• About
  • Contact
Wednesday, March 4, 2026
Wednesday, March 4, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଉତ୍କଳର ସ୍ୱାଭିମାନ-ମଧୁସୂଦନ

ଉତ୍କଳର ସ୍ୱାଭିମାନ-ମଧୁସୂଦନ
Share on FacebookShare on Xshare on Whatsappshare on Linkedin
ଶ୍ରୀ ଦାଶରଥୀ ଶତପଥୀ, ଭୁବନେଶ୍ଵର, ୨୮ ଅପ୍ରେଲ ୨୦୨୩

ଓଡ଼ିଆ ମାଟିରେ ଜନ୍ମ ଗ୍ରହଣକରି, ସମଗ୍ର ଓଡ଼ିଆ ଜାତି ଓ ଜାତୀୟତାର ଅସ୍ମୀତାର ବୀଜ ମନ୍ତ୍ର ବୁଣିଥିବା ମହାନ ପ୍ରଚଣ୍ଡ ପ୍ରତିଭା ବାଗ୍ମୀ, ସୁବକ୍ତା, ସୁସାହିତ୍ୟକ, ପ୍ରଥମ ଓଡ଼ିଆ ଓକିଲ ହେଉଛନ୍ତି ଉତ୍କଳମାତାର ସୁଯୋଗ୍ୟ ସନ୍ତାନ ଉତ୍କଳ ଗୌରବ କୁଳବୃଦ୍ଧ ମଧୁସୂଦନ, କଟକ ଜିଲ୍ଲାର ସତ୍ୟଭାମାପୁର ଏକ ସଂଭ୍ରାନ୍ତ ପରିବାରର କରଣ ବଂଶରେ ୧୮୪୮ ଖ୍ରୀଷ୍ଟାଦ୍ଦ ଏପ୍ରିଲମାସ ୨୮ ତାରିଖ ମଙ୍ଗଳବାରଦିନ ମଧୁସୂଦନଙ୍କର ଜନ୍ମ।

ସମ୍ପ୍ରତି ତାଙ୍କ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ଜୀବନ ଘଟଣା ବହୁଳ ଥିଲା । ମଧୁସୂଦନ ପିଲାବେଳେ ଉଚ୍ଚଧିଶକ୍ତି ସମ୍ପନ୍ନ, ବଡ଼ ମେଧାବୀ, ତର୍କପ୍ରିୟ ଓ ଚପଳ ଥିଲେ ଓ ତାଙ୍କର ମା ହିଁ ତାଙ୍କର ପ୍ରଥମ ଗୁରୁ । ସମସ୍ତଙ୍କ ପଛରେ ରହି ନିଜ କାର୍ଯ୍ୟ କରିବାର ଆଦର୍ଶ ମଧୁସୂଦନ ନିଜ ମାଙ୍କଠାରୁ ଶିକ୍ଷା କରିଥିଲେ । ତାଙ୍କ ମାଆ ତାଙ୍କପାଇଁ ପ୍ରେରଣାର ଉତ୍ସ ଥିଲେ । ମଧୁସୂଦନ ତାଙ୍କ ମାଆଙ୍କଠାରୁ ଗୋଟିଏ ପ୍ରଧାନ ନୀତି ଶିଖିଥିଲେ ସେଇଟି ହେଉଛି:-

“ଆଲୋ ସଖୀ ଆପଣା ମହତ ଆପେ ରଖି “
ଅନ୍ୟମାନେ ସବୁବେଳେ କୁହନ୍ତି:-
“ ପାଠପଢ଼ିବି, ଓକିଲ ହେବି
ମଧୁ ବାରିଷ୍ଟର ସଙ୍ଗେ ଲଢ଼ିବି”

ଯଦି ଦେଖାଯାଏ ଉତ୍କଳ ଗୌରବ ସବୁଥିରେ ପ୍ରଥମ । ଓଡ଼ିଶାରୁ ପ୍ରଥମ ‘ଏମ୍. ଏ’., ପ୍ରଥମ ବି.ଏ.ବିଏଲ୍.‘ଲ’ ପାଶ୍ କରିବା ଏବଂ ପ୍ରଥମ ଓଡ଼ିଆ ଓକିଲ । ତାଙ୍କର ଦୂର ଦିଗଦର୍ଶୀତା ଓ ବିଚକ୍ଷଣ ବୁଦ୍ଧିମତାର ଓକିଲାତି କଳା ଅନନ୍ୟ ଓ ବିରଳ ତଥା ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ସବୁ ସମୟ ପାଇଁ ପ୍ରେରଣାର ଉତ୍ସ । ଓକିଲ ଭାବରେ ସେ ସୁବକ୍ତା ଓ ଆଇନଶାସ୍ତ୍ରରେ ତର୍କ ଏବଂ ବଳିଷ୍ଠ ଯୁକ୍ତିଉପସ୍ଥାପନା ଆମ ସମସ୍ତଙ୍କ ପାଇଁ ଶିକ୍ଷଣୀୟ । ୧୮୮୩ ମସିହାରୁ ୧୮୯୦ ମସିହା ପର୍ଯ୍ୟନ୍ତ ମଧୁସୂଦନ ରେଭେନ୍ସା କଲେଜର ଆଇନ ଅଧ୍ୟାପକ ଥିଲେ । ମଧୁସୂଦନ ହେଉଛନ୍ତି ଅସୀମ ଧୈର୍ଯ୍ୟ, ସହିଷ୍ଣୁତା ତଥା ବିଚକ୍ଷଣତାର ପ୍ରତୀକ । ତାଙ୍କର ବିଚକ୍ଷଣତା, ତାଙ୍କର ମୌଳିକତା ଓ ବାଗ୍ମୀତା ତାଙ୍କୁ ଏକ ନିଆରା ପରିଚୟ ଦିଏ ।

ମଧୁସୂଦନ ହେଉଛନ୍ତି ଓଡ଼ିଆ ଜାତିର ଶ୍ରେଷ୍ଠ ଜନନାୟକ ଓ ଜାତୀୟ ଭାବନାର ଜନ୍ମଦାତା । ସେ ହେଉଛନ୍ତି ନବ ଉତ୍କଳର ଜନକ । ସେ ନିଜେ ନିଜର ଓ ନବ ଉତ୍କଳର ସ୍ରଷ୍ଟା ।

ମଧୁସୂଦନ ଏକ ସମୟରେ ଓଡ଼ିଆ ଜାତିକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ସେ ହେଉଛନ୍ତି ବହୁମୁଖୀ ପ୍ରତିଭାର ଅଧିକାରୀ । ଛାତ୍ର ଜୀବନ, କଲେଜ ଜୀବନ, ଶିକ୍ଷକତା, ଅଧ୍ୟାପନା, ଓକିଲାତି, ଶିଳ୍ପୀ, ଦେଶପ୍ରେମୀ, ମନ୍ତ୍ରୀ, ବକ୍ତା ଓ ସର୍ବୋପରି ବାରିଷ୍ଟର ମଧୁସୂଦନ ସବୁ ତାଙ୍କର ନିଜସ୍ୱ ପରିଚୟ ଓ ସ୍ୱତନ୍ତ୍ରତାର ବାହକ ।

ମଧୁବାବୁଙ୍କ ଜୀବନୀ ଓଡ଼ିଆ ଜାତିର ଏକ ମହାକାବ୍ୟ । ସେ ଥିଲେ ଓଡ଼ିଆ ଜାତିର ସ୍ୱାଭିମାନର ପ୍ରତୀକ ଓ ସେଇଥିପାଇଁ ତ ସେ କୁଳବୃଦ୍ଧ ଓ ସବୁରି ପ୍ରିୟ। ସ୍ୱଦେଶୀ ଶିଳ୍ପର ସେ ଥିଲେ ଆଦି ପ୍ରବର୍ତ୍ତକ । ଚଳିତ ଶତାଦ୍ଦୀ ଆରମ୍ଭରେ ଓଡ଼ିଶା ଆକ୍ଟ ୱରେସ ଓ ଉତ୍କଳ ଟ୍ୟାନେରୀ ପ୍ରତିଷ୍ଠାକରି ଓଡ଼ିଶାକୁ ସେ ୟୁରୋପ ବଜାର ମାନଙ୍କରେ ସମନ୍ୱିତ କରାଇପାରିଥିଲେ ଓ ପରବର୍ତ୍ତୀ ପର୍ଯ୍ୟାୟରେ ତାହାମଧ୍ୟ କ୍ଷତିରେ ଚାଲିଥିଲା ।

ଇତିହାସରେ ସ୍ମରଣୀୟ ହୋଇ ରହିବ ମଧୁବାବୁଙ୍କ ବହୁମୂଖୀ ପ୍ରତିଭା । ଜୀବନବ୍ୟାପି ସାହିତ୍ୟ ସାଧନାରେ ପ୍ରତିଷ୍ଠିତ ହୋଇ ଜାତୀୟତାର ବହ୍ମିକୁ ପ୍ରଜ୍ୱଳିତ କରି ଲେଖିଥିଲେ :-

“ଜାତିପ୍ରେମ ବହ୍ମି ପ୍ରଜ୍ୱଳିତ କର
ସ୍ୱାର୍ଥକୁ ଦିଅ ଆହୁତି
ସ୍ୱାର୍ଥମେଧ ଯଜ୍ଞେ ଚାରିଆଡ଼େ ନାଚ
ଛାତିକୁ ମିଶାଇ ଛାତି “।।

ସେ ମଧୁସୂଦନ ଜଣାଣ, ଉତ୍କଳ ସନ୍ତାନ, ଜନନୀର ଉକ୍ତି, ସନ୍ତାନର ଉକ୍ତି ସମ୍ପାଦନ ଜାତି ଇତିହାସ କବିତାର ସ୍ରଷ୍ଟାଥିଲେଓ ଜାତୀୟତାବାଦ କବିତାରେ ସେ ତାଙ୍କର କବିତା ମାଧ୍ୟମରେ ଓଡ଼ିଆ ଜାତିକୁ ଉଦବୋଧନ ଦେଇ ଲେଖିଥିଲେ :-

“ମାଆ ମାଆ ବୋଲି ଯେତେ ମୁଁ ଖୋଜିଲି
ମାଆକୁ ପାଇଲି ନାହିଁ
ଭାଇ ଭାଇ ବୋଲି ଯେତେ ମୁଁ ଡ଼ାକିଲି
ନଦେଲେ ଉତ୍ତର କେହି” ।।

ଉତ୍କଳ ସମ୍ମିଳନୀ ପାଇଁ ସେ ଯେଉଁ ବୀଜମନ୍ତ୍ର ବୁଣିଥିଲେ ସେଥିପାଇଁ ସେ ଲେଖିଥିଲେ:-

“ଏହି ସମ୍ମିଳନୀ ଜାତି ପ୍ରାଣ ସିନ୍ଧୁ
କୋଟିପ୍ରାଣ ବିନ୍ଦୁ ଧରେ
ତୋର ପ୍ରାଣ ବିନ୍ଦୁ ମିଶାଇଦେ ଭାଇ
ଡ଼େଇଁପଡ଼ି ସିନ୍ଧୁନୀରେ “।।

“ତୁପରା ବୋଲାଉ ଉତ୍କଳ ସନ୍ତାନ” କବିତାରେ ସେ ଉତ୍ତରଦାୟୀ ମାନଙ୍କୁ ଭୀରୁ, କାପୁରୁଷ ନହୋଇ ସେବା ତ୍ୟାଗ ଓ ତିତିକ୍ଷାସହ ସଂଗ୍ରାମକରି ଓଡ଼ିଆ ପ୍ରାଣରେ ଜାତୀୟତାବାଦର ପ୍ରାଣକୁ ଶାଣିତ କରିଥିଲେ ।

ମଧୁବାବୁ ଜୀବନରେ ବହୁତ କିଛି କରିଛନ୍ତି ଓ କଥାରେ ଅଛି “ରାଜାଭଳି ରୋଜଗାର ଓ ଫକୀରଭଳି ଦେହତ୍ୟାଗ “ ଏହି ମହାନ ଆତ୍ମାଙ୍କର ପରଲୋକ ଘଟିଥିଲା ଫେବୃୟାରୀ ୪, ୧୯୩୪ ମସିହାରେ ।

ତାଙ୍କର ଦେଶପ୍ରୀତି, ସ୍ୱାଭିମାନ, ଚିନ୍ତା ଓ ଚେତନା ଆମ ସମଗ୍ର ଓଡ଼ିଆ ଜାତିର ଧେୟ ହେଉ ଓ ମଧୁବାବୁଙ୍କ ଆଦର୍ଶରେ ଆଗାମୀ ଉତ୍ତରପିଢୀ ଦିଗଦର୍ଶିତ ହୁଅନ୍ତୁ ।

Dasarathi Satapathy

Dasarathi Satapathy

Former Secretary, Odisha Legislative Assembly
Mob No– 9337449373

Related Posts

Jay’s Thoughts:Dated Rituals and our unquestioning acceptance of them
More

Jay’s Thoughts:
Dated Rituals and our unquestioning acceptance of them

by Jay Jagdev
February 22, 2026

Jay Jagdev, Bhubaneswar, 22 Februry 2026 The past few weeks have been unbearably hectic—marked by shock, grief, and strain. A...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୨)

February 15, 2026
Fifty-five Years of Unspoken & Emotional Journey of a Journalist’s Wife

Fifty-five Years of Unspoken & Emotional Journey of a Journalist’s Wife

February 9, 2026
Dhanada’s Discourse:When Mobs Call the Shots: India’s Slide from Pluralism to Peril

Dhanada’s Discourse:
When Mobs Call the Shots: India’s Slide from Pluralism to Peril

February 8, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୧)

January 14, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.