• About
  • Contact
Thursday, April 30, 2026
Thursday, April 30, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ଏକ ଦୃଷ୍ଟିପାତ

ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ଏକ ଦୃଷ୍ଟିପାତ
Share on FacebookShare on Xshare on Whatsappshare on Linkedin
ରାମଚନ୍ଦ୍ର ଦାଶ, କଟକ, ୧୩ ଅପ୍ରେଲ ୨୦୨୩

ପ୍ରାଗ୍ଐତିହାସିକ ଯୁଗ ଓ ଐତିହାସିକ ଯୁଗରୁ ତଥା ଖ୍ରୀଷ୍ଟ ଜନ୍ମର ବହୁ ପୂର୍ବରୁ ଉତ୍କଳର ନୌବାଣିଜ୍ୟ ସମଗ୍ର ପୃଥିବୀରେ ପ୍ରତିଷ୍ଠା ଲାଭ କରିଥିଲା । ଏକ ସମୃଦ୍ଧଶାଳୀ ଜାତି ହିସାବରେ ଭାରତ ବର୍ଷରେ ଏହା ପ୍ରସିଦ୍ଧି ଲାଭ କରିଥିଲା । ଗୋଟିଏ ଜାତିର ଅର୍ଥନୈତିକ ଅଭିବୃଦ୍ଧି ଯେଉଁ କେତେକ କାରଣ ଉପରେ ନିର୍ଭର କରେ ସେଥି ମଧ୍ୟରୁ ବାଣିଜ୍ୟ ବିକାଶ ଅନ୍ୟତମ । କଥାରେ ଅଛି “ବାଣିଜ୍ୟେ ବସତି’ ଲକ୍ଷ୍ମୀ”, ବାଣିଜ୍ୟ ବ୍ୟବସାୟରେ ଧନାଗମ ହୋଇଥାଏ । ଆଧୁନିକ ଓଡିଶା ଯାହାକୁ କୁହାଯାଏ ଅତୀତରେ ଏହା ଉତ୍କଳ ତଥା କଳିଙ୍ଗ ନାମରେ ନାମିତ ହୋଇଥିଲା । କଳିଙ୍ଗର ଅଧିବାସୀ ଯେଭଳି ସାହସୀ, ଯୁଦ୍ଧପ୍ରିୟ, କର୍ମଠ ଥିଲେ ତାହାର ସମକକ୍ଷ ଜାତି ଇତିହାସ ଗର୍ଭରୁ ସାଉଁଟିବା ବିରଳ । କଳିଙ୍ଗର ପୂର୍ବ ଭାଗରେ ୪୫୦ କିଲୋମିଟର ବ୍ୟାପି ସୁଦୀର୍ଘ ବେଳାଭୂମି ଦନ୍ତୁରିତ ସମୁଦ୍ର ତଟରେ ଉନ୍ନତ ବନ୍ଦର ବା ପୋତାଶ୍ରୟ, ନଦୀ ସଙ୍ଗମ ସ୍ଥଳରେ ଅନ୍ତର୍ବାଣିଜ୍ୟ ପାଇଁ ବ୍ୟବହୃତ ହେଉଥ‌ିବା ନଦୀ ମୁହାଣ, ନୌବାଣିଜ୍ୟ କରିବା ପାଇଁ ବିଶେଷ ଉପଯୋଗୀ ଥିଲା । ନଦୀ ମୁହାଣ ବାଟେ ପୋତ ମେଲି ଅଶାନ୍ତ ସମୁଦ୍ର ମଧ୍ୟ ଦେଇ ଦୂର ଦେଶକୁ ଯାତ୍ରା କରୁଥିଲେ କଳିଙ୍ଗ ପୁଅ । ପୋତ ଭାସି ଯାଉଥିଲା ସୁଦୂର ଶ୍ୟାମ, ବାଲୀ, ସିଂହଳ, ନବଦୀପ, ଚୀନ, ଆମେରିକା, ଗ୍ରୀସ, ରୋମ, ମିଶର, ପାରସ୍ୟ ପ୍ରଭୃତି ଦେଶକୁ । ଏଥି ପାଇଁ କଳିଙ୍ଗ ବାସୀ ଦେଶ ବିଦେଶରେ ତାର ନୌବାଣିଜ୍ୟର ସାମ୍ରାଜ୍ୟ ବିସ୍ତାର କରିପାରିଥିଲା । ତେଣୁ ଜାତିର ମହାକବି କାଳୀ ଦାସ ତାଙ୍କ ରଚିତ “ରଘୁବଂଶ” କାବ୍ୟରେ କଳିଙ୍ଗର ଅଧିପତିଙ୍କୁ “ମହୋଦଧି ପତିଂ” ବୋଲି ଉଲ୍ଲେଖ କରିଛନ୍ତି । କଳିଙ୍ଗ ପୁଅର ବୀରତ୍ଵ, ସାହସିକତାକୁ ଲକ୍ଷ୍ୟ ରଖୀ “କଳିଙ୍ଗା ସାହସିକା” ବୋଲି ପରିଗଣିତ ହୋଇଅଛି । ଅତୀତ ଉତ୍କଳରେ କେବଳ ଅର୍ଥନୈତିକ ଅଭିବୃଦ୍ଧି ହୋଇନାହିଁ ବରଂ ଉତ୍କଳବାସୀ ଅନ୍ୟ ଦେଶର ଧର୍ମ, ସଂସ୍କୃତି, ସାମାଜିକ ବିଧି ବ୍ୟବସ୍ଥା ସହିତ ପରିଚିତ ହୋଇ ଏକ ସଂସ୍କୃତିକ ଓ ସାମାଜିକ ବିପ୍ଲବକୁ ପ୍ରତ୍ୟକ୍ଷିଭୁତ କରିଛନ୍ତି । ଇତିହାସ, ସାହିତ୍ୟ ସଂସ୍କୃତିର ମିଳନ ହେତୁ ଏକ ନବଜାଗରଣ ର ସୂତ୍ରପାତ ହୋଇଅଛି ।

କେଉଁ ପ୍ରାଗ୍ଐତିହାସିକ କାଳରୁ ଉତ୍କଳର ନୌବାଣିଜ୍ୟ ପ୍ରସିଦ୍ଧି ଲାଭ କରିଛି । ଦେଖାଯାଇଛି ରାଜନୈତିକ ସ୍ଥିରତା ଯୋଗୁଁ କଳିଙ୍ଗବାସୀ ଉତ୍ତରରେ ଗଙ୍ଗାଠାରୁ ଦକ୍ଷିଣରେ ଗୋଦାବରୀ ପର୍ଯ୍ୟନ୍ତ ଏବଂ ପୁର୍ବରେ ବଙ୍ଗୋପ ଉପକୂଳରେ ଥ‌ିବା ବନ୍ଦର ଗୁଡିକ ଯଥା:- ତାମ୍ରଲିପି, ଦନ୍ତପୁର, କଳିଙ୍ଗ ନଗର, ପାଲୁର ପ୍ରଭୃତି ବନ୍ଦର ଗୁଡିକ ନୌବାଣିଜ୍ୟର କେନ୍ଦ୍ର ଥିଲା । ଖ୍ରୀଷ୍ଟୀୟ ଦ୍ଵିତୀୟ ଶତାବ୍ଦୀରେ ଗ୍ରୀକ୍ ଲେଖକ ଟେଲ୍ ମି ଯେଉଁ ଭୌଗୋଳିକ ଗ୍ରନ୍ଥ ରଚନା କରିଛନ୍ତି ସେସ୍‌ରେ କଳିଙ୍ଗର ଅନେକ ବନ୍ଦର ଓ ବାଣିଜ୍ୟ କେନ୍ଦ୍ରର ନାମ ଉଲ୍ଲେଖ ଅଛି । ତାହା ସମୟ କ୍ରମେ ବିଲୁପ୍ତ ହୋଇ ଯାଇଛି । ତାଙ୍କ ମତରେ ସେ ସମୟରେ ପାଲୁର, ବରୁଣ, କଟି କର୍ଦ୍ଦମ, ନନୀଗେନ, କୋନ। ଗର (କୋଣାର୍କ) କୋଶାମ୍ବ, ମନଦ, ଚିଣ୍ଡିସ, ପିଥୁଣ୍ଡ, କଳିଙ୍ଗ ନଗର ଇତ୍ୟାଦି ବାଣିଜ୍ୟ ପାଇଁ ଅନୁକୂଳ କେନ୍ଦ୍ର ଥିଲା । ପୁନଶ୍ଚ ମଧ୍ୟଯୁଗରେ ଯେଉଁ ବନ୍ଦର ପ୍ରତିଷ୍ଠା ଲାଭ କରି ଥିଲା ସେଗୁଡିକ ମଧ୍ୟରୁ କଳିଂପଟ୍ଟନମ୍, ସିନେଭାର (ସୋନପୁର), କାରପାର (ଗଞ୍ଜାମ), କାରେଟୋର (କୁଶଭଦ୍ରା ମୁହାଣ) ନରଶପୁର, ଅରଶପୁର (ଦେବୀ ନଦୀ ମୁହାଣ), କାନକା (ଧାମରା), ପିପିଲି ( ସୁବର୍ଣ୍ଣ ରେଖା ନଦୀ ମୁହାଣ), ବାଲେଶ୍ବର (ବୁଢା ବଳଙ୍ଗ) ଅନ୍ୟତମ ।

ମୁଖ୍ୟତଃ ତାମ୍ରଲିପି, କୋନାଗର ବା ଆଧୁନିକ କୋଣାର୍କ ଯେଉଁ ଠାରେ କି କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମିତ ହୋଇଅଛି ତାହା ବର୍ତ୍ତମାନ ବିଲୁପ୍ତ ପ୍ରାୟ । ଚତୁର୍ଥ ଶତାଦ୍ଦୀରେ ଫାହୀୟାନ୍‌ କଳିଙ୍ଗ ବନ୍ଦର ଦେଇ ତାମ୍ରଲିପି ଠାରେ ପହଞ୍ଚି ଥୂଲେ ବୋଲି ତାଙ୍କ ବିବରଣୀରୁ ଜଣ।ଯାଏ, ଯାହାକି ଆଧୁନିକ ମେଦିନୀପୁର ଜିଲ୍ଲାର ପୂର୍ବ ରୂପନାରାୟଣ ନଦୀର ପଶ୍ଚିମ ତୀରରେ ଅବସ୍ଥିତ । ପ୍ରାଚୀନ ଯୁଗରେ ଏହା କଳିଙ୍ଗର ଅନ୍ତର୍ଗତ ଥିଲା । ଏହି ପରିପ୍ରେକ୍ଷୀରେ ମଧ୍ଯ ରଘୁ ବଂଶରେ ଦଶକୁମାର ଚରିତ୍ରରେ ବର୍ଣ୍ଣିତ ହୋଇଅଛି ଯେ “ଅସ୍ତି ସୁଦ୍ମେଶୁ ତାମଲିପି ନାମ ନଗରୀ” ।

କଳିଙ୍ଗ ବାସୀ ବିଭିନ୍ନ ଦେଶ ସହିତ ବାଣିଜ୍ୟ କରୁଥିବାର ଅନେକ ପ୍ରମାଣ ଅଛି । ପୂର୍ବ ଆଫ୍ରିକା ସହିତ ବାଣିଜିକ ସମ୍ପର୍କ ଥିବାର କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ଏହା ପ୍ରତିପାଦିତ ହୁଏ । ଅନୁଧ୍ୟାନ ଯୋଗ୍ୟ ଯେ ଆଫ୍ରିକା ଜଙ୍ଗଲରେ ଜିରାଫ ପ୍ରାଣୀ ଦେଖାଯାନ୍ତି ଏବଂ କୋଣାର୍କ ମନ୍ଦିରରେ ଜିରାଫର ଚିତ୍ର ମଧ୍ଯ ଗହିଛି । ଯାହାକି ପୂର୍ବ ଆଫ୍ରିକା ସହିତ କଳିଙ୍ଗର ସମ୍ପର୍କ ଥିବାର ସୂଚନା ମିଳେ । ପୁନଶ୍ଚ ଗବେଷଣାରୁ ଜଣାଯାଏ ଖ୍ରୀଷ୍ଟ ପୂର୍ବ ୫୮୭ ରୁ ୫୫୦ ମଧ୍ଯରେ ଚୀନ୍‌ ର ସମ୍ରାଟ ଯେଉଁ ଧାତବ ମୁଦ୍ରା ପ୍ରଚଳନ କରିଥିଲେ ତାହା ଉତ୍କଳର ପ୍ରଭାବ ବୋଲି ଅନୁମାନ କରାଯାଏ । ଖ୍ରୀ:ପୂ ୭୫ରେ କଳିଙ୍ଗବାସୀ ମାନେ ଜବଦୀପ ଯାତ୍ରା କରୁଥିବାର ସେଠାକାର ପ୍ରଚଳିତ ‘ଅବ୍ଦ’ ରୁ ଜଣାଯାଏ । ସେହିପରି କଳିଙ୍ଗ ବାସୀ ରୋମ ସହିତ ବାଣିଜିକ ସମ୍ପର୍କ ଥୂବାର ବହୁତ ପ୍ରମାଣ ମିଳେ । ସେ କାଳରେ କଳିଙ୍ଗ ଉପକୂଳରେ ଥିବା ପିଥୁଣ୍ଡ, ପାଲୁର , ଗଙ୍ଗା ଓ ତାମ୍ରଲିପି ବନ୍ଦର ଥିବାରୁ ବଡ଼ ବଡ଼ ଜାହାଜ ଯାତାୟାତ କରୁଥୁଲେ । ଏପରିକି ଜଣାଯାଏ ବାଣିଜ୍ୟ କାରବାର ଯୋଗୁଁ ରୋମରୁ ପର୍ଯ୍ୟାପ୍ତ ଧନରତ୍ନ ଚାଲି ଯାଉଥିବାରୁ ରୋମ ସମ୍ରାଟ ବିବ୍ରତ ହୋଇପଡିଥୂଲେ । ଅତୀତର ମହାନଦୀର ଶାଖା ନଦୀ ଚିତ୍ରୋପ୍ତଳା ନଦୀ କୂଳରେ ଗଢି ଉଠିଥିବା ବନ୍ଦର ଆଜି ଲୁପ୍ତ ହୋଇ ଗଲାଣି । ଆହୁରି ଅନେକ ବନ୍ଦର ଆଜି ଅତୀତର ଗର୍ଭରେ ଲୀନ ହୋଇଛି କିନ୍ତୁ ଯାହା ଅନୁମେୟ କଳିଙ୍ଗ ପୁଅ ସୁକ୍ଷ୍ମ ବସ୍ତ୍ର, ବୁଣା ଲୁଗା, ପାଟ ଲୁଗା, ବହୁ ହାତୀ ଦାନ୍ତ ଇତ୍ୟ।ଦି ରପ୍ତାନି କରି ଜବ, ମାଳୟ, ବାଲି, ସୁମାତ୍ରା, ବ୍ରହ୍ମଦେଶ, ଚୀନ, ଶ୍ଯାମ ଓ ସିଂହଳକୁ ଯାଇ ସେ ଦେଶରୁ ଧନରତ୍ନ ଆଣି ନିଜ ଦେଶକୁ ପ୍ରାଚୁର୍ଯ୍ୟରେ ଭରି ଦେଉଥୁଲା । ଏପରିକି ବାଲେଶ୍ବର ପ୍ରଭୃତି ସ୍ଥାନରେ କେତେଗୁଡିକ ଜାହାଜ କାରଖାନା ମଧ୍ଯ ସ୍ଥାପିତ ହୋଇଥଲା ।

ଆଜି ସମୟର ଗର୍ଭରେ ସବୁ ଲୀନ ହୋଇ ଯାଇଛି । ଅତୀତର ସେହି ପ୍ରାଚୁର୍ଯ୍ୟଭରା ଏତିହ୍ୟକୁ ଓଡିଶାବାସୀ ଆଜି ଝୁରି ହେଉଛନ୍ତି । ତାର ଐତିହ୍ୟ ବିଭବ ଆଜି ବିଲୁପ୍ତ । ବନ୍ଦର ଗୁଡିକ ଶ୍ରୀହୀନ । ସମୟ ସୁଅରେ ଭାସି ଯାଇ ଆଜିବି ଓଡିଆ ପୁଅ କାର୍ତ୍ତିକ ପୁନେଇ ଦିନ ସେହି ଅତୀତକୁ ସ୍ମରଣ କରି କାଗଜ/ସୋଲରେ ତିଆରି ଡ଼ଙ୍ଗାକୁ ଗଡିଆ, ପୋଖରୀ, ନଦୀ ନାଳରେ ଭସାଇ ଦେଉଛି । ବିଶ୍ବାସ କରିପାରୁନି ଅତୀତର ସେହି ସମୃଦ୍ଧ ଓଡିଶା କେମିତି ଆଜି ମୁର୍ମୁଷୁ ହୋଇ ଯାଇଛି । ହୋଇପାରେ ଜଳବାୟୁ ପରିବର୍ଭନ । ପ୍ରାକୃତିକ ବିପର୍ଯ୍ୟୟ, ପାଶ୍ଚାତ୍ୟ ସଭ୍ୟତା ତାଡ଼ନାରେ ବାଣିଜ୍ୟ କେନ୍ଦ୍ର ଗୁଡ଼ିକ ଆଜି ହଜି ଯାଇଛି । କିନ୍ତୁ ଗବେଷକ ରାଖଳ ଦାସ ବନ୍ଦୋପାଧ୍ୟାୟଙ୍କ ମତରେ “THE PEOPLE OF KALINGA WERE THE PIONEER OF INDIAN COLONISATIONS IN FURTHER INDIA AND INDIAN ARCHIPELAGO”, ଅର୍ଥାତ କଳିଙ୍ଗ ପୁଅ ହିଁ ପ୍ରଥମେ ଭାରତର ଉପନିବେଶବାଦର ପଥ ପ୍ରଦର୍ଶକ ହେବା ତା ପାଇଁ କମ୍ ଗୌରବର କଥା ନୁହେଁ ।

ଆଜି ମଧ୍ଯ ନୌବାଣିଜ୍ୟ ପ୍ରିୟ ସେହି ଦୁର୍ଦ୍ଦଷ କଳିଙ୍ଗ ବାସୀଙ୍କୁ ମନେ ରଖିଛି ଏ ପୃଥିବୀ ।

ରାମଚନ୍ଦ୍ର ଦାଶ

ରାମଚନ୍ଦ୍ର ଦାଶ

ସାମ୍ବାଦିକ ଓ ସ୍ତମ୍ଭକାର,
ସାରସ୍ଵତ ଭବନ, ଅକରପଡା
ମାହାଙ୍ଗା, କଟକ
ମୋବାଇଲ୍ ନଂ - 8457991317
E-MAIL ID - ramachandradash71@gmail.com

Related Posts

ଓଡ଼ିଆ ଅସ୍ମିତାର ମନ୍ତ୍ରଦାତା : ମଧୁବାବୁ
More

ଓଡ଼ିଆ ଅସ୍ମିତାର ମନ୍ତ୍ରଦାତା : ମଧୁବାବୁ

by Saswat Ranjan Das
April 28, 2026

ଇଂ. ଶାଶ୍ଵତ ରଞ୍ଜନ ଦାସ, କଟକ, ୨୮ ଅପ୍ରେଲ ୨୦୨୬ ଓଡ଼ିଶାର ଇତିହାସ କେବଳ ଘଟଣାବଳୀର ସମାହାର ନୁହେଁ, ବରଂ ଏହା ତ୍ୟାଗ, ଶୌର୍ଯ୍ୟ ଏବଂ ଆତ୍ମାଭିମାନର...

Read more
ନିର୍ଭୀକ ର ପ୍ରଥମ ମୁଦ୍ରାକର : ପ୍ରଭାତ କୁମାର କର (ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ)

ନିର୍ଭୀକ ର ପ୍ରଥମ ମୁଦ୍ରାକର : ପ୍ରଭାତ କୁମାର କର (ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ)

April 27, 2026
ନୂତନ ନର୍ସିଂ ଶିକ୍ଷାନୁଷ୍ଠାନ ପାଇଁ ଆପତ୍ତି ବିହୀନ ପ୍ରମାଣପତ୍ର

ନୂତନ ନର୍ସିଂ ଶିକ୍ଷାନୁଷ୍ଠାନ ପାଇଁ ଆପତ୍ତି ବିହୀନ ପ୍ରମାଣପତ୍ର

April 23, 2026
Vipul’s Voice: One Kilogram of Awareness

Vipul’s Voice: 
One Kilogram of Awareness

April 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୪)

April 14, 2026
Why We Buy Brands That Make Us Feel “Complete”

Why We Buy Brands That Make Us Feel “Complete”

April 1, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.