• About
  • Contact
Tuesday, August 25, 2026
Tuesday, August 25, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଗୁରୁଦିବସ ସ୍ମରଣ

ଗୁରୁଦିବସ ସ୍ମରଣ
Share on FacebookShare on Xshare on Whatsappshare on Linkedin
ଶ୍ରୀ ଦାଶରଥୀ ଶତପଥୀ, ଭୁବନେଶ୍ଵର, ୫ ସେପ୍ଟେମ୍ବର ୨୦୨୩

ପବିତ୍ରଭୂମି ଭାରତ ବର୍ଷରେ ଆବାହମାନ କାଳରୁ ଗୁରୁବାଦର ପଂରପରା ପ୍ରଚଳିତ ହେଉଅଛି ଯେଉଁଠି ଭାବ, ଭକ୍ତି, ଜ୍ଞାନ, ତତ୍ତ୍ୱ ରଜୁରେ ବନ୍ଧା ସତ୍ୟ, ଅହିଂସା, ଦୟା, କ୍ଷମା ଓ ଶାନ୍ତି ପ୍ରକଟିତ ଓ ଗୁରୁମାନଙ୍କର ସ୍ଥାନ ଯଥେଷ୍ଟ ଉଚ୍ଚରେ ରହିଆସିଅଛି। ଭାରତୀୟ ସଂସ୍କୃତିରେ ଗୁରୁଭକ୍ତି, ଗୁରୁ ଆର୍ଶିବାଦ ବଳରେ ସମାଜ ରୁଦ୍ଧିମନ୍ତ ହୁଏ । ସମାଜରେ ଅନ୍ଧକାର ଓ କୁସଂସ୍କାର ଦୂରିଭୂତ ହୋଇଯାଏ । ‘ଗୁ’ ଅର୍ଥ ଅନ୍ଧକାର । ‘ରୁ’ ଅର୍ଥ ଅଜ୍ଞାନ । ଛାତ୍ରଛାତ୍ରୀମାନଙ୍କର ଅଜ୍ଞାନରୂପକ ଅନ୍ଧକାରକୁ ଦୂରିଭୂତ କରି ଜ୍ଞାନରୂପକ ଆଲୋକ ପ୍ରଦାନ କରିବାରେ ଶିକ୍ଷକମାନେ ସମର୍ଥ ବୋଲି ତାଙ୍କୁ ଗୁରୁ ଆଖ୍ୟା ପ୍ରଦାନ କରାଯାଇଅଛି ।
ଶାସ୍ତ୍ର କହେ:-
“ଗୁକାରୋ{ନ୍ଧରାରସ୍ତୁ ରୁକାରସ୍ତନ୍ନିବର୍ତ୍ତକଃ
ଅନ୍ଧକାର ନିବୃତ୍ୟାତୁ ଗୁରୁରିତ୍ୟଭିଧୀୟତେ” ।

ଏହି ଦୃଷ୍ଟିରୁ ବିଚାର କଲେ ପୂର୍ବତନ ରାଷ୍ଟ୍ରପତି, ପୃଥିବୀର ଜଣେ ଶ୍ରେଷ୍ଠ ଦାର୍ଶନିକ ସର୍ବପଲ୍ରୀ ରାଧାକ୍ରିଷ୍ଣନ ଜଣେ ଗୁରୁ ପଦବାଚ୍ୟ ବ୍ୟକ୍ତି, ଯାହାଙ୍କ ଠାରେ ବିଦବତ୍ତା, ପାଣ୍ଡିତ୍ୟ, ଦୂରଦୃଷ୍ଟି, ସାଧୁତା, ସ୍ପଷ୍ଟବାଦୀତା, କର୍ତ୍ତବ୍ୟପରାୟଣତା, ପ୍ରଚଣ୍ଡ ପ୍ରତିଭା ଓ ଭାବପ୍ରବଣତା ପ୍ରଭୃତି ପରିଦୃଷ୍ଟ ହେଉଥିବାରୁ ସେ ଜଣେ ରାଷ୍ଟ୍ରଗୁରୁ ଭାବେ ସର୍ବଜନବିଦିତ ଓ ଯାହାଙ୍କ ଜନ୍ମଦିନସେପ୍ଟେମ୍ବର ୫ ତାରିଖକୁ ଗୁରୁଦିବସ ଭାବେ ପାଳନ କରାଯାଇ ଆସୁଅଛି । ବାଲ୍ୟକାଳରୁ ମେଧାବୀ ଛାତ୍ରଭାବେ ପରିଚିତ ରାଧାକ୍ରିଷ୍ଣନ ମେଧାବୃତ୍ତି ସହ ମାଡ୍ରାସର ଖ୍ରୀଷ୍ଟିୟାନ କଲେଜରୁ ଦର୍ଶନ ଶାସ୍ତ୍ରରେ ପ୍ରଥମ ଶ୍ରେଣୀ ପ୍ରଥମ ହୋଇ ସ୍ନାତକ ଡିଗ୍ରୀ ହାସଲ କରିବା ପର ବର୍ଷ ଏଲ.ଟି. ପାଶ କରି ୧୯୦୯ ଖ୍ରୀଷ୍ଟାଦ୍ଧରେ ମାଡ୍ରାସର ପ୍ରେସିଡେନ୍ସି କଲେଜରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ ଓ ପରବର୍ତ୍ତୀ ସମୟରେ ମହୀଶୂର ବିଶ୍ୱବିଦ୍ୟାଳୟରେ ଦର୍ଶନ ବିଭାଗର ବିଭାଗୀୟ ମୁଖ୍ୟଭାବେ କାର୍ଯ୍ୟ କରିଥିଲେ । ୧୯୨୧ ମସିହାରେ କଲିକତା ବିଶ୍ୱବିଦ୍ୟାଳୟର ଦର୍ଶନ ବିଭାଗରେ ମୁଖ୍ୟ ଅଧ୍ୟାପକ ଭାବେ କାର୍ଯ୍ୟ କରି ସମଗ୍ର ଉତ୍ତର ଭାରତରେ ଜଣେ ସୁନାମଧନ୍ୟ ଅଧ୍ୟାପକ ଭାବରେ ଖ୍ୟାତି ଅର୍ଜନ କରିଥିଲେ । ୧୯୨୬ ମସିହାରେ ହାଭାର୍ଡ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଆର୍ନ୍ତଜାତିକ ଦର୍ଶନ କଂଗ୍ରେସରେ ଭାରତର ପ୍ରତିନିଧିତ୍ୱ କରି ଭାରତୀୟ ଦର୍ଶନ ଓ ଭାରତୀୟ ପରଂପରାରେ ଆଧ୍ୟାତ୍ମିକବାଦର ପ୍ରଚାର କରିଥିଲେ । ଆମ ରାଷ୍ଟ୍ର ଉଦାରଭାବନା ଉପରେ ଆଧାର ଯାହାକି ଆଧ୍ୟାତ୍ମିକତାର ମୂଳମନ୍ତ୍ର । ସେବା, ସହିଷ୍ଣୁତା, ଉଦାରତା, ସହନଶୀଳତା, ଦୟା, କ୍ଷମା, ତ୍ୟାଗ, ବଳିଦାନ ଭଳି ଆଧ୍ୟାତ୍ମିକ ଓ ଦୈବୀ ଗୁଣ କିପରି ଭାରତୀୟମାନଙ୍କୁ ସ୍ୱତଃପ୍ରାପ୍ତ ହୋଇଛି ତାହା ସେ ସେଠାରେ ଉପସ୍ଥାପନ କରିଥିଲେ । ପରେ ପରେ ସେ ଆନ୍ଧ୍ର ବିଶ୍ୱବିଦ୍ୟାଳୟରେ କୁଳପତି ଭାବେ ଅଧିଷ୍ଠିତ ହୋଇ କାର୍ଯ୍ୟରତବେଳେ ଗାନ୍ଧିଜୀ ଓ ମଦନମୋହନ ମାଲବ୍ୟଙ୍କ ଅନୁରୋଧକ୍ରମେ ସେ ବନାରସ ହିନ୍ଦୁବିଶ୍ୱବିଦ୍ୟାଳୟରୁ କୁଳପତିଭାବେ ଯୋଗ ଦେଇ ସୁନାମ ଅର୍ଜନ କରିଥିଲେ ।

୧୯୪୯ ରେ ତତକାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲଙ୍କ ଅନୁରୋଧକ୍ରମେ ସେ ରୁଷିଆର ରାଷ୍ଟ୍ରଦୂତ ନିଯୁକ୍ତି ହେଲେ ଏବଂ ଅକ୍ସୋଫୋର୍ଡ ବିଶ୍ୱବିଦ୍ୟାଳୟରେ ଦର୍ଶନ ବିଭାଗରେ ଅଧ୍ୟାପକ ଭାବେ ଯୋଗଦେବାର ସୌଭାଗ୍ୟ ଅର୍ଜନ କଲେ । ଋୁଷର ପ୍ରଧାନମନ୍ତ୍ରୀ ଷ୍ଟାଲିନଙ୍କ ସହ ତାଙ୍କର ଘନିଷ୍ଠ ସଂପର୍କ ଥିଲା । ୧୯୫୨ରେ ଭାରତର ପ୍ରଥମ ସାଧାରଣ ନିର୍ବାଚନ ହେବା ପରେ ପରେ ସେ ଭାରତର ଉପରାଷ୍ଟ୍ରପତିଭାବେ ଯୋଗ ଦେବା ପାଇଁ ଋୁଷ ପରିତ୍ୟାଗ କଲା ପରେ ଷ୍ଟାଲିନ କହିଥିଲେ ଯେ ରାଧାକ୍ରିଷ୍ଣନ ଜଣେ ବିରାଟ ହୃଦୟୀ ଓ ଅସାଧାରଣ ଦେଶଭକ୍ତ । ତାଙ୍କର ହୃଦୟ ପୀଡିତ ମାନବ ସମାଜ ପାଇଁ ଦ୍ରବୀଭୂତ । ସେ ପ୍ରଥମେ ଏକ ଦଶନ୍ଧି କାଳ ଭାରତର ଉପରାଷ୍ଟ୍ରପତି ରହିବା ପରେ ୧୯୬୨ ମସିହା ମେ ୧୨ ତାରିଖରେ କର୍ମଯୋଗୀ ରାଜେନ୍ଦ୍ର ପ୍ରସାଦଙ୍କ ପରେ ଭାରତର ଦ୍ୱିତୀୟ ରାଷ୍ଟ୍ରପତିଭାବେ ଦାୟିତ୍ୱ ଗ୍ରହଣ କଲେ । ୧୯୬୩ ରେ ଇଂଲଣ୍ଡର ସର୍ବୋଚ୍ଚ ଉପାଧି “ଅର୍ଡର ଅଫ ମେରିଟ୍” ରେ ଭୂଷିତ ହୋଇଥିଲେ । ସେ ଥିଲେ ଜ୍ଞାନଯୋଗୀ, କର୍ମଯୋଗୀ ଓ ରାଷ୍ଟ୍ରନୀତିଜ୍ଞ । ରାଷ୍ଟ୍ରର ଉନ୍ନତି ପାଇଁ ଅନେକ ପୁସ୍ତକ ରଚନା କରିଛନ୍ତି । ବିଭିନ୍ନ ଦେଶରେ ବହୁ ସମ୍ମାନସୂଚକ ଉପାଧି ପାଇଥିଲେ । ସେ ଭାରତର ଆଧ୍ୟାତ୍ମିକତା ଓ ଉଚ୍ଚ ଦର୍ଶନକୁ ବିଦେଶରେ ପ୍ରଚାର ଓ ପ୍ରସାର କରି ଭାରତର ଟେକ ରଖିଥିଲେ । ଜଣେ ଶିକ୍ଷକଭାବେ ତାଙ୍କର କର୍ମମୟ ଜୀବନ ଆରମ୍ଭ କରି ସର୍ବୋଚ୍ଚ ସ୍ଥାନରେ ପହଁଚିପାରିଥିବାରୁ ଶିକ୍ଷକମାନଙ୍କ ସମ୍ମାନାର୍ଥେ ତାଙ୍କ ଜନ୍ମ ଦିବସକୁ ଗୁରୁ ଦିବସ ରୂପେ ପାଳନ କରାଯିବାର ମୁଖ୍ୟ ଉଦ୍ଦେଶ୍ୟ । ଭାରତ ସରକାର ଏହି ଗୁରୁପଂରପରାକୁ ସମ୍ମାନଦେଇ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ପାଳନ କରିବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି । ଏହି ଦିନ ଶିକ୍ଷାନୁଷ୍ଠାନରେ ଆଦର୍ଶ ଗୁରୁଭକ୍ତି ଓ ଗୁରୁମହିମାର ପରାକାଷ୍ଠା ଉପରେ ଆଲୋଚନା କରାଯାଇଥାଏ ।

ପୂଣ୍ୟଭୂଇଁ ଭାରତ ବର୍ଷରେ ବହୁ ମହାପୁରୁଷ ଆର୍ବିଭାବ ହୋଇ ଗୁରୁଭାବେ ଦାୟିତ୍ୱ ତୁଲାଇ ଅମୃତବାଣୀ ଦେଇ ସମାଜକୁ ସୁଧାରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଆଜି ମଧ୍ୟ ଭଗବାନ ବୁଦ୍ଧଙ୍କ ବାଣୀ ତାଙ୍କ ଦ୍ୱାରା କୁହାଯାଇଥିବା ବଚନ ଓ ସଂଦେଶ ମାନବ ସମାଜ ପାଇଁ ପ୍ରେରଣାପ୍ରଦ ହୋଇରହିଛି । ଭଗବାନ ତାଙ୍କ ବାଣୀ ଶୁଣି ଦୁର୍ଦ୍ଧାନ୍ତ ଦୈତ୍ୟ ଅଙ୍ଗୁଳିମାଳାର ଜୀବନ ବଦଳି ପାରେ, ବର୍ବର ଅଧିପତି ଅଜାତଶତ୍ରୁ, ପ୍ରଜାବତ୍ସଳ ସମ୍ରାଟ ଅଶୋକଙ୍କ ମଧ୍ୟରେ ପରିବର୍ତ୍ତନ ଆସିପାରେ ତାଙ୍କ ଜୀବନ ଓ ସଂଦେଶରେ ପ୍ରେରଣା ପାଇ ଆଜି ମଧ୍ୟ ମାନବ ତାକୁ ନୂତନ ବିଚାର, ନୂତନ ଦିଶା ଦେଇପାରିବା ସମ୍ଭବ ହୋଇପାରିଛି କେବଳ ଗୁରୁବାଦର ଅମୃତ ମନ୍ତ୍ରରେ ।

ପ୍ରାଚୀନ କାଳରେ ଛାତ୍ରମାନେ ଗୁରୁ ଆଶ୍ରମରେ ରହି ବିଦ୍ୟା ଅର୍ଜନ କରି ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କରୁଥିଲେ । ଏପରିକି ଏମାନେ ଗୁରୁଙ୍କ ଠାରୁ ଜ୍ଞାନ ଲାଭ କରି ନିଜର ଅଜ୍ଞାନ ରୂପକ ଅନ୍ଧକାରକୁ ଅକ୍ଲେଶରେ ଦୂର କରୁଥିଲେ । ଗୁରୁଙ୍କ ସଂଜ୍ଞା ନିରୁପଣ କରିବାକୁ ଯାଇ ଯଥାର୍ଥରେ କୁହାଯାଇଛି:-

“ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର,
ଗୁରୁସାକ୍ଷାତ୍ ପରଂବ୍ରହ୍ମ ତସ୍ମୈ ଶ୍ରୀଗୁରବେନମଃ” ।

ଗୁରୁହିଁ ସାକ୍ଷାତ ପରମବ୍ରହ୍ମ ସ୍ୱରୂପ । ସୃଷ୍ଟିର ଆରମ୍ଭରୁ ଗୁରୁବାଦର ମହାତ୍ମ୍ୟ ରହିଆସିଅଛି । ଏପରିକି ବ୍ରହ୍ମାଙ୍କ ମଧ୍ୟ ଗୁରୁ ଅଛନ୍ତି । ବାସ୍ତବରେ ପରମବ୍ରହ୍ମ ହିଁ ସଦଗୁରୁ । ତାଙ୍କଠାରୁ ଗୁରୁ ପରଂପରା ସୃଷ୍ଟି ହୋଇଛି ।

ଗୁରୁ, ଶିକ୍ଷକ ଭାରତର ଏକ ବୈଦିକ ପରଂପରା । ସେଥିପାଇଁ କୁହାଯାଇଛି ଧ୍ୟାନମୂଳେ ଗୁରୁମୂର୍ତ୍ତୀ, ପୂଜାମୂଳେ ଗୁରୁପଦ୍ମ, ମନ୍ତ୍ରମୂଳେ ଗୁରୁବାକ୍ୟଂ, ମୋକ୍ଷମୂଳେ ଗୁରୁକୃପା । ଶିଷ୍ୟର ଶୁଭ ସଂସ୍କାର ଓ ଗଭୀର ନିଷ୍ଠା ଥିଲେ ସେ ଗୁରୁଙ୍କ କୃପା ପାଇପାରିବ । ଏହାହିଁ ଆଜି ଦିବସର ଅନୁଚିନ୍ତା ।

Dasarathi Satapathy

Dasarathi Satapathy

Former Secretary, Odisha Legislative Assembly
Mob No– 9337449373

Related Posts

Vipul’s Voice:What is Spirituality?
More

Vipul’s Voice:
What is Spirituality?

by Vipul Agarwal
August 19, 2026

Vipul Agarwal, Delhi, 19 August 2026 The five elements, Prithvi, Jal, Agni, Vayu, and Aakash, are the fundamental components of the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.