଜାଣିନଥିଲୁ । ପାର ଆଈ କହିଲା ନାଇଁ ଲୋ ମୋ ବୋଉ ଓ ବବାମାନଙ୍କ ଠାରୁ ଏ କଥା ସବୁ ଶୁଣିଥିଲି । ଆଲୋ ହଁ ବବା ଆମ ଜାତିର ସୃଷ୍ଟି ସମ୍ପର୍କରେ ଆଉ ଦୁଇଜଣ ଋଷିଙ୍କ କଥା କହୁଥିଲା। ସେ କଥାଟି କହୁଛି ମନ ଦେଇ ଶୁଣ। ବହୁତ ଦିନ ତଳେ ଦୁଇଜଣ ଋଷି ଥିଲେ। ସେମାନେ ଦୁଇଭାଇ ଥିଲେ। ସାନଭାଇ ଙ୍କ ନାମ ଜନୈକ ଋଷି ଓ ଆଉ ବଡ଼ଭାଇ ଙ୍କ ନାମ ଅନୈକ ଋଷି। ଥରେ ଦୁଇଭାଇ ଜଙ୍ଗଲ ମଧ୍ୟ ଦେଇ କୈାଣସି ଏକ ସ୍ଥାନକୁ ଯାଉଥିଲେ। ଜଙ୍ଗଲ ମଧ୍ୟରେ ଯିବା ସମୟରେ ସେମାନେ ଝରଣାରେ ସୁନ୍ଦରୀ ଯୁବତୀଟିଏ ଉଲଗ୍ନ ହୋଇ ସ୍ନାନ କରୁଥିବାର ଦେଖିଲେ। ସାନଭାଇ ଜନୈକ ଋଷି ଯୁବତୀ ପ୍ରତି ଆକୃଷ୍ଟ ହୋଇ ବଡ଼ଭାଇ ଅନୈକ ଋଷିଙ୍କୁ ତାଙ୍କୁ ଝାଡା ଲାଗୁଥିବା କହି ଜଙ୍ଗଲ ମଧ୍ୟକୁ ଚାଲିଗଲେ। ଅନୈକ ଋଷି କିଛି ବାଟ ଯାଇ ସାନଭାଇ କୁ ଅପେକ୍ଷା କଲେ। ବହୁତ ସମୟ ବିତିଗଲା କିନ୍ତୁ ସେ ନଆସିବାରୁ ସେ ପଛକୁ ଫେରି ଯାଇଁ ଦେଖନ୍ତି ଯେ ସାନଭାଇ ଜନୈକ ଋଷି ସେ ଯୁବତୀ ସହିତ ବସି ଗୋମାଂସ ଭକ୍ଷଣ କରୁଛନ୍ତି। ଜଣେ ଋଷି ହୋଇ ଗୋମାଂସ ଭକ୍ଷଣ କରୁଥିବାରୁ ଉତକ୍ଷିପ୍ତ ହୋଇ ସେ ସାନଭାଇ ସହ ସମସ୍ତ ସମ୍ପର୍କ କାଟି ତପସ୍ୟା କରିବା ପାଇଁ ଚାଲିଗଲେ। ପରବର୍ତ୍ତୀ ସମୟରେ ଜନୈକ ଋଷି ନିଜର ଭୁଲ ବୁଝିପାରିଲେ ଏବଂ ସେହି ଯୁବତୀକୁ ପରିତ୍ୟାଗ କରି ବଡ଼ଭାଇଙ୍କୁ ଭୂଲ ମାଗିଲେ। ବଡ଼ଭାଇ ଅନୈକ ଋଷିଙ୍କ ପିଲାମାନେ ଭୂୟାଁ ଓ ଜନୈକ ଋଷିଙ୍କ ପିଲାମାନେ ଜୁଆଙ୍ଗ ଭାବରେ ପରିଚିତ ହେଲେ। ବୁଢ଼ୀ ଏତିକି କହି ହାଇ ମାରିଲା। ବୋଧହୁଏ ତାକୁ ଜୋରରେ ନିଦ ଲାଗୁଥିଲା। ଝିଅମାନେ ଏକସଙ୍ଗେ କହି ଉଠିଲେ ଆଈ ଆଉ ଗୋଟିଏ ଛୋଟ କାହାଣୀଟିଏ କହ ତା ପରେ ଶୋଇ ପଡିବା। ବୁଢ଼ୀ ବାଧ୍ୟ ହୋଇ କଥା ଆରମ୍ଭ କଲା। ହଉ ତେବେ ଶୁଣ। ସୃଷ୍ଟି ଆରମ୍ଭ ବେଳର କଥା। ବାର ଜଣ ଭାଇଭଉଣୀ ଥିଲେ। ବଡ଼ଭାଇ ଜଙ୍ଗଲରୁ ଫଳମୂଳ ଆଣି ତାର ସବୁ ଭାଇଭଉଣୀ ମାନଙ୍କୁ ଦେଉଥିଲା। ପାହାଡ଼ରେ କମାଣ କାଟି ବିଭିନ୍ନ ଫସଲ କରି ଭାଇଭଉଣୀଙ୍କୁ ଖାଦ୍ୟ ରନ୍ଧନ କରି ଦେଉଥିଲା। ରାତି ହେଲେ ଶିଆଳି ପତ୍ର ଆଣି ସେଥିରେ ଭାଇଭଉଣୀ ଶୋଇବା ପାଇଁ ବିଛଣା କରିଦେଉଥିଲା। ସେମାନେ ଶୋଇବା ପରେ ନିଜେ କ୍ଲାନ୍ତ ହୋଇ ଭୂମିରେ ଶୋଇ ପଡୁଥିଲା। ଅତ୍ୟଧିକ ପରିଶ୍ରମ ହେତୁ ଶୋଇବା ବେଳେ ତାର ପାଟି ମେଲା ହୋଇ ଯାଉଥିଲା। ତେଣୁ ଭୂମିରେ ଆଁ କରି ଶୋଉ ଥିବାରୁ (ଭୂଇଁ +ଆଁ) ଭୂଇଆଁ ପରେ ଭୂୟାଁ ହୋଇଗଲା। ଏହାପରେ ସମସ୍ତେ ଶୋଇବାକୁ ଗଲେ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡୀ ଭୂୟାଁ (ଭାଗ ୭୬)

by ଭବେଶ ଚନ୍ଦ୍ର କର
June 14, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଜୁନ ୨୦୨୬ ସେଦିନ ରାତିରେ ଆମେ ଘରକୁ ଫେରି ଖାଇସାରି ବିଶ୍ରାମ ନେଲୁ। ସକାଳୁ ଉଠି ଘର କାମ କରୁଥିଲି।...

Read more
ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

June 5, 2026
ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

June 5, 2026
Story Not So Untrue

Story Not So Untrue

May 21, 2026
Vipul’s Voice: Crystal Clear Reality

Vipul’s Voice:
 Crystal Clear Reality

May 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୫)

May 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.