• About
  • Contact
Friday, July 31, 2026
Friday, July 31, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୨୮)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଫେବୃଆରୀ ୨୦୨୪

ଚାହୁଁ ଚାହୁଁ କେତେବେଳେ ଦୁଇମାସ ବିତିଗଲା ଜଣା ପଡିଲାନି। ମୋର ବାହାଘର ମନ୍ମଥ ସହିତ ସ୍ଥିର ହୋଇଗଲା।ଖାଣ୍ଡ୍ରିଆ (ମଧ୍ୟସ୍ଥି) ଏହି ଖବର ଆମ ଘର ତରଫରୁ ବରଘରକୁ ଜଣାଇବା ପାଇଁ ଗଲେ। ବାହାଘର ଦୁଇଦିନ ପୂର୍ଵ ରୁ ମନ୍ମଥ ଘର ଆମ ଘରକୁ ଚାଉଳ ପିଠଉରେ ଚିତା ପଡ଼ିଥିବା ଫୁଲ ହାଣ୍ଡିରେ କନ୍ୟା ମୂଲ୍ୟ ଆକାରରେ ଚାଉଳ, ଆରିସା ପିଠା, ପନିପରିବା, ଫୁଲ, ଆଇନା ଓ ପାନିଆଁ ପଠାଇଥିଲେ। ମୋ ପାଇଁ ଗୋଟେ ସୁନାମୁଦି ମଧ୍ୟ ପଠାଇଥିଲେ। ଆଉ ମଧ୍ୟ ଦୁଇ ଖଣ୍ଡି ଚାଉଳ ପଠାଇଥିଲେ। ସେଦିନ ଭୋଜିଭାତ ହେଲା। ଗାଁ ର ଝିଅମାନେ ଗୀତ ବୋଲି ଖାଣ୍ଡ୍ରିଆ କୁ ଘରକୁ ପାଛୋଟି ଆଣିଲେ। ସେଦିନ ଗାଁ ସ୍ତ୍ରୀ ଲୋକମାନେ ମୋତେ ତେଲ ହଳଦୀ ଲଗାଇ ଦେଲେ। ତାପର ଦିନ ଗ୍ରାମଶ୍ରୀ, ଵଡାମ ଦେଵତା ଙ୍କୁ ପୁଜା କରାଗଲା।

ବାହାଘର ଦିନ ବରପକ୍ଷ ର ଓ କନ୍ୟା ପକ୍ଷର ଖାଣ୍ଡ୍ରିଆ ବରଘର କୁ ଆଗରୁ ଵାହାରିଗଲେ । ସେମାନେ ସେଠାରେ ଆମ ଗାଁ ରୁ ଯେଉଁମାନେ ଯିବେ ସେମାନଙ୍କର ଖାଇଵା ର ଆୟୋଜନ କଲେ । ଆମ ଘରେ ଜାତିଭାଇ ଓ ବନ୍ଧୁବାନ୍ଧବ ମାନେ ପହଞ୍ଚିଲେ। ଖିଆପିଆ ସରିବା ପରେ ଵିଦାୟ ପର୍ବର ଆରମ୍ଭ ହେଲା। ବୋଉ, ମାଉସୀ, ନାନୀ ଓ ଅନ୍ୟ ମହିଳା ମାନଙ୍କର କ୍ରନ୍ଦନରୋଳ ମଧ୍ୟରେ ମୁଁ ଓ କିଛି ମହିଳା, ଵାପା, ମାମୁଁ ଓ ଅନ୍ୟ କିଛି ଭାଇଆ ମାନଙ୍କ ସହିତ ତିନୋଟି ବୋଲେରୋ ରେ ତଳବରଡା ବାହାରିଲୁ। ତାଙ୍କ ଘରେ ପହଞ୍ଚିବା ବେଳକୁ ସନ୍ଧ୍ୟା ହୋଇ ଯାଇଥିଲା। ଗାଁ ର ସ୍ତ୍ରୀ ଲୋକମାନେ ମୋତେ ପାଛୋଟି ନେଲେ। ମୋତେ ଗୋଟିଏ ଘରେ ଵସାଇଦେଲେ। ଝିଅମାନେ ମୋତେ ଘେରି କରି ଵସି ଗପ ପସରା ମେଲାଇ ଦେଇଥାନ୍ତି। କିଛି ସମୟପରେ ଆମ ବରକନ୍ୟାଙ୍କର ଜୁଆଳୀ ପାଣି ପଡ଼ିଲା। ଅର୍ଥାତ୍ ଗୋଟିଏ କାଠ ଜୁଆଳୀ ର ଗୋଟିଏ ପଟେ ମୁଁ ଵସିଲି ଓ ଅନ୍ୟପଟେ ମନ୍ମଥ ଵସିଲା। ଆମ ଘରୁ ଯାଇଥିଵା ସ୍ତ୍ରୀ ଲୋକମାନେ ମନ୍ମଥ କୁ ଓ ମନ୍ମଥ ର ଥଟ୍ଟା ସମ୍ପର୍କୀୟା ମହିଳାମାନେ ମୋତେ ଗାଧୋଇ ଦେଲେ। ଏହାପରେ ଆମ ଘରୁ ଯାଇଥିଵା ସ୍ତ୍ରୀ ଲୋକମାନେ ଦରଵାର ଘରଠାରୁ ଆରମ୍ଭ କଲେ ଆସ ଵିକା। ଏହି ସମୟରେ ସେମାନେ ବିଭିନ୍ନ ଗୀତ ବୋଲିଲେ। ବରଘର ଗାଁ ର ପୁଅମାନେ ସେହି ଗୀତର ଉତ୍ତର ସେହି ଗୀତରେ ଦେଲେ। ତାହା ପରେ ଗାଁ ର ପୁଅମାନେ ଦୁଇପାହି ଚାଉଳ ଦେଲେ। ସେହି ଚାଉଳ ସହିତ ଵର ଘର ଦୁଇ ପାହି ଚାଉଳ ଦେଲେ। ତାକୁ ମିଶାଇ ଆମ ଗାଁ ରୁ ଯାଇଥିଵା ସ୍ତ୍ରୀ ଲୋକମାନେ ପିଠା ତିଆରି କଲେ ଓ ତାହା ସବୁ ଲୋକମାନଙ୍କୁ ବଣ୍ଟା ଗଲା।

ଦେହୁରୀ ଵିହାଘର କରୁଥାନ୍ତି। ମୋତେ ମଝିରେ ମଝିରେ ବେଦୀ କୁ ଯାଇ ଆସିଵା ପାଇଁ ପଡୁଥାଏ। କନ୍ୟା ସମର୍ପଣ ପୂର୍ବ ରୁ ମୋ ସାନଭାଇ ଶଳାଵିଧା ଦେଲା। ଏହି ସମୟରେ ମନ୍ମଥ ର ସମ୍ପର୍କୀୟ ମାନେ ଵରକନ୍ୟାଙ୍କୁ ଆଣିଥିବା ଉପହାର ଦେଲେ। ମୋ ସହିତ ମୋ ସାନଭାଇ ଗିରିଶ ଯାଇଥିଲା। ତାକୁ ମନ୍ମଥ ପିଠିରେ ବସାଇ ବୁଲାଇବା ପରେ ତାକୁ ନୁଆ ପ୍ୟାଣ୍ଟ୍ ସାର୍ଟ ଦେଲା। କିଛି ସମୟ ନାଚଗୀତ ଚାଲିବା ପରେ ପୁଣି ଥରେ ପାରମ୍ପାରିକ ରୀତିନୀତି ଅନୁଯାୟୀ ଆମ ଦୁଇଜଣଙ୍କୁ ଏକ ଦୋଛକିରେ ଗାଧୋଇବା ପାଇଁ ନେଲେ। ତାହା ପୁର୍ବରୁ ଗୋଟିଏ ଛୋଟ ପଥର କୁ ପାଣିରେ ଲୁଚାଇ ରଖିଲି। ତାକୁ ମନ୍ମଥ ଖୋଜି କରି ଆଣିଲା। ସେ ମଧ୍ୟ ସେହିପରି ଲୁଚାଇଲା। ମୁଁ ଖୋଜି କରି ଆଣି ଦେଲି। ଗାଧୋଇ ସାରିବା ପରେ ମୁଁ ଏକ ମାଠିଆରେ ପାଣି ନେଇ ମନ୍ମଥ ଘର ମୁହାଁ ହେଲି। ମୋ ସହିତ ଉଭୟ ଗାଁ ର ସ୍ତ୍ରୀ ଲୋକ ଓ ଝିଅମାନେ ଥାନ୍ତି। ମନ୍ମଥ ର ସାଙ୍ଗମାନେ ଶାଳ କାଠ ରେ ଏକ ଧନୁ ଓ ପନାଶିଆ ରେ ଗୁଣ କରି ଧନୁଶର ତିଆରି କରିଵା ପରେ ମାଠିଆକୁ ତୀର ମାରି ଭାଙ୍ଗିବା ପରେ ଧନୁକୁ ଗୋଟିଏ ଉଦ୍ୟମ ରେ ଭାଙ୍ଗିଲା। ଯଦି ଗୋଟିଏ ଥରରେ ଭାଙ୍ଗି ପାରି ନଥାନ୍ତା ତେବେ ତାକୁ ସମସ୍ତେ ଦୁର୍ବଳ ଵୋଲି ଥଟ୍ଟା କରିଥାନ୍ତେ। ଏହା ପରେ କନ୍ୟା ସମର୍ପଣ ବିଧିକୁ ଆରମ୍ଭ କରାଗଲା। ପ୍ରଥମେ କନ୍ୟା ଘରୁ ଅର୍ଥାତ ଆମ ଗାଁ ରୁ ଯାଇଥିଵା ସ୍ତ୍ରୀ ଲୋକମାନେ ଓ ମୁରଵିମାନେ ଗୀତ ଆକାରରେ ଵର ଘର ର ଲୋକ ମାନଙ୍କୁ ତଥା ସେହି ଗ୍ରାମର ଲୋକ ମାନଙ୍କୁ ଅନୁରୋଧ କଲେ ଯେ “ହେ ସମ୍ମାନନୀୟ ଵନ୍ଧୁ, ବର୍ତ୍ତମାନ ଆମେ ତୁମକୁ ଆମର ଝିଅକୁ ସମର୍ପଣ କରୁଛୁ। ସେ ବର୍ତ୍ତମାନ ଆପଣଙ୍କ ବୋହୂ। ସେ ଯେତେବେଳେ ଛୋଟ ଥିଲା ସେତେବେଳେ ସେ ତାର ବାପାମାଆଙ୍କ ଝିଅ ଥିଲା। ଵିଵାହ ଯୋଗ୍ୟ ହେଵା ପରେ ସେ ଆମ ତିନିଶହ ଘର (ଆମ ଗାଁ ର) ର ଝିଅ ହେଲା। ବର୍ତ୍ତମାନ ଆମେ ତିନିଶହ ଘର ମିଶି କରି ଆମ ଝିଅ ଚିନାମାଳୀ କୁ ଆପଣଙ୍କୁ ଦେଉଅଛୁ। ସେ ଅସୁନ୍ଦରୀ ହୋଇପାରେ, ସୁନ୍ଦର ହୋଇପାରେ, ଅନ୍ଧ କିମ୍ବା ଏକ ଆଖିଆ, କାଲ କିମ୍ବା ମୁକ ହୋଇପାରେ। ସେ ଗୁଣିଗାରେଡି ଜାଣି ଥାଇପାରେ, ତାକୁ ରୋଷେଇ ଭଲ କରି ଜଣା ନଥାଇ ପାରେ, ତାକୁ ଭଲ ବ୍ୟବହାର ଜଣା ନଥାଇ ପାରେ। ତା ସତ୍ତ୍ୱେ ସେ ବର୍ତ୍ତମାନ ଆପଣଙ୍କ ଘରର ତଥା ଏହି ଗାଁ ର ବୋହୂ। ଯଦି ସେ ଆପଣଙ୍କ ର କିଛି କ୍ଷତି କରେ କିମ୍ବା ଆପଣ ତା ବ୍ୟବହାର ରେ ସନ୍ତୁଷ୍ଟ ନ ହୁଅନ୍ତି ତେବେ ତାକୁ ଘରୁ ତଡ଼ି ଦେବେ ନାହିଁଁ। ସେ ଯେପରି ଘରଘର ଵୁଲି ଭିକ ନ ମାଗେ। ତାକୁ ଦୟାକରି ତା ବାପାମାଆଙ୍କ ଜିମା ଦେଵେ। ଏତିକି ଆମର ଅନୁରୋଧ।ଏହାର ଉତ୍ତରରେ ବରଘର ପଟର ସ୍ତ୍ରୀ ଲୋକମାନେ ଗୀତ ଆକାରରେ କହିଲେ ହେ ବନ୍ଧୁ। ସେ ଝିଅ ପାଖରେ ଖରାପ ଗୁଣ ଅଛି ଵୋଲି କହୁଛନ୍ତି। ଆପଣଙ୍କ ଝିଅ ଭଳି ଝିଅ କୋଟିଏ ରେ ଗୋଟିଏ ମିଳନ୍ତି। ତାପରେ ସେ ବର୍ତ୍ତମାନ ଆମର ବୋହୂ। ସେ କଣ କେବଳ ଆପଣଙ୍କର ଝିଅ ଆମ ଝିଅ ନୁହେଁ। ସେ ଯେପରି ଆପଣଙ୍କ ଗାଁ ର ଝିଅ ଥିଲା। ବାହାଘର ପରେ ଏହି ଗାଁ ତଥା ପରିବାର ର ଝିଅ ପରି ବୋହୂ ର ସ୍ନେହ ଶ୍ରଦ୍ଧା ପାଇଵ।ଆପଣ ମାନଙ୍କୁ ଆମେ କଥା ଦେଉଅଛୁ।

ବାହାଘର ଶେଷ ହେଲା। ଘର କଥା ବିଶେଷ କରି ଵୋଉ କଥା ବହୁତ ମନେ ପଡୁଥିଲା। ଆସିଲା ବେଳେ ବୋଉ ମୋତେ କାନ୍ଦି କରି କହିଥିଲା ମା ଚିନାମାଳୀ ଆଜି ଠାରୁ ତୁ ଯେଉଁଠାକୁ ଯାଉଛୁ ସେଟା ତୋର ନିଜ ଘର। ଏଇଟା ତୋ ପାଇଁ ବନ୍ଧୁ ଘର ପରି। ସମସ୍ତଙ୍କ ମନ ନେଇ ଚଳିଵୁ। ନିଜକୁ କଷ୍ଟ ହେଉ ସହିଯିଵୁ। କାହାର ମନକୁ ଆଘାତ ଦେଵା ଭଳି କଥା କହିଵୁ ନାହିଁ। କାନ୍ଦି କାନ୍ଦି କେତେବେଳେ ଶୋଇ ପଡିଥିଲି ଜଣା ନଥିଲା। ଜଣେ ମହିଳା ଙ୍କ ଡାକରେ ନିଦ ଭାଙ୍ଗିଲା। ସେ ମନ୍ମଥ ର ଵୋଉ ଥିଲେ। ମୋତେ କହିଲେ ମା ଲୋ ଉଠିପଡ। ପାଖରେ ଛୋଟିଆ ପୋଖରୀ ଟିଏ ଅଛି। ସେଠିକୁ ଗାଧୋଇ ଆସେ। ଗାଁ ଝିଅମାନଙ୍କ ସହିତ ତୋ ନଣନ୍ଦ ପରି ତୋତେ ଅପେକ୍ଷା କରିଛି। ତରବର ହୋଇ ଉଠିପଡ଼ି ବାହାରୁଛି ଏହି ସମୟରେ ମୋ ସଙ୍ଗେ ଆସିଥିବା ମାଇଁ ଓ ଦୁଇଜଣ ଭାଉଜ ଗାଧୋଇ କରି ଆସିଲେ। ମୁଁ ବାହାରୁ ଥିବାର ଦେଖି ଜଣେ ଭାଉଜ ଥଟ୍ଟା କରି କହିଲେ କଣ କି ନିଦ ତୁମର। ଆମେ ଡାକି ଡାକି ଥକିଗଲୁ। ତୁମେ ଉଠିଲ ନାହିଁ।ହଉ ଚାଲ ତୁମକୁ ମୁଁ ସାଥି ଦେଉଛି। ହଁ ମନେରଖ ଏଥିପାଇଁ ତୁମ ବାଵୁ ଙ୍କ ଠାରୁ ଆଣି ପାଉଣା ଦେବାକୁ ପଡିଵ। ଏତିକି କହି ସେ ମୋତେ ଚିମୁଟି ପକାଇ ଭିଡ଼ି ନେଇ ବାହାରକୁ ଗଲେ। ଝିଅ ମାନଙ୍କ ସହିତ ଆମେ ଗାଧୋଇବାକୁ ଗଲୁ। ଗାଧୋଇ କରି ଆସିଲା ବେଳକୁ ତାଙ୍କ ଗାଁ ଲୋକମାନେ ଖାଉଥିଲେ। ଘର ଭିତରକୁ ନଣନ୍ଦ ପରି ସହିତ ଗଲି। ବାପା, ଦାଦା, ମାମୁଁ ଓ ଅନ୍ୟମାନେ ଵସି କଥା ହେଉଥିଲେ। ସମସ୍ତେ ଯିଵା ପାଇଁ ଵାହାରି ଥିଲେ। ସେମାନଙ୍କର ସହିତ କିଛି ଚାଉଳ, ପନିପରିବା ଓ ଗୋଟିଏ ଛେଳି ଦିଆଗଲା। ସମସ୍ତେ ବୋଲେରୋ ଗାଡ଼ିରେ ଵସି ଗାଁ କୁ ଵାହାରିଗଲେ। ମୁଁ କିନ୍ତୁ ଵସି ଭାବୁଥିଲି ମୋ ପିଲାଦିନ ର କଥା, ବାପା ବୋଉ ଓ ସାଙ୍ଗ ସାଥିଙ୍କ କଥା। ଅପେକ୍ଷା କରିଥିଲି ସେହି ପ୍ରତିକ୍ଷିତ ମୁହୁର୍ତ୍ତ କୁ ଯେଉଁ ମୁହୁର୍ତ୍ତ କୁ ସଵୁ ଝିଅମାନେ ଅପେକ୍ଷା କରନ୍ତି।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

Vipul’s Voice: Realisation at the age of 70
More

Vipul’s Voice:
 Realisation at the age of 70

by Vipul Agarwal
July 19, 2026

Vipul Agarwal, Delhi, 19 July 2026 I fail to even imagine how it will feel when somebody realises at the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
ରଥଯାତ୍ରାର ପୌରାଣିକ ତଥ୍ୟ

ରଥଯାତ୍ରାର ପୌରାଣିକ ତଥ୍ୟ

July 16, 2026
ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

July 12, 2026
Dhanada’s Discourse: In Praise of Productive Hallucinations

Dhanada’s Discourse:
In Praise of Productive Hallucinations

July 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.