• About
  • Contact
Monday, September 21, 2026
Monday, September 21, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଶତବାର୍ଷିକୀ ଅନୁଚିନ୍ତା

ଶତବାର୍ଷିକୀ ଅନୁଚିନ୍ତା
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୫ ଜୁନ୍ ୨୦୨୩

ସଂସ୍କୃତି ପରିଚାଳନା ଏବେ ସମଗ୍ର ଦେଶରେ ବିପର୍ଯ୍ୟସ୍ତ। ଚିତ୍ତ ଭାଇଙ୍କ ଭଳି ନିର୍ଭୀକ ସାହିତ୍ୟ ପ୍ରାଣ ସୃଜନଶିଳ୍ପୀ ଏବେ ବିରଳ । ସଂସ୍କୃତି ପରିଚାଳନା ସରକାରୀ ପ୍ରଭାବରେ ବିପଣନର ବସ୍ତୁ ହୋଇପଡ଼ିଛି। କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଏବେ ସରକାରଙ୍କ ଖେଳନା। ରାଜନୈତିକ ପ୍ରଭାବରେ ସେମାନେ ସାହିତ୍ୟିକ କାର୍ଯ୍ୟକ୍ରମମାନ କରୁଛନ୍ତି। ସେମାନଙ୍କ କର୍ମକର୍ତ୍ତାମାନେ ମଧ୍ୟ ଶାସକ ଦଳର ଗୋଲାମ୍ ।

ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିକୁ ଜାତୀୟ ଓ ବିଶ୍ଵ ସ୍ତରରେ ପହଞ୍ଚାଇବା ପାଇଁ ଓଡ଼ିଆ ଭାଷା ପ୍ରତିଷ୍ଠାନ କାମ କରୁଛି। ମାତ୍ର ଏହି ଅନୁଷ୍ଠାନ ର କର୍ମକର୍ତ୍ତାମାନେ ନିଜ ଲକ୍ଷ୍ୟ ଓ ଉଦ୍ଦେଶ୍ଯ କ’ଣ ହେବା ଉଚିତ ଜାଣନ୍ତି ନାହିଁ। ଫଳତଃ ଏହି ଅନୁଷ୍ଠାନର କାର୍ଯ୍ୟକ୍ରମ କେବଳ ବହିକିଣା କମିଶନି ପୁରୁଣା ବହିର ଘରୋଇ ପ୍ରେସମାନଙ୍କରେ ପୁନଃ ମୁଦ୍ରଣ, ମୁନାଫା ସଂଗ୍ରହ ଇତ୍ୟାଦି ନ୍ୟସ୍ତ ସ୍ଵାର୍ଥ କାର୍ଯ୍ୟକ୍ରମ ମାନଙ୍କରେ ସୀମିତ । ବହୁ ବର୍ଷ ଧରି ଓଡ଼ିଆ ଭାଷା ପ୍ରତିଷ୍ଠାନର କେହି ନିୟମିତ ନିର୍ଦ୍ଦେଶକ ନାହାନ୍ତି ।

ରାଜ୍ୟ ଜନ ଶିକ୍ଷା ସାଧନ କେନ୍ଦ୍ର ଭୁବନେଶ୍ଵରରେ ଏବେ ସରକାର ବନ୍ଦ କରିଦେଇଛନ୍ତି । ରାୟଗଡ଼ାରେ ଅଗ୍ରଗାମୀ ପରିଚାଳନା ରେ କେନ୍ଦ୍ର ସରକାରୀ ଅନୁଦାନରେ ଚାଲୁଥିବା ରାଜ୍ୟ ଜନ ଶିକ୍ଷା ସାଧନ କେନ୍ଦ୍ର ମଧ୍ୟ ଏବେ ସରକାରୀ ଅନୁଦାନ ଅଭାବରୁ ବନ୍ଦ ହୋଇଯାଇଛି।

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କୈ।ଣସି ଆଗ୍ରହ ନାହିଁ । ପଠନ ପ୍ରବୃତ୍ତି ଓ ପରିଚାଳନା ପାଇଁ ହୋଇଥିବା ଅନୁଷ୍ଠାନ ଗୁଡ଼ିକ ଏବେ ସ୍ଥବିର । ବିଶ୍ଵବିଦ୍ୟାଳୟ ଗୁଡ଼ିକ ମଧ୍ୟ ଏଦିଗରେ ବୀତସ୍ପୃହ । ବେସରକାରୀ ଅନୁଷ୍ଠାନ ଗୁଡ଼ିକ ମଧ୍ୟ କେବଳ ଜୟନ୍ତୀ ପାଳନ କରୁଛନ୍ତି।

ଏହି ପରିସ୍ଥିତିରେ ଚିତ୍ତ ଭାଇଙ୍କ ପରିକଳ୍ପିତ ପଠନ ପ୍ରବୃତ୍ତି ଓ ସଂସ୍କୃତି ପରିଚାଳନା ଧୀରେ ଧୀରେ ମରିଚୀକାରେ ପରିଣତ ହେବାକୁ ବସିଲାଣି । ଶତବାର୍ଷିକୀ ଅବସରରେ ଏଦିଗରେ ଜନସଚେତନତା ସୃଷ୍ଟି କଲେ ଚିତ୍ତଭାଇଙ୍କ ସ୍ଵପ୍ନ ହୁଏତ ସଫଳ ହୋଇପାରିବ ।

ମୂଲ୍ୟାୟନ କରୁଥିବା ଜୁରୀ ମାନେ ନିରପେକ୍ଷ ରହୁଥିଲେ ପୁରସ୍କୃତମାନେ ଆଜି ଏତେ ଲୋକହସା ହେଉନଥାନ୍ତେ। ଲେଖକର ଗୋଟେ ସାମ୍ଭ୍ରାନ୍ତ୍ୟ ଅଛି। ଆପଣା ଢୋଲ ସେ ପିଟେନା କି ପୁରସ୍କାର ପାଇଁ ଦରଖାସ୍ତ, ଦୟାଭିକ୍ଷା ବା ଦୁରାଚାର କରେନା। ସାହିତ୍ୟର ଅସଦ୍ ବ୍ୟବହାର ଏକ ସାରସ୍ୱତ ଅପରାଧ।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡି ଭୂୟାଁ (ଭାଗ ୭୯)

by ଭବେଶ ଚନ୍ଦ୍ର କର
September 17, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୭ ସେପ୍ଟେମ୍ବର ୨୦୨୬ ତାପରଦିନ ସନ୍ଧ୍ୟାରେ ଆମେ ଜଙ୍ଗଲରୁ ଫେରି ଦାଣ୍ଡପିଣ୍ଡାରେ ବସି କଥା ହେଉଛୁ ଏହି ସମୟରେ ଦେହୁରୀ ଦାଦାଙ୍କ...

Read more
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.