• About
  • Contact
Tuesday, July 28, 2026
Tuesday, July 28, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ବିଚ୍ଛନ୍ଦ ଚରଣ ପଟ୍ଟନାୟକ: କଳିଙ୍ଗ ଭାରତୀର ପ୍ରାଣ

ବିଚ୍ଛନ୍ଦ ଚରଣ ପଟ୍ଟନାୟକ: କଳିଙ୍ଗ ଭାରତୀର ପ୍ରାଣ
Share on FacebookShare on Xshare on Whatsappshare on Linkedin
ଡାକ୍ତର ଅଂଶୁମାନ କର, ସମ୍ପାଦକ, କଳିଙ୍ଗ ଭାରତୀ, ଭୁବନେଶ୍ୱର, ୨୦ ଜାନୁଆରୀ ୨୦୨୪

ଗୋଟିଏ ଜାତିର ଇତିହାସରେ ଲୁକାୟିତ ହୋଇ ରହିଥାଏ କିଛି କାହାଣୀ ଆଉ କିଛି କିମ୍ବଦନ୍ତୀ। ସେହି ହଜିଯାଇଥିବା ସ୍ମୃତିରେ ହଜି ଯାଇଥାନ୍ତି ଅନେକ ବରପୁତ୍ର ଓ ତାଙ୍କର ବରେଣ୍ୟ ଯୋଗଦାନ। ଗୋଟିଏ ଜାତିର ବିକାଶ ଏହାର ଅତୀତକୁ ଭୂଲି କରି କେବେ ହେବ ନାହିଁ। ତେଣୁ ଓଡିଶାକୁ ନିଜର ପୂର୍ବ ଗୌରବ ଓ ଗରିମା କୁ ସ୍ମରଣ କରିବାକୁ ଯାଇ ପ୍ରଚାର ହେଲା – କଳାରେ ଶ୍ରେଷ୍ଠ କୋଣାର୍କ, ସାହିତ୍ୟରେ ଶ୍ରେଷ୍ଠ ଭଞ୍ଜ ଏବଂ ଜାତିର ଶ୍ରେଷ୍ଠ ସ୍ୱୟଂ ପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ।

୧୯୪୦-୪୨ ମସିହା ସମୟରେ ଯେଉଁ ବ୍ୟକ୍ତି ଓଡିଆ ତଥା ଓଡିଶାର ଏହି ତିନି ଶ୍ରେଷ୍ଠ ପରିଚୟକୁ ଧରି ଏକ ସାହିତ୍ୟ ଆନ୍ଦୋଳନ ଆରମ୍ଭ କରିଥିଲେ ସେ ହେଉଛନ୍ତି କବି ଶ୍ରୀ ବିଚ୍ଛନ୍ଦ ଚରଣ ପଟ୍ଟନାୟକ। ଖୋର୍ଦ୍ଧାରେ ଜନ୍ମ ଲାଭ କରି ଜନ୍ମ ରୁ ଖଞ୍ଜ ଏହି ମହାନ ଚିନ୍ତାନାୟକ ପିଲାଟି ଦିନୁ ଜାତିୟତା ବୋଧରେ ଉଦ୍‌ବୁଦ୍ଧ ହେଉଥିଲେ। ନିଜର ଶାରୀରିକ ଅପାରଗତା କୁ ନିଜର ଦୃଢ ଇଚ୍ଛାଶକ୍ତି ଓ ଲେଖନୀର ବଳରେ ପରାସ୍ତ କରିକି ସେ ନିଜେ ଜାତି ଲାଗି ଉଦାହରଣ ସୃଷ୍ଟି କରିଥିଲେ। ପ୍ରଭୁ ଜଗନ୍ନାଥଙ୍କ ଅନନ୍ୟ ଭକ୍ତ, ଓଡିଆ ସାହିତ୍ୟର ପ୍ରଚଣ୍ଡ ସମର୍ଥକ ଓ ଆମ ସଂସ୍କୃତି ଏବଂ କଳା ପ୍ରଚାର ପ୍ରସାର ରେ ନିଜକୁ ସମର୍ପିତ କରିଥିବା ବିଚ୍ଛନ୍ଦ ବାବୁ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସଂଗ୍ରାମ କରି ଚାଲିଥିଲେ।

ସାହିତ୍ୟ ସଂଗ୍ରାମର ଏହି କୁରୁକ୍ଷେତ୍ରରେ ତାଙ୍କ ଦୂରଗାମି ଚିନ୍ତାଧାରାର ମାନସ ପୁତ୍ର – ଓଡିଶାର ପ୍ରଥମ ଛାତ୍ର ସାହିତ୍ୟ ସମାଜ “ଉତ୍କଳ ଛାତ୍ର ସାହିତ୍ୟ ସମାଜ” ଓ ଦ୍ୱିତୀୟ ସର୍ବ ପୂରାତନ ସାହିତ୍ୟ ପରିଷଦ “କଳିଙ୍ଗ ଭାରତୀ” ଆଜି ମଧ୍ୟ ୮୦ ବର୍ଷ ଧରି ସଂଗ୍ରାମ କରୁଛି। ବିଚ୍ଛନ୍ଦ ବାବୁଙ୍କ ସ୍ୱପ୍ନ ଥିଲା ସଂସ୍କୃତିର ସହର କଟକର ମଧ୍ୟବର୍ତ୍ତୀ ସେତେବେଳର ‘ରବିନ୍ଦ୍ର ଯୁଗୀୟ’ ପରମ୍ପରାକୁ କୁଠାରଘାତ କରି “ଭଞ୍ଜୀୟ ନେତୃତ୍ୱଧୀନ” ସାହିତ୍ୟ ଚର୍ଚ୍ଚା ଏକ ବିକଳ୍ପ ସୃଷ୍ଟି କରୁ। ସମର୍ଥ ଗୁରୁଙ୍କ ଯୋଗ୍ୟ ଛାତ୍ର – ପଦ୍ମଶ୍ରୀ ରଜତ କୁମାର କର, ଶ୍ରୀ ହୃଦାନନ୍ଦ ରାୟ, ଡାକ୍ତର କବି ପ୍ରସାଦ ମିଶ୍ର, ଶ୍ରୀ ଚନ୍ଦ୍ରଶେଖର ନନ୍ଦ, ଡାକ୍ତର ଶୈଳେଶ୍ୱର ନନ୍ଦ, ଶ୍ରୀ ଶରତ କୁମାର କର ଇତ୍ୟାଦି ମାନଙ୍କ ଅପ୍ରାଣ ଚେଷ୍ଟାରେ ଓଡିଆ ଭାଷା ଓ ସାହିତ୍ୟର ପ୍ରଚାର ରେ ଆମେ ଯଥେଷ୍ଟ ଆଗକୁ ଆସିଛେ।

ନିଜର ସମ୍ପତ୍ତି କହିଲେ ବିଚ୍ଛନ୍ଦ ବାବୁ ସବୁ କିଛି କଳିଙ୍ଗ ଭାରତୀ ଓ ଉତ୍କଳ ଛାତ୍ର ସାହିତ୍ୟ ସମାଜର ଗଠନରେ ନ୍ୟସ୍ତ କରି ଭଞ୍ଜଙ୍କ ଭାଷାରେ “କ୍ଷିତି କ୍ଷାତି” କୁ ସମର୍ପି ଦେଇଥିଲେ। ତାଙ୍କର ପୁତ୍ର ସ୍ୱର୍ଗତ ପୁରୁଷୋତ୍ତମ ପଟ୍ଟନାୟକ, ତାଙ୍କ କନ୍ୟା ଶ୍ରୀମତୀ ରାଜଲକ୍ଷ୍ମୀ ମହାନ୍ତି ବାପାଙ୍କ ଆଦର୍ଶକୁ ସ୍ୱୀକାର କରି ସାହିତ୍ୟ ସାଧନାରେ ବ୍ରତୀ ଥିଲେ। ନିଜର ତିନି ସନ୍ତାନ ଓ ଅନେକ ଛାତ୍ରଙ୍କ ଭିତରେ “ଗୁରୁଦେବ” କେବେ କୌଣସି ପାର୍ଥକ୍ୟ ଦେଖିନଥିଲେ। ଭାରତୀୟ ଗୁରୁକୁଳ ପରମ୍ପରାର ଅନନ୍ୟ ପରିଚୟ ହେଉଛି ଗୁରୁ-ଶିଷ୍ୟର ପରିବାର ସମ ସଂପର୍କ। କଳିଙ୍ଗ ଭାରତୀ ପରିବାରରେ ଆଜି ମଧ୍ୟ ସେଇ ପରମ୍ପରା ଦେଖିବାକୁ ମିଳେ।

୧୯୪୪ ରୁ ଆଜି ପର୍ଯ୍ୟନ୍ତ ମହାନଦୀରେ ଅନେକ ଧାର କଟକ କୂଳ ଛୁଇଁ ବହି ଯାଇଛି। ଏବଂ ଏହି କୂଳର ତୀରରେ ବରଗଛ ଭଳି ବଢି ଚାଲିଛି କଳିଙ୍ଗ ଭାରତୀ ର ପ୍ରତିଷ୍ଠାତା ବିଚ୍ଛନ୍ଦ ଚରଣ ପଟ୍ଟନାୟକଙ୍କ ସ୍ୱପ୍ନର ଉତ୍କଳ।

। । ଜୟ ମା କଳିଙ୍ଗ ଭାରତୀ । ।

Dr. Ansuman Kar

Dr. Ansuman Kar

The Author is a doctor by profession with a passion for literature. He is a noted columnist, author, poet and literary researcher. He is presently the Secretary of Kalinga Bharati and Utkal Chhatra Sahitya Samaj, Cuttack.
N-1/183, IRC VILLAGE
9778030494

Related Posts

Vipul’s Voice: Realisation at the age of 70
More

Vipul’s Voice:
 Realisation at the age of 70

by Vipul Agarwal
July 19, 2026

Vipul Agarwal, Delhi, 19 July 2026 I fail to even imagine how it will feel when somebody realises at the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
ରଥଯାତ୍ରାର ପୌରାଣିକ ତଥ୍ୟ

ରଥଯାତ୍ରାର ପୌରାଣିକ ତଥ୍ୟ

July 16, 2026
ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

July 12, 2026
Dhanada’s Discourse: In Praise of Productive Hallucinations

Dhanada’s Discourse:
In Praise of Productive Hallucinations

July 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.