• About
  • Contact
Monday, August 24, 2026
Monday, August 24, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ମୋହିନୀ ଏକାଦଶୀର ବ୍ରତ ମହିମା……

ମୋହିନୀ ଏକାଦଶୀର ବ୍ରତ ମହିମା……
Share on FacebookShare on Xshare on Whatsappshare on Linkedin

ଗୀତାଞ୍ଜଳି କର, କଟକ, ୧ ମଇ ୨୦୨୩

ଦୁର୍ଲଭ ଜନ୍ମରେ ଜୀବନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପରମାତ୍ମାଙ୍କୁ ପ୍ରାପ୍ତି। ଭୌତିକ ପ୍ରାପ୍ତିର ସୁଖବଳୟରୁ ବାହାରି ଆସି ପରମାତ୍ମାଙ୍କୁ ପ୍ରତିକ୍ଷଣରେ ଅନୁଗାମୀ ହୋଇପାରିଲେ ପ୍ରାପ୍ତିର ସ୍ବୀକାରୋକ୍ତି ଆସେ । ତେଣୁ ପରମାତ୍ମlଙ୍କ ପାଇଁ ବ୍ରତ, ଉପବାସ ଇତ୍ୟାଦି କାୟ ମନୋବାକ୍ୟରେ କରିପାରିଲେ ଧୀରେ ଧୀରେ ସମସ୍ତ ଅମା ଅନ୍ଧାର ଦୂରୀଭୂତ ହୋଇ ଜୀବନ ଆଲୋକମୟ ହୋଇଯାଏ । ଧର୍ମ, ଅର୍ଥ, କାମ, ମୋକ୍ଷ ପରି ଚତୁର୍ଦ୍ଦଶ ଫଳ ଲାଭର ସାମର୍ଥ୍ୟ ଆସେ । ତେଣୁ ବ୍ରତ, ଉପବାସ ଭକ୍ତିମାର୍ଗକୁ ତ୍ୱରାନ୍ୱିତ କରିବାର ମାଧ୍ୟମ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଏକାଦଶୀ ତିଥି ଗୁଡ଼ିକ ହିନ୍ଦୁ ଧର୍ମରେ ବିଶେଷ ମହତ୍ତ୍ୱ ରଖେ । ଚବିଶି ଏକାଦଶୀରୁ ବୈଶାଖ ଶୁକ୍ଳପକ୍ଷ ଏକାଦଶୀ ମୋହିନୀ ଏକାଦଶୀ ନାମରେ ନାମିତ । ଏକାଦଶୀ ବ୍ରତ ମହିମାରେ ଏହି ଏକାଦଶୀର ମହତ୍ତ୍ୱ ଅଧିକ । ଏହି ବ୍ରତରେ ବ୍ରତଧାରୀର ସମସ୍ତ ମୋହ ନଷ୍ଟ ହୋଇ ଅନେକ ମହାପାତକ ଦୋଷ ବିବର୍ଜିତ ହୋଇଥାଏ । ପୌରାଣିକ ମତାନୁସାରେ ତ୍ରେତୟା ଯୁଗରେ ମୋହିନୀ ଏକାଦଶୀ ବ୍ରତ ମହିମା ମହର୍ଷି ବଶିଷ୍ଠ ପ୍ରଥମେ ଶ୍ରୀରାମଚନ୍ଦ୍ରଙ୍କୁ କହିଥିଲେ । ଦ୍ୱାପର ଯୁଗରେ ଯୁଧିଷ୍ଠିର ଶ୍ରୀକୃଷ୍ଣଙ୍କୁ ଅନୁରୋଧ କରିଥିଲେ ବୈଶାଖ ମାସର ଶୁକ୍ଳ ଏକାଦଶୀର ମହତ୍ତ୍ୱ ବର୍ଣ୍ଣନା କରିବାକୁ । ଶ୍ରୀକୃଷ୍ଣ ମୃଦୁ ହସଟିଏ ଦେଇ କହିଲେ ହେ ଧର୍ମରାଜ ଯୁଧିଷ୍ଠିର ଏଇ କଥା ତ୍ରେତୟାରେ ଶ୍ରୀରାମ ବଶିଷ୍ଠଙ୍କୁ ପଚାରିଥିଲେ । ଏବେ ତୁମେ ଶୁଣିବାକୁ ଇଛା ପ୍ରକଟ କରିଛ । ତେବେ ଶୁଣ । ସେତେବେଳେ ବଶିଷ୍ଠ କହିଲେ.. ହେ ରାମ ତୁମ ନାମ ନେଲେ ସକଳ ଦୁରିତ ନାଶ ହୁଏ ବୋଲି ଜଣାଅଛି ତଥାପି ଲୋକମାନଙ୍କ ହିତ ଲାଗି ମୋହିନୀ ଏକାଦଶୀ ସର୍ବ ପାପହାରିଣୀ ତଥା ଅତି ଉତ୍ତମ ବ୍ରତ ବୋଲି ଜାଣ । ନୂଆ ବ୍ରତଧାରୀ ଏହି ବ୍ରତରୁ ଆରମ୍ଭ କଲେ ଉତ୍ତମ ଫଳ ପ୍ରାପ୍ତ ହୋଇଥାନ୍ତି। କାରଣ ଏହି ବ୍ରତ ପ୍ରଭାବରେ ବ୍ୟକ୍ତି ସମସ୍ତ ମହାଜାଲ ତୁଟାଇ ସମ୍ପୂର୍ଣ୍ଣ ପାପରୁ ମୁକ୍ତ ହୋଇଯାଏ । ଏବେ ଶୁଣ ସେହି ବ୍ରତ କଥାର ମହିମା ସମ୍ପର୍କରେ ।

ସରସ୍ବତୀ ନଦୀର ତଟଦେଶରେ ଭଦ୍ରାବତୀ ନାମକ ନଗରରେ ଧୃତିମାନ ନାମରେ ରାଜା ରାଜୁତି କରୁଥିଲେ । ସେ ଥିଲେ ଚନ୍ଦ୍ରବଂଶୀ ତଥା ସତ୍ୟପ୍ରତିଜ୍ଞ । ଏହି ନଗରରେ ଧନପାଳ ନାମରେ ଜଣେ ବୈଶ୍ୟ ବସବାସ କରୁଥିଲା । ଯିଏ କି ଧନଧାନ୍ୟରେ ପରିପୂର୍ଣ୍ଣ ତଥା ସୌଭାଗ୍ୟଶାଳୀ ଥିଲା ।

ସେ ସଦାବେଳେ ପୁଣ୍ୟକର୍ମରେ ହିଁ ଲାଗି ରହୁଥିଲା । ଗରିବ ଗୁରୁବାଙ୍କ ପାଇଁ ଘର, ପୋଖରୀ, କୂଅ ମଠ, ବଗିଚା, ଜଳଛତ୍ରର ବ୍ୟବସ୍ଥା କରାଉଥିଲା । ଭଗବାନ ବିଷ୍ଣୁଙ୍କ ପ୍ରତି ଅନୁରାଗୀ ରହି ସଦାବେଳେ ଶାନ୍ତ ସ୍ଵଭାବରେ ରହୁଥିଲା । ତାର ପାଞ୍ଚଟି ପୁତ୍ର ଥିଲେ । ସୁମନା, ଦ୍ୟୁତିମାନ, ମେଧାବୀ, ସୁକୃତ, ଓ ଧୃଷ୍ଟବୁଦ୍ଧି । ସାନପୁତ୍ର ଧୃଷ୍ଟବୁଦ୍ଧି ସବୁ ଭାଇମାନଙ୍କଠାରୁ ଅଲଗା ଥିଲା । ସର୍ବଦା ପାପକର୍ମ ଜୁଆଖେଳ ଆଦି ଦୁଃବ୍ୟସନରେ ଆସକ୍ତି ରଖୁଥିଲା । କୌଣସି ଧାର୍ମିକ କାମରେ ତାର ମନ ଲାଗୁନଥିଲା । ଦୁଷ୍ଟାତ୍ମା ପୁତ୍ର ଅନ୍ୟାୟ ମାର୍ଗରେ ପରିଚାଳିତ ହୋଇ ପିତା ଧନପାଳଙ୍କର ଧନକୁ ଅପବ୍ୟୟ କରୁଥିଲା ।

ମହାପାପୀ ଧୃଷ୍ଟବୁଦ୍ଧି ଦିନେ ବେଶ୍ୟା କାନ୍ଧରେ ହାତ ପକାଇ ଛକରେ ବୁଲୁଥିବାର ଦେଖାଗଲା । ରୁଷ୍ଟପିତା ଧୃଷ୍ଟବୁଦ୍ଧିଙ୍କୁ ପରିତ୍ୟାଗ ପୂର୍ବକ ଘରୁ ବାହାର କରିଦେଲେ । ବନ୍ଧୁପରିଜନମାନେ ତିରସ୍କାର କରି ତଡି ଦେଲେ । ଏହାପରେ ଦିନରାତି ଦୁଃଖ ଓ ଶୋକରେ ବୁଡ଼ି ରହି ସେ ବୁଲିବାକୁ ଲାଗିଲା । ସମୟ ଚକ୍ରରେ ତାର ଭଲ ସମୟ ଆସିଲା । ସେ ମହର୍ଷି କୌଣ୍ଡିନ୍ୟଙ୍କ ଆଶ୍ରମରେ ପହଁଚିଲା । ସେତେବେଳେ ବୈଶାଖ ମାସ ଥିଲା । ତପୋବନ୍ତ କୌଣ୍ଡିନ୍ୟ ଗଙ୍ଗାନଦୀରେ ସ୍ନାନ ସାରି ଫେରୁଥିଲେ । ପୀଡିତ ଧୃଷ୍ଟବୁଦ୍ଧି କୌଣ୍ଡିନ୍ୟଙ୍କ ପାଖକୁ ଗଲା ଏବଂ ହାତଯୋଡ଼ି କହିଲା ହେ ବ୍ରହ୍ମନ, ହେ ଦ୍ୱିଜଶ୍ରେଷ୍ଠ ମୋ ଉପରେ ଦୟାକରି କୌଣସି ବ୍ରତ ମହିମା ବର୍ଣ୍ଣନା କରନ୍ତୁ ଯାହାର ପୁଣ୍ୟ ପ୍ରଭାବରେ ମୋତେ ମୁକ୍ତି ମିଳିଯିବ ।

କୌଣ୍ଡିନ୍ୟ କହିଲେ ବୈଶାଖ ମାସର ଶୁକ୍ଳପକ୍ଷ ଏକାଦଶୀ ଯାହା ମୋହିନୀ ଏକାଦଶୀ ନାମରେ ପବିତ୍ର ବ୍ରତ ଅଟେ । ସେଥିପାଇଁ ଉପବାସ କଲେ ପ୍ରାଣୀର ଅନେକ ଜନ୍ମର ମେରୁ ପର୍ବତ ସମ ମହାପାତକ ନଷ୍ଟ ହୁଏ । ବଶିଷ୍ଠ କହିଲେ ହେ ଶ୍ରୀରାମ.. କୌଣ୍ଡିନ୍ୟ ମୁନିଙ୍କର ବଚନ ଶୁଣି ପାପାତ୍ମା ଧୃଷ୍ଟବୁଦ୍ଧି ବିଧିପୂର୍ବକ ମୋହିନୀ ଏକାଦଶୀ ବ୍ରତ ପାଳନ କରି ନିଷ୍ପାପ ହେଲା ଓ ଦିବ୍ୟ ଦେହ ଧାରଣ କରି ଶ୍ରୀବିଷ୍ଣୁ ଧାମକୁ ଗଲା । ଏହି ବ୍ରତର ପଠନ ଓ ଶ୍ରବଣ ଦ୍ୱାରା ସହସ୍ର ଗୋଦାନ କରିବାର ଫଳ ମିଳେ । ଵିଧି ଅନୁସାରେ ବ୍ରତ ପାଳନ କରି ପରଦିନ ଅର୍ଥାତ ଦ୍ୱାଦଶୀ ତିଥିରେ ପାରାୟଣ କରି ଅନ୍ନ ଜଳ ଗ୍ରହଣ କରାଯାଏ । ନିସ୍ଵାର୍ଥପର ବ୍ରତ ପାଳନରେ ହିଁ ମନୁଷ୍ୟ ସଚ୍ଚିଦାନନ୍ଦଙ୍କୁ ପ୍ରାପ୍ତ କରେ ।

ମୋହିନୀ ଏକାଦଶୀ ଶାସ୍ତ୍ରରେ ସବୁ ଏକାଦଶୀଠାରୁ ଅନନ୍ୟ ବୋଲି କୁହାଯାଇଛି । ଏହି ଦିନରେ ଭଗବାନ ବିଷ୍ଣୁ ମୋହିନୀ ଅବତାର ନେଇ ଅସୁରମାନଙ୍କୁ ସଂହାର କରିଥିଲେ । ତେଣୁ ବ୍ରତ ପାଳନ କରି ବ୍ରତଧାରୀ ସବୁ ପାପ ଧୋଇବାରେ ସକ୍ଷମ ହୁଏ। ନିଜ ଶତ୍ରୁଙ୍କୁ ଦମନ କରିବାକୁ ପଥ ପରିଷ୍କାର କରେ । କେବଳ ଏତିକି ନୁହଁ ଏହି ବ୍ରତରେ ସମ୍ପୂର୍ଣ୍ଣ ପରିବାରରେ ସମସ୍ତେ ସୁଖ,ଶାନ୍ତି ପ୍ରାପ୍ତ ହୋଇ ଧନୀ, ଐଶ୍ୱର୍ଯ୍ୟଶାଳୀ, ଧୈର୍ଯ୍ୟବନ୍ତ ହୁଅନ୍ତି ।

ତାତ୍ତ୍ଵିକ ଦୃଷ୍ଟିକୋଣରୁ ବ୍ରତ, ଉପବାସ ରେ ବ୍ୟକ୍ତିର ସର୍ବାଙ୍ଗୀନ ଉନ୍ନତି ନିହିତ ହୋଇଛି । ଏହା ବ୍ୟକ୍ତିର ମାନସିକ ସ୍ତରକୁ ସଜାଗ ରଖି ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରେ ଯାହା ସକାରାତ୍ମକ ଦିଗ ପ୍ରତି ଆହ୍ୱାନ ଦିଏ । ବୈଜ୍ଞାନିକ ଦୃଷ୍ଟିକୋଣରୁ ବ୍ରତଧାରୀ ଉପବାସ ରହି ନିଜର ଶାରୀରିକ ସ୍ୱାସ୍ଥ୍ୟ, ମନୋବଳ ଓ ବୁଦ୍ଧିର ବିକାଶ ପଥ ନିରୂପଣ କରିପାରେ । ଏହାସହିତ ବ୍ୟକ୍ତି ସଦାଚାରୀ, ବିବେକବାନ ତଥା ପୂର୍ଣ୍ଣ ସମର୍ପିତ ପଥରେ ଅନୁଧାବିତ ହେବାକୁ ସର୍ବଦା ବିଚାର କରେ । ବିଚାରରୁ ବାକ୍ୟ, ବାକ୍ୟରୁ କର୍ମ । ତେଣୁ ସତକର୍ମ କରି ଅଖଣ୍ଡ ସୁଖର ଅଧିକାରୀ ହୋଇଥଏ ମଣିଷ ।

ଗୀତାଞ୍ଜଳି କର

ଗୀତାଞ୍ଜଳି କର

ଗୀତାଞ୍ଜଳି କର ଜଣେ ସୁପରିଚିତ ଲେଖିକା ଏବଂ ସମାଜସେବୀ। ତାଙ୍କର ଅନେକ ପୁସ୍ତକ ପ୍ରକାଶିତ ହୋଇ ସାରିଛି।

Related Posts

Vipul’s Voice:What is Spirituality?
More

Vipul’s Voice:
What is Spirituality?

by Vipul Agarwal
August 19, 2026

Vipul Agarwal, Delhi, 19 August 2026 The five elements, Prithvi, Jal, Agni, Vayu, and Aakash, are the fundamental components of the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.