• About
  • Contact
Friday, October 16, 2026
Friday, October 16, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ବିସ୍ମୃତ ଦୁହିତା : ଲବଙ୍ଗଲତା

ବିସ୍ମୃତ ଦୁହିତା : ଲବଙ୍ଗଲତା
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର , ୨୧ ଅଗଷ୍ଟ ୨୦୨୨

ଆମ ରାଜ୍ୟରେ ଏଭଳି କେତେକ ମହିୟସୀ ମହିଳା ଅଛନ୍ତି, ଯେଉଁମାନଙ୍କର ମହାନ ଦେଶପ୍ରେମ ଏବଂ ଦେଶର ସ୍ୱାଧୀନତା ପ୍ରତି ସେମାନଙ୍କର ଅସାମାନ୍ୟ ଅଙ୍ଗୀକାର ସଂପର୍କରେ ଇତିହାସରେ କୌଣସି ଉଲ୍ଲେଖ ନାହିଁ । ଅର୍ଥାତ୍ ଆମ ଇତିହାସ ବିଭିନ୍ନ କାରଣରୁ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ବିଷୟରେ ଯଥାର୍ଥ ଭାବରେ ଲିପିବଦ୍ଧ କରି ପାରି ନାହିଁ । ଫଳରେ ସେହି  ପ୍ରଥିତଯଶା ମହିଳାମାନଙ୍କ ଅନନ୍ୟ ତ୍ୟାଗ, ତୀତିକ୍ଷା ଓ ସମାଜ ପ୍ରତି ଅବଦାନ ସଂପର୍କରେ ଆମ୍ଭେମାନେ ଅଦ୍ୟାବଧି ଅବଗତ ହୋଇପାରିନାହୁଁ । ସେଭଳି ଜଣେ ଅନନ୍ୟ ସାଧାରଣ ମହିଳା ହେଉଛନ୍ତି ଲବଙ୍ଗଲତା ଦେବୀ ।

ଲବଙ୍ଗଲତା କେବଳ ଗୋଟିଏ ସଂଭ୍ରାନ୍ତ ଜମିଦାର ପରିବାରର ଜ୍ୟେଷ୍ଠା କନ୍ୟା ତଥା ଭଦ୍ରକ ସହରର ଅନ୍ୟତମ ପ୍ରତିଷ୍ଠାତା କିମ୍ବା ବିଶିଷ୍ଟ ଜାତୀୟତାବାଦୀ ନେତା ଚୌଧୁରୀ ଭାଗବତ ପ୍ରସାଦ ପ୍ରସାଦ ସାମନ୍ତରାୟ ମହାପାତ୍ରଙ୍କ ଜ୍ୟେଷ୍ଠା ପୁତ୍ରବଧୁ ନଥିଲେ । ସେ ମଧ୍ୟ ଥିଲେ ଓଡିଶାର ପ୍ରଖ୍ୟାତ ସାହିତ୍ୟିକ ତଥା ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସହଧର୍ମିଣୀ । ସେତେବେଳର ସାମାଜିକ ବ୍ୟବସ୍ଥା ବା ପରମ୍ପରା ଅନୁସାରେ ଲବଙ୍ଗଲତା ଖୁବ୍ ଅଳ୍ପ ବୟସରରେ ବିବାହ କରିଥିଲେ । ଏପରିକି ଆଦ୍ୟ ଯୌବନରେ ପଦାର୍ପଣ କରିଥିବା କାନ୍ତକବିଙ୍କ ପ୍ରଥମପୁତ୍ର ସନ୍ତାନ ନିତ୍ୟାନନ୍ଦ ସେ ରେଭେନ୍‌ସା କଲେଜରେ ବି.ଏ. ପଢୁଥିବା ସମୟରେ ହିଁ ଜନ୍ମଗ୍ରହଣ କରିଥିଲେ । ତେବେ ବିବାହର ଅଳ୍ପ କେଇ ବର୍ଷ ଭିତରେ କାନ୍ତକବି ଦୁରାରୋଗ୍ୟ ବ୍ୟାଧିର ଶିକାର ହେବା ଯୋଗୁ ଲବଙ୍ଗଲତା ବୈବାହିକ ଜୀବନରେ ସୁନେଲୀ ସଂସାର ଗଢିବା ପାଇଁ ଦେଖିଥିବା ରଂଗୀନ ସ୍ୱପ୍ନ ଧୂଳିସାତ୍ ହୋଇଯାଇଥିଲା ।

ମାତ୍ର ଚିକିତ୍ସାରତ ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ତଥା ପରିବାରର ସଦସ୍ୟମାନଙ୍କ ଅକୁଣ୍ଠ ସହଯୋଗ ଯୋଗୁଁ କାନ୍ତକବି କିଛି ବର୍ଷ ଭିତରେ ସେହି ଦୁରାରୋଗ୍ୟ ବ୍ୟାଧିରୁ ଆରୋଗ୍ୟ ଲାଭ କରିଥିଲେ । କିନ୍ତୁ ସେହି ବ୍ୟାଧି ଜନିତ ଅଙ୍ଗହାନୀ ଯୋଗୁଁ ସେ ସାରା ଜୀବନ ଚାଲିବାର ଶକ୍ତି ହରାଇ ବସିଥିଲେ । ତେଣୁ ବୈବାହିକ ଜୀବନର ପ୍ରାରମ୍ଭରୁହିଁ ଚାରି ଦଶନ୍ଧିରୁ ଉର୍ଦ୍ଧ୍ୱ କାଳ ଧରି ଲବଙ୍ଗଲତାଙ୍କୁ ସ୍ୱାମୀ କାନ୍ତକବିଙ୍କ ସେବା ଯତ୍ନ ଠାରୁ ଆରମ୍ଭ କରି କୂଳ ଦେବତା ଶ୍ରୀ ଗୋପୀନାଥ ଜୀଉଙ୍କ ପୂଜାର୍ଚ୍ଚନା, ଜମିଦାରୀ ପରିଚାଳନା, ଯୌଥ ପରିବାର ପ୍ରତିପୋଷଣ ତଥା ସନ୍ତାନସନ୍ତତିଙ୍କ ପରିପାଳନ ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ତୁଲାଇବାକୁ ପଡିଥିଲା ।

କାନ୍ତକବିଙ୍କ ସମଗ୍ର ପରିବାର ଅର୍ଥାତ୍ ତିନି ପିଢିର ସଦସ୍ୟମାନେ ଦେଶପ୍ରେମରେ ଉଦ୍‌ବୁଦ୍ଧ ହୋଇ ମାତୃଭୂମିର ସୁରକ୍ଷା ନିମନ୍ତେ ସ୍ୱାଧୀନତା ସଂଗ୍ରାମରେ ସମର୍ପିତ ହୋଇଥିଲେ । ଏପରିକି ସେହି ସଂକଟଜନକ ପରିସ୍ଥିତି କାଳରେ ବ୍ରିଟିଶ ସରକାରଙ୍କ ଅମାନବୀୟ ବର୍ବର ଆଚରଣ ଯୋଗୁଁ କାନ୍ତକବି ତାଙ୍କର ଦୁଇ ଜଣ ସାନ ଭାଇ (କମଳାକାନ୍ତ ଓ ସୀତାକାନ୍ତ)ଙ୍କ ସମେତ ସାନ ଭଉଣୀ କୋକିଳା ଦେବୀଙ୍କୁ ମଧ୍ୟ ଆଦ୍ୟ ଯୌବନରେ ହରାଇ ବସିଥିଲେ । କେବଳ ସେତିକି ନୁହେଁ, ପୁତ୍ର ଓ କନ୍ୟାଙ୍କ ଅକାଳ ବିୟୋଗରେ ଗଭୀର ଭାବରେ ମର୍ମାହତ ହୋଇ କାନ୍ତକବିଙ୍କ ପିତା ଭାଗବତ ପ୍ରସାଦ ଓ ମାତା ରାଧାମଣୀ ଦେବୀ ମଧ୍ୟ ଆଖିବୁଜି ଦେଇଥିଲେ । ତେଣୁ ସ୍ୱଳ୍ପ ସମୟର ବ୍ୟବଧାନ ଭିତରେ ପରିବାରର ଏତେ ସଂଖ୍ୟକ ସଭ୍ୟମାନଙ୍କ ଅସମୟରେ ଆକସ୍ମିକ ବିୟୋଗ ଘଟଣା ସହିତ ଏକାନ୍ନବର୍ତ୍ତୀ ଯୌଥ ପରିବାର ତଥା ଜମିଦାରୀ ଦାୟିତ୍ୱ ସମ୍ଭାଳିବା ସେତେବେଳେ କାନ୍ତକବିଙ୍କ ପାଇଁ ଦୁର୍ବିସହ ହୋଇ ପଡିଥିଲା । ନିଜର ଦୁଇ ଜଣ ପୁତ୍ର (ନିତ୍ୟାନନ୍ଦ ଓ ଗୌରଚନ୍ଦ୍ର)  ମଧ୍ୟ୍ୟ ଛାତ୍ରାବସ୍ଥାରୁ ଜାତୀୟ ଆନ୍ଦୋଳନରେ ସାମିଲ ହେବା ଫଳରେ କାନ୍ତକବି ସଂପୂର୍ଣ୍ଣ ନିଃସଂଗ ହୋଇ ଯାଇଥିଲେ । ସେହି ହାହୁତାଶମୟ କାଳଖଣ୍ଡରେ ଏକ ମାତ୍ର ଜୀବନ ସଙ୍ଗିନୀ ଲବଙ୍ଗଲତାହିଁ କାନ୍ତକବିଙ୍କ ଜୀବନରେ ଆଲେକ ବର୍ତ୍ତିକା ସାଜିଥିଲେ । ନିଜ ଜୀବନକୁ ତିଳ ତିଳ କରି ଆହୁତି ଦେଇ ଲବଙ୍ଗଲତା ଐକାନ୍ତିକ ନିଷ୍ଠା ପ୍ରଦର୍ଶନ କରି ଲକ୍ଷ୍ମୀକାନ୍ତଙ୍କ ଯତ୍ନ ନେଇ ନଥିଲେ ଆଜି ସମ୍ଭବତଃ ଓଡିଆ ଜାତି କାନ୍ତକବିଙ୍କ ଭଳି ଜଣେ କାଳଜୟୀ ସାରସ୍ୱତ ସାଧକଙ୍କୁ ପାଇବାରୁ ବଞ୍ଚିତ ହୋଇଥାଆନ୍ତା ।

ପିଲାଦିନେ ଲବଙ୍ଗଲତା ଅତି ଅଲିଅଳରେ ବଢିଥିଲେ । କାରଣ ସଂଭ୍ରାନ୍ତ ଜମିଦାର ପରିବାରର ସେ ଥିଲେ ଜ୍ୟେଷ୍ଠା କନ୍ୟା । ବାଲ୍ୟବସ୍ଥାରେ ଅତ୍ୟନ୍ତ ଗେଲବସରରେ ପ୍ରତିପାଳିତ ହୋଇଥିବା ଯୋଗୁଁ ସେ ପରିବାରର କୌଣସି ଦାୟିତ୍ୱ ବହନ କରିନଥିଲେ । କିନ୍ତୁ ବିବାହ ପରେ ତାଙ୍କ ଜୀବନଧାରା ସଂପୂର୍ଣ୍ଣ ବିପରୀତମୁଖୀ ହୋଇ ଯାଇଥିଲା । ଅର୍ଥାତ୍ ବିବାହ ପରଠାରୁହିଁ ତାଙ୍କୁ ପରିବାରର ଯାବତୀୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବାକୁ ପଡିଥିଲା । ସେଥିମଧ୍ୟରେ ଚଳତ୍‌ଶକ୍ତିହୀନ ସ୍ୱାମୀଙ୍କ ସେବା ଶୁଶ୍ରଷା ଓ କୂଳ ଦେବତା ଶ୍ରୀ ଗୋପୀନାଥ ଜୀଉଙ୍କ ଦୈନନ୍ଦିନ ପୂଜାର୍ଚ୍ଚନା ଦାୟିତ୍ୱ ଅନ୍ୟତମ । ସ୍ୱାମୀଙ୍କ ପ୍ରତି ଅଗାଧ ଅନୁରକ୍ତି ଯୋଗୁଁ ସେ ଅତ୍ୟନ୍ତ ନିଷ୍ଠାର ସହିତ ଯେଭଳି ଲକ୍ଷ୍ମୀକାନ୍ତଙ୍କର ସେବା ଯତ୍ନ ନେଇଥିଲେ, ସେଥିପାଇଁ କାନ୍ତକବି ବ୍ୟାଧି ପୀଡିତ ହେବାପରେ ମଧ୍ୟ ଦୀର୍ଘ ଚାଳିଶ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ଶାଣିତ ଲେଖନୀ ଚାଳନା କରିବାକୁ ସମର୍ଥ ହୋଇଥିଲେ ।

ସେତେବେଳେ ସମାଜରେ ଆଧୁନିକ ଏଲୋପାଥି ଔଷଧର ବିଶେଷ ପ୍ରଚଳନ ନଥିଲା । ଏପରିକି ଶର୍ଦ୍ଦି, କାଶ, ଜ୍ୱର ଭଳି ସାଧାରଣ ରୋଗଗୁଡିକ ପାଇଁ ମଧ୍ୟ ପାରମ୍ପରିକ ଜଡିବୁଟି ବା ଆୟୁର୍ବେଦ ଔଷଧ ଉପରେ ନିର୍ଭର କରିବାକୁ ପଡୁଥିଲା । ତେଣୁ କାନ୍ତକବିଙ୍କୁ ଅନେକ ସମୟରେ ଆୟୁର୍ବେଦ ବା କବିରାଜି ଔଷଧ ପ୍ରସ୍ତୁତ କରି ଖୁଆଇବାକୁ ହେଉଥିଲା ଏବଂ ସେହି ଦାୟିତ୍ୱ ମୁଖ୍ୟତଃ ଲବଙ୍ଗଲତାଙ୍କ ଉପରେ ନ୍ୟସ୍ତ ଥିଲା ।

ଅନ୍ୟପକ୍ଷରେ କାନ୍ତକବି ପ୍ରଚୁର ପରିମାଣରେ ଲେଖା ପଢା କରୁଥିଲେ । ଦିନର ଅଧିକାଂଶ ସମୟ ତାଙ୍କର ବିଭିନ୍ନ ପୁସ୍ତକ / ପତ୍ରପତ୍ରିକା ଅଧ୍ୟୟନରେ ବିତୁଥିଲା । ଏତଦ୍‌ଭିନ୍ନ ବିଭିନ୍ନ କିସମର ଆଲେଖ୍ୟ ପ୍ରସ୍ତୁତି ପାଇଁ ମଧ୍ୟ ତାଙ୍କୁ ବିଶେଷ ସମୟ ଦେବାକୁ ପଡୁଥିଲା । ଅନେକ ସାହିତ୍ୟିକ ଦିନ ବା ରାତିର ନିର୍ଦ୍ଧିଷ୍ଟ ସମୟରେହିଁ ସେମାନଙ୍କ ଲେଖାଲେଖି ସଂପାଦନ କରିଥାଆନ୍ତି । କିନ୍ତୁ କାନ୍ତକବି ତା’ର ବ୍ୟତିକ୍ରମ ଥିଲେ । ଅର୍ଥାତ୍ କାନ୍ତକବି କୌଣସି ନିର୍ଦ୍ଧିଷ୍ଟ ସମୟ ନୁହେଁ, ପରନ୍ତୁ ଯେକୌଣସି ମୁହୂର୍ତ୍ତରେ ହିଁ ଲେଖନୀ ଚାଳନା କରୁଥିଲେ । ଚାଲିବା ଶକ୍ତି ହରାଇ ଥିବାରୁ କାନ୍ତକବି ଅଧିକାଂଶ ସମୟ ବିଛଣା ଉପରେହିଁ ବିତାଉଥିଲେ । ତେଣୁ ସେ କୌଣସି ମାହେନ୍ଦ୍ର ବେଳା ନୁହେଁ ବରଂ ଯେକୌଣସି ସମୟରେ ଯେକୌଣସି ଆବେଗରେ ଆଚ୍ଛନ୍ନ ହେଲେ, ତତ୍‌କ୍ଷଣାତ ତାକୁ ରୂପ ଦେବା ପାଇଁ କାଗଜ କଲମର ସାହାଯ୍ୟ ଲୋଡୁଥିଲେ । ସେଥିପାଇଁ ତାଙ୍କୁ ଅନ୍ୟ ଉପରେ ନିର୍ଭର କରିବାକୁ ପଡୁଥିଲା । କାରଣ ଅଙ୍ଗ ବିକୃତି ଯୋଗୁଁ ତାଙ୍କର ଅଙ୍ଗୁଳିଗୁଡିକ ଝଡି ପଡିଥିଲା । ଥୁଣ୍ଟା ଗଛ ସଦୃଶ ତାଙ୍କ ହାତ ଅଙ୍ଗୁଳିର ମୂଳ ଅଂଶରେ କେହିଜଣେ କଲମ ଧରାଇଦେଲେ କାନ୍ତକବି ଲେଖିବାକୁ ସମର୍ଥ ହେଉଥିଲେ । ପୁଣି କଲମରେ କାଳି ଶୁଖିଗଲେ ତାହା ଦୁଆତରେ ବୁଡାଇବା ପାଇଁ ତାଙ୍କୁ ଅନ୍ୟଜଣଙ୍କ ପାଇଁ ଅପେକ୍ଷା କରିବାକୁ ପଡୁଥିଲା । ସେଥିପାଇଁ କାନ୍ତକବିଙ୍କ ନିକଟରେ ସବୁବେଳେ ଦୂଆତ କଲମ ସହିତ ସାଧା କାଗଜ ସଜଡା ହୋଇ ରହୁଥିଲା । ପରିବାରର ଯାବତୀୟ କାମ ଭିତରେ ଲବଙ୍ଗଲତାଙ୍କୁ ସ୍ୱାମୀଙ୍କ ଲେଖାଲେଖି ପାଇଁ ହାତରେ କଲମ ଦେବା ନିମନ୍ତେ ସର୍ବଦା ସଜାଗ ରହିବାକୁ ପଡୁଥିଲା ।

ବିଡମ୍ବନାର ବିଷୟ ହେଉଛି, ଏଭଳି ଦୁର୍ଦଶା ଭିତରେ ଜୀବନ ବିତାଇଥିବା ଲବଙ୍ଗଲତା ସ୍ୱାମୀଙ୍କ ସେବା ପ୍ରତି ସଂପୂର୍ଣ୍ଣ ସମର୍ପିତା ହୋଇଥିଲେ ସୁଦ୍ଧା ଓଡିଆ ଜାତି ଅଦ୍ୟାବଧି ତାର ଉପଯୁକ୍ତ ମୂଲ୍ୟାୟନ କରିପାରିନାହିଁ । ସମ୍ଭବତଃ ସେଥିଯୋଗୁଁ ଲବଙ୍ଗଲତାଙ୍କ ମହାନ ତ୍ୟାଗ ଓ ତୀତିକ୍ଷା ସଂପର୍କରେ ଆମର ଇତିହାସକାର ମାନେ ଏବେ ପର୍ଯ୍ୟନ୍ତ ସାମାନ୍ୟ ଲିପିବଦ୍ଧ କରିବାକୁ ଉଚିତ ମନେ କରିନାହାଁନ୍ତି ।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ  ଉଦ୍ଘାଟିତ
More

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

by Nirvik Bureau
October 2, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨ ଅକ୍ଟୋବର, ୨୦୨୬ ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ୧୫୮ ତମ ଜୟନ୍ତୀ ଶରତ କର ଓ ଅନିମା କର ଫାଉଣ୍ଡେସନ...

Read more
ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ ଉଦ୍ଘାଟିତ

October 2, 2026
ଅନନ୍ତ ବ୍ରତ ମହିମା

ଅନନ୍ତ ବ୍ରତ ମହିମା

September 25, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୯)

September 17, 2026
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.