• About
  • Contact
Thursday, April 30, 2026
Thursday, April 30, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ମହିମମୟୀ ପ୍ରଫେସର, କଣ୍ଠଶିଳ୍ପୀ ଅନିମା କରଙ୍କ ସ୍ମରଣେ

ମହିୟସୀ ମହିଳା ଅନିମା କର
Share on FacebookShare on Xshare on Whatsappshare on Linkedin
ଡକ୍ଟର ଏକାଦଶୀ ପ୍ରଧାନ, ୯ ଡିସେମ୍ବର ୨୦୨୩

ଜନ୍ମ-ମୃତ୍ୟୁର ପରିସର ହିଁ ଜୀବନ । ଜନ୍ମ ପରେ ମୃତ୍ୟୁ ସ୍ୱାଭାବିକ । ମୃତ୍ୟୁ ଅନିବାର୍ଯ୍ୟ, ଅଲଂଘନୀୟ । ତଥାପି ବ୍ୟକ୍ତି ବଂଚିବା ଧାରାରେ ସ୍ଵୀୟ କାର୍ଯ୍ୟ ଶୈଳୀର ମାଧ୍ୟମରେ ମୃତ୍ୟୁଞ୍ଜୟୀ ହୋଇ ଯାଆନ୍ତି । ସେମାନେ ଭୌତିକ ଶରୀର ତ୍ୟାଗ କଲେ ବି ଲୌକିକ ଜଗତରେ ସଦା କୀର୍ତ୍ତି ଦେହରେ ଅବସ୍ଥାନ କରିଥାନ୍ତି । ସେଥିପାଇଁ ଉଲ୍ଲେଖ ଅଛି ‘ଯଶକୀର୍ତ୍ତି ସଜୀବତି ‘ ।

ମାହାଙ୍ଗାର ପୂର୍ବତନ ବିଧାୟକ ପ୍ରାକ୍ତନ ବାଚସ୍ପତି ଶରତ କୁମାର କରଙ୍କ ଧର୍ମପତ୍ନୀ, ପ୍ରସିଦ୍ଧ କଣ୍ଠଶିଳ୍ପୀ ପ୍ରଫେସର୍ ଅନିମା କରଙ୍କ ୮୨ ବର୍ଷ ବୟସରେ ଦେହାନ୍ତ ଆମକୁ କଷ୍ଟ ଦେଇଛି । ଇଂରାଜୀ ବିଭାଗର ଅଧ୍ୟାପିକା, ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଶ୍ରୀମତୀ କର ଜଣେ ମିଷ୍ଟଭାଷୀ, ଛାତ୍ର ବତ୍ସଳା ଅଧ୍ୟାପିକା ଥିଲେ । ପ୍ରଥମେ ଶୈଳବାଳା ମହିଳା ମହାବିଦ୍ୟାଳୟ ପରେ ରମାଦେବୀ ଓ ପୁରୀ ମହିଳା ମହାବିଦ୍ୟାଳୟରେ କାର୍ଯ୍ୟ କରି ସେ ସମସ୍ତଙ୍କର ପ୍ରିୟ ଭାଜନ ହୋଇଥିଲେ । ଆକାଶବାଣୀ, ଦୂରଦର୍ଶନର ସ୍ସ୍ଵୀକୃତିପ୍ରାପ୍ତ କଣ୍ଠ ଶିଳ୍ପୀ ଭାବରେ ତାଙ୍କ ସୁମଧୁର କଣ୍ଠ ସଙ୍ଗୀତ ତାଙ୍କୁ ଅମର କରି ରଖିବ।

ପୂର୍ବତନ ବାଚସ୍ପତି ଶରତ କରଙ୍କ ପ୍ରତି ମୋର ପିଲାଦିନୁ ସମ୍ପର୍କ । ବହୁବାର ସହିଦ ନଗର ବାସ ଭବନ ଯାଇ ତାଙ୍କ ସହ ମିଶିବାର ସମ୍ପର୍କ ସେତୁରେ ବାନ୍ଧି ହୋଇଛୁ । ମହର୍ଷି କଲେଜରେ ପ୍ରଫେସର୍ ଶତୃଘ୍ନ ନାଥଙ୍କ ଶତବାର୍ଷିକୀ ଉତ୍ସବରେ ରଜତ କର ଓ ଶରତ କରଙ୍କୁ ମୁଁ ଆମନ୍ତ୍ରଣ କରେ ମୋ ସଭାପତିତ୍ୱରେ ଏକ ପ୍ରାର୍ଥନା ସାହିତ୍ୟ ସଭା ଭୁଲିବାର ନୁହେଁ । ଶରତ ବାବୁଙ୍କ ବାର୍ଦ୍ଧକ୍ୟ ଜନିତ ରୋଗ ସମୟରେ ଶ୍ରୀମତୀ କରଙ୍କ ସହିତ ଶେଷ ଥର ପାଇଁ ସାକ୍ଷାତ ହୋଇଥିଲା । ଉଭୟଙ୍କୁ ମୋର ମାହାଙ୍ଗାର ‘ବରପୁତ୍ର’ ୨ୟ ଖଣ୍ଡ ପୁସ୍ତକରେ ସ୍ଥାନିତ କରାଇ ନିଜକୁ ଧନ୍ୟ ମନେ କରିଛି ।

ବାସ୍ତବିକ ପ୍ରଫେସର ଅନିମା କର କେବଳ ସ୍ୱାମୀ ଶରତ କରଙ୍କ ମାର୍ଗ ଦର୍ଶକ ନଥିଲେ ହଜାର ହଜାର ଛାତ୍ରୀଙ୍କ ମାର୍ଗଦର୍ଶିକା ଥିଲେ । ସତ୍ୟନଗର ସ୍ମଶାନରେ ପ୍ରଫେସର କରଙ୍କ ଅନ୍ତିମ ସଂସ୍କାର ସମାହିତ ହୋଇଛି । କେବଳ ସମ୍ବଳ ହୋଇ ରହିଲା ସ୍ମୃତି ତର୍ପଣ। ସେହି ମହିୟସୀ କଣ୍ଠଶିଳ୍ପୀ ପ୍ରଫେସର ଅନିମା କରଙ୍କ ମହାନ୍ ଆତ୍ମା ର ଦେବଲୋକ ପ୍ରାପ୍ତି ହେଉ, ଏତିକି ପରମେଶ୍ବରଙ୍କ ନିକଟରେ ଆଜିର ପ୍ରାର୍ଥନା ।

ଏକାଦଶୀ ପ୍ରଧାନ

ଏକାଦଶୀ ପ୍ରଧାନ

ପ୍ରତିଷ୍ଠାତା ସଭାପତି
ମାହାଙ୍ଗା ସାହିତ୍ୟ ସମାଜ ଏକାଡେମୀ
ମୋ - ୯୯୩୭୯୦୬୧୫୪

Related Posts

ଓଡ଼ିଆ ଅସ୍ମିତାର ମନ୍ତ୍ରଦାତା : ମଧୁବାବୁ
More

ଓଡ଼ିଆ ଅସ୍ମିତାର ମନ୍ତ୍ରଦାତା : ମଧୁବାବୁ

by Saswat Ranjan Das
April 28, 2026

ଇଂ. ଶାଶ୍ଵତ ରଞ୍ଜନ ଦାସ, କଟକ, ୨୮ ଅପ୍ରେଲ ୨୦୨୬ ଓଡ଼ିଶାର ଇତିହାସ କେବଳ ଘଟଣାବଳୀର ସମାହାର ନୁହେଁ, ବରଂ ଏହା ତ୍ୟାଗ, ଶୌର୍ଯ୍ୟ ଏବଂ ଆତ୍ମାଭିମାନର...

Read more
ନିର୍ଭୀକ ର ପ୍ରଥମ ମୁଦ୍ରାକର : ପ୍ରଭାତ କୁମାର କର (ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ)

ନିର୍ଭୀକ ର ପ୍ରଥମ ମୁଦ୍ରାକର : ପ୍ରଭାତ କୁମାର କର (ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ)

April 27, 2026
ନୂତନ ନର୍ସିଂ ଶିକ୍ଷାନୁଷ୍ଠାନ ପାଇଁ ଆପତ୍ତି ବିହୀନ ପ୍ରମାଣପତ୍ର

ନୂତନ ନର୍ସିଂ ଶିକ୍ଷାନୁଷ୍ଠାନ ପାଇଁ ଆପତ୍ତି ବିହୀନ ପ୍ରମାଣପତ୍ର

April 23, 2026
Vipul’s Voice: One Kilogram of Awareness

Vipul’s Voice: 
One Kilogram of Awareness

April 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୪)

April 14, 2026
Why We Buy Brands That Make Us Feel “Complete”

Why We Buy Brands That Make Us Feel “Complete”

April 1, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.