• About
  • Contact
Sunday, June 14, 2026
Sunday, June 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୩୪)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ମଇ ୨୦୨୪

ତାପର ଦିନ ସକାଳୁ ସକାଳୁ ମନ୍ମଥ ଗାଁ କୁ ବାହାରି ପଡ଼ିଲା। ମୋର ତାକୁ ଅଟକାଇବାକୁ ଇଛା ଥିଲେ ମଧ୍ୟ ତାଙ୍କ ଘର ଓ କାମ କଥା ଭାବି ତାଙ୍କୁ ବିଦାୟ ଦେଲି । ସେ ଯିବା ପରେ, ସେମିତି ଦାଣ୍ଡ ପିଣ୍ଡାରେ ଵସି ରହିଥିଲି। ମନକୁ ବହୁତ ଖରାପ କଥା ସବୁ ଆସୁଥାଏ। ଖଣ୍ଡାଧାର ର ସେ ଵାଵା ଙ୍କ କଥା ମନକୁ ଆସୁଥାଏ। ମନ୍ମଥ ର କିଛି ଅସୁବିଧା ହବନି ତ। ଏମିତି ଭାବୁ ଭାବୁ ସେଇଠି ଶୋଇ ପଡିଥିଲି। ବୋଉର ଡାକରେ ନିଦ ଭାଙ୍ଗିଲା। ଆଲୋ ଝିଅ ଯା ଗାଧୋଇ କରି ଭାତ ରାନ୍ଧିଲିଣି ଅଳ୍ପ ଗଣ୍ଡେ ଖାଇଦେ । ତରବର ହୋଇ ଉଠି ପଡିଲି। ଖାଇ ସାରି ଚମ୍ପା ଘର ଆଡେ ବାହାରି ପଡ଼ିଲି। ଭାଉଜ ଚମ୍ପା ହାତରେ ଖବର ପଠାଇଥିଲେ ଯିବା ପାଇଁ। ତାଙ୍କ ଘରେ ପହଞ୍ଚି ଦେଖିଲି ଭାଉଜ ନ ଥିଲେ। ଜଙ୍ଗଲ ଆଡେ ଯାଇଥିଲେ। ଚମ୍ପା ମଧ୍ୟ ତାଙ୍କ ସହିତ ଯାଇଥିଲା। ତାଙ୍କ ଘରୁ ଵାହାରି ନିକଟରେ ଥିବା ମୋର ସାଙ୍ଗ ମାଳତୀ ଘରକୁ ଵାହାରିଲି। ମାଳତୀ ମୋତେ ଦେଖି ବହୁତ ଖୁସି ହୋଇଗଲା। ତାଙ୍କ ଘରେ ଵସି କଥା ହେଉଛୁ ଏହି ସମୟରେ ତା ଭଉଣୀ ଆସି ଵାପା ଖୋଜୁଥିବା ର କହିଲା। ତରବର ହୋଇ ଉଠି ପଡିଲି ଘରକୁ ଯିଵା ପାଇଁ। ଏହି ସମୟରେ ବାପା ଘର ଭିତରକୁ ଆସିଲେ। ତାଙ୍କୁ ଦେଖି ମାଳତୀ ଓ ତା ବୋଉ କହିଲେ ଚିନାମାଳୀ ଆଜି ଆମ ଘରେ ଖାଇବ। ସନ୍ଧ୍ୟା ବେଳେ ମୁଁ ନେଇ ଛାଡି ଆସିଵି। ବାପା ଏହା ଶୁଣି ଘରକୁ ଫେରିଗଲେ। ତା ପରେ ଆମେ ସମସ୍ତେ କଥା ହେବା ରେ ମାତିଗଲୁ। ମାଳତୀ ଘରୁ ଵାହାରି ଘରେ ପହଞ୍ଚିବା ବେଳକୁ ସନ୍ଧ୍ୟା ହୋଇ ଯାଇଥିଲା। ଘରେ ପହଞ୍ଚି ଦେଖେ ତ ଆମ ପଡ଼ୋଶୀ ଘର ନିକଟରେ ଭିଡ଼ ଜମିଛି। ଘରେ ପହଞ୍ଚି ବୋଉ କୁ ପଚାରିବାରୁ ବୋଉ କହିଲା ତୋର ସେ ଦାଦା ଙ୍କ ଦେହ ଖରାପ ଥିଲା। ତାଙ୍କର ସନ୍ଦେହ କରୁଥିଲେ କିଏ କୁଆଡେ ପାଙ୍ଗି ଦେଇଥିବାରୁ (ଗୁଣିଗାରେଡି କରିବା) କୁଆଡେ ଦେହ ଏପରି ଖରାପ ରହୁଛି। ଗୁଣିଆ ଆସି ଝାଡିଲା କିନ୍ତୁ ଦେହ ଭଲ ହେଲାନାହିଁ ବରଂ ଅଧିକ ହେବାରୁ ଆଜି ରାଉରକେଲା ନେବେ ବୋଲି କଥା ହେଉଥିଲେ। ବୋଧହୁଏ କୁଣିଆ ଓ ଗାଁ ଲୋକମାନେ ତାଙ୍କୁ ଦେଖିବାକୁ ଭିଡ ଜମାଇଛନ୍ତି। ଏହି ସମୟରେ ୧୦୮ ଆସି ତାଙ୍କ ଦାଣ୍ଡରେ ଲାଗିଲା ଓ ଦାଦା ରାଉରକେଲା ବାହାରିଲେ। ଏତିକି ବେଳେ ରାଉଡିଆ (ଗୁଣିଆ) କେଉଁଠି ଥିଲା ଆସି ପହଞ୍ଚିଲା। ରାଗରେ କମ୍ପି ଉଠି କହିଲା ଦେଖ ମୋ କଥା ନମାନି ଡାକ୍ତରଖାନା ନେଇ ଯାଉଛ। ସେଠାକୁ ନେଲେ ଏ ବଞ୍ଚିଵନି। ଅତୃପ୍ତ ଆତ୍ମା ତାକୁ ମାରିଦେଵ। ମୋ କଥା ମାନି ମେଡିକାଲ ନିଅନି। ଦେଖିବ କାଲି ରୋଗୀ ପୁରା ଠିକ ହୋଇଯିବ। ଦାଦା ରାଜି ହେଉନଥିଲେ ଯିବା ପାଇଁ। ମୁଁ ସେଠାରେ ପହଞ୍ଚି ପୁପୁଲୁ ( ଦାଦା ଙ୍କ ପୁଅ) କୁ ପାଟି କଲି ଓ ତୁରନ୍ତ ଦାଦା ଙ୍କୁ ହସ୍ପିଟାଲ ନେଇ ଯିଵା ପାଇଁ କହିଲି । ଗୁଣିଆ ରାଗରେ ରକ୍ତ ଚାଉଳ ଚୋବେଇ ମୋତେ କହିଲା ଆଲୋ ଝିଅ ତୋରି ପାଇଁ ତୋ ଦାଦା ମରିଵ।ତୋର ମଧ୍ୟ ଅନେକ କ୍ଷତି ହେବ। ସେତେବେଳେ ମୋତେ କହିବୁନି। ମୁଁ ତାଙ୍କୁ ସଫା ସଫା କହିଲି ଦେଖ ତୁମେ ଯେତିକି ଦିନ ଆମମାନଙ୍କୁ ଭୁଆଁ ବୁଲେଇବା କଥା ଵୁଲାଇଲ ଆଉ ନୁହେଁ। ଔଷଧ ଖାଇଲେ ରୋଗ ଭଲ ହେବ। ଗୁଣିଗାରେଡି ସବୁ ବାଜେ କଥା। ଗୁଣିଆଁ କଣ କହିଵା ପାଇଁ ଯାଉଥିଲା। ଏହି ସମୟରେ ମୋ ବୋଉ ପହଞ୍ଚି ତା ପାଦତଳେ ପଡ଼ି ଯାଇ କହିଲା ତା କଥା ଧରନି। ଛୋଟ ପିଲା। କଣ କହିଦେଇଛି। ମୁଁ ତା ପାଇଁ ଆପଣଙ୍କୁ ଭୂଲ ମାଗୁଛି। ଏତିକି କହି ସେ ମୋତେ ଘର ଭିତରକୁ ଭିଡି ନେଇଗଲା। ଘରେ ନେଇ ମୋତେ କହିଲା ମା ଲୋ ତୁ ଝିଅ ପୁଅ ଲୋକ। ତୁ କାହିଁକି ସେମାନଙ୍କ ସହିତ ପାଟିତୁଣ୍ଡ କରୁଛୁ। ସେମାନେ ଭଲ ଲୋକ ନୁହନ୍ତି। କ’ଣ ନାହିଁ କଣ ଗୁଣିଗାରେଡି କରି କରିଦେବେ। ମୁଁ ବୋଉ କୁ ବୁଝାଇବାକୁ ଚେଷ୍ଟା କଲି। ସେ କିନ୍ତୁ କିଛି ବୁଝିବା ପାଇଁ ନାରାଜ। ବାଧ୍ୟ ହୋଇ ଚୁପ୍ ରହିଲି। ରାତିରେ ପୁପୁଲ ଫୋନ୍ କରିଥିଲା। ଦାଦା ଙ୍କ ଅଵସ୍ଥା ବହୁତ ଖରାପ୍ ଵୋଲି କହୁଥିଲା। ତାପର ଦିନ ସକାଳେ ଉଠି ଘରକାମ ସାରି ଗାଧୋଇବା ପାଇଁ ଯାଉଛି ଏହି ସମୟରେ ପୁପୁଲ୍ ଫୋନ୍ କଲା। ଦାଦା ନଷ୍ଟ ହୋଇଗଲେ ଵୋଲି କହିଲା। ଏହି ସମୟରେ ତାଙ୍କ ଘରୁ ଖୁଡି ଙ୍କ କାନ୍ଦ ବୋବାଳି ଶୁଣି ବୋଉ ତାଙ୍କ ଘରକୁ ଦୋୖଡି କରି ଗଲା। ମୁଁ ଗାଧୋଇ ଯିବି କଣ ଖୁଡିଙ୍କ ଘରକୁ ଗଲି। ଗାଁ ର ସମସ୍ତେ ଜମା ହୋଇଗଲେ। ଦାଦା ଙ୍କ ଶଵ ଧରି ପୁପୁଲ୍ ଦୁଇ ଘଣ୍ଟା ପରେ ଆସି ପହଞ୍ଚିଲା। ଚିକିତ୍ସା ରେ ବିଳମ୍ବ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଲା ବୋଲି ପୁପୁଲ କହୁଥିଲା। ଗୁଣିଗାରେଡି କଥା ଶୁଣି ଡାକ୍ତର ବହୁତ ବିଗିଡିଲେ ବୋଲି ସେ କହୁଥିଲା। ଦାଦା ଙ୍କ କ୍ରିୟା କର୍ମ ସଵୁ ସରିଲା। ମନ ଭିତରେ ଏକ ଦକା ସଵୁଵେଳେ ଥିଲା। ସେ ରାଉଡିଆ ସହିତ ଯୁକ୍ତି ତର୍କ କରିବାରୁ ସେ ପାଙ୍ଗି ଦେଲା ନାହିଁ ତ? ଏହାପରେ ମୋର ପାଳି। ମୋର କିଛି ଅନିଷ୍ଟ ହେବନି ତା? ଏମିତି ଦକା ମନ ମଧ୍ୟ ରେ ସଵୁଵେଳେ ରହୁଥିଲା। ସେ ଦିନ କାମିନୀ ଆଈ ଘରେ ସନ୍ଧ୍ୟା ବେଳେ ବସି ଗାଁର ଅନ୍ୟ ଝିଅମାନଙ୍କ ସହିତ କଥା ହେଉଥିଲୁ। ଏହି ସମୟରେ ଆମ ଘର ପାଖର ଗୋଟିଏ ଝିଅ ଦଉଡ଼ି ଦଉଡ଼ି ଯାଇ ପହଞ୍ଚିଲା ଆଉ କହିଲା ଦେଈ ଶିଘ୍ର ଘରକୁ ଆସେ। ବଡବାପା (ମୋ ଵାପା) ଡାକୁଛନ୍ତି। ତୋ ଶାଶୁଘରୁ କିଏ ଜଣେ ଆସିଛନ୍ତି। କଣ ଗୋଟାଏ ଜରୁରୀ ଖବର ନେଇ ଆସିଛନ୍ତି। ସେ କଣ କହିଲେ କେଜାଣି ତୁମ ଘରେ କାନ୍ଦବୋବାଳି ପଡ଼ିଛି। ବଡବାପା କହିଲେ ତୋତେ ଡାକିବା ପାଇଁ। ତା କଥା ଶୁଣି ମୁଁ ତରତର ହୋଇ ଘରକୁ ବାହାରି ଗଲି।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡୀ ଭୂୟାଁ (ଭାଗ ୭୬)

by ଭବେଶ ଚନ୍ଦ୍ର କର
June 14, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଜୁନ ୨୦୨୬ ସେଦିନ ରାତିରେ ଆମେ ଘରକୁ ଫେରି ଖାଇସାରି ବିଶ୍ରାମ ନେଲୁ। ସକାଳୁ ଉଠି ଘର କାମ କରୁଥିଲି।...

Read more
ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

June 5, 2026
ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

June 5, 2026
Story Not So Untrue

Story Not So Untrue

May 21, 2026
Vipul’s Voice: Crystal Clear Reality

Vipul’s Voice:
 Crystal Clear Reality

May 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୫)

May 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.