• About
  • Contact
Sunday, June 28, 2026
Sunday, June 28, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ବିସ୍ମୃତି ଗର୍ଭରେ ସନ୍ତରକ ମିହିର ସେନ୍‌

Mihir Sen: The Forgotten Indian Swimming Legend
Share on FacebookShare on Xshare on Whatsappshare on Linkedin
ଅନିନ୍ଦ୍ୟ ଦତ୍ତ, ସିଙ୍ଗାପୁର, ୨୬ ଅକ୍ଟୋବର ୨୦୨୩
(ଅନିନ୍ଦ୍ୟ ଦତ୍ତ ଙ୍କ ମୂଳ ଇଂରାଜୀ ଲେଖା ର ଓଡ଼ିଆ ଅନୁବାଦ କରିଛନ୍ତି ଶ୍ରୀମତୀ ମଞ୍ଜୁଶ୍ରୀ ମିଶ୍ର)

ଦିନଥିଲା, ଭାରତର ଗର୍ବ ଓ ଗୌରବଥିଲେ ସନ୍ତରକ ମିହିର ସେନ । କାଳର କରାଳ ଗତିରେ ତାଙ୍କ ନାମ ଆଜି ଲୁପ୍ତପ୍ରାୟ । ୮ ବର୍ଷର ପିଲାଟିଏ । ସୁଦୂର କଲିକତାର ପୁରୁଲିଆ ଗ୍ରାମରୁ ପିତାମାତାଙ୍କ ସହ ଆସି କଟକ ସହରରେ ବସବାସ ଆରମ୍ଭ କରିଥିଲା । ଖୁବ୍ ଚଳଚଞ୍ଚଳ ଥିଲା ତାର ସ୍ୱଭାବ । କାଠଯୋଡି ନଦୀରେ ପହଁରି ପହଁରି ଦେଖଣାହାରୀଙ୍କ ଦୃଷ୍ଟି ଆକର୍ଷଣ କରୁଥିଲା ପିଲାଟି । ପାଣି ଭିତରେ ହିଁ ନିଜକୁ ସହଜ ଓ ସ୍ୱଚ୍ଛନ୍ଦ ମନେ କରୁଥିଲା ସେ । ଏହା ଥିଲା ତାର ଇଶ୍ୱର ପ୍ରଦତ୍ତ ଗୁଣ । ନିଜ ପାଠ ପଢା ରେ ଧୂରିଣ ହେବା ସହ ଧିରେ ଧିରେ ସେ ସନ୍ତରଣରେ ଦକ୍ଷ ହେବାକୁ ଲାଗିଲା । ଏ ଦକ୍ଷତା ହାସଲ ପାଇଁ ସେ କୌଣସି ତାଲିମ ପ୍ରାପ୍ତ ହୋଇନଥିଲା ।

ମାତ୍ର ୨୦ବର୍ଷ ବୟସରେ, ମା’ଙ୍କର ଆଗ୍ରହ ନେଇ ରେଭେନ୍‌ସା କଲେଜରେ ଆଇନ ବିଭାଗରେ ଶିକ୍ଷାପ୍ରାପ୍ତ ହେଲେ ମିହିର । ଏକ ନିର୍ଦ୍ଦିଷ୍ଟ ଅଂଚଳ, ନିର୍ଦ୍ଦିଷ୍ଟ ସୀମାବଦ୍ଧତା ଭିତରେ ରହିବାକୁ ମାନୁନଥିଲା ତା’ଙ୍କ ମନ । ଭାବୁଥିଲେ, ପୃଥିବୀର ବିଭିନ୍ନ ମହାଦେଶ ମାନଙ୍କୁ ଯାଇ ସେଠାରେ ନିଜ ଭିତରେ ଥିବା ଦକ୍ଷତାକୁ ପ୍ରଦର୍ଶନ କରାଇବେ । ମାତ୍ର ଏଠି ଅର୍ଥ ସମସ୍ୟା ଥିଲା ବାଧକ।

ସେ ସମୟରେ ତାଙ୍କର ଦୃଷ୍ଟି ନିବଦ୍ଧ ହେଲା ଓଡିଶା ଜଣେ, ଧନୀ, ମାନୀ, ଗୁଣୀ, ଜ୍ଞାନୀ, ବଳିଷ୍ଠ ବ୍ୟକ୍ତିତ୍ୱ ତଥା ମର୍ଯ୍ୟାଦାବନ୍ତ ପୁରୁଷ, ପାଇଲଟ ବିଜୁ ପଟ୍ଟନାୟକଙ୍କ ଠାରେ । ବାରମ୍ବାର ବାରମ୍ବାର ୫/୬ ମାସ କାଳ ତାଙ୍କର ଶରଣାପନ୍ନ ହେବା ପରେ, ଶେଷକୁ ପଟ୍ଟନାୟକ ମହୋଦୟଙ୍କ ସାହାଯ୍ୟ ଓ ସାହଚର୍ଯ୍ୟ ବଳରେ ସେ ପହଁଞ୍ଚିଲେ ଯୁକ୍ତରାଷ୍ଟ୍ରରେ । ସେଠାରେ ଥିବା ଭାରତଭବନରେ ରହିବା ସଂଗେ ସଂଗେ ଛୋଟ ଚାକିରୀ ଟିଏ ପାଇବା ସଂଗେ ସଂଗେ YMCA ରେ ଯୋଗଦାନ କରିପାରିଥିଲେ ।

ପୁନଶ୍ଚ ସେ ନିଜର ସନ୍ତରଣ ପାଟବତା ପ୍ରମାଣ ଦେବାକୁ ଚାହିଁଲେ ଏବଂ, ଇଂଲିଶ ଚାନେଲରେ ପହଁରିବାର ଇଚ୍ଛା ଦିନୁ ଦିନ ବଳବତ୍ତର ହେଲା । ପୁଣି ସମ୍ମୁଖରେ ସେଇ ଅର୍ଥ ସମସ୍ୟା । ମାତ୍ର ଇଚ୍ଛା ଥିଲେ ଉପାୟ ଆସେ । ଏଥର ମିହିର ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଶରଣାପନ୍ନ ହେଲେ । ନେହେରୁ ସଦୟ ହୋଇ ତାଙ୍କୁ ଏକ ବୃତ୍ତି ଯୋଗାଇଦେଲେ । ଯାହା ଦ୍ୱାରା ସେ ଶିକ୍ଷାନବିଶ ଭାବେ ସନ୍ତରଣର ତାଲିମ ନେଇପାରିଲେ ଓ ସାଧନା ମାର୍ଗରେ ବ୍ରତୀ ହେଲେ ।

ନିମ୍ନକୁ ଗତି କରୁଥିବା ଜଳ ଓ ଦୃଢମନା ବ୍ୟକ୍ତିର ସଂକଳ୍ପକୁ କିଏ ବା ରୋକି ପାରିବ ? ଦୃଢ ଚେଷ୍ଟା କେବେ ବିଫଳ ହୁଏ ନାହିଁ । ଥରେ ଇଂଲଣ୍ଡର ଏକ ଦୈନିକ ସମ୍ବାଦପତ୍ରରୁ ମିହିର ପଢି ଜାଣିଲେ ଯେ, ଜଣେ ମହିଳା ଇଁଲିଶ ଚାନେଲକୁ ଅତିକ୍ରମ କରିଯାଇଛନ୍ତି । ଏହି ଦିନ ସେ ହେଲେ ପ୍ରତିଜ୍ଞାବଦ୍ଧ । ପୁରୁଷ ହୋଇ ସେ କାହିଁକି ଅବା ପଛଗୁଞ୍ଚା ଦେଇ ଥାଆନ୍ତେ ? ତେଣୁ ସେ ନିଜେ ନିଜର ସନ୍ତରଣ ବକ୍ଷତାର ପରୀକ୍ଷା ନେବାକୁ ଚାହିଁଲେ ।

ପ୍ରଶିକ୍ଷଣ ଗ୍ରହଣ କଲେ ଓ ସାଧନା ଚଳାଇଲେ । ଫ୍ରାନ୍ସରୁ ଇଂଲଣ୍ଡ, ଇଁଲିଶ ଚାନେଲ ଭିତରେ ପହଁରିବାର ଲକ୍ଷ୍ୟ ନେଇ, ମାତ୍ର ୨.୫ ମାଇଲ ପରେ ହାରିଗଲେ ମିହିର । ଏହିପରି ଥରକୁ ଥର ୪ଥର ଉଦ୍ୟମ ଜାରି ରଖିଲେ । “ଉଦ୍ୟମେନ ହିଁ କାର୍ଯ୍ୟାଣି ସିଦ୍ଧ୍ୟନ୍ତେ ।” ସଂସ୍କୃତ ସାହିତ୍ୟର ଏ ପ୍ରବାଦ ମିଥ୍ୟା ହେଲା ନାହିଁ । ୧୯୫୮ ମସିହା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ସେ ପୁନର୍ବାର ଇଁଲଣ୍ଡ ରୁ ଆରମ୍ଭ କରି ଫ୍ରାନ୍‌ସରେ ପହଁଞ୍ଚିବା ଲକ୍ଷ୍ୟ ନେଇ ପହଁରିବା ଆରମ୍ଭ କଲେ । ୭ଥର ଅଦମ୍ୟ ଉତ୍ସାହ ତାଙ୍କୁ ଉଦ୍ୟମରେ ସଫଳ କରାଇଲା । ଶେଷରେ ୧ ସେପ୍ଟେମ୍ବର ୧୯୫୮ରେ ଲଣ୍ଡନର ଡୋଉରଟିଚ୍ ରୁ ଆରମ୍ଭ କରି ୧୪ଘଣ୍ଟା ୪୫ ମିନିଟ୍‌ରେ, ସେ ଆସି ପହଞ୍ଚିଲେ ଫ୍ରାନ୍‌ସର କାଲାଇଶ ବନ୍ଦରରେ । ସର୍ପ ଶଙ୍କୁଳ, ଦୀର୍ଘରାସ୍ତା, ବିଷାକ୍ତ ତଥା ଅତ୍ୟନ୍ତ ଶୀତଳ ଜଳସ୍ରୋତରେ ଧୈର୍ଯ୍ୟର ସହ ସନ୍ତରଣ କରି ଶେଷରେ ସଫଳକାମ ହେଲେ ମିହିର ସେନ । ଜାତୀୟ ସଂଗୀତ ଗାଇ ଗାଇ, ବନ୍ଦରରେ ଜାତୀୟ ପତାକା ଉଡାଇ, ଦେଶର ସମ୍ମାନ ରକ୍ଷା କରିଥିଲେ ଏହି ଅଦମ୍ୟ ସାହସୀ ସନ୍ତରକ ।

ଭାରତର ଗର୍ବ ଓ ଗୌରବ ମିହିର ସେନ ଦେଶର ଯୁବ ସମାଜ ପାଇଁ ହେଲେ ଏକ ଅନନ୍ୟ ଉଦାହରଣ । ଯୁବଗୋଷ୍ଠୀ ପାଇଁ ସେ ଆହ୍ୱାନ ଦେଲେ ତାଙ୍କର ଜୀବନାନୁଭୂତିରୁ । “ଶୂନ୍ୟ ଆକାଶରେ ଏକ ଉଜ୍ଜ୍ୱଳ ସୁବର୍ଣ୍ଣ ରଂଗର ଅଗ୍ନିଶିଖା ଟିଏ ଟାଣିଦେବା ପରି ଦୃଢ ମନଟିଏ ପୋଷଣ କର ।” ସଂସାରେ କିଛି ଅସମ୍ଭବ ନୁହେଁ । ଏ ଥିଲା ତାଙ୍କର ଯୁବଗୋଷ୍ଠୀ ପାଇଁ ଉଦ୍‌ଘୋଷଣା ।

୧୯୫୯ ମସିହାରେ ତାଙ୍କର ଏଇ ଅଭୁତପୂର୍ବ ସଫଳତା ପାଇଁ ସେ ପଦ୍ମଶ୍ରୀ ଓ ପରେ ପରେ ୧୯୬୭ରେ ପଦ୍ମଭୂଷଣ ଉପାଧି ରେ ଭୂଷିତ ହୋଇଥିଲେ । ପ୍ରାପ୍ତ ହୋଇଥିବା ଅପରିମିତ ଅର୍ଥରାଶିର ଉପଯୋଗରେ ସେ ହେଲେ କଲିକତାର ଜଣେ ଉଦ୍ୟୋଗପତି । କୌଣସି କାରଣବଶତଃ ପଶ୍ଚିମବଙ୍ଗ ସରକାର ତାଙ୍କର ସେ ଅର୍ଥକୁ ନେଇଯାଇଥିଲେ ଏବଂ ସେ ଦେବାଳିଆ ଘୋଷିତ ହୋଇଥିଲେ । ଶେଷରେ ବିସ୍ମରଣ ଜନିତ ବ୍ୟାଧିରେ ପୀଡିତ ହୋଇ ବଡ ଅସହାୟ ଅବସ୍ଥାରେ ମୃତ୍ୟୁବରଣ କଲେ ମିହିର ସେନ । ତାଙ୍କର କନ୍ୟା ଆଜି ସେ ରହିଥିବା ସାମାନ୍ୟ ଘର ଖଣ୍ଡିକ ପାଇଁ ଆଇନ୍ ଆଗରେ ଆଶ୍ରୟପ୍ରାର୍ଥୀ ।

ଦେଶର ଗୌରବ ରକ୍ଷା କରିଥିବା ଏକ ଅସାମାନ୍ୟ ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱର ନାମ ଆଜି ଏ ଦେଶର ଇତିହାସରୁ ବିସ୍ମୃତ ହୋଇଯାଉଛି । ତାଙ୍କର ପ୍ରଚେଷ୍ଟା ଓ ସାଧନା ଆଜି ଭାରତର ଯୁବଗୋଷ୍ଠୀଙ୍କ ପାଇଁ ପ୍ରେରଣାର ଉତ୍ସ । ହକି ହେଉ, ବନ୍ଧୁକଚାଳନା ହେଉ, କ୍ରିକେଟ, କବାଡି ବା କିକ ବକ୍ସିଂ ହେଉ ଯେଉଁ ଖେଳରେ ହେଉ, ଭାରତୀୟ ଯୁବଗୋଷ୍ଠୀ, ଦେଶର ଗର୍ବ ଓ ଗୌରବ ଅକ୍ଷୁର୍ଣ୍ଣ ରଖିବାକୁ ଉଦ୍ୟମ କଲାେବେଳେ, ମିହିର ସେନଙ୍କ ଜୀବନାନୁଭୂତି ସେମାନଙ୍କ ପାଇଁ ଧ୍ୟେୟ ହେଉ । ଦେଶର ନାମ ରଖିଥିବା ସେହି ମହାନୁଭବ ବୀରଙ୍କୁ ଆଜିର ଯୁବଗୋଷ୍ଠୀ ସ୍ମରଣ କରନ୍ତୁ । ମିହିରଙ୍କ ଜୀବନର ପ୍ରତିଟି ଅଧ୍ୟାୟ ସେମାନଙ୍କ ଯାତ୍ରା ପଥକୁ ଯୁଗ ଯୁଗ ପାଇଁ ଆଲୋକିତ କରୁ – ଏହାହିଁ ଆଜିର ଅନୁଚିନ୍ତା ।

Anindya Dutta

Anindya Dutta

Anindya Dutta is a banker turned entrepreneur. Also a prolific writer, especially about sports, he has authored well-known books like 'A Gentleman's Game', 'We Are The Invincibles', and 'Wizards: The Story of Indian Spin Bowling'.

Related Posts

Vipul’s Voice:Burden of the Known
More

Vipul’s Voice:
Burden of the Known

by Vipul Agarwal
June 19, 2026

Vipul Agarwal, Delhi, 19 June 2026 While reading horoscopes, I often wonder whether a person can see the future clearly...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୬)

June 14, 2026
ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

June 5, 2026
ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

June 5, 2026
Story Not So Untrue

Story Not So Untrue

May 21, 2026
Vipul’s Voice: Crystal Clear Reality

Vipul’s Voice:
 Crystal Clear Reality

May 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.