• About
  • Contact
Wednesday, June 24, 2026
Wednesday, June 24, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଗାନ୍ଧୀ ଆଦର୍ଶ

ଗାନ୍ଧୀ ଆଦର୍ଶ
Share on FacebookShare on Xshare on Whatsappshare on Linkedin
ଜୟନ୍ତ କୁମାର ଦାସ, ୨୫ ଅଗଷ୍ଟ ୨୦୨୨

ଯେତେବେଳେ ଧରାରେ ଅନ୍ୟାୟ, ଅତ୍ୟାଚାର, ଭ୍ରଷ୍ଟାଚାର ଓ ମିଥ୍ୟା କାୟା ଵିସ୍ତାର କରି ଚାଲେ ଓ ଲୋକ ଅତିଷ୍ଠ ହୋଇ ପଡ଼ନ୍ତି, ସେତେବେଳେ ଭଗବାନ ମାନବ ରୂପ ଧାରଣ କରି ଭୂପୃଷ୍ଠରେ ଜନ୍ମଲାଭ କରନ୍ତି । ଜାତିର ପିତା ମହାତ୍ମା ଗାନ୍ଧୀ ହେଉଛନ୍ତି ଏହାର ଜ୍ୱଳନ୍ତ ନିଦର୍ଶନ । ସତ୍ୟ ଓ ଅହିଂସା ନୀତିକୁ ଆଧାର କରି କେବଳ ଭାରତ ବର୍ଷ କାହିଁକି ସମଗ୍ର ବିଶ୍ୱ ବାସୀଙ୍କ ହୃଦୟକୁ ଜୟ କରିବାରେ ସଫଳ ହୋଇଥିଲେ ଏହି ଆଣ୍ଠୁ ଲୁଚୁ ନଥିବା ଧୋତି ପିନ୍ଧା ମଣିଷ ଟି । ତୁଳସୀ ଦୁଇ ପତ୍ର ରୁ ବାସିବା ଭଳି ପିଲା ଦିନୁ ହିଁ ତାଙ୍କ ମହାନତାର ପରିଚୟ ମିଳିଥିଲା ତାଙ୍କ ଆଚରଣ ଓ ଉଚ୍ଚାରଣରେ । ଶ୍ରବଣ କୁମାର ଓ ହରିଶ୍ଚନ୍ଦ୍ର ଙ୍କ ଜୀବନ କାହାଣୀ ଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇଥିଲେ ଗାନ୍ଧୀଜୀ । ମନରେ ତାଙ୍କର ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥିଲା – ସମସ୍ତେ କାହିଁକି ଶ୍ରବଣ କୁମାର ଓ ହରିଶ୍ଚନ୍ଦ୍ର ଙ୍କ ଭଳି ସତ୍ୟବାଦୀ ଓ ନୀତିବାନ ନ ହେବେ ? ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କର ମଙ୍ଗଳ ସାଧନା ଥିଲା ତାଙ୍କର ଲକ୍ଷ୍ୟ ।

ଗାନ୍ଧିଜୀଙ୍କ ନୀତି ଓ ଆଦର୍ଶ ମୁଖ୍ୟତଃ ସତ୍ୟ ଓ ଅହିଂସା ଉପରେ ପର୍ଯ୍ୟବେସିତ । ଅହିଂସା ତାଙ୍କ ବିଶ୍ୱାସର ଆଦି ଓ ଅନ୍ତିମ ଆଧାର । ସେ ଉପଲବଧି କରିଥିଲେ ହିଂସାରେ ଯିଏ ଲିପ୍ତ ରହେ, ସେ ସତ୍ୟ ଠାରୁ ସେତିକି ଦୂରେଇ ଯାଏ । ତାଙ୍କ ଭାଷାରେ ଅହିଂସା ବିନା ସତ୍ୟକୁ ଖୋଜି ପାଇବା ଦୁରୂହ ବ୍ୟାପାର, ଏହା ପରସ୍ପର ର ପରିପୂରକ । ସତ୍ୟକୁ ଆବିଷ୍କାର କରିବା ପାଇଁ ଅହିଂସା ହିଁ ହେଉଛି ପ୍ରକୃଷ୍ଟ ମାର୍ଗ । ଗାନ୍ଧୀ ଙ୍କ ବିଚାର ରେ ଅହିଂସା ନିଷ୍କ୍ରିୟତା ନୁହେଁ, ଏହା ହେଉଛି ଏକ ସକ୍ରିୟ ଶକ୍ତି, ଏକ ସାମାଜିକ ମୂଲ୍ୟବୋଧ । ଅହିଂସକ ଅସହଯୋଗ ଆନ୍ଦୋଳନ ଚୋୖରୀ ଚଉରା ଠାରେ ହିଂସାର ରୂପ ଧାରଣ କରିବାରୁ ହଠାତ୍ ଗାନ୍ଧିଜୀ ଏହି ଆନ୍ଦୋଳନ ସ୍ଥଗିତ ରଖିଥିଲେ ।  ଯାହାକି ଅନେକ ଲୋକଙ୍କୁ ଏହି ନିଷ୍ପତ୍ତି ସେତେବେଳେ ବିସ୍ମିତ କରିଦେଇଥିଲା । କିନ୍ତୁ ସେ ଥିଲେ ତାଙ୍କ ନିଷ୍ପତ୍ତି ରେ ଦୃଢ଼ ଓ ଅଟଳ ।  ଗାନ୍ଧିଜୀ ନିଜ ପ୍ରତି ଅତ୍ୟନ୍ତ କଠୋର ଥିଲେ, ତାଙ୍କ ମତରେ  ବିପ୍ଳବ ନିଜ ଘରୁହିଁ ଆରମ୍ଭ ହୁଏ । ତାଙ୍କ କାର୍ଯ୍ୟଶୈଳୀକୁ ଲକ୍ଷ୍ୟକରି ତାଙ୍କ ବ୍ୟକ୍ତିଗତ ସଚିବ ମହାଦେବ ଦେଶାଇ ତାଙ୍କୁ ଜୀବନ୍ତ ଆଗ୍ନେୟଗିରି ସହ ତୁଳନା କରିବାକୁ ପଛାଉନଥିଲେ |

ଦେଶକୁ ପରାଧୀନତାର ଗ୍ଲାନିରୁ ମୁକ୍ତ କରିବା ପାଇଁ ଗାନ୍ଧୀଜୀଙ୍କର ପ୍ରମୁଖ ଅସ୍ତ୍ର ଥିଲା – ସତ୍ୟ ଓ ଅହିଂସା । ସତ୍ୟ ହିଁ  ଇଶ୍ୱର ଥିଲା ତାଙ୍କ ବାଣୀ ।  ସତ୍ୟ ଓ ଅହିଂସା କିଛି ନୂଆ ନୁହେଁ, ଏହା ପାହାଡ଼ ପର୍ବତ ଭଳି ପୁରୁଣା ବୋଲି ସେ ସବୁବେଳେ ପ୍ରକାଶ କରୁଥିଲେ । ସବୁ କ୍ଷେତ୍ରରେ ଏହାକୁ ପ୍ରୟୋଗ କରିବା ଥିଲା ତାଙ୍କ ମୌଳିକତା ଓ ବୈଶିଷ୍ଟ୍ୟତା । ଅହିଂସା ଉପରେ ବିଶ୍ୱାସ ରଖିଲେ ସବୁ ସମସ୍ୟା ଅଚିରେ ସମାଧାନ ହୋଇଯିବ ବୋଲି ଥିଲା ତାଙ୍କର ଥିଲା ଅଗାଧ ବିଶ୍ୱାସ ।

ସତ୍ୟ ଶବ୍ଦରୁ ହିଁ ସତ୍ୟାଗ୍ରହର ଜନ୍ମ । ସତ୍ୟ ହେଉଛି ଆତ୍ମା । ଯେତେ କଷ୍ଟ ଓ ବିପଦ ଆସୁ ନା କାହିଁକି ସତ୍ୟ ମାର୍ଗରେ ଅଟଳ ରହିବାହିଁ  ହେଉଛି ଏହାର ଧର୍ମ । ଆତ୍ମ ଶୃଙ୍ଖଳା, ଆତ୍ମ ସଂଯମ ଓ ଆତ୍ମ ଶୁଦ୍ଧି ଉପାଦାନ ଉପରେ ଏହା ପରିବେଷ୍ଟିତ । ସବୁପ୍ରକାର ଭୟରୁ ଦୂରେଇ ରହିବାହିଁ  ସତ୍ୟାଗ୍ରହୀର ଗୁଣ ।  ଗାନ୍ଧିଜୀଙ୍କ ଭାଷାରେ ହଇଜା, ମ୍ୟାଲେରିଆ , ବସନ୍ତ ଭଳି ମହାମାରୀ ଠାରୁ ବି ଅଧିକ ମାରାତ୍ମକ ହେଉଛି ଭୟ, ରୋଗ ଶରୀରକୁ କ୍ଷୀଣ କରେ, ମାତ୍ର ଭୟ ଆତ୍ମ ଶକ୍ତିକୁ ନଷ୍ଟ କରିଦିଏ ତେଣୁ ନିର୍ଭୀକ ଆଚରଣ ହିଁ ମନୁଷ୍ୟତ୍ୱ  ।  ଗାନ୍ଧି ଆଦର୍ଶର ସତ୍ୟାଗ୍ରହ ଦ୍ଵାରା ନିଜର ମଙ୍ଗଳ ସାଧନ ହେବା ସହ ସମାଜ ତଥା ଦେଶର ମଙ୍ଗଳ ସାଧନ ସମ୍ଭବ ।  ଗାନ୍ଧିଜୀଙ୍କର ସ୍ୱପ୍ନର ରାମରାଜ୍ୟ ହେଉଛି ଅନ୍ୟାୟ, ଅନୀତି, ହିଂସା, ମିଥ୍ୟା ପରିବର୍ତ୍ତେ ସତ୍ୟ , ଅହିଂସା , ନ୍ୟାୟ, ପ୍ରେମ ଓ ସଦ୍ ଭାବନାର ପ୍ରତିଷ୍ଠା, ଯେଉଁଠି ସାମାଜିକ କ୍ଷେତ୍ର ହେଉ ଅଥବା ଅର୍ଥନୈତିକ କ୍ଷେତ୍ର ହେଉ କୌଣସି ପ୍ରକାର ବାଛ ବିଚାର ନଥିବ । ତାଙ୍କ ବିଚାରରେ ସବୁ ଧର୍ମର ମୂଳତତ୍ତ୍ୱ ଏକ ଏବଂ ପ୍ରତ୍ୟେକ ଧର୍ମର ମୂଳତତ୍ତ୍ୱକୁ ସେ ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରୁଥିଲେ । ଗାନ୍ଧୀଜୀ ପ୍ରିୟ ଭଜନ ମାଧ୍ୟମରେ ସମଗ୍ର ମାନବ ସମାଜକୁ ଜଣାଇ ଦେବାକୁ ଚାହୁଁଥିଲେ ଯେ  ପ୍ରତ୍ୟେକ ମଣିଷ ଇଶ୍ୱରଙ୍କ ସନ୍ତାନ ।  ଜାତିଗତ ଓ ଧର୍ମଗତ ଭେଦଭାବର ସେ ଥିଲେ ଘୋର ବିରୋଧୀ ଏବଂ ତାଙ୍କ ଦ୍ୱାରା ପ୍ରତିଷ୍ଠିତ କୋଚରବ ଓ ସାବରମତୀ ଆଶ୍ରମ ଥିଲା ଏହାର ପରୀକ୍ଷାଗାର ସଦୃଶ ।  ତାଙ୍କ ମତରେ ପ୍ରେମ ଉପରେ ଆଧାରିତ ଶକ୍ତି , ଦଣ୍ଡ ଭୟ ଦ୍ଵାରା ହାସଲ କରାଯାଇଥିବା ଶକ୍ତି ଠାରୁ ଶହେ ଗୁଣ ଅଧିକ ପ୍ରଭାବଶାଳୀ ଓ ସ୍ଥାୟୀ ।

ଅହିଂସା ହେଉଛି ପନ୍ଥା ଓ ସତ୍ୟ ହେଉଛି ଏହାର ଲକ୍ଷ୍ୟ । ଯଦି ଏହାର ସାଧନ ପାଇଁ ମାନବ ସମାଜ ଯତ୍ନଶୀଳ ହେବେ ତାହେଲେ ଶୀଘ୍ର ହେଉ ବା ବିଳମ୍ବରେ ହେଉ ଲକ୍ଷ୍ୟ ହାସଲ କରିବା ସୁନିଶ୍ଚିତ । ୧୯୨୦ ମସିହା ମାର୍ଚ୍ଚ ୧୦ ତାରିଖ “ୟଙ୍ଗ ଇଣ୍ଡିଆ” ପତ୍ରିକାରେ ଗାନ୍ଧିଜୀ ଲେଖିଥିଲେ ‘ସତ୍ୟ ଓ  ଅହିଂସାର  ସମ୍ମିଳିତ ଶକ୍ତି ଦ୍ୱାରା ବିଶ୍ୱକୁ ଜୟ କରି ପାରିବ’।  ଅହିଂସା ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ ଏକ ସୁନ୍ଦର ସମାଜ ଗଠନର ପରିକଳ୍ପନା କରିଥିଲେ ସେ ।  ଏହି  ଅହିଂସା ଓ ସତ୍ୟାଗ୍ରହ ପରିଚାଳିତ ସ୍ୱାଧୀନତା ସଂଗ୍ରାମ ରେ ପ୍ରବଳ ପରାକ୍ରମୀ ଇଂରେଜ ସରକାର ଶେଷରେ ଗାନ୍ଧିଜୀଙ୍କ ନିକଟରେ ମୁଣ୍ଡ ନୁଆଁଇ ବାକୁ ଏକ ପ୍ରକାର ବାଧ୍ୟ ହୋଇଥିଲେ କହିଲେ ଅତ୍ୟୁକ୍ତି ହେବନାହିଁ ।  କିନ୍ତୁ ଭାଗ୍ୟର ବିଡମ୍ବନା ଯେ ଏହି ଅହିଂସାର ପୂଜାରୀଙ୍କୁ ଶେଷରେ ହିଂସାର ଶୀକାର ହେବାକୁ ପଡ଼ିଥିଲା ନିଜ ପ୍ରିୟ ଜନ୍ମ ମାଟିରେ ।

ଜୟନ୍ତ କୁମାର ଦାସ

ଜୟନ୍ତ କୁମାର ଦାସ

ସଂପାଦକ, ଉତ୍କଳ ଗାନ୍ଧୀ ସ୍ମାରକ ନିଧି, କଟକ

Related Posts

Vipul’s Voice:Burden of the Known
More

Vipul’s Voice:
Burden of the Known

by Vipul Agarwal
June 19, 2026

Vipul Agarwal, Delhi, 19 June 2026 While reading horoscopes, I often wonder whether a person can see the future clearly...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୬)

June 14, 2026
ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

June 5, 2026
ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

June 5, 2026
Story Not So Untrue

Story Not So Untrue

May 21, 2026
Vipul’s Voice: Crystal Clear Reality

Vipul’s Voice:
 Crystal Clear Reality

May 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.