• About
  • Contact
Saturday, June 27, 2026
Saturday, June 27, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମ ସଂସ୍କୃତି କେତେ ଋଦ୍ଧିମନ୍ତ!

ଆମ ସଂସ୍କୃତି କେତେ ଋଦ୍ଧିମନ୍ତ!
Share on FacebookShare on Xshare on Whatsappshare on Linkedin
ଶ୍ରୀ ଦାଶରଥୀ ଶତପଥୀ, ଭୁବନେଶ୍ଵର, ୧୧ ମାର୍ଚ୍ଚ ୨୦୨୪

କଳା, ସାହିତ୍ୟ, ଶିଳ୍ପ, ସ୍ଥାପତ୍ୟ ଐତିହ୍ୟ ପରଂପରା, କୃଷି, ସାମାଜିକ ରୀତିନୀତି, ଧର୍ମକୁ ନେଇ ସଂସ୍କୃତିର ସୃଷ୍ଟି । ସଂସ୍କୃତି ଦ୍ୱାରା ନିରୂପିତ ପରିସ୍ଥିତି ଓ ପରିବେଶର ମୂଲ୍ୟବୋଧ ହିଁ ସଭ୍ୟତା । ସମଗ୍ର ପୃଥିବୀରେ ପବିତ୍ର ଭାରତ ବର୍ଷ ତାର ଋଦ୍ଧିମନ୍ତ ସଂସ୍କୃତି ଲାଗି ସୁପ୍ରସିଦ୍ଧ । ଯାହାର ପ୍ରମୁଖ ଧର୍ମ ମଧ୍ୟ ଜୀବନର ସୁଖ ଓ ଆନନ୍ଦ ଉପରେ ପ୍ରତିଷ୍ଠିତ। ଭଗବତ ଗୀତାରୁ ଉଦ୍ଧୃତ ଏକ ପଂକ୍ତିରେ କୁହାଯାଇଛି:-

ଓଁ ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟା
ସର୍ବେ ଭଦ୍ରାଣୀ ପଶ୍ୟାନ୍ତୁ ମା କଶ୍ଚିତ୍ ଦୁଃଖଭାଗଭବେତ୍ ।।

ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସୁଖରେ ରୁହନ୍ତୁ ଅର୍ଥାତ୍ କେହି ଜଣେ ଦୁଃଖରେ ନ ରୁହନ୍ତୁ । ସେଥିପାଇଁ ଭାରତୀୟ ଧର୍ମ ଦର୍ଶନ କଳା ସାହିତ୍ୟ, ପରଂପରା ସବୁ କେଉଁ ଆବାହମାନ କାଳରୁ ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ।

ସେହିଭଳିଭାବେ ଭାଷା, ସାହିତ୍ୟ, କଳା, ସଙ୍ଗୀତ, ଭାସ୍କର୍ଯ୍ୟ ଧର୍ମଧାରଣରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଉତ୍କଳୀୟ ସଂସ୍କୃତି ସମଗ୍ର ଭାରତ ବର୍ଷରେ ଏକ ଓ ଅଭିନ୍ନ । ଓଡିଆ ଜାତିର କବିମାନେ(ଉପେନ୍ଦ୍ର ଭଂଜ, ଜୟଦେବ, ବଳଦେବ, ଗଙ୍ଗାଧର ମେହେର, ମଧୁସୂଦନ, ଗୋପବନ୍ଧୁ, କୁନ୍ତଳାକୁମାରୀ ଆଦି ବହୁ କବି) ନବଚେତନା, ନବଭାବନାରେ ଆମ ସାହିତ୍ୟ ସଂସ୍କୃତିକୁ ସୁଶୋଭିତ କରିବା ପାଇଁ ସଦାସର୍ବଦା ଚେଷ୍ଟା କରି ମାନବବାଦୀ ସ୍ରଷ୍ଟାଭାବେ ବିବେଚିତ ହୋଇଚନ୍ତି । ମଣିଷ ମଣିଷ ସମାଜକୁ କିପରି ହୃଦୟଭରି ଭଲ ପାଇବାକୁ ହେବ ତାହା କବି ଲେଖା ମାଧ୍ୟମରେ ପର ପୀଢିକୁ ଶିକ୍ଷା ଦେଇଛନ୍ତି । ସମସ୍ତ ତଥ୍ୟକୁ ନେଇ ବିଚାର କଲେ ଓଡିଶାର ଐତିହ୍ୟ, ପରଂପରା ଓ ସଂସ୍କୃତି ବହୁ ଉଚ୍ଚରେ । ଏ ସଂପର୍କରେ କପିଳ ସଂହିତାରେ ଲେଖାଅଛି:-

ବର୍ଷାଣାଂ ଭାରତଃ ଶ୍ରେଷ୍ଠୋ
ଦେଶାଣାଂ ମୁକ୍ତଳ ଶ୍ରୁତଃ
ଉତ୍କଳସ୍ୟ ସମୋଦେଶଃ
ଦେଶୋନାସ୍ତି ମହୀତଳେ ।।

ସବୁ କ୍ଷେତ୍ରକୁ ବିଚାର କଲେ ଜଣାପଡେ ଯେ ଆଧ୍ୟାତ୍ମିକ କ୍ଷେତ୍ରରେ ଓଡିଶା ଭାରତ ବର୍ଷରେ ଅନ୍ୟ ରାଜ୍ୟ ତୁଳନାରେ ସ୍ୱାତନ୍ତ୍ର୍ୟ ପ୍ରତିପାଦନ କରି ମାନବୀୟ ଚେତନା ଜାଗ୍ରତ କରି ରଖିପାରିଛି ଏକ ସୁସ୍ଥ ପରିବେଶ ଓ ପରଂପରାକୁ ନେଇ । କୋଟି ହୃଦୟର ଦେବତା ନୀଳାଚଳନାଥ ପ୍ରଭୁ ଶ୍ରୀଜଗନ୍ନାଥ ଉତ୍କଳଖଣ୍ଡରେ ଆରାଧ୍ୟ ଦେବତାଭାବେ ପୂଜିତ ଯାହାକୁ କେନ୍ଦ୍ର କରି ଗଢି ଉଠିଛି ଜଗନ୍ନାଥ ସଂସ୍କୃତି ଓ ଜଗନ୍ନାଥ ଧର୍ମ ଯେଉଁଠି ପ୍ରକାଶ ପାଇଛି ଉଦାରତା, ମୈତ୍ରୀ, ବିଶ୍ୱଭ୍ରାତୃତ୍ୱ ଓ ସର୍ବଧର୍ମ ସମନ୍ନୟର ଅପୂର୍ବ ସ୍ଥିତି ।

ଆମ ରାଜ୍ୟର ଭୂଖଣ୍ଡ ଅତି ପ୍ରାଚୀନ ଏବଂ ଏହାର ଏକ ଅତି ପ୍ରାଚୀନ ସଂସ୍କୃତି ରହିଛି । ସମୟର ଉତଥାନ ଓ ପତନ ମଧ୍ୟରେ ଏ ସଂସ୍କୃତିର ଅଭୁଧ୍ୟାନ ଘଟିଛି । ଏହାର ଐତିହାସିକ ଯୁଗରୁ ପ୍ରାଚୀନତମ ପରଂପରାରେ ଯେଉଁ ସାମାଜିକ କ୍ରିୟାକଳାପ ତଥା ଶାନ୍ତିର, ସ୍ନେହ ଓ ପ୍ରେମର ପରାକାଷ୍ଠାରେ ଆମ ସଂସ୍କୃତିର ପରିଚୟ ମିଳୁଛି । ସେଥିରୁ ଜଣାପଡେ ଯେ ଓଡିଶା ହିଁ ପ୍ରାକ୍ ଐତିହାସିକ ସଂସ୍କୃତିର ପରିପ୍ରକାଶ ।

ବୈଦିକ ଆର୍ଯ୍ୟ ସଭ୍ୟତାଠାରୁ ବହୁ ପ୍ରାଚୀନ ଆମ ରାଜ୍ୟର ସଭ୍ୟତା ଓ ସସ୍କୃତି ମଧ୍ୟରେ କୃଷିଭିତ୍ତିକ ପର୍ବପର୍ବାଣି, ଜଙ୍ଗଲଜୀବନ ସହିତ ସଂପୃକ୍ତ ନାନାବିଧି କ୍ରୀଡା, କସରତ, ଲୋକଗୀତ ଓ ଲୋକନୃତ୍ୟ, ଚାଲିଚଳଣି ସେ ସମୟରେ ସମାଜରେ ସଂସ୍କୃତି ରକ୍ଷା କରିପାରିଥିଲା । ଏଣୁ ଏହାର ଗାଉଁଲି ସଭ୍ୟତା ଠାରୁ ସହରୀ ସଭ୍ୟତା ପର୍ଯ୍ୟନ୍ତ ସଂସ୍କୃତି ଓ ଭାଷା ପ୍ରତ୍ୟେକ ସ୍ତରରେ ପ୍ରାଚୀନତର ଗୌରବରେ ପରିପୂର୍ଣ୍ଣ ।

ଅନେକ କ୍ଷେତ୍ରରୁ ଦେଖାଦେଇଛି ଯେଉଁ ଦେଶର ବା ଜାତିର କଳା ଯେତେ ପ୍ରାଚୀନ ଓ ସମୃଦ୍ଧ ତାହାର ଦେଶ,ଜାତି ବା ସଭ୍ୟତା ସେହି ଅନୁସାରେ ସେତିକି ଗୌରବାନ୍ୱିତ ହେଇଥିବାର ବହୁ ପ୍ରମାଣ ରହିଛି । ଏପରିକି ଏକ ଜାତି ଧ୍ୱଂସ ପାଇଗଲେ ମଧ୍ୟ ତାର ସାଂସ୍କୃତିକ ଭଗ୍ନାବଶେଷ ସେ ଜାତିକୁ ଆଲୋକିତ କରି ରଖିଥାଏ ଏବଂ ପରପୁରୁଷଙ୍କ ପାଖରେ ପୂର୍ବ ଗୌରବର ଗାଥାକୁ ସୂଚାଇ ଦେଇଥାଏ ।

ଆମ ରାଜ୍ୟ ଓ ଦେଶର ଅତୀତ ଇତିହାସକୁ ଅବଲୋକନ କଲେ ମିଶର, ବେବିଲୋନ, ଗ୍ରୀସ, ତୁରସ୍କ ଓ ରୋମ ଆଦି ଦେଶର କଳା, ସ୍ଥାପତ୍ୟ ସଂସ୍କୃତି ଆଦି ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ ରୂପେ ପ୍ରତୀୟମାନ ହୋଇଥାଏ । ଆମ ରାଜ୍ୟର କଳା, ସ୍ଥାପତ୍ୟ କ୍ଷେତ୍ରରେ ପୁରୀ(ଜଗନ୍ନାଥମନ୍ଦିର), କୋଣାର୍କ, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିରର କାଳୁକାର୍ଯ୍ୟ ବିଶ୍ୱପ୍ରସିଦ୍ଧ ହୋଇଛି । ଉତ୍କଳୀୟ ସଂସ୍କୃତିର ଗୌରବ ଗାଥାକୁ ସ୍ମରଣକରି ସତ୍ୟ, ଧର୍ମ, ସଦାଚାର, ଶାନ୍ତି, ପ୍ରେମ, ଅହିଂସା ବାର୍ତ୍ତା ପ୍ରଦାନ କରି ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରିବା ସଙ୍ଗେ ସଙ୍ଗେ ପ୍ରାଚୀନ ସଂସ୍କୃତିର ପରିଚୟ ପ୍ରଦାନ କରୁଛି ।

ମହାପ୍ରତାପୀ ମଗଧ ସମ୍ରାଟ ଅଶୋକ ଏହି ଭୂଖଣ୍ଡର ଧନାଢ୍ୟ ସଂସ୍କୃତି ପ୍ରତି ଆକର୍ଷିତ ହୋଇ କଳିଙ୍ଗ ଯୁଦ୍ଧରେ ବିଜୟ ଲାଭ କରି ପରିଶେଷରେ ଯୁଦ୍ଧବିଦ୍ୟା ଓ ଅସ୍ତ୍ରଧାରଣ ତ୍ୟାଗ କରି ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲେ । ଯୁଦ୍ଧ ତରବାରୀର ଜୟ, ଜୟ ନୁହେଁ, ହୃଦୟକୁ ଜୟ କରିବା ହିଁ ପ୍ରକୃତ ଜୟ ତାହା ସେ ମର୍ମେ ମର୍ମେ ଏହି ପବିତ୍ର ବୀର ମାଟିରେ ବୁଝିପାରିଥିଲେ ଯେ ପ୍ରେମ ଉପରେ ଆଧାରିତ ଶକ୍ତି ଭୟ ଦ୍ୱାରା କରିଥିବା ଶକ୍ତି ଠାରୁ ବହୁ ଗୁଣ ଅଧିକ ଶକ୍ତିଶାଳୀ । ପ୍ରେମ, ସତ୍ୟ ଓ ଅହିଂସା ସବୁଠାରୁ ସକ୍ରିୟ ଶକ୍ତି, ଏଥିରେ ପରାଜୟର ସ୍ଥାନ ନାହିଁ । ଅହିଂସାପଣ କାପୁରୁଷତା ନୁହେଁ ଏହା ସବଳ ଶକ୍ତିର ପ୍ରକୃତ ଅସ୍ତ୍ର । ଏହାଫଳରେ ପରବର୍ତ୍ତୀ କାଳରେ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିବା ସମ୍ପ୍ରାଟ୍ ଅଶୋକ ଆମ ଦେଶର ଶାସନ ତନ୍ତ୍ରର ଆଦର୍ଶ ହୋଇପାରିଛନ୍ତି ।

ଆମ ସଂସ୍କୃତିରେ ରହିଛି ଭୋଗ ଅପେକ୍ଷା ତ୍ୟାଗର ଅଧିକ । ତ୍ୟାଗ ହିଁ ଆମ ସଂସ୍କୃତିର ମୂଳ ଧାର । ତ୍ୟାଗର ପନ୍ଥାନୁସରଣ ସୁଖ, ଶାନ୍ତିର ପରମ କାରଣ । ଅତୀତରେ ଏହି ମାଟିରେ ଦେଖାଇଛନ୍ତି ଦେଶ ପାଇଁ, ଜାତି ପାଇଁ ଆତ୍ମବଳିଦାନ । କୋଣାର୍କ ମନ୍ଦିରର ଦଧିନଉଥି ସ୍ଥାପନର ଇତିବୃତ୍ତିକୁ ଅନୁଧ୍ୟାନ କଲେ ଜଣାପଡେ ଆମ ସଂସ୍କୃତିର ତ୍ୟାଗର ମହତ୍ତ୍ୱ କେତେ । ବାରଶ ବଢେଇର ଦାୟ କି ଗୋଟିଏ ପୁଅର ଦାୟରେ ବାରବର୍ଷର ବାଳକ, କୋଣାର୍କ ମନ୍ଦିରର ମୁଖ୍ୟସ୍ଥପତି ବିଶୁମହାରଣାର ଏକମାତ୍ର ପୁତ୍ର ଧର୍ମପଦର ଆତ୍ମବଳିଦାନ ଓ ବାରଶହ ବଢେଇର ଜୀବନ ରକ୍ଷା ଗୋଟିଏ ଜାତି ପାଇଁ ଗୌରବର ବିଷୟ ।

ସେହିପରି ଦେଶ ସ୍ୱାଧିନତା ସଂଗ୍ରାମରେ ନିଜ ଆତ୍ମବଳି ଦେଇଥିଲେ ବାରବର୍ଷର ବାଳକ ବାଜିରାଉତ ଯାହାକି ବିଶ୍ୱରେ ବିରଳ । ଢେଙ୍କାନାଳର ଐତିହାସିକ ପ୍ରଜାମଣ୍ଡଳ ଆନ୍ଦୋଳନରେ ବ୍ରିଟିଶ ଶାସନର ବାହୁଛାୟାତଳେ ଏକଛତ୍ରବାଦୀ ରାଜାନୁଗତ ପୋଲିସ ଫୋର୍ସର ଅମାନୁଷିକ ଗୁଳିକାଣ୍ଡରେ ନିହତ ଦେଶର ସର୍ବକନିଷ୍ଠ ବାର ବର୍ଷର ସଂଗ୍ରାମୀ ବାଳକ ସହିଦ୍ ବୀର ବାଜି ରାଉତ । ଦେଶ ମାତୃକାର ସେବା ପାଇଁ ହସି ହସି ଜୀବନ ଦେଇଥିଲେ ସତ କିନ୍ତୁ ବ୍ରିଟିଶ ଆଗରେ ମୁଣ୍ଡ ନୁଆଁଇ ନଥିଲେ । ଆମ ସଂସ୍କୃତିର ଉଲ୍ଲେଖନୀୟ ବିଶେଷତ୍ୱ ହେଉଛି ବ୍ୟକ୍ତି ପରିବର୍ତ୍ତେ ସମଷ୍ଟିର ପ୍ରାଧାନ୍ୟ ରହିଛି । ଶାସ୍ତ୍ର କହେ:-ବସୁଧୈବ କୁଟୁମ୍ବକମ ଆମ ସଂସ୍କୃତିକୁ ମହିମାମଣ୍ଡିତ କରିଛି । ଜଗତରେ ମଣିଷ ହିଁ ଅମୃତର ସନ୍ଧାନୀ । ଜଞ୍ଜାଳଲିପ୍ତ କର୍ମବ୍ୟସ୍ତ ଜୀବନ ଯାତ୍ରାରେ ନିଜର ଅମୂଲ୍ୟ ଜୀବନ ଅତିବାହିତ କରିବା ଭିତରେ ନିଜର ତ୍ୟାଗ, ସେବା, ତିତୀକ୍ଷା ଓ ଆଧ୍ୟତ୍ମିକ ଚେତନାରେ ବୁଡି ରହି ସମାଜର କଲ୍ୟାଣ ସମର୍ପିତ ଜୀବନରେସତ୍ୟ, ଶିବ, ସୁନ୍ଦର ର ଆରାଧନା କରିଥାଏ । ସେହି ପରିପ୍ରେକ୍ଷୀରେ ସନ୍ଥ କବି ଭୀମଭୋଇଙ୍କ ଭାଷାରେ:-

“ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କିବା ସହୁ
ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ”।

ଏଥିରୁ ଜଣାପଡେ ଯେ ଆମ ସଂସ୍କୃତିରେ ରହିଛି ତ୍ୟାଗ, ଆଧ୍ୟାତ୍ମିକତା, ସାମାଜିକ ଏକତା, ସଦଭାବ, ଶାନ୍ତି, ଐକ୍ୟ ଓ ଭାତୃତ୍ୱର ଏକ ଇଶ୍ୱରୀୟ ବିଧାନ, ଯାହା ବିଶ୍ୱ ଶାନ୍ତି ଓ ସାମ୍ୟବାଦର ମୂଳଭିତ୍ତି । ସଂଯମ, ସଦାଚାର, ବ୍ରହ୍ମଚର୍ଯ୍ୟପାଳନ, ଆୟୁର୍ବେଦିକ ତତ୍ତ୍ୱ ତଥା ପ୍ରକୃତିର କୋଳରେ ବଂଚିବା ପାଇଁ ଶିକ୍ଷା, ଆମ ସଂସ୍କୃତି, ଆମ ସଭ୍ୟତା ଏବଂ ଜନସମାଜ ସହ ଜଡିତ ରହି ସମସ୍ତଙ୍କ ଆନନ୍ଦ ଉଲ୍ଲାସରେ ଭାଗିଦାର ହୋଇ ବଂଚିବାର ରାହା ଆମକୁ ଶିକ୍ଷା ଦେଇଛି ।

ଆମ ସଂସ୍କୃତିକୁ ନେଇ ସବୁ କ୍ଷେତ୍ରରେ ଓଡିଶା ଆଜି ଭାରତ ବର୍ଷର ପ୍ରଗତି ମାନଚିତ୍ରରେ ଆକର୍ଷଣର ବିନ୍ଦୁ ପାଲଟିଛି । ଶିଳ୍ପ, କୃଷି ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡିଶା ଦେଶର ଅଗ୍ରଣୀ ରାଜ୍ୟରେ ପରିଗଣିତ ହୋଇଛି ।  ଓଡିଶାର ଶ୍ରୀମନ୍ଦିର, କୋଣାର୍କ, ଲିଙ୍ଗରାଜ ମନ୍ଦିରର ନବକଳେବର ଓ ସାବର ଶ୍ରୀକ୍ଷେତ୍ର, ହରିଶଙ୍କର, ତାରାତାରିଣୀ, ସମୁଲାଇ ମନ୍ଦିର, ମା ବିରଜା ମନ୍ଦିରର ସୌନ୍ଦର୍ଯ୍ୟକରଣ ସହ ଦୁଇ ଦୁଇ ଥର ହକି ବିଶ୍ୱକପ ମହାକୁମ୍ଭ ଓ ବିଶ୍ୱ ଅଲମ୍ପିକ୍ ହକି ପ୍ରୋଲିଗ୍ ର ଆୟୋଜନ, ଓଡିଶା ଏକ ସଂସ୍କୃତି ସଂପନ୍ନ ଓ ଐତିହାସିକ ବୀର ଓଡିଆ ଜାତିକୁ ସୁନେଲି ସ୍ୱପ୍ନ ଓ ସମ୍ଭାବନାରେ ଚିର ଅଧିର କରିଛି । ଗତ ଏସିଆଡରେ ପୁରୁଷ ଓ ମହିଳା ବର୍ଗରେ ହକି ଖେଳରେ ସ୍ୱର୍ଣ୍ଣ ଓ ବ୍ରୋଞ୍ଚ ପଦକ ବିଜୟ କରି ଓଡିଶା ତଥା ଦେଶର ଗୌରବକୁ ଉଜ୍ଜୀବିତକରିଛନ୍ତି ।

ଚଳିତ ବର୍ଷ ଓଡିଶା ସରକାରଙ୍କ ତରଫରୁ ଆୟୋଜନ କରାଯାଇଥିବା ବିଶ୍ୱ ଓଡିଆ ସମ୍ମିଳନୀ ଓଡିଆ ଭାଷା ଓ ଜାତି ପାଇଁ ଏକ ନୂତନ ଦିଗଦର୍ଶନ ଦେଇଛି । ଗତ କିଛି ବର୍ଷ ତଳେ ଶହ ଶହ ବର୍ଷର ପୁରୁଣା ଓଡିଆ ଭାଷା ଆଜି ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇବା ଆମ ପାଇଁ ଏକ ଗୌରବର ବିଷୟ । ବର୍ତ୍ତମାନର ପ୍ରଗତିଶୀଳ, ଉତ୍ତରଦାୟୀ ଶାସନ ବ୍ୟବସ୍ଥା, ସମସ୍ତ ପ୍ରକାର ଉନ୍ନତିର ସମ୍ଭାବନାକୁ ବାସ୍ତବରେ ପରିଣତ କରି ତାର ଯାତ୍ରା ଅବ୍ୟାହତ ରଖିଛି । ଆସନ୍ତୁ ଆମେ ସମସ୍ତେ ମିଶି ଆମର ସଂସ୍କୃତି ଓ ପରଂପରାକୁ ବଜାୟ ରଖି ଏକ ନୂତନ ଓଡିଶା ଗଢିବା ପାଇଁ ପ୍ରୟାସ କରିବା ।

Dasarathi Satapathy

Dasarathi Satapathy

Former Secretary, Odisha Legislative Assembly
Mob No– 9337449373

Related Posts

Vipul’s Voice:Burden of the Known
More

Vipul’s Voice:
Burden of the Known

by Vipul Agarwal
June 19, 2026

Vipul Agarwal, Delhi, 19 June 2026 While reading horoscopes, I often wonder whether a person can see the future clearly...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୬)

June 14, 2026
ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

June 5, 2026
ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

June 5, 2026
Story Not So Untrue

Story Not So Untrue

May 21, 2026
Vipul’s Voice: Crystal Clear Reality

Vipul’s Voice:
 Crystal Clear Reality

May 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.