• About
  • Contact
Tuesday, August 25, 2026
Tuesday, August 25, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଦେବୀ ସରସ୍ୱତୀ ନମଃ

ଦେବୀ ସରସ୍ୱତୀ ନମଃ
Share on FacebookShare on Xshare on Whatsappshare on Linkedin
ଦାଶରଥୀ ଶତପଥୀ, ଭୁବନେଶ୍ଵର, ୨୬ ଜାନୁଆରୀ ୨୦୨୩

ମା ସରସ୍ୱତୀ ବିଦ୍ୟା, ବୁଦ୍ଧି, ଜ୍ଞାନ ଏବଂ ବାଣୀର ଅଧିଷ୍ଠାତ୍ରୀ ଦେବୀ ଅଟନ୍ତି। ଦେବୀଙ୍କ ମୂଳ ସ୍ଥାନ ଚେତନାର ଶାଶ୍ୱତ ସଦନ ଅର୍ଥାତ ଅମୃତମୟ ଅସୀମ ଆକାଶପୁଞ୍ଜ ଅଟେ । ଯେଉଁଠାରୁ ସେ ଜ୍ଞାନ ଉପାସକମାନଙ୍କ ନିକଟକୁ ଅନବରତ ଅମୃତରୂପକ ଜ୍ଞାନର ଧାରା ପ୍ରବାହିତ କରିଥାନ୍ତି । ଏଣୁ ଦେବୀ ସରସ୍ୱତୀଙ୍କ ବିଗ୍ରହ ଆଧ୍ୟାତ୍ମିକ ଚେତନାରେ ପରିପୂର୍ଣ୍ଣ, ଶୁଦ୍ଧ ଜ୍ଞାନମୟ ଏବଂ ଅମୃତମୟ । ଦେବୀଙ୍କ ଦିବ୍ୟମହିମା ଅବ୍ୟକ୍ତ ଓ ଅକଳ୍ପନୀୟ। ତେଣୁ ଦେବୀ ସରସ୍ୱତୀଙ୍କ ଆରାଧନା ଓ ପୂଜା ପ୍ରତିଷ୍ଠା, ସମଗ୍ର ଭାରତବର୍ଷର କୋଣେ ଅନୁକୋଣେ ମହାସମାରୋହରେ ଅନୁଷ୍ଠିତ ହୋଇଥାଏ ।

ମହିମାମୟୀ ସତ୍ତ୍ୱଗୁଣ ସମ୍ପନ୍ନା ଦେବୀ ମା ସରସ୍ୱତୀଙ୍କ ଅମରକୋଷରେ ବର୍ଣ୍ଣିତ ବାକ୍, ବାଣୀ, ଭାଷା, ଶାରଦା, ଧୀଶ୍ୱରୀ, ବ୍ରାହ୍ମୀ, ବାଗେଶ୍ୱରୀ, ବାକ୍ ଦେବୀ ନାମରେ ଖ୍ୟାତ ।

“ବ୍ରାହ୍ମୀ ତୁ ଭାରତୀ ଭାଷା ଗୀର୍ବାଗବାଣୀ ସରସ୍ୱତୀ
ବ୍ୟାହାର ଭକ୍ତିର୍ଲପିତଂ ଭାଷିତଂ ବଚନଂ ବଚଃ” ।

ଜ୍ଞାନ ପ୍ରଦାୟିନୀ ଦେବୀ ସରସ୍ୱତୀଙ୍କ ମହିମା ଓ ପ୍ରଭାବ ଅସୀମ । ସର୍ବଗୁଣ ସମ୍ପନା ମା ସରସ୍ୱତୀ ସକଳ ଦେବତାମାନଙ୍କ ରକ୍ଷକ ଅଟନ୍ତି ବୋଲି ବହୁ ପ୍ରମାଣ ରହିଛି । ବିଦ୍ୟାଦାୟିନୀ ମା ବାକ୍ ଦେବୀଙ୍କ ଅନୁଗ୍ରହରୁ ସକଳ ଦେବତାମାନଙ୍କ ରକ୍ଷକ ଅଟନ୍ତି । ବିଦ୍ୟାଦାୟିନୀ ମା ବାକ୍ ଦେବୀଙ୍କ ଅନୁଗ୍ରହରୁ ସାଧନାବଳରେ ମାନବ ସମାଜ ଜ୍ଞାନୀ, ଗୁଣୀ, ମହର୍ଷି, ବ୍ରହ୍ମର୍ଷି ତଥା ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ହୋଇପାରେ । ବାକ୍ ଦେବୀ ସର୍ବତ୍ର ପରିବ୍ୟାପ୍ତ । ଦେବୀଙ୍କ କୃପାକୁ ହିଁ କେବଳ ସତକର୍ମୀ, ନିଷ୍କାମ ହୃଦୟୀ, ଆଧ୍ୟାତ୍ମିକବାଦୀ ବ୍ୟକ୍ତି ହିଁ ଅନୁଭବ କରିଥାନ୍ତି । ତାଙ୍କ ମହନୀୟ ଗୁଣର ପଟାନ୍ତର ନାହିଁ । ନିଜର ନିଷ୍ଠା, ସାଧନା, ନିରନ୍ତର ସେବା, ଜ୍ଞାନ, ଗୁଣର ଅଧିକାରୀ ହେବାର ଆବିଳତା ପରିବେଶ ଓ ପରିସ୍ଥିତି ଉପରେ ନିର୍ଭର କରିଥାଏ ।

ଦେବୀ ସରସ୍ୱତୀ ସମୁଦ୍ର ପରି ଅନନ୍ତ, ଅକ୍ଷୟ ଏବଂ ବିଦ୍ୟାବୁଦ୍ଧିର ପ୍ରତୀକାତ୍ମିକା ବୋଲି ପୁରାଣ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି । ଏପରିକି ବିଶ୍ୱକର୍ମାଭାବେ ସବୁକିଛି ନିର୍ମାଣ କରିବା ଠାରୁ ବୃକ୍ଷରୋପଣ ପର୍ଯ୍ୟନ୍ତ ଏହି ସୁନ୍ଦର ପୃଥିବୀରେ ସୁସ୍ଥ ପରଂପରା ସୃଷ୍ଟି ପାଇଁ ତାଙ୍କର କରୁଣା ଅକଳ୍ପନୀୟ । ଏଣୁ ମାତୃମାନଙ୍କ, ନଦୀମାନଙ୍କ ତଥା ଦେବୀମାନଙ୍କ ମଧ୍ୟରେ ମା ସରସ୍ୱତୀ ଶ୍ରେଷ୍ଠ ଅଟନ୍ତି । ବ୍ୟାସଦେବ ସରସ୍ୱତୀଙ୍କୁ ବନ୍ଦନା କରି, “ଦେବୀ ସରସ୍ୱତୀଂ ବନ୍ଦେ” ମହାଭାରତ ସମାପ୍ତ କରିଥିଲେ । ଶ୍ରୀ ଦୁର୍ଗା ସପ୍ତଶତୀ, ବ୍ରହ୍ମବୈବର୍ତ୍ତ ଆଦି ପୁରାଣ ପୃଷ୍ଠାରେ ଦେବୀଙ୍କ ପୂଜା ପଦ୍ଧତି ଓ ଦେବୀଙ୍କ କରୁଣା ବିଷୟରେ ପୁଙ୍ଖାନୁପୁଂଖଭାବେ ଉଲ୍ଲେଖ କରାଯାଇଛି ।

ଶ୍ୱେତପଦ୍ମାସନା, ଶୁଭ୍ରହଂସବାହିନୀ, ତୁଷାର ଧବଳକାନ୍ତି, ଶୁଭ୍ରବାସନା, ବୀଣା ମଣ୍ଡିତକରା, ଶୃତହସ୍ତା ଭଗବତୀ ମା ସରସ୍ୱତୀଙ୍କ କୃପାରୁ ମାନବସମାଜ, କଳା, ବିଦ୍ୟା, ଜ୍ଞାନ ତଥା ତାର ଅନ୍ତର୍ନିହିତ ପ୍ରତିଭାକୁ ବିକଶିତ କରିଥାଏ । ଯାହାର ପ୍ରଭାବରେ ସାଧାରଣ ମଣିଷ ଅସାଧାରଣ ଜ୍ଞାନର ପରିଚୟ ଲାଭ କରି କାଳଜୟୀ ହୋଇପାରେ ।

ଯୋଗଭୂମି ପୁଣ୍ୟକ୍ଷେତ୍ର ଭାରତବର୍ଷର ସଂସ୍କୃତି ତଥା ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆବାହମାନ କାଳରୁ ଦେବୀ ସରସ୍ୱତୀ ବିଦ୍ୟାଦାତ୍ରୀ ମା ଭାବେ ପୂଜା ପାଇ ଆସୁଛନ୍ତି । ସବୁ ପ୍ରକାର ବିଭିନ୍ନତା ଭିତରେ ହିନ୍ଦୁ ସଂସ୍କୃତିରେ ଅନେକ ନାମ ଅନେକ ବ୍ୟାଖ୍ୟା ମଧ୍ୟରେ ମା ସରସ୍ୱତୀ ଜ୍ଞାନପ୍ରଦାୟିନୀଙ୍କଠାରୁ ଆରମ୍ଭ କରି ଜୀବନର ପ୍ରାନ୍ତ କାଳରୁ ଅନ୍ତିମ ପର୍ଯ୍ୟାୟ ପର୍ଯ୍ୟନ୍ତ ଅଜ୍ଞାନରୂପକ ଅନ୍ଧକାରରୁ ଜ୍ଞାନ ରୂପକ ଆଲୋକ ପ୍ରଦାନ କରିବା ସହ ସକଳ କ୍ଷେତ୍ରରେ ରକ୍ଷାକାରିଣୀଭାବେ ବିଭିନ୍ନ ଶାସ୍ତ୍ରରେ ବିଷଦଭାବେ ବର୍ଣ୍ଣନା କରାଯାଇଛି । ଆଧୁନିକ ଯୁଗରେ ସୁଖସମୃଦ୍ଧି ପାଇଁ ସେହି ଆଧ୍ୟାତ୍ମିକ ରହସ୍ୟକୁ ଉଜ୍ଜିବୀତ କରିବାର ଆବଶ୍ୟକତା ହୋଇପଡିଛି।

ଜୈନ ଧର୍ମରେ ଶୃତବିଦ୍ୟା ରୂପରେ ମା ସରସ୍ୱତୀଙ୍କ ଆରାଧନା ପୁରାତନ କାଳରୁ ପରିଲକ୍ଷିତ ହୋଇଛି । ଏହି ଧର୍ମ ମତରେ ଦେବୀ ସରସ୍ୱତୀଙ୍କ ସାଧନା ଅଜ୍ଞାନତା ତଥା ସମସ୍ତ ପ୍ରକାର ଦୁଃଖକୁ ଏଡାଇବା ଲାଗି କରାଯାଇଛି । ଜୈନ ଧର୍ମରେ ଦେବୀ ସରସ୍ୱତୀଙ୍କୁ ନଦୀ ଦେବୀ ଭାବେ ଆଦର କରିବା ସହିତ ଜ୍ଞାନ, ପ୍ରଜ୍ଞା, ବିଦ୍ୟା, ପବିତ୍ରତା ନିମନ୍ତେ କାର୍ତ୍ତିକ ମାସ ଶୁକ୍ଲ ପଞ୍ଚମୀ ତିଥିରେ ଯାହାକି ଜ୍ଞାନପଞ୍ଚମୀ ନାମରେ ନାମିତ । ଜୈନମାନଙ୍କ ମତରେ ଦେବୀଙ୍କର ଆର୍ଶିବାଦ ପାଇଁ, ସେହି ଦିନ ସ୍ୱତନ୍ତ୍ର ପୂଜା ବ୍ୟବସ୍ଥା କରାଯାଇଥାଏ । ବୌଦ୍ଧ ଶାସ୍ତ୍ର “ସାଧନାମାଳା” ଉଲ୍ଲେଖ ଅନୁସାରେ ମା ସରସ୍ୱତୀ ଜ୍ଞାନ, ବୁଦ୍ଧି ପ୍ରଦାନ କରିଥାନ୍ତି । ସାଧନାମାଳା ବର୍ଣ୍ଣନା ଅନୁସାରେ ଚତୁଃରୂପରେ ପୂଜିତ ମହା ସରସ୍ୱତୀ, ବ୍ରଜ ବୀଣା ସରସ୍ୱତୀ, ବଜ୍ରସାରଦା ଓ ବଜ୍ରସରସ୍ୱତୀ ଅବସ୍ଥାନ କରିଥାନ୍ତି । ଭାରତୀୟ ସଂସ୍କୃତିରେ ପ୍ରାଚୀନ ମୂର୍ତ୍ତୀକଳା ଉପାଦାନମାନଙ୍କରୁ ସରସ୍ୱତୀ ଉପାସନାର ସର୍ବଭାରତୀୟ ସ୍ତରରେ ବହୁ ଉଦାହରଣ ଉପଲବ୍ଧ ହୋଇଥାଏ । ମହାରାଷ୍ଟ୍ର ପ୍ରଦେଶର ଅଜନ୍ତା ଓ ଏଲୋରାରୁ ମିଳିଥିବା ସରସ୍ୱତୀ ମୂର୍ତ୍ତୀରୁ ଗୋଟିଏ ବୁଦ୍ଧଦେବ ଅବଲୋକିତେଶ୍ୱରଙ୍କ ସହିତ ବଙ୍ଗଳାରୁ ମିଳିଥିବା ଏକ ମୂର୍ତ୍ତିରେ ଦେବୀ ସରସ୍ୱତୀ ଦୁଇ ହସ୍ତରେ ବୀଣାବାଦନ ସହ ଅନ୍ୟ ଦୁଇ ହସ୍ତରେ ରୁଦ୍ରାକ୍ଷ ପୁସ୍ତକ ଧାରଣ କରିଥାନ୍ତି । ଦେଶର ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ପ୍ରକାର ମା ସରସ୍ୱତୀଙ୍କ ବେଶ ଧାରଣ କରିବାର ଦେଖିବାକୁ ମିଳିଥାଏ । ଓଡିଶାର ମୟୁରଭଂଜ ଖିଚିଂରେ ଏକ ସରସ୍ୱତୀ, ସପ୍ତଫେଣୀ ନାଗୁଣୀ ଉପରେ ବୀଣାବାଦନ କରୁଥିବାର ପୁରାତନ ବିଗ୍ରହ ଦେଖିବାକୁ ମିଳେ । ତେବେ ଏପରି ବିଦ୍ୟା ବୁଦ୍ଧିର ଅଧିଷ୍ଠାତ୍ରୀ ଦେବୀ ସରସ୍ୱତୀଙ୍କ ଅଦଭୁତ ମହିମା ଅନୁଭବ କରି ଆର୍ଯ୍ୟାବର୍ତ୍ତର ନରନାରୀଗଣ ସରସ୍ୱତୀ ପୂଜା ଲାଗି ଯତ୍ନଶୀଳ ହୋଇଉଠିଲେ । ପୂଜା ବିଧିର ନୀତିନିୟମ ମାନି ଦେବୀ ସରସ୍ୱତୀଙ୍କୁ ଆରାଧନା ନିମିତ୍ତ ମାଘ ମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥୀରେ(ଶ୍ରୀ ପଞ୍ଚମୀ ନାମରେ ନାମିତ) ଧର୍ମଶାସ୍ତ୍ର ଅନୁସାରେ ନିର୍ଦ୍ଧାରିତ କଲେ । କାରଣ ଦେବୀଙ୍କ ଆର୍ବିଭାବ ଏହି ପଞ୍ଚମୀ ଅର୍ଥାତ ଶ୍ରୀପଞ୍ଚମୀରେ ହୋଇଥିଲା ବୋଲି ବହୁ ପ୍ରବାଦ ରହିଛି । ଉକ୍ତ ଦିନ ଦେବୀଙ୍କର ପୂଜା ଦ୍ୱାରା ତାଙ୍କର କୃପା ଲାଭ କରିହୁଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି ।

“ମାଘସ୍ୟ ଶୁକ୍ଲ ପଞ୍ଚମାଂ ବିଦ୍ୟାରମ୍ଭଦିନେ ଅପିଚ
ପୂର୍ବୋହ୍ନି ସଂଯମଂ କୃତ୍ୱା ତତ୍ରାହ୍ନି ସଂଯତଃ ଶୂଚିଃ” ।

(ବ୍ରହ୍ମବୈବର୍ତ୍ତ ପୁରାଣ ପ୍ରକୃତିଅପ୍ତ)।

ଶ୍ରୀ ଦାଶରଥୀ ଶତପଥୀ, ସଚିବ, ଓଡିଶା ବିଧାନସଭା, ଦୂରଭାଷ ନଂ– ୯୩୩୭୪୪୯୩୭୩
Dasarathi Satapathy

Dasarathi Satapathy

Former Secretary, Odisha Legislative Assembly
Mob No– 9337449373

Related Posts

Vipul’s Voice:What is Spirituality?
More

Vipul’s Voice:
What is Spirituality?

by Vipul Agarwal
August 19, 2026

Vipul Agarwal, Delhi, 19 August 2026 The five elements, Prithvi, Jal, Agni, Vayu, and Aakash, are the fundamental components of the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.