• About
  • Contact
Thursday, July 30, 2026
Thursday, July 30, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୨୨)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ନଭେମ୍ବର ୨୦୨୩

ସେଦିନ ସକାଳୁ ସକାଳୁ ଚମ୍ପା ଆସି ହାଜର । ଚିନାମାଳୀ ନିଦ ଭାଙ୍ଗିଯାଇଥିଲା । ବିଛଣାରେ ଶୋଇ ଶୋଇ ଅଳସ ଭାଙ୍ଗୁଥିଲା । ଚମ୍ପା ତା ପାଖରେ ବସି ପଡ଼ି ପଚାରିଲା କଣ ମହାରାଣୀ କାଲି ରାତିରେ ଶୋଇ ନ ଥିଲେ କି ? ବେଳ ଆସି କେତେ ହେଲାଣି ଯାଣିଛୁ ନା ନାହିଁ । ଧଡପଡ ହୋଇ ବିଛଣାରୁ ଉଠିପଡି କହିଲା ନାଇଁ ମ ଏମିତି ବିଛଣାରେ ଗଡୁଥିଲି ନା । ଚାଲ ପୋଖରୀ ତୁଠ ଆଡେ । ଦୁଇଜଣ ଉଠିଗଲେ ପୋଖରୀ ତୁଠ ଆଡେ । ରାସ୍ତାରେ ଚମ୍ପା ପଚାରିଲା ଆଜି ଗାଁରେ ସବୁ ମା ମାନଙ୍କୁ ଏକାଠି କରି ସନ୍ଧ୍ୟା ରେ ମିଟିଂ ଅଛି ବୋଲି ତୋର ମନେ ଅଛି ତ । ଶିଘ୍ର କାମ ସାରି ଆଉ କେତେଜଣଙ୍କୁ କୁହା ହୋଇନାହିଁ ତାଙ୍କୁ କହିବା । କହିସାରି ଆଜି କାମିନୀ ଆଈ ତା ଘରେ ଖାଇବାକୁ ଡାକିଛି । ସେଠି ଖାଇସାରି ଆଈ ସହିତ ରମେଶ ଦାଦା ଘରକୁ ଯିବା । ତାଙ୍କ ଘରକୁ ପାଳଲହଡା ର ଜଣେ ବବା ଆସିଛନ୍ତି । ତାଙ୍କୁ ମିଟିଂ କୁ ଡାକିବା ।

କାମ ସାରି କାମିନୀ ଆଈ ଘରେ ପହଞ୍ଚିବା ବେଳକୁ ଆଈ ରୋଷେଇ ସାରି ଏ ଦୁଇଜଣଙ୍କ ଅପେକ୍ଷାରେ ଦାଣ୍ଡ ପିଣ୍ଡାରେ ବସିଥିଲା । କିଛି ସମୟ ବସି କଥା ହେବା ପରେ ଆଈ କହିଲା ନାତୁଣୀମାନେ ଆସ ଖାଇଦେବା । ତା ପରେ ତୁମେ ଦୁଇଜଣ ଯାଇ ରମେଶ ଘରକୁ ପାଳଲହଡା ରୁ ଜଣେ କୁଣିଆ ଆସିଛନ୍ତି । ତାଙ୍କ ଘର ବନ୍ଧାଭୁଇଁ ଗାଁ ରେ । ଆମ ଜାତି ର ମହାପିଢ ର ସେ ଜଣେ ସକ୍ରିୟ ସଦସ୍ୟ । ସେ ଆମ ଗାଁ ସ୍ତ୍ରୀ ଲୋକମାନଙ୍କୁ ବହୁତ ସୁନ୍ଦର ସୁନ୍ଦର କଥା କହିବେ । ତାଙ୍କୁ ସଙ୍ଗରେ ଧରି ତୁମେ ଦୁଇଜଣ ଦରବାର ଘରେ ପହଞ୍ଚିବ। ଆମେ ସମସ୍ତେ ତୁମକୁ ଅପେକ୍ଷା କରିଥିବୁ ।

ରମେଶ ଦାଦା ଙ୍କ ଘରେ ପହଞ୍ଚି ଚିନାମାଳୀ ଓ ଚମ୍ପା ଦାଦା ଙ୍କୁ ତାଙ୍କ ଘରକୁ ଆସିଥିବା କୁଣିଆଁ କୁ ଗାଁ ମିଟିଂ କୁ ଡାକିବା ପାଇଁ ଆସିଛନ୍ତି ବୋଲି କହିବା ପରେ ଦାଦା ତାଙ୍କୁ ଡାକି ଏ ଦୁଇଜଣ ଙ୍କ ସହିତ ଚିହ୍ନା ପରିଚୟ କରାଇ ଦେଇ କହିଲେ ମାମୁଁ ଏ ଦୁଇଜଣ ତୁମର ନାତୁଣୀ ହେବେ । ଆମ ଗାଁ ରେ ମହିଳାମାନେ ଆଜି ଏକ ବୈଠକରେ ବସୁଛନ୍ତି । ଆପଣଙ୍କୁ ଡାକିବାକୁ ଆସିଛନ୍ତି । ତାପରେ ଅନନ୍ତ ବବାଙ୍କୁ ସାଥିରେ ଧରି ଚିନାମାଳୀ ଓ ଚମ୍ପା ଦରବାର ଘରେ ପହଞ୍ଚିବା ପରେ ମିଟିଂ ଆରମ୍ଭ ହେଲା ।

ଗାଁ ର ମହିଳାମାନେ ଅନନ୍ତ ବବାଙ୍କୁ ପାରମ୍ପାରିକ ରିତୀନିତି ଅନୁଯାୟୀ ବୈଠକକୁ ସ୍ଵାଗତ କରିବା ପରେ ଗାଁ ର ମହିଳାମାନେ ଓ ଝିଅମାନେ କିଛି ପୁରୁଷ ଅତ୍ୟଧିକ ହାଣ୍ଡିଆ ପିଇ କିଭଳି ପରିବାରରେ ଗଣ୍ଡଗୋଳ କରିବା ସହିତ ବିଭିନ୍ନ ରୋଗରେ ଅକାଳରେ ମୃତ୍ୟୁବରଣ କରୁଛନ୍ତି ତାହା ବର୍ଣ୍ଣନା କରିବା ପରେ ଏହା ବିରୁଦ୍ଧରେ ମହିଳା ମାନେ ଏକତ୍ରିତ ହୋଇ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ପରିସ୍ଥିତି ଭୟାବହ ହୋଇଯିବ ବୋଲି ମତ ରଖିବା ପରେ ଏହି ବିଷୟ ପୀଢ ଓ ମହାପିଢରେ ମଧ୍ୟ ଆଲୋଚନା କରି କଣ ଗୋଟାଏ କରିବା ପାଇଁଁ ଅନନ୍ତ ବବା ଙ୍କୁ ଅନୁରୋଧ କରିଥିଲେ । ଏହାର ଉତ୍ତରରେ ଅନନ୍ତ ବବା କହିଲେ ଏ ବିଷୟ ପୁର୍ବ ମହାପିଢ ବୈଠକରେ ଆଲୋଚନା କରାଯାଇଥିଲା । ଆରମାସରେ ହେବାକୁ ଥିବା ବୈଠକରେ ଏହା ଉପରେ ଚୁଡାନ୍ତ ନିଷ୍ପତି ନିଆଯିବ । ଆଉ ଗୋଟିଏ କଥା ଯାହାକି ଆମ ଗାଁ ର କଥା ତାହା ତୁମମାନଙ୍କୁ କହିବି । କଥାଟି ହେଉଛି ଏହିପରି । ଆମ ଗାଁ ରେ ମଧ୍ୟ ଦୁଇବର୍ଷ ତଳେ ତୁମ ଗାଁ ଭଳି ଅବସ୍ଥା ଥିଲା । ବହୁ ପରିବାର ଏହି ଭଳି ହାଣ୍ଡିଆ ପିଇ ବରବାଦ୍ ହୋଇଥିଲେ । କିଛି ଲୋକ ଅକାଳ ରେ ମୃତ୍ୟୁବରଣ ମଧ୍ୟ କଲେ । ଏହା ପରେ ଗାଁ ର ମହିଳାମାନେ ମିଶି ଗାଁ ର ଯେଉଁ କେତୋଟି ପରିବାର ହାଣ୍ଡିଆ ବସଉ ଥିଲେ ବିଶେଷ କରି ହାଣ୍ଡିଆରେ ଇଉରିଆ ସାର ପକାଉଥିଲେ ସେମାନଙ୍କୁ ସେମାନେ ସେଭଳି ହାଣ୍ଡିଆ ତିଆରି ନ କରିବା ପାଇଁ କହିଲେ । ମୂଳିକା ପକାଇ ହାଣ୍ଡିଆ ତିଆରି କରିବା ପାଇଁ କହିଲେ । ସପ୍ତାହର କେବଳ ହାଟପାଳି ଓ ଆଉ ସୋମବାର ଓ ଗୁରୁବାର ହାଣ୍ଡିଆ ନ ପିଇବା ପାଇଁ କୁହାଗଲା । କିଛି ଲୋକ ମାନିଲେ ନାହିଁ । ତେଣୁ ମହିଳାମାନେ ଏକାଠି ହୋଇ ସେମାନଙ୍କର ଘର ଘେରାଉ କରି ହାଣ୍ଡିଆ ହାଣ୍ଡି ସବୁ ଭାଙ୍ଗି ଦେଲେ । ଥାନାକୁ କଥା ଗଲା । ବହୁ ଗଣ୍ଡଗୋଳ ପରେ ମହିଳା ମାନଙ୍କ ଜିତାପଟ ହେଲା । ସେମାନେ ମୂଳିକା ପକାଇ ହାଣ୍ଡିଆ ବସାଇଲେ। ଧିରେ ଧିରେ ସବୁ ଘରେ କେବଳ ପର୍ବ ପର୍ବାଣୀ ରେ ହାଣ୍ଡିଆ ପିଇଲେ ଓ ବାକି ଦିନ ମାନଙ୍କରେ ପିଇଲେ ନାହିଁ । ତୁମେ ତୁମ ଗାଁ ରେ ସେହିପରି କର ଦେଖିବ ନିଶ୍ଚୟ ହାଣ୍ଡିଆ ବ୍ୟବହାର ମଧ୍ୟ ଧିରେ ଧିରେ କମିଯିବ । ଏହାପରେ ଗାଁ ର ମହିଳାମାନେ ଗାଁ ର ଯେଉଁ ମାନେ ହାଣ୍ଡିଆ ବସାଉଛନ୍ତି ସେମାନଙ୍କୁ ୟୁରିଆ ସାର ନ ପକାଇବା ପାଇଁ କହିଲେ । କେବଳ ମୂଳିକା ପକାଇ ହାଣ୍ଡିଆ ତିଆରି କରିବା ପାଇଁ କହିଲେ । କିଛି ମହିଳା ମନେ ମନେ ଅସନ୍ତୁଷ୍ଟ ଥିଲେ ମଧ୍ୟ ବହୁମତ ଆଗରେ ଚୁପ୍ ରହିବା ପାଇଁ ବାଧ୍ୟ ହେଲେ । ଏହି ସମୟରେ କାମିନୀ ଆଈ କହିଲା ଆରେ ବାପା ତୁ କାଲି ଅଛୁ ନା ପଳାଇବୁ । ଅନନ୍ତ ଆଜ୍ଞା ରହିବି ବୋଲି କହିବା ପରେ ଆଈ କହିଲା କାଲି ସନ୍ଧ୍ୟାରେ ଆମ ଘରକୁ ଆସିବୁ ତୁମ ଅଞ୍ଚଳର କଥା ଓ ଆମ ଜାତିର ମହାପିଢ କଥା କହିବୁ । ଏହା ପରେ ସଭା ସରିଲା ଓ ସମସ୍ତେ ଘରକୁ ଗଲେ ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

Vipul’s Voice: Realisation at the age of 70
More

Vipul’s Voice:
 Realisation at the age of 70

by Vipul Agarwal
July 19, 2026

Vipul Agarwal, Delhi, 19 July 2026 I fail to even imagine how it will feel when somebody realises at the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
ରଥଯାତ୍ରାର ପୌରାଣିକ ତଥ୍ୟ

ରଥଯାତ୍ରାର ପୌରାଣିକ ତଥ୍ୟ

July 16, 2026
ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

July 12, 2026
Dhanada’s Discourse: In Praise of Productive Hallucinations

Dhanada’s Discourse:
In Praise of Productive Hallucinations

July 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.