• About
  • Contact
Thursday, March 12, 2026
Thursday, March 12, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଦ୍ୱିତୀୟ ଭଞ୍ଜ ଗୋଲୋକ ଚନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ

ଦ୍ୱିତୀୟ ଭଞ୍ଜ ଗୋଲୋକ ଚନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ
Share on FacebookShare on Xshare on Whatsappshare on Linkedin
ଶ୍ରୀ ଦାଶରଥୀ ଶତପଥୀ, ଭୁବନେଶ୍ଵର, ୨୫ ଜାନୁଆରୀ ୨୦୨୪

“କବି ସ୍ୱୟଂଭୂ ପରିଭୂଃ” ଅର୍ଥାତ୍ ଏ ଜଗତରେ କବି ହେଉଛି ଦ୍ୱୀତିୟ ସ୍ରଷ୍ଟା ପୁରୁଷ । ସେ ସବୁବେଳେ ସମାଜର ଉନ୍ନତି ସାଧନା ସହିତ ସାଧାରଣ ଜନତାଙ୍କ ସୁଖ ଶାନ୍ତି ପ୍ରଦାନ କରିବାର ପ୍ରୟାସ କରି ଲେଖନି ମାଧ୍ୟମରେ ନିଜକୁ ଏକୀଭୂତ କରିଦିଏ । କବି ଏକ ଜାତି ଓ ଦେଶର ଉପକାର ପାଇଁ ବହୁ କଷ୍ଟ ସାଧନ କରି ଅମୃତର ବାରି ଧାରା ବର୍ଷଣ କରିବାକୁ ଚେଷ୍ଟା କରି ସଫଳ ହୋଇଥାଏ । ସମାଜରେ ଭାତୃତ୍ୱ ପ୍ରତିଷ୍ଠା, ସାମାଜିକ ପ୍ରତିଷ୍ଠା ଏବଂ ଦେଶ କାଳର ସଂକୀର୍ଣ୍ଣତା ଭେଦ କରି, ଧନୀ, ନିର୍ଦ୍ଧନମାନଙ୍କର ପ୍ରାଚୀରକୁ ଭେଦ କରି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମଭାବାପନ୍ନ ମୂର୍ତ୍ତିମନ୍ତ ଉଦାରର ପ୍ରତୀକଭାବେ ପ୍ରତିଷ୍ଠିତ ହୋଇଥାନ୍ତି । ସାମାଜିକ ଜୀବନର ଭଲ, ମନ୍ଦ, ସୁଖ, ଦୁଃଖ, ହାନି, ଲାଭ, ସୁବିଧା, ଅସୁବିଧା, ସୁରୁଚୀ, କୁରୁଚୀ, ଆନନ୍ଦ, ବିଷାଦ ଭିତରେ ଅମୃତର ସ୍ୱାଦ ପାଉ ସାହିତ୍ୟର ସୃଷ୍ଟି ଭିତରେ । ସାହିତ୍ୟ ହିଁ ସମାଜର ଦର୍ପଣ ଭଳି ଯାହାକି ସାମାଜିକ ଦାୟିତ୍ୱବୋଧକୁ ନେଇ ଭାରତୀୟ ସଂସ୍କୃତିରେ ଋୁଷିକଣ୍ଠରେ ଉଚ୍ଚାରିତ ହୋଇ ଉଠେ :-

“ ସର୍ବେ ଭବନ୍ତୁ ସୁଖୀନ, ସର୍ବେ ସନ୍ତୁ ନିରାମୟା
ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ ମା କଶ୍ଚିତ ଦୁଃଖ ଭାଗ ଭବେତ୍ ” ।

ଭାରତୀୟ ସଂସ୍କୃତିର ମୌଳିକ ବିଶେଷତ୍ୱ ଆଧ୍ୟାତ୍ମିକତାକୁ ନିଛକଭାବେ ଅନେକ କବି ଓ ଲେଖକ ଲେଖନୀ ମାଧ୍ୟମରେ ପରିପ୍ରକାଶ କରିଅଛନ୍ତି । ସେମାନଙ୍କ ମଧ୍ୟରୁ ଯେଉଁ କେତେଜଣ ଯୋଗଜନ୍ମା ବରପୁତ୍ର ଆମ ଓଡିଆ ସାହିତ୍ୟକୁ ଋଦ୍ଧିମନ୍ତ କରିଛନ୍ତି ସେମାନଙ୍କ ମଧ୍ୟରେ କବି ଦ୍ୱିତୀୟ ଭଞ୍ଜ ଗୋଲୋକ ଚନ୍ଦ୍ର ପ୍ରଧାନ ହେଉଛନ୍ତି ଅନ୍ୟତମ । କଟକ ଜିଲ୍ଲାର ମାହାଙ୍ଗା ମାଟିରେ ଉତ୍କଳୀୟ ସାରସ୍ୱତ ମାଟିରେ କବି ଦ୍ୱିତୀୟ ଭଞ୍ଜ ଗୋଲୋକ ଚନ୍ଦ୍ର ପ୍ରଧାନ ୧୮୯୬ ମସିହା ଜାନୁଆରୀ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଓଡିଆ ଭାଷା ସାହିତ୍ୟର ଉନ୍ମେଷ ପାଇଁ ଆଜୀବନ ଉତ୍ସର୍ଗୀକୃତ, ଓଡିଶାର ବିଶ୍ୱବନ୍ଦନୀୟ କବି ସମ୍ରାଟ ଉପେନ୍ଦ୍ରଭଞ୍ଜକର ଅଲୌକିତ କବିତ୍ୱରେ ଉଦବୁଦ୍ଧ ହୋଇ ପ୍ରଚଣ୍ଡ ଇଚ୍ଛାଶକ୍ତି, ଆତ୍ମବିଶ୍ୱାସ, ନୀତିନିଷ୍ଠ କାର୍ଯ୍ୟ, ନିରବଚ୍ଛିନ୍ନ ସାହିତ୍ୟ ସାଧନା ବଳରେ ହୋଇପାରିଥିଲେ ପ୍ରଚଣ୍ଡ ପ୍ରତିଭାଧାରୀ, ବରେଣ୍ୟ, ପୂଜ୍ୟ ସୁନାମଧନ୍ୟ ସାହିତ୍ୟିକ ।

ପ୍ରାଚୀନ ଆଖ୍ୟାନ ଓ ପୌରାଣିକ କାହାଣିକୁ ନୂତନ ଶୌଳୀରେ ପରିବେଷଣ କରି ସେ ନିଜ ଲେଖନୀରେ ବଳିଷ୍ଠ ପ୍ରମାଣ ଦେଇଥିଲେ । ଭାରତୀୟ ସଂସ୍କୃତି, ଆଦର୍ଶ, ପରଂପରା ଦ୍ୱାରା ସଂପୁର୍ଣ୍ଣ ରୂପେ ଅନୁପ୍ରାଣୀତ ହୋଇ ପରିବେଶ ଓ ପରିସ୍ଥିତିକୁ ଲକ୍ଷ୍ୟ କରି, କେବଳ କବି ଭାବରେ ନୁହେଁ ଜଣେ ଦାର୍ଶନିକ ଭାବରେ ଦ୍ୱିତୀୟ ଭଞ୍ଜ ଗୋଲୋକ ଚନ୍ଦ୍ର ପ୍ରଧାନ ତାଙ୍କ ଲେଖନୀ ମାଧ୍ୟମରେ ଯେଉଁ ଦିଗଦର୍ଶନ ଦେଇଛନ୍ତି ତାହା ଏହି ଜାତିକୁ ପ୍ରାଣ, ପ୍ରାଚୁର୍ଯ୍ୟ ପ୍ରଦାନ କରିଆସୁଅଛି ।

ସାରସ୍ୱତ ମହିମାରେ ମହିମାନ୍ନିତ ମାହାଙ୍ଗା ମାଟିର ସଂସ୍କୃତି ପୁରୁଷ ଦ୍ୱିତୀୟ ଭଞ୍ଜ ଗୋଲୋକ ଚନ୍ଦ୍ର ପ୍ରଧାନ ଆଧୁନିକ ଯୁଗରେ ଓଡିଆ ରୀତି ପରଂପରାର ଶେଷ ପ୍ରତିନିଧି ଓ ଅନନ୍ୟ କାବ୍ୟ କଳାର ଶ୍ରେଷ୍ଠ ନିର୍ମାତା । କାବ୍ୟ କବିତା ରଚନା ପାଇଁ ଜୀବନର ସମସ୍ତ ସମୟକୁ ଉତ୍ସର୍ଗ କରି ସେ ସୃଷ୍ଟି କରିଥିଲେ “କାଳଜୟୀ କାବ୍ୟ”, “ଇନ୍ଦୁରେଖା”, “ସତ୍ୟଭାମା”, “ତୁଳସୀ ବିଳାସ” , “ଶ୍ରୀରଘୁନାଥ”, “ଅର୍ଜୁନ”, “ନମେଭକ୍ତ ପ୍ରଣସ୍ୟତି (କାବ୍ୟ)”, “ରାକ୍ଷସୀ କନ୍ୟା”, “ବିରେଭଦ୍ରେଶ୍ୱର”, “ସନ୍ଥ ଅରକ୍ଷିତ ଦାସ”, “ଯୋଗଦର୍ଶନ”, “ଦେବକୂଟ”, “ଦକ୍ଷିଣା”, ପ୍ରାଚୀନ ତଥା ପୌରାଣିକ କଥାବସ୍ତୁକୁ ନୂତନ ରୂପରେଖ ଦେଇ ଓଡିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି । ଶିକ୍ଷା, ସଂସ୍କୃତି ଓ ପରପଂରା ସଭ୍ୟତାକୁ ଧରି ରଖିବା ପାଇଁ ଏବଂ ତାର ସର୍ବବିଧ ଉନ୍ନତି କରିବା ଦିଗରେ ତାଙ୍କର ଅକ୍ଲାନ୍ତ ପରିଶ୍ରମ ଓଡିଆ ଜାତି ପାଖରେ ସର୍ବଦା ପ୍ରଶଂସନୀୟ । ଭାଷା ସାହିତ୍ୟ ଓ ମାତୃଭାଷାକୁ ଅଗ୍ରାଧିକାର ଦେଇ ବିଶ୍ୱ ସାହିତ୍ୟରେ ତଥା ଓଡିଆ ସାହିତ୍ୟର ବିକାଶ ଧାରାରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ।

ଭଞ୍ଜଯୁଗୀୟ ସାହିତ୍ୟ ଆଧାରରେ ଆଧୁନିକ ଯୁଗର କବି ଦ୍ୱିତୀୟ ଭଞ୍ଜ ଗୋଲୋକ ଚନ୍ଦ୍ର ପ୍ରଧାନଙ୍କ କାବ୍ୟ ର ରୂପ କଳ୍ପ ଏକରକମ ଭଞ୍ଜସାହିତ୍ୟ ଦ୍ୱାରା ପ୍ରଭାବିତ ବୋଲି ତାଙ୍କ ଲେଖନୀରୁ ଜଣାପଡେ । ତାଙ୍କ ଲିଖିତ “ ଇନ୍ଦୁରେଖା”, “ସତ୍ୟଭାମା” ସାରସ୍ୱତ ଜଗତରେ କାଳଜୟୀ ସ୍ୱାକ୍ଷର ବହନ କରେ । ରୀତିଯୁଗୀୟ ପରଂପରାକୁ ଆଧାର କରି ଉକ୍ତ ଦୁଇଟି କାବ୍ୟ ଓଡିଆ ସାହିତ୍ୟ ଭଣ୍ଡାରର ଅମୂଲ୍ୟ ସଂପଦ ଯାହାକି ଉତ୍କଳୀୟ ପାଲା ସଂସ୍କୃତିରେ ପାଲାଗାୟକମାନଙ୍କ ମଧ୍ୟରେ ବେଶ୍ ଖ୍ୟାତିଲାଭ କରିବା ସଙ୍ଗେ ସଙ୍ଗେ ସାଧାରଣ ଜନତାଙ୍କ ହୃଦୟକୁ ସ୍ପର୍ଶ କରିଛି ।

ଦ୍ୱିତୀୟ ଭଞ୍ଜ ଗୋଲୋକ ଚନ୍ଦ୍ର ପ୍ରଧାନଙ୍କ ରଚିତ “ଗୋମାତା,” “ଇନ୍ଦୁରେଖା”, “ତୁଳସୀ ବିଳାସ” ପ୍ରଭୃତି ସୃଷ୍ଟି ସମ୍ଭାର ମୌଳିକ ରଚନା ହୋଇଥିବାସ୍ଥଳେ ଅପର ପକ୍ଷରେ ମହାପୁରୁଷ ଅରକ୍ଷିତ ଦାସଙ୍କ ଉପରେ ଲିଖିତ ତଥ୍ୟପୁର୍ଣ୍ଣ ପୁସ୍ତକ ଐଶ୍ୱରିକ ଭାବନାରେ ପରିପୁର୍ଣ୍ଣ ଏବଂ ଏଥିରେ ବିକ୍ଷୀପ୍ତ ଚିନ୍ତା ଚେତନା ସହିତ ଅରକ୍ଷିତ ତତ୍ତ୍ୱର ଯେଉଁ ବିଶ୍ୱଭାତୃତ୍ୟ ଓ ଉଦାରତା ଦେଖିବାକୁ ମିଳେ ତାହା ଅନନ୍ୟ । ସାରସ୍ୱତ ଭଣ୍ଡାରକୁ ଉଜ୍ଜୀବିତ କରି ରଖିଥିବା ଦ୍ୱିତୀୟ ଭଞ୍ଜ ଗୋଲୋକ ଚନ୍ଦ୍ର ପ୍ରଧାନ ଆଜି ଇହଜଗତରେ ଆଉ ନାହାଁନ୍ତି ସତ ତଥାପି ତାଙ୍କର ସାହିତ୍ୟ, ସାଧନା, ତ୍ୟାଗ ଓ ଅବଦାନ ପାଇଁ ସେ ଓଡିଶାରେ ଚିରସ୍ମରଣୀୟ ହୋଇରହିଛନ୍ତି ।

Dasarathi Satapathy

Dasarathi Satapathy

Former Secretary, Odisha Legislative Assembly
Mob No– 9337449373

Related Posts

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି
More

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

by ପ୍ରଭୁକଲ୍ୟାଣ ମହାପାତ୍ର
March 11, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୧ ମାର୍ଚ୍ଚ ୨୦୨୬ ପୂର୍ବତନ ବିଧାୟକ ପରମାନନ୍ଦ ମହାନ୍ତି ଏଭଳି ଜଣେ ବ୍ୟକ୍ତି ଥିଲେ, ଯାହାଙ୍କୁ ଦଳମତ ନିର୍ବଶେଷରେ ସମସ୍ତେ ଶ୍ରଦ୍ଧା ଓ...

Read more
Dhanada’s Discourse: In the Aftermath of the US Losing the War to Iran: Prof Jiang

Dhanada’s Discourse:
In the Aftermath of the US Losing the War to Iran: Prof Jiang

March 8, 2026
Jay’s Thoughts:Dated Rituals and our unquestioning acceptance of them

Jay’s Thoughts:
Dated Rituals and our unquestioning acceptance of them

February 22, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୨)

February 15, 2026
Fifty-five Years of Unspoken & Emotional Journey of a Journalist’s Wife

Fifty-five Years of Unspoken & Emotional Journey of a Journalist’s Wife

February 9, 2026
Dhanada’s Discourse:When Mobs Call the Shots: India’s Slide from Pluralism to Peril

Dhanada’s Discourse:
When Mobs Call the Shots: India’s Slide from Pluralism to Peril

February 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.