• About
  • Contact
Friday, March 13, 2026
Friday, March 13, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଏକ ମଧୁର ଶାସ୍ତି

ଏକ ମଧୁର ଶାସ୍ତି
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୫ ଜୁନ୍ ୨୦୨୪

ଗତ ଚାରି ଦଶନ୍ଧିରୁ ଅଧିକ କାଳ ଧରି ମୁଁ ସାହିତ୍ୟିକ କାର୍ଯ୍ୟକ୍ରମମାନ ଆୟୋଜନ କରି ଆସୁଛି । ମୁଁ ଭାଗ୍ୟବାନ ଯେ କଲେଜ ଜୀବନରୁ ଲେଖାଲେଖି ସହ ଜଡ଼ିତ ଥିବା ଅନେକ ବ୍ୟକ୍ତିଙ୍କ ସହ ମୋର ସାକ୍ଷାତ ହୋଇଛି । ସେମାନଙ୍କ ମଧ୍ୟରୁ ଅନେକ ଏତେ ଭଲ ଯେ ସେମାନେ ମୋର ତ୍ରୁଟି ବା ଧୃଷ୍ଟତାକୁ ଅଣଦେଖା କରିଛନ୍ତି, ଭୁଲି ବି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସୁଧାଂଶୁବାଳା ପଣ୍ଡା, ଯିଏ ରହୁଥିଲେ ଭୁବନେଶ୍ୱର ସହରରେ । ୧୯୯୫ ମସିହାରେ ଆପାତତଃ କମ୍ ବୟସରେ ତାଙ୍କର ଦେହାନ୍ତ ହୋଇସାରିଛି ।

୧୯୭୮ ମସିହାରେ ମୁଁ ସ୍ନାତକ ଛାତ୍ର ଥିଲି, ଯାଇଥିଲି ଭୁବନେଶ୍ୱର । ମୋର ଅନ୍ତରଙ୍ଗ ବନ୍ଧୁ ସୁମନ୍ତ ମିଶ୍ର ସହ ସାରା ସହର ବୁଲି ଦେଖିଥିଲି । ସେତେବେଳେ ଭୁବନେଶ୍ୱର ଥିଲା ଏକ ଛୋଟ ଜାଗା, ସୁନ୍ଦର ମଧ୍ୟ । ମୁଁ ଭେଟିଲି ଭଗବାନ ନାୟକବର୍ମାଙ୍କୁ, ଯିଏ ସେତେବେଳେ ଥିଲେ ଧରିତ୍ରୀ ସାପ୍ତାହିକର ସମ୍ପାଦକ । ସେ ମୋତେ ସେ ସମୟରେ ଭୁବନେଶ୍ୱରର ସାହିତ୍ୟିକ କାର୍ଯ୍ୟକ୍ରମଗୁଡ଼ିକର ମୁଖ୍ୟକେନ୍ଦ୍ର ଗୋଦାବରୀଶ ସାହିତ୍ୟ ସଂସଦରେ ହେଉଥିବା ଏକ ସାହିତ୍ୟ ସଭାକୁ ନିମନ୍ତ୍ରଣ କଲେ । ସେଠାରେ ମୋର ସାକ୍ଷାତ ହେଲା ଦୁଇଜଣ ପ୍ରତିଷ୍ଠିତା ସାହିତ୍ୟିକାଙ୍କ ସହ, ଜଣେ ଥିଲେ ଶୈଳବାଳା ମହାନ୍ତି ଓ ଅନ୍ୟଜଣକ ସୁଧାଂଶୁବାଳା ପଣ୍ଡା । ଉଭୟେ ଥିଲେ ବୟସରେ ମୋଠାରୁ ପ୍ରାୟ ଦୁଇଗୁଣ ବଡ଼ ।

ପୁରୀକୁ ଫେରି ଆସିବା ପରେ ଗୋଟିଏ ରବିବାର ଦିନ ମ୍ୟୁନିସିପାଲ କ୍ଲବଠାରେ ଏକ ସାହିତ୍ୟ ସଭା କରିବା ପାଇଁ ମୁଁ ଯୋଜନା କଲି । ଉପରୋକ୍ତ ଦୁଇଜଣ ସାହିତ୍ୟିକାଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରି ଏକ ପୋଷ୍ଟକାର୍ଡ଼ ପଠାଇଦେଲି ମଧ୍ୟ । କିନ୍ତୁ ଦୁର୍ଭାଗ୍ୟର କଥା ଶେଷ ମୁହୂର୍ତ୍ତରେ ସେହି କ୍ଲବରେ ମୋର ବୁକିଂ ବାତିଲ ହୋଇଗଲା ଏବଂ କାର୍ଯ୍ୟକ୍ରମ ଅନ୍ୟତ୍ର ସ୍ଥାନାନ୍ତର ହୋଇଗଲା । ଏସବୁକୁ ନେଇ ମୁଁ ଏତେ ବିବ୍ରତ ହୋଇଯାଇଥିଲି ଯେ କାର୍ଯ୍ୟକ୍ରମ ଠିକଣା ସ୍ଥାନାନ୍ତର ନେଇ କ୍ଲବର ନୋଟିସ ବୋର୍ଡରେ ଏକ ବିଜ୍ଞପ୍ତି ଲଗାଇବା କଥା ମୁଁ ସମ୍ପୂର୍ଣ୍ଣ ଭୁଲିଯାଇଥିଲି । ସମ୍ଭବତଃ ସେ ସମୟରେ ଏଭଳି କାର୍ଯ୍ୟର ଅଭ୍ୟାସ ନଥିଲା ।

କିନ୍ତୁ, ଉପରୋକ୍ତ ଦୁଇଜଣ ସାହିତ୍ୟିକାଙ୍କୁ ସୂଚନା ଦେବି କେମିତି? ସେଲଫୋନ୍ ଆସିବାର ଦୁଇ ଦଶକ ପୂର୍ବର କଥା ଇଏ । ସେତେବେଳେ ମୋ ସହରରେ ଅତିବେଶୀରେ ୪୦ ବା ୫୦ଟି ଲ୍ୟାଣ୍ଡଫୋନ୍ ଥାଏ । ମୋ ପାଖରେ ମଧ୍ୟ ସେମାନଙ୍କର ଫୋନ୍ ନମ୍ବର ନଥିଲା ।

ମୁଁ ଅସହାୟ ଅନୁଭବ କଲି, କିନ୍ତୁ ଏଭଳି ସ୍ଥିତିରେ କିଛି ବି କରିପାରିଲିନି । ଏକ ସପ୍ତାହ ପରେ ଜଣେ କେହି ମୋତେ କହିଲେ ଯେ ଜଣେ ଭଦ୍ରମହିଳା ଏବଂ ଜଣେ ଭଦ୍ରଲୋକ ଉକ୍ତ ସଭା ଦିନ ମ୍ୟୁନିସିପାଲ କ୍ଲବଠାରେ ମୋତେ ଖୋଜୁଥିଲେ ।

ଏହାର ଅନେକ ବର୍ଷ ପରେ ମୁଁ ନ୍ୟାସନାଲ ବୁକ୍ ଟ୍ରଷ୍ଟର ଓଡ଼ିଆ ଭାଷା ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କଲି । ରାଜ୍ୟର ଜଣାଶୁଣା ପ୍ରକାଶକମାନଙ୍କ ସହ ଏକ ମିଟିଂ କରିବା ପାଇଁ ଥରେ ମୁଁ କଟକ ଆସିଥାଏ ।  ଅକସ୍ମାତ ଗୋଟିଏ ବହି ମୋ ଦୃଷ୍ଟିକୁ ଆସିଲା ଯାହାର ନାମ ଥିଲା ‘ସଲୋନୀ’, ଲେଖିକା ସୁଧାଂଶୁବାଳା ପଣ୍ଡା । ଛାପିଥିଲେ ବିଦ୍ୟାପୁରୀ ପ୍ରକାଶନ ସଂସ୍ଥା ।

– “ଆଜିକାଲି ସୁଧାଂଶୁବାଳା ପଣ୍ଡା କେଉଁଠି?” ବିଦ୍ୟାପୁରୀର ମାଲିକ ପୀତାମ୍ବର ମିଶ୍ରଙ୍କୁ ପଚାରିଲି ।

ପ୍ରସଙ୍ଗକ୍ରମେ ପୀତାମ୍ବର ମିଶ୍ର ମୋତେ ଜଣାଇଲେ ଯେ ତାଙ୍କ ଝିଅର ବାହାଘର ସୁଧାଂଶୁବାଳା ପଣ୍ଡାଙ୍କ ପୁଅ ତନ୍ମୟ ସହ ହେବାକୁ ଯାଉଛି । ସୁଧାଂଶୁବାଳାଙ୍କ ସ୍ୱାମୀଙ୍କର ଦେହାନ୍ତ ହୋଇସାରିଲାଣି ଏବଂ ଦିଲ୍ଲୀରେ ତାଙ୍କ ଭାଇଙ୍କ ସହ ତିନିବର୍ଷ ରହିସାରିବା ପରେ ଏବେ ସେ ଭୁବନେଶ୍ୱରରେ ରହୁଛନ୍ତି ।

୧୯୭୮ର ତ୍ରୁଟି ପାଇଁ ମୋ ମନରେ ସର୍ବଦା ଏକ ଅପରାଧବୋଧର ଭାବନା ରହିଥାଏ । ମୁଁ ଭୁବନେଶ୍ୱର ଗଲି ଏବଂ ଦିନେ ସଂଜରେ ସୁଧାଂଶୁବାଳା ପଣ୍ଡାଙ୍କୁ ଭେଟିଲି । ତାଙ୍କ ଭାଇ ଦୁର୍ଗାମାଧବ ମିଶ୍ର ମଧ୍ୟ ସେଠାରେ ଥିଲେ । ସେତେବେଳେ ସିଆଇଏସଏଫ ଡିଜି ପଦରୁ ସେ ଅବସର ଗ୍ରହଣ କରିସାରିଥାଆନ୍ତି ।

– “ଆପଣଙ୍କର ମନେଅଛିକି, ଥରେ ପୁରୀର ଜଣେ କଲେଜ ଛାତ୍ର ମ୍ୟୁନିସିପାଲ କ୍ଲବଠାରେ ଏକ ସାହିତ୍ୟ ସଭାକୁ ଆପଣଙ୍କୁ ନିମନ୍ତ୍ରଣ କରିଥିଲା, କିନ୍ତୁ ସେଠାରେ ସଭା ହେଉନଥିଲା?” ମୁଁ ପଚାରିଲି ।

– “ବିଚରା ପିଲାଟି, ତୁମେ କ’ଣ ତାକୁ ଜାଣିଛ?” ଏକାସାଙ୍ଗରେ ଦୁଇଜଣଯାକ ପଚାରିଲେ ।

– “ଆପଣ ବି ସେଦିନ ଯାଇଥିଲେ…?” ମୁଁ ଦୁର୍ଗାମାଧବ ବାବୁଙ୍କୁ ଉତ୍କଣ୍ଠା ସହକାରେ ପଚାରିଲି ।

ତାପରେ ମୁଁ ସ୍ୱୀକାର କଲି – “ମୁଁ ସେଇ ଦାୟିତ୍ୱହୀନ ଯୁବକ । ଆଜିଯାଏଁ ସେଇ ତ୍ରୁଟି ପାଇଁ ମୋ ମନରେ ଅନୁତାପ ରହିଛି ।”

– “ଆମେ ଅନୁମାନ କରିଥିଲୁ କିଛି ନା କିଛି ସମସ୍ୟା ନିଶ୍ଚୟ ହୋଇଛି ଏବଂ ତୁମେ ଆମକୁ ଜଣାଇପାରିନାହଁ । କାରଣ ତୁମ ପାଖରେ ଆମ ନମ୍ବର ନଥିଲା । ସେ ଯାହାହେଉ, ଆମେ ସେଦିନ ସମୁଦ୍ରକୂଳରେ ଘଣ୍ଟାଏ ବିତାଇଥିଲୁ ଓ ସନ୍ଧ୍ୟାବେଳେ ଜଗନ୍ନାଥ ଦର୍ଶନ କରିଥିଲୁ ।” ପରିସ୍ଥିତିକୁ ଲାଘବ କରିବା ପାଇଁ ଦୁର୍ଗାମାଧବ ବାବୁ କହିଲେ ।

– “କିନ୍ତୁ ପୋଲିସ ନିୟମ ଅନୁସାରେ ତୁମେ ଦଣ୍ଡ ପାଇବାର ଯୋଗ୍ୟ ଏବଂ ତୁମପାଇଁ ଆଜି ତୁରନ୍ତ ଦଣ୍ଡ ହେଉଛି ତୁମେ ଆଉ ଦୁଇଖଣ୍ଡ କେକ୍ ସହିତ ୬ଟି ଆଳୁଚପ୍ ଖାଇବ ।” ଦୁର୍ଗାମାଧବ ବାବୁ ନିଷ୍ପତ୍ତି ଶୁଣାଇଲେ । ଆମେ ତିନିହେଁ ହସରେ ବିହ୍ୱଳ ହୋଇଉଠିଲୁ ।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି
More

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

by ପ୍ରଭୁକଲ୍ୟାଣ ମହାପାତ୍ର
March 11, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୧ ମାର୍ଚ୍ଚ ୨୦୨୬ ପୂର୍ବତନ ବିଧାୟକ ପରମାନନ୍ଦ ମହାନ୍ତି ଏଭଳି ଜଣେ ବ୍ୟକ୍ତି ଥିଲେ, ଯାହାଙ୍କୁ ଦଳମତ ନିର୍ବଶେଷରେ ସମସ୍ତେ ଶ୍ରଦ୍ଧା ଓ...

Read more
Dhanada’s Discourse: In the Aftermath of the US Losing the War to Iran: Prof Jiang

Dhanada’s Discourse:
In the Aftermath of the US Losing the War to Iran: Prof Jiang

March 8, 2026
Jay’s Thoughts:Dated Rituals and our unquestioning acceptance of them

Jay’s Thoughts:
Dated Rituals and our unquestioning acceptance of them

February 22, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୨)

February 15, 2026
Fifty-five Years of Unspoken & Emotional Journey of a Journalist’s Wife

Fifty-five Years of Unspoken & Emotional Journey of a Journalist’s Wife

February 9, 2026
Dhanada’s Discourse:When Mobs Call the Shots: India’s Slide from Pluralism to Peril

Dhanada’s Discourse:
When Mobs Call the Shots: India’s Slide from Pluralism to Peril

February 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.