• About
  • Contact
Thursday, August 27, 2026
Thursday, August 27, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଯୌବନ

ଯୌବନ
Share on FacebookShare on Xshare on Whatsappshare on Linkedin
ରଷ୍ନି ସାମଲ, ଭୁବନେଶ୍ଵର, ୧ ଫେବୃଆରୀ ୨୦୨୪

ନନ୍ଦିନି କୁ ମାତ୍ର ତେର ପୁରୀ ଚଉଦ ବରଷ ହୋଇଥାଏ, ନୂଆ ନୂଆ ଯୌବନ ର ପ୍ରଥମାର୍ଦ୍ଧରେ ପାଦ ଦେଉଥାଏ। ଭଲ ମନ୍ଦ ପରଖିବା ବୟସ ମଧ୍ୟ ହୋଇ ନଥାଏ। ଦୁନିଆର ରୀତି ନିତି ଚିତ୍ର ଓ ଚରିତ୍ର ବିଷୟରେ ଥିଲା ସେ ସମ୍ପର୍ଣ୍ଣ ଅଜ୍ଞ। କୋମଳ ଶିଶୁ ସୁଲଭ ମୁଖ ମଣ୍ଡଳ ତାର, ଆଖି ଦୁଇଟି ଅତି ଚଳ ଚଞ୍ଚଳ, ସରଳ ଏବଂ ବୁଦ୍ଧିମାନ। ହେଲେ କଣ ହେବ, ଧନ ଅଭାବ ରୁ ପାଠପଢ଼ାରେ ତାର ଅଧାରୁ ଡୋରୀ ବନ୍ଧା ହୋଇଛି।ପରିବାର କହିଲେ ଉପର ତଳ ହୋଇ ଭାଇ ଭଉଣୀ ଦୁଇ ଜଣ, ତାର ମାଆ, ବାପା। ଭୁବନେଶ୍ୱର ର ଶାନ୍ତିସାହି ବସ୍ତିରେ ଗୋଟେ ଛୋଟିଆ ବଖୁରିକିଆ ଆଜବେଷ୍ଟସ ଘରେ ଚାରିଜଣ ଯାକ ରୁହନ୍ତି। ସରକାରଙ୍କ ଦୟାରୁ ବିଜୁଳି ଓ ପାଣି ର ସୁବିଧା ଘର ଯାଏ ହୋଇଯାଇଛି। କିଛି ଦୂରରେ ଥିବା ସରକାରୀ କ୍ୱାଟର ରେ ରହୁଥିବା ଜଣେ ବଡ଼ ବାବୁଙ୍କ ଘରେ ମାଆ ତାର ବାସନ ମଜ଼ା ଠାରୁ ଆରମ୍ଭ କରି ସମସ୍ତ କାମ କରେ, ଯାହା କିଛି ପଇସା ଆଣେ ସେଥିରେ କଷ୍ଟେ ମଷ୍ଟେ ମାସଟା ଯାକ ତେଲ ଲୁଣ ସଉଦା ପାଇଯାଏ। ନନ୍ଦିନି ର କାମ ହେଲା, ମାଆ ବାବୁ ଘର କାମକୁ ଯାଇସାରିଲା ପରେ ଭାତ ଡାଲି ତରକାରୀ ଯାହା କିଛି କରି ରଖିଦେଇଥାଏ। ସିଲଭର ଗରା ଓ ବାଲ୍ଟିରେ ପାଣି ସବୁ ଭର୍ତି କରି ଥୋଇଦିଏ, ଓ ଘର ଦ୍ୱାର ଝାଡ଼ୁ ମଧ୍ୟ ମାରି ଦେଇଥାଏ। ବାପା ତାର ଯେଉଁ ହୋଟେଲ ରେ କାମ କରେ ରାତି ଅଧକୁ ପେଟେ ମଦ ପିଇ ଘରକୁ ଫେରିଥାଆନ୍ତି। ମାଆ କୁ ଅଧା ବାଟରୁ ସୋଧି ସୋଧି ଘରକୁ ଆସିବା ତାଙ୍କ ନୀତି ଦିନିଆ ଅଭ୍ୟାସ। ଯାହା ହେଉ, ଏମତି ଦୁଃଖେ ସୁଖେ ଚଳୁଥିଲେ ପରିବାର, ହେଲେ ମାଆକୁ ତାର ତିନି ଦିନ ଧରି ପ୍ରବଳ ଖଇଫୁଟା ଜ୍ଵର ହେଲା। କମିବାର ନାଁ ଧରିଲାନି। କଣ ଆଉ କରିବ, ପାଖରେ ଥିବା ସରକାରୀ ଡାକ୍ତର ଖାନାକୁ ଯାଇ ସବୁ ରକ୍ତ ନମୁନା ପରୀକ୍ଷା ନିରୀକ୍ଷା କରିବାରୁ ମେଲେରିଆ ବୋଲି ଡାକ୍ତରବାବୁ କହିଲେ। ନନ୍ଦିନି ଉପାୟ ନ ପାଇ ଆଗୁଆ ଯାଇ ସେହି ବାବୁ ଘରୁ କିଛି ପଇସା ଆଣି ମାଆ ପାଇଁ ସାଗୁ ଦାନା, ଚିନି, ଫଳ ମୂଳ ଓ ଔଷଧ ପତ୍ର ଟିକେ ନେଇ ଆସିଲା, ମାଆ କିପରି ଜଲ୍ଦି ଭଲ ହେବ ନନ୍ଦିନି ଚିନ୍ତାରେ ଥାଏ। ଏହି ମେଲେରିଆ ଜ୍ଵର ଯୋଗୁ ମାଆ ର ଶରୀର ଅତ୍ୟନ୍ତ ଦୁର୍ବଳ ଦେଖି ବେଶୀ ପରିଶ୍ରମ ନ କରି କିଛିଦିନ ବିଶ୍ରାମ ନେବାକୁ ଡାକ୍ତର ବାବୁ ମଧ୍ୟ ତାକୁ କହିଥିଲେ।କିନ୍ତୁ ବାବୁ ଘର ପଇସା କାଟିବା ଭୟରେ ମାଆ କରୁଥିବା କାମ ଯାଇ ନନ୍ଦିନି ସବୁଦିନେ କଲା, କାମ ନ କଲେ ଖାଇବେ କଣ ବୋଲି ଭାବିଲା। ବାବୁ ବାବୁଆଣି ଦୁଇ ଜଣ ଯାକ ସରକାରୀ ଅଫିସର, ତାଙ୍କ ଛୁଆ ରଖିବା ସହ ଅନ୍ୟ ସବୁ କାମ କଷ୍ଟ ହେଲେ ମଧ୍ୟ କରିଦିଏ ନନ୍ଦିନି।ବାବୁ ଙ୍କ ସେବା ବାଧ୍ୟରେ ତାକୁ କରିବାକୁ ପଡ଼େ। ଖରାବେଳେ ବାବୁ ଘରକୁ ଖାଇବାକୁ ଆସି ବିଶ୍ରାମ ନେଇ, ପୁଣି ଅଫିସ କୁ ଚାଲି ଯାଆନ୍ତି। ବାବୁ କିନ୍ତୁ ତାର ସେହି କଅଁଳ ଗାଲରେ ଟିକେ ହାତ ଲଗେଇ ଦିଅନ୍ତି, କେତେବେଳେ ତା ମୁଣ୍ଡ ବାଳକୁ ସାଉଁଳେଇ ଦିଅନ୍ତି। ହେଲେ ନନ୍ଦିନି ଏ ସବୁ କଥା ଯାଇ ମାଆକୁ ବିଲକୁଲ କହେନି। ସବୁ ଟିକି ନିଖି ଶୁଣିଲେ ଯଦି ବାବୁ ଘର କାମ ମାଆ ବନ୍ଦ କରିଦେବ, ଘର ଚଳିବ କେମିତି? ସାନ ଭାଇଟି ଟିଉସନ ଯାଉଛି, ସେ ପଇସା ଆସିବ କୋଉଠୁ? ଏମତିରେ ଦୁଇ ମାସ ପନ୍ଦର ଦିନ ବିତିଗଲା। ମାଆ ମଧ୍ୟ ଟିକେ ଭଲ ହୋଇ ଆସିଲା। ଦିନେ ନନ୍ଦିନି କହିଲା, “ମାଆ ମୁଣ୍ଡଟା କାହିଁକି ବୁଲୋଉଛି, ଆଜି ଆଉ କାମକୁ ଯାଇ ପାରିବିନି”। ମାଆର ପୁରୁଣା ଶାଢ଼ୀ କାନିଟାକୁ ତଳେ ବିଛେଇ ମୁଂହ ମାଡ଼ି ଟିକେ ଆଖି ବୁଜି ଚଟାଣରେ ପଡ଼ିରହିଲା। କିଛି ସମୟ ପରେ ମାଆ କହିଲା, “ତୋ ମଦୁଆ ବୋପାକୁ ଭାତ ଗଣ୍ଡେ ବାଢି ଦେ, ସେ ତାର ଖାଇ କି ହୋଟେଲ କାମକୁ ଯିବ। ଆଉ ନିଜେ କଣ ଟିକେ ଖାଇ ଦେଇ ଶୋଇପଡ଼”। ନନ୍ଦିନୀକୁ ସବୁ ଖାଦ୍ୟ ଗନ୍ଧେଇବା ସତ୍ତ୍ୱେ ବାପାକୁ ତାର ଖାଇବା ଦେଇ ସାରି ସେଠାରେ ମୁଠେ ଆଣି କଣ ଖାଇଲା। କିଛି ସମୟ ପରେ ବାହାରକୁ ଯାଇ ଯାହା ଖାଇଥିଲା ସବୁ ବାନ୍ତି କରିଦେଲା।ନନ୍ଦିନି ତାର ମାଆକୁ ଡରି ବରଡ଼ା ପତ୍ର ପରି ଯେପରି ଥରୁଥାଏ।

ମାଆ ମଧ୍ୟ ନନ୍ଦିନିର ଏହି ସବୁ ହାବ ଭାବ ଦେଖୁଦେଖୁ ରାଗରେ ପଞ୍ଚମ ହୋଇଗଲା। କିଛି କାହାକୁ ନ ପଚାରି ଝାଡ଼ୁ ର ଅଗ ପାଖ ଧରି ସେ ମୂଳରେ ପିଟିବାକୁ ଧାଇଁଆସିଲା ନନ୍ଦିନୀକୁ। “ଆଲୋ ଛତରଖାଇ, ଅଲକ୍ଷଣୀ, ପୋଡ଼ାମୁଁହି, ତୁ କୋଉଠି କଣ କଲୁ କିଲୋ? ସବୁ ଇଜତ ମୋର ସାରିଲୁ, ମୁଁ ରାତି ପାହିଲେ ଏ ବସ୍ତି ରେ ଆଉ ଲୋକଙ୍କ ପାଖରେ ମୁଂହ ଦେଖେଇ ପାରିବି ତ? ତୋତେ ସେଇଥି ପାଇଁ କେବେ ମୁଁ କୁଆଡ଼େ ବାହାରକୁ ଛାଡ଼େନି। କି ଅଲକ୍ଷଣା ଜର ଟା ମୋତେ ହେଲା ଯେ, ହେ ପ୍ରଭୁ ମୁଁ ଏବେ କଣ କରିବି, କିଛି ବୁଦ୍ଧି ବାଟ ମୋତେ ଦିସୁନି”। ଏମତି ଖରାପ ଭାଷା କହି ବଡ଼ ରଡି କରି କାନ୍ଦୁଥାଏ ମାଆ ତାର। “ଆମେ ଗରିବ ହେଲେ ବି ଆମର ଇଜତ ଅଛି। ଜାନ ଯାଉ ପଛେ ମାନ ରହୁ, କାନେ କାନେ ସେହି କଥା କୁହେ।ତୋତେ ଗୋଡ଼େ ଗୋଡ଼େ ମୁଁ ଜଗିଥାଏ। ବାବୁ ଘରକୁ ଯିବା ବାଟରେ ଆଉ କାହା ଘରେ ଯାଇ ପଶିଲୁ କିଲୋ, ବାରମ୍ବାର ମୁଁ କହେ ସିଧା ସିଧା ବାବୁ ଘରକୁ ଯିବୁ ସେଇଠୁ କାମ ସାରି ଘରକୁ ଆସିବୁ। ଅଲକ୍ଷଣି ଏବେ ତୋତେ କୋଉ ମେଡ଼ିକାଲ ନେବି କଣ କରିବି?” ଏମତି କହି ବଡ଼ ପାଟିରେ ମଧ୍ୟ ସୋଧୂଥାଏ। “ମୋ ବାବୁ ଆଉ ବାବୁଆଣି ତ ଦେବତା ଭଳି ଲୋକ। ତୁ ଆଉ କୋଉ ରାକ୍ଷସ ପିଶାଚ ଘରକୁ ଯାଇ ଏପରି କୁକର୍ମ କରିଲୁ। ଯା ସେହି ଯୋଗାନିଖିଆ କୁ କହିବୁ ଲୋ ତୋ ପେଟ ସଫା କରିବ। ଆଲୋ ବୋପା ତ ତୋର ମଦୁଆ, ମଦ ରୁ ପେଟେ ପି ଦେଲେ ତାକୁ ଆଉ ଏ ଦୁନିଆରେ କିଛି ଦିସେନି”।

ଭୟରେ କବାଟ କୋଣରେ ଲୁଚି ରହି ଗଣୁ ଗୁଣୁ ହୋଇ ନନ୍ଦିନି ବିକଳରେ ମାଆକୁ ଛଳ ଛଳ ଆଖିରେ ମଟ ମଟ କରି ଅନାଇ ଥାଏ। ଦୁଇ ଆଖିରୁ ଲୁହ ଝରି ପତଳା ଫ୍ରକ ଟା ସାରା ଭିଜି ସାରିଥାଏ। ମାଆ ର ବାବୁ ଙ୍କ ପ୍ରତି ବିଶ୍ଵାସ ଏପରି ଜନ୍ମିଛି ଯେ ତାହା କୌଣସି ପ୍ରକାର ମୁଁ ସଂହାର କରି ପାରିବି ନାହିଁ, ଭାବିଲା ନନ୍ଦିନି।ବାହାରକୁ ଚାହିଁଲେ ମାଆର ଗାଳି। ତା ବାବୁ ଦେବତା କି ପିଶାଚ କେମିତି ତାକୁ କହିବି। ଏହି ପରିବେଶ ଓ ପରିସ୍ଥିତି କୁ ଅକ୍ତିଆର କରିବାକୁ ଚେଷ୍ଠା କରିବ ବୋଲି ଚଉଦ ବର୍ଷର ଝିଅ ନନ୍ଦିନି ଭାବୁଥାଏ। ଏହି କିଛି ଦିନ ଭିତରେ ସମାଜର ଉଚ୍ଚଶିଖିତ, ଓ ପ୍ରତିଷ୍ଠିତ ବଡ଼ଲୋକ ମାନଙ୍କର ଦ୍ରୁଷ୍ଟି ଭଙ୍ଗୀ କାର୍ଯ୍ୟ କଳାପକୁ ପରଖି ସାରିଥିଲା। ଭଦ୍ର ହେବା ପାଇଁ ଶିକ୍ଷା ନୁହେଁ, ଖାଲି ଉଚ୍ଚ ଆସନରେ ବସିବା ନୁହେଁ, ସଂସ୍କାର ଓ ମାନବିକତା ଥିବା ଜରୁରୀ। ଯାହା ସେ ବାବୁ ଙ୍କ ଠାରେ ବିଲକୁଲ ନାହିଁ। କଣ ଆଉ ତର୍ଜମା କରିବ, କାହା ପାଖରେ ବଖାଣିବ ଏ ସବୁ? ବେଳେ ବେଳେ ନିଆଁ ଦେଖା ଯାଏନି କି ଧୂଆଁ ବି ଉଠେନି, ଚୁପ ଚାପ କିଛି ଜିନିଷ ଜଳୁଥାଏ। ଭଦ୍ରମୁଖା ପିନ୍ଧିଥିବା ଲୋକମାନେ ଭୋକିଲା କୁକୁର ଠାରୁ କମ ନୁଁହନ୍ତି।ସର୍ବଦା ସୁଯୋଗ ଉଣ୍ଡୁ ଥାଆନ୍ତି, ସାମାନ୍ୟ ସୁଯୋଗ ପାଇଲେ ଝୁଣିବା ଆରମ୍ଭ କରି ଦିଅନ୍ତି। ସମାଜରେ ଏପରି ଲୋକଙ୍କର ଆଚରଣର ପ୍ରଭାବରେ କେତେ ଯେ ନିରୀହ ମୋ ଭଳି ନିଜର ମାନ ସମ୍ମାନକୁ ଡରି ନୀରବରେ ଗୋଳେଇ ଘାଣ୍ଟି ହୋଇ ମାନସିକ ଦୁର୍ବଳତାକୁ ସହି ନପାରି କିଏ ଆତ୍ମହତ୍ୟା କରେ ତ କିଏ ଦୁନିଆ ଦାଣ୍ଡରେ ପାଗେଳି ହୋଇ ବୁଲେ। ନନ୍ଦିନି ର ଏହା ସବୁ ପ୍ରକାଶ କରିବା ପ୍ରତିବନ୍ଧକ ସାଜିଥିଲା ତା ଗରିବ ପଣ। ଏହା ହିଁ ତାହାର ଦୁର୍ବଳ ପକ୍ଷ, ଯେଉଁଥି ପାଇଁ କଳଙ୍କ କୁ ମୁଣ୍ଡରେ ଲଦି କବାଟ କନ୍ଦିରେ ପଶିଲା। ପଞ୍ଜରା ହାଡ଼ ଥରି ଉଠି ଦିର୍ଘ ନିଶ୍ଵାସ ଟେ ଆପେ ଆପେ ବାହାରି ଆସିଲା ନିଜ ଶରୀରରୁ। ପାଦ ଥରୁଥିଲା ଭୟରେ, ଅସହାୟତା ନିରୂପାୟତା ରେ ଫସିଯାଇଛି ନନ୍ଦିନି। ସମାଜର କଟୁ ଅଲୋଚନା ମାଆ ର ଘୃଣା ଭାବକୁ ମନ ମଧ୍ୟରେ ଓଲଟାଉଥାଏ। ସରଳ ନିଷ୍କପଟ ନନ୍ଦିନି ଚିନ୍ତାକଲା ନିଜକୁ ମରଣ ମୁଁହକୁ ସମର୍ପି ବାକୁ ସେ ଏ ଦୁନିଆକୁ ଆସିନାହିଁ। ବଞ୍ଚିବି ନିଶ୍ଚିତ, ବଞ୍ଚିବି ଅନ୍ୟାୟ ସହ ଲଢ଼ିବାକୁ ଉତ୍ସାହ ଭରା ଚିତ୍ର ସବୁ ମନ ମଧ୍ୟରେ ଭାସି ଆସୁଥାଏ। ଭବିଷ୍ୟରେ ବଡ଼ ବିଚାରକ ହୋଇ ଏହି ଭଳି ଭଦ୍ର ମୁଖା ପିନ୍ଧା ବିଜ୍ଞ ମାନଙ୍କ କାର୍ଯ୍ୟ କଳାପକୁ ବାହାରକୁ ଆଣିବ, ମୋ ପରି ସହ ସହ ଗରିବ ନନ୍ଦିନି ଙ୍କ ମୁଁହରେ ହସ ଫୁଟାଇବ, ଠିକଣା ସମୟରେ ଏହି ସମାଜକୁ ସେ ଜବାବ ଦେବ। ଏହା ତାର ପ୍ରତିଜ୍ଞା, ସେହି ସମୟରେ ନିଜକୁ ଅପ୍ରସ୍ତୁତ ଲାଗୁଥାଏ, କିନ୍ତୁ ମାଆ ର ରାଗ ଶାନ୍ତି ହେବା ଯାଏ କିଛି ସମୟ ପାଇଁ ମନର ବ୍ୟଥାକୁ ଚାପି ରଖି ଲୁଚି ସେହି କବାଟ କଣରେ ହିଁ ଚୁପ ଚାପ ଶୋଇପଡ଼ିଲା। ଅପେକ୍ଷା କରିଥାଏ ଆସନ୍ତା କାଲିର ସୂର୍ଯ୍ୟାଲୋକକୁ ନନ୍ଦିନି।

ରଶ୍ମି ସାମଲ

ରଶ୍ମି ସାମଲ

ରଶ୍ମି ସାମଲ, ଭୁବନେଶ୍ୱର, ବିଶିଷ୍ଟ କବି ଓ ଗାଳ୍ପିକ

Related Posts

Vipul’s Voice:What is Spirituality?
More

Vipul’s Voice:
What is Spirituality?

by Vipul Agarwal
August 19, 2026

Vipul Agarwal, Delhi, 19 August 2026 The five elements, Prithvi, Jal, Agni, Vayu, and Aakash, are the fundamental components of the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.