• About
  • Contact
Thursday, September 17, 2026
Thursday, September 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୩୨)

ଆମେ ପାଉଡି ଭୂୟାଁ (ଭାଗ ୧୪)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଅପ୍ରେଲ ୨୦୨୪

ତାପର ଦିନ ସକାଳୁ ଉଠି ମନ୍ମଥ ଘରକୁ ଵାହାରୁ ଥିଲା। କିନ୍ତୁ ବୋଉ ମାମୁଁ ଆଜି ଆସୁଛନ୍ତି ତେଣୁ ପହରଦିନ ଯିଵ କହିବାରୁ ସେ ରହିଲା। ଆମେ ସମସ୍ତେ ସାଙ୍ଗ ହୋଇ ଖଣ୍ଡାଧାର ଆଡେ ଵୁଲି ବାହାରିଲୁ। ସାଙ୍ଗରେ ଚମ୍ପା ଓ ଗାଁ ର କେତେଜଣ ଝିଅ ମଧ୍ୟ ଵୁଲି ବାହାରିଲେ। ଆମେ ସମସ୍ତେ ସେଠି ପହଞ୍ଚିବା ବେଳକୁ ଦିନ ଦଶଟା ଵାଜି ଯାଇଥିଲା। ଟିକେଟ କରି ଭିତରକୁ ଗଲୁ। ସମସ୍ତେ ଜଳଖିଆ କରିସାରି ଜଳପ୍ରପାତ ନିକଟକୁ ଯିବା ପାଇଁ ସେଠାକୁ ଯିବା ପାଇଁ ଲମ୍ବିଥିବା ୬୮୪ ଟି ପାହାଚ ମାଳା ଚଢିଵା ଆରମ୍ଭ କଲୁ। ବାଟରେ ବିଶ୍ରାମ ନେଇ ନେଇ ଯାଉଥାଉ। ଆମ ସହିତ ସେହି ପାଖ ଗାଆଁର ଜଣେ ଦୂର ସମ୍ପର୍କୀୟ ଵଵା ମଧ୍ୟ ଖଣ୍ଡାଧାର ବୁଲିବାକୁ ଯାଉଥିଲେ। କଥା ପ୍ରସଙ୍ଗରେ ସେ କହିଲେ ଏ ଯେଉଁ ଜଳପ୍ରପାତ ଦେଖୁଛ ଏହି ସ୍ଥାନର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା କଙ୍କଳା। ଭୂୟାଁ ମାନେ ସେହି ଦେବୀଙ୍କୁ ବହୁତ ମାନନ୍ତି। ଦେହୁରୀ ପୂଜା କରନ୍ତି।। ଗୋଟିଏ ଲୋକକଥା ଅଛି ଯେ ଥରେ ଦେବୀ କ୍ରୋଧିତ ହୋଇ ଗଛଲତା, ମାଟି, ପଥର ଯାହା ତାଙ୍କ ସମ୍ମୁଖରେ ପଡ଼ିଲା ସଵୁ ଖାଇଲେ। କ୍ରୋଧିତ ଦେବୀଙ୍କୁ ପୂଜାର୍ଚ୍ଚନା କରି ଭୂୟାଁ ମାନେ ସନ୍ତୁଷ୍ଟ କଲେ। କିନ୍ତୁ ଯେଉଁ ଠାରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିଲା ସେଠାରୁ ଖଣ୍ଡାଧାର ଜଳପ୍ରପାତ ର ସୃଷ୍ଟି ହେଲା । ପାହାଚ ଗୁଡ଼ିକର ଗୋଟିଏ ପଟେ ଘଞ୍ଚ ଜଙ୍ଗଲ ଓ ଅନ୍ୟପଟେ ଲିଚୁ ବଗିଚା ଦେଖିବାକୁ ପାଇଲୁ। ଜଳପ୍ରପାତ ନିକଟରେ ପହଞ୍ଚିବାକୁ ଅଳ୍ପ ବାଟ ଅଛି ଜଣେ ସାଧୁ ଦେଖା ହୋଇଗଲେ। ତାଙ୍କ ନିକଟରେ ବସିଲୁ। ସେ ମନ୍ମଥ ଓ ମୋ’ର ମୁହଁ ଦେଖି ଆମ ଦୁଇଜଣଙ୍କ ଜୀବନ ରେ ଘଟିଯାଇଥିବା କିଛି ଘଟଣାବଳୀର କଥା କହିଲେ। ଯାହାକି ସତ ଥିଲା ମୁଁ ଆଶ୍ଚର୍ଯ୍ୟ ହେଲି କାରଣ ସେ ଘଟଣା ସଵୁ ଆମ ଦୁଇଜଣଙ୍କ ବ୍ୟତୀତ ତୃତୀୟ ଲୋକ ଜାଣି ନଥିଲେ। ସେ ଆମ ଦୁଇଜଣଙ୍କୁ ଏକାନ୍ତରେ ଆଗକୁ ଘଟିଵାକୁ ଯାଉଥିବା କିଛି ଘଟଣା କହିଲେ। କିଛି ପ୍ରତିକାର ଵ୍ୟଵସ୍ଥା ମଧ୍ୟ କହିଲେ। ମୁଁ ତାଙ୍କୁ କିଛି ଟଙ୍କା ଯାଚିଲି। ସେ କିନ୍ତୁ ମନା କଲେ ଓ କହିଲେ ବେଟି ପଇସା ନେବାକୁ ଗୁରୁଙ୍କ ଆଜ୍ଞା ନାହିଁ। ତୁମର ପୁଅକୁ ପାଞ୍ଚ ଵର୍ଷ ପୁରିଲା ଦିନ ଆମେ ତୁମ ଘରେ ଆପେଆପେ ପହଞ୍ଚି ଯିବୁ। ତୁମେ ଯାଅ। ମୋର ଆଶିର୍ବାଦ ତୁମ ସହିତ ସଵୁଵେଳେ ଅଛି। ଏହାପରେ ଆମେ ଖଣ୍ଡାଧାର ଜଳପ୍ରପାତ ବୁଲିବାକୁ ଗଲୁ। ବୁଲି କରି ଘରକୁ ଫେରିଲା ବେଳକୁ ସନ୍ଧ୍ୟା ହୋଇଗଲା।

ଆମେ ଘରେ ପହଞ୍ଚିବା ବେଳକୁ ମୋ ମାମୁଁ ଆସି ସାରିଥିଲେ। ମନ୍ମଥ କୁ ଦେଖି ମାମୁଁ ବହୁତ ଖୁସି ହୋଇଗଲେ। ଶଶୁର ଜ୍ବାଇଁ ଵସି ଗପରେ ମାତିଗଲେ। ବୋଉ ଵାପ ଓ ମୁଁ ବସି ସେମାନଙ୍କ କଥା ଶୁଣୁଥାଉ। କଥା ପ୍ରସଙ୍ଗରେ ମାମୁଁ କହିଲେ ଆଛା ବାପା ତୁମ ଗାଁ କୁ ଲାଗି ଉପରଵରଡା ଗାଁ ଅଛି। ସେହି ଗ୍ରାମର ଜଙ୍ଗଲ ରେ ଥିବା ଦେଵସ୍ଥଳୀ ବିଷୟ ରେ ତୁମେ ଜାଣିଛ ନା। ମନ୍ମଥ କିଛି ସମୟ ନିରବ ରହି କହିଲା ହଁ ମୁଁ ସେତେଟା ଜାଣିନି। କେବଳ ଶୁଣିଛି ସେ ଗାଁ ର ଲୋକମାନେ ଗୋଟିଏ ଗୁମ୍ଫାରେ ଥିବା ପଥର କୁ ପୂଜା କରନ୍ତି। ମାମୁଁ କହିଲେ ହଁ ଠିକ ଶୁଣିଛ। ତାହା ହେଉଛି ଵଣେଇଁ ର କନ୍ତସରା ଠାରେ ପୂଜା ପାଉଥିବା କନ୍ତଦେଵୀ ଙ୍କ ଅନ୍ୟ ଏକ ପୀଠ। ଏହି ବିଷୟରେ କାଲି କଥା ହେବା। ତୁମେମାନେ ଆଜି ବୁଲି କରି କ୍ଲାନ୍ତ ହୋଇ ଯାଇଅଛ। ଯାଅ ଖାଇସାରି ବିଶ୍ରାମ ନିଅ। ଏହି ସମୟରେ ବୋଉ ଖାଇବାକୁ ଡାକିଵାରୁ ସମସ୍ତେ ଖାଇବାକୁ ଉଠିଗଲେ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡି ଭୂୟାଁ (ଭାଗ ୭୯)

by ଭବେଶ ଚନ୍ଦ୍ର କର
September 17, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୭ ସେପ୍ଟେମ୍ବର ୨୦୨୬ ତାପରଦିନ ସନ୍ଧ୍ୟାରେ ଆମେ ଜଙ୍ଗଲରୁ ଫେରି ଦାଣ୍ଡପିଣ୍ଡାରେ ବସି କଥା ହେଉଛୁ ଏହି ସମୟରେ ଦେହୁରୀ ଦାଦାଙ୍କ...

Read more
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.