• About
  • Contact
Tuesday, August 25, 2026
Tuesday, August 25, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ନାରୀ କବି କୁନ୍ତଳାକୁମାରୀଙ୍କ ଦେଶପ୍ରତି ଉତ୍ସର୍ଗୀକୃତ ଜୀବନ

ନାରୀ କବି କୁନ୍ତଳାକୁମାରୀଙ୍କ ଦେଶପ୍ରତି ଉତ୍ସର୍ଗୀକୃତ ଜୀବନ
Share on FacebookShare on Xshare on Whatsappshare on Linkedin
ଶ୍ରୀ ଦାଶରଥୀ ଶତପଥୀ, ଭୁବନେଶ୍ଵର, ୮ ଫେବୃଆରୀ ୨୦୨୩

ନାରୀ ବିନା ସଂସ୍କୃତି ନାହିଁ, ନାରୀ ବିନା ସଭ୍ୟତା ନାହିଁ । ନାରୀ ବିନା ପୃଥିବୀର ଇତିହାସ ନାହିଁ, ଯେପରିକି ବୈଦିକ ଯୁଗରୁ ଅଦ୍ୟାବଧି ନାରୀମାନଙ୍କର ସକଳ କର୍ତ୍ତବ୍ୟ ଓ କର୍ମରେ ସତର୍କ ଦୃଷ୍ଟି ନିକ୍ଷେପ କରି ଆସିଛି ଆମ ସମାଜ । ସମାଜର ଜଟିଳତା ଓ ପୁରୁଷ ଇଚ୍ଛାର ଚକ୍ରବୁହ୍ୟରେ ରହି ମଧ୍ୟ ଏ ଦେଶର ନାରୀଟିଏ ତାର ସ୍ୱାତନ୍ତ୍ର୍ୟତା ରଖିବା ସହ ନିଜସ୍ୱ କର୍ମ କୁଶଳତାରେ ପରିବାର, ସମାଜ ଓ ଦେଶ ମାତୃକାର ପ୍ରଭୁତ କଲ୍ୟାଣ କରିଆସିଛି ଯୁଗ ଯୁଗ ଧରି, ଯେଉଁଥିପାଇଁ ଦେଶର ଉନ୍ନତିରେ ନାରୀର ଅତୁଳନୀୟ ଭୂମିକା ରହିଛି । ତେଣୁ ସମାଜ ନାରୀର ସ୍ନେହ, ପ୍ରେମ, ଆଦର୍ଶ, ତ୍ୟାଗ ଓ କରୁଣାର ମୂର୍ତ୍ତିମନ୍ତ ପ୍ରତୀକରୂପେ ସମ୍ମାନ ଦେଇ ଘୋଷଣା କରିଛି:- “ଯତ୍ର ନାର୍ଯ୍ୟାସ୍ତୁ ପୂଜ୍ୟନ୍ତେ, ରମ୍ୟନ୍ତି ତତ୍ର ଦେବତାଃ” । ଦେଶ ତଥା ଜାତି ସାଧାରଣତଃ ମହିୟସୀ ନାରୀମାନଙ୍କଠାରୁ ଆଶା କରେ ଦେଶର ଭବିଷ୍ୟତ, ସୁନାଗରିକ, ନାଗରିକା । ଏହି ପବିତ୍ର ଭୂମି ଭାରତମାତା ଆମକୁ ଦେଇଥିଲା ଗାର୍ଗୀ, ମୈତ୍ରୀ, ସୀତା, ସାବିତ୍ରୀ, ରୁକୁମଣୀ, ଅନୁସୟାଙ୍କ ପରି ପବିତ୍ରତା, କର୍ତ୍ତବ୍ୟନିଷ୍ଠା, ଦେଶପ୍ରେମ ଓ ସମାଜ ସଂସ୍କାରିକା ମହିୟସୀ ନାରୀ । ସେମାନେ ଦେଇଛନ୍ତି ବିଶ୍ୱକୁ ଦିଗଦର୍ଶନ ଇତିହାସ ଓ ପୁରାଣ ମାଧ୍ୟମରେ । ସେହିପରି ମାତଙ୍ଗିନୀ, ଝାନସିରାଣୀ, କୁନ୍ତଳାକୁମାରୀ, ସରୋଜିନୀ ନାଇଡୁ, କସ୍ତୃରୁବା ଗାନ୍ଧୀ, ରମାଦେବୀ, ମାଳତୀଦେବୀ ଅନ୍ୟତମ । ଏମାନେ ମଧ୍ୟ ସମାଜ ପରିବର୍ତ୍ତନ କ୍ଷେତ୍ରରେ ଅସୀମ ତ୍ୟାଗ ଓ ଚେଷ୍ଟା କରିଛନ୍ତି ପ୍ରାକ୍ ସ୍ୱାଧିନତା କାଳରେ । ଏହି ମହିୟସୀ ମହିଳାଙ୍କ ଭିତରେ ନାରୀ କବି କୁନ୍ତଳାକୁମାରୀଙ୍କର ମଧ୍ୟପ୍ରଦେଶର ବସ୍ତରର ଜଗଦଲପୁରରେ ଏକ ଖ୍ରୀଷ୍ଟିୟାନ ପରିବାରରେ ଫେବୃଆରୀ ୮, ୧୯୦୦ ମସିହାରେ ଜନ୍ମ ହୋଇଥିଲେ ହେଁ ମୁଖ୍ୟଭାବରେ କୁନ୍ତଳାକୁମାରୀଙ୍କ ବାସସ୍ଥାନ ଥିଲା ଓଡିଶା । ତାଙ୍କ ପିତା ଡାନିଏଲ ସାବତ ଜଣେ ଚିକିତ୍ସକ ଥିବାରୁ ପିଲାଦିନୁ କୁନ୍ତଳାକୁମାରୀ ଜଣେ ଚିକିତ୍ସକ ହେବାକୁ ମନ ମଳାଇଥିଲେ । ସେ ରେଭେନ୍ସା ବାଳିକା ଉଚ୍ଚବିଦ୍ୟାଳୟରୁ ଶିକ୍ଷା ଶେଷ କରି ଓଡିଶା ମେଡିକାଲ ସ୍କୁଲ,କଟକ(ବର୍ତ୍ତମାନ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜରେ) ଶିକ୍ଷା ଜାରି ରଖିଥିଲେ । ସେ ୧୯୨୧ ରେ ସ୍ୱର୍ଣ୍ଣପଦକ ସହିତ ଏଲ.ଏମ.ପି. ଲାଇସେନ୍ସ ଡିଗ୍ରୀ ହାସଲ କରିଥିଲେ । ପରାଧିନ ଭାରତରେ ପେଶାରେ ଜଣେ ଡାକ୍ତର ହୋଇ ମଧ୍ୟ, ସ୍ୱାମୀ ଦୟାନନ୍ଦ, ରାଜା ରାମମୋହନ ରାୟ, ମହାତ୍ମାଗାନ୍ଧୀଙ୍କ ନୀତି ଆଦର୍ଶକୁ ପୂର୍ଣ୍ଣଭାବରେ ସମର୍ଥନ କରି ଅସ୍ପୃଶ୍ୟତା ବିରୁଦ୍ଧରେ ସ୍ୱର ଉଠାଇ ଅସ୍ପୃଶ୍ୟତାର କୁପରିଣାମ କିପରି ସମାଜକୁ ନଷ୍ଟ କରି ବସିଛି ତାହା ସେ ଘରେ ଘରେ ପଶି ବୁଝାଇଥିଲେ । ସେ ସବୁବେଳେ ଜାତିର ଉନ୍ନତିରେ, ଦେଶର ଉନ୍ନତିର ସ୍ୱପ୍ନ ଦେଖୁଥିଲେ ଏବଂ ଲେଖି ବସିଥିଲେ ଅଜସ୍ର କବିତା ସମାଜର ମଙ୍ଗଳ ପାଇଁ । ତାଙ୍କର ଜାତିପ୍ରେମ କେବଳ ଦେଶରେ ବାସ କରୁଥିବା ବିଭିନ୍ନ ଜାତି ସମ୍ବନ୍ଧିତ କବିତା ମଧ୍ୟରେ ସୀମିତ ନଥିଲା । ସେ ନାରୀ ଜାତିର ଉନ୍ନତିରେ ଦେଶର ଉନ୍ନତି ଚିନ୍ତା କରି ନାରୀ ଜାତିର ମଙ୍ଗଳ ପାଇଁ ବହୁ କବିତା ରଚନା କରିଛନ୍ତି । ପରାଧିନ ଭାରତରେ ଖଣ୍ଡ ବିଖଣ୍ତିତ ଓଡିଶା ଏକତ୍ର କରିବା ପାଇଁ ତାଙ୍କର କବିତା ମାଧ୍ୟମରେ ନବଜାଗରଣ ସୃଷ୍ଟି କରିଥିଲେ । ତାଙ୍କ କବିତାକୁ ବିଷ୍ଲେଷଣ କଲେ ଜଣାଯାଏ :-

“ଉତ୍କଳର ଅତୀତ ଗୌରବ ରାଜିର ଚିତ୍ର
ଚ୍ଛିନ୍ନମସ୍ତା ଉତ୍କଳର ଦୁଃଖ ଦୁର୍ଦ୍ଦଶା” ।
ଜାତି ମଧ୍ୟରେ ସୃଷ୍ଟି ହୋଇଥିବା ଭେଦଭାବ, କୁସଂସ୍କାର, ଦୋଷ, ଦୁର୍ବଳତା ଏବଂ ଅନ୍ଧବିଶ୍ୱାସ ।

ଯେତେବେଳେ ଭାରତର ସ୍ୱାଧିନତା ଆନ୍ଦୋଳନ ସମୟର ଜାଗରଣ ସୃଷ୍ଟି ହୋଇଥିଲା ସେହି ସମୟରେ ସମଗ୍ର ଓଡିଶାବାସୀଙ୍କୁ ସେଥିରେ ଯୋଗ ଦେବା ପାଇଁ ନାରୀ କବି ତାଙ୍କ କବିତା ମାଧ୍ୟମରେ ଆହ୍ୱାନ ସୃଷ୍ଟି କରିଥିଲେ । ସେତେବେଳେ କବି କହିଥିଲେ :-

“ଆଜି ନବ ଜାଗରଣେ ସର୍ବ ଭାରତ ସନ୍ତାନେ
ଉଇଁଲେଣି ନବପ୍ରାଣେ, ତୁମ୍ଭେ ଅଚେତନ,
ଉଠ ହେ ଉତ୍କଳବୀରେ ଉଠ ହେ ସାହସ ଭରେ
ବହି ଦୁଃଖ ଭର ଶିରେ ସାଧ ଦେଶତ୍ରାଣ” ।

ଦେଶବାସୀଙ୍କୁ ସେ ଆହ୍ୱାନ ଦେଲାବେଳେ ବୟସ, ଜାତି, ଲିଙ୍ଗର ପାର୍ଥକ୍ୟ କବିଙ୍କ ଦୃଷ୍ଟିର ଆଢୁଆଳରେ ରହିଯାଇଥିଲା । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ପ୍ରତି ଦେଶଭକ୍ତିର କବିତା ଗାନ କରି ସ୍ୱାଧିନତାର ଆଶା ଓ ସଂଚାର ସୃଷ୍ଟି କରୁଥିଲେ ଯାହାକି କବିତା ମାଧ୍ୟମରେ ତାଙ୍କର ଲେଖା ସାମାଜିକ ଜୀବନର ବଳିଷ୍ଠ ସ୍ୱାକ୍ଷର ବହନ କରିଛି । ନାରୀ କବିଙ୍କ ଅଜସ୍ର କବିତାଗୁଚ୍ଛ ଭିତରେ ପ୍ରେମଚିନ୍ତାମୟୀ, ଅଞ୍ଚଳୀ, କାଳିବୋଉ, ଭ୍ରାନ୍ତି, ଅର୍ଚ୍ଚନା,ଶେଫାଳିପ୍ରତି, ସ୍ପୁଲିଙ୍ଗ ଆଦି ପ୍ରଧାନ । ମଣିଷ ଜୀବନ କ୍ଷଣଭଂଗୁର ଏବଂ ଏହି ସ୍ୱଳ୍ପ ସମୟ ମଧ୍ୟରେ ନିଜର କର୍ମ ଓ ଗୁଣ ଦ୍ୱାରା କିପରି ସମସ୍ତଙ୍କୁ ଆନନ୍ଦ ଦେବାକୁ ପଡିବ ତାହା ସେ ଶେଫାଳିପ୍ରତି କବିତାରେ ପ୍ରତିପାଦନ କରିଛନ୍ତି ।

“ଭାବରାଜ୍ୟେ ବୁଲେଁ ସତେ ହଜିଅଛି ଚେତନା
ଅନନ୍ତ ଅନନ୍ତ ରାଜ୍ୟେ ପୂରିଅଛି କଳ୍ପନା
ବିଶାଳ ଏ ବିଶ୍ୱକ୍ଷେତ୍ରେ ଅର୍ଦ୍ଧନିମୀଳିତ ନେତ୍ରେ,
ଦେଖେଁ ସତେ ଶୋଭା ପଡୁଅଛି ଉଚ୍ଛୁଳି
ତହିଁ ସୁଧା ଢାଳୁ କିରେ ଗନ୍ଧେ ଗଙ୍ଗଶିଉଳି”( ଶେଫାଳିପ୍ରତି)।

ଓଡିଶାର ଜନମାନସରେ ଧର୍ମପଦର ଅସୀମ ତ୍ୟାଗ ଯେପରି ଚିର ଉଜ୍ଜୀବିତ ହୋଇରହିଛି ସେହିପରି ଖୁବ୍ କମ ବଂଚି ରହି କବି କୁନ୍ତଳାକୁମାରୀଙ୍କର ନଶ୍ୱର ଜୀବନ ମହାକାଳ ଗର୍ଭରେ ବିର୍ଲୀନ ହେଲେ ମଧ୍ୟ ତାଙ୍କ କର୍ମମୟ ଜୀବନର ଆଦର୍ଶ, ବ୍ୟକ୍ତିତ୍ୱ ଏବଂ ସୁଗୁଣାବଳୀ ଚିର ଶାଶ୍ୱତ ହୋଇରହିଛି । ତତ୍କାଳୀନ ସମାଜରେ ସାଧାରଣ ଜନତାଙ୍କ ସୁପ୍ତ ଚେତନାକୁ କବିତା ମାଧ୍ୟମରେ ଜାଗ୍ରତ କରିପାରିଥିଲେ ସ୍ୱାଧିନତାର ସ୍ୱାଦ ଚଖାଇବା ପାଇଁ । ତାଙ୍କ କବିତାରେ ସମାଜର ଉତଥାନପତନ, ସୁଖ ଦୁଃଖ, ସାମାଜିକ ଚଳଣି ଭିତରେ ଆନନ୍ଦାଶ୍ରୁର ପରିସ୍ଥିତି ବ୍ୟକ୍ତ କରିଥାଏ ଓ ପ୍ରଭୁଙ୍କ ଶ୍ରୀଚରଣରେ ସମର୍ପଣ ଓ କର୍ମପ୍ରବରଣତାର ଆହ୍ୱାନ ସୃଷ୍ଟି କରିଥାଏ ।

Dasarathi Satapathy

Dasarathi Satapathy

Former Secretary, Odisha Legislative Assembly
Mob No– 9337449373

Related Posts

Vipul’s Voice:What is Spirituality?
More

Vipul’s Voice:
What is Spirituality?

by Vipul Agarwal
August 19, 2026

Vipul Agarwal, Delhi, 19 August 2026 The five elements, Prithvi, Jal, Agni, Vayu, and Aakash, are the fundamental components of the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.