• About
  • Contact
Thursday, October 16, 2025
Thursday, October 16, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Economy

ଭାଗ୍ୟବାନ ଓଡ଼ିଶା …

ଭାଗ୍ୟବାନ ଓଡ଼ିଶା …
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୫ ଅକ୍ଟୋବର ୨୦୨୨

୧୯୮୯ ମସିହା ପରଠାରୁ ଯଦି ଭାରତର ରାଜନୈତିକ ଇତିହାସ ଦେଖାଯାଏ, ତେବେ ବିଜେପି ଏକମାତ୍ର ଦଳ ଯିଏ ଗତ ସାଧାରଣ ନିର୍ବାଚନରେ ୩୭.୩୬ ପ୍ରତିଶତ ଭୋଟ ପାଇ ଭାରତୀୟ ଲୋକଙ୍କର ପସନ୍ଦର ଦଳ ଭାବେ ନିର୍ବାଚନ ଜିତି ଶାସନ କ୍ଷମତାରେ ରହିଛି । ଏହାଠାରୁ ଆହୁରି ଗର୍ବର କଥା ଯେ, ଓଡ଼ିଶାରେ ଲଗାତାର ୫ ଥର କ୍ଷମତାରେ ଥିବା ବିଜେଡି ଗତ ସାଧାରଣ ନିର୍ବାଚନରେ ୨୧ ଟି ଲୋକସଭା ଆସନରେ ପାଇଥିବା ଭୋଟର ପରିମାଣ ୪୪.୭୧ ପ୍ରତିଶତ ଓ ବିଧାନସଭାରେ ପାଇଥିବା ଭୋଟର ପରିମାଣ ୪୨.୮ ପ୍ରତିଶତ ଯାହାକି ବିଜେପି ଠାରୁ ଅଧିକ। ଏହି ଭୋଟ ପ୍ରତିଶତ ପ୍ରମାଣ କରୁଛି ବିଜେପିକୁ ବିଜେଡି କିଭଳି ଲୋକପ୍ରିୟତାରେ ପଛରେ ପକାଇ ଦେଇଛି।

ଲୋକମାନେ କେବଳ ବିଜେଡି କୁ ଅଧିକ ପସନ୍ଦ କରି ଭୋଟ ଦେଉଛନ୍ତି ତା ନୁହେଁ ବରଂ “The Quint” ର ରିପୋର୍ଟ ଅନୁଯାୟୀ ସାରା ଭାରତବର୍ଷର “Electoral Bond Scheme” ରେ ମଧ୍ୟ ୩ୟ ବୃହତ ରାଜନୈତିକ ଦଳ ଭାବେ ଉଭା ହୋଇଛି ବିଜେଡି । ୨୦୧୭ରୁ ୨୦୨୦ ମଧ୍ୟରେ ୨୬୪ କୋଟି ଟଙ୍କା ସହ ୪.୨ପ୍ରତିଶତ ଚାନ୍ଦା ସଂଗ୍ରହ କରି ପାରିଛି ଏହି ଦଳ । ଭାରତବର୍ଷର ବଡ଼ ଚାନ୍ଦା ସଂଗ୍ରହ କାରୀ ଦଳ ଭାବେ ବିଜେପି ଏହି ସ୍କିମ୍ ରୁ ୪୨୧୫ କୋଟି ଟଙ୍କା ସହ ୬୭.୯ ପ୍ରତିଶତ ଅର୍ଥ ସଂଗ୍ରହ କରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯଦି ନିର୍ବାଚନ ମଣ୍ଡଳୀ ହିସାବରେ ରାଜନୈତିକ ଚାନ୍ଦାର ପରିମାଣକୁ ହିସାବ କରି ଦେଖାଯାଏ ତେବେ ୪୦୪୨ଟି ନିର୍ବାଚନ ମଣ୍ଡଳୀରୁ ବିଜେପିକୁ ପ୍ରତି ନିର୍ବାଚନ ମଣ୍ଡଳୀ ପିଛା ୧ କୋଟି ୪ ଲକ୍ଷ ଟଙ୍କା ମିଳିଥିବା ବେଳେ ବିଜେଡି ୧୪୭ ନିର୍ବାଚନ ମଣ୍ଡଳୀରୁ ପ୍ରତି ନିର୍ବାଚନ ମଣ୍ଡଳୀ ପିଛା ୧ କୋଟି ୮୦ ଲକ୍ଷ ଟଙ୍କା ପାଇଛି । ଅର୍ଥାତ ଓଡ଼ିଶାରେ କ୍ଷମତାସୀନ ବିଜେଡି ଦଳ ଭାରତର ଲୋକପ୍ରିୟ ରାଜନୈତିକ ଦଳକୁ ଲୋକପ୍ରିୟତା ସହ ରାଜନୈତିକ ଚାନ୍ଦା କ୍ଷେତ୍ରରେ ମଧ୍ୟ ପଛରେ ପକାଇ ଦେଇଛି । ସବୁଠାରୁ ଧନୀ ରାଜନୈତିକ ଦଳ ଓଡ଼ିଶାକୁ ଶାସନ କରୁଥିବା ବେଳେ ଅନ୍ୟତମ ଧନୀ ଦଳ ବିରୋଧୀ ଦଳ ଭାବେ କାର୍ଯ୍ୟ କରୁଛି। ଏଥିପାଇଁ ଓଡ଼ିଶାର ଜନସାଧାରଣ ଖୁସି ହେବା କଥା ନୁହେଁ କି ?

ଓଡ଼ିଶା ସରକାର ଯଦି ଖଣି କ୍ଷେତ୍ରରୁ ଅଣଟିକସ ରାଜସ୍ଵ ବାବଦକୁ ୪୮,୨୮୦ କୋଟି ଟଙ୍କା ପାଇବାରେ ସକ୍ଷମ ହେଉଛନ୍ତି, ଏଭଳି ସୌଭାଗ୍ୟ ଭାରତବର୍ଷର ଆଉ କେଉଁ ରାଜ୍ୟର ଅଛି କି ? ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଗୋଟିଏ ରାଜ୍ୟରେ ସ୍ଥିର ସରକାର ପ୍ରଦାନ କରି ରେକର୍ଡ଼ କରିଛି ବିଜେଡି । ଅର୍ଥନୈତିକ ଦୃଷ୍ଟିକୋଣରୁ ମଧ୍ୟ ବେଶ ସମୃଦ୍ଧ ଏହି ଦଳ । ତେବେ ଓଡ଼ିଶାର ଅର୍ଥନୀତିର ଚିତ୍ର କିଭଳି ରହିଛି ତାହା ଜାଣିବା ପାଇଁ ନଜର ପକାଇବା ଅର୍ଥନୈତିକ ସର୍ଭେ ରିପୋର୍ଟ ଉପରେ । ଏହି ରିପୋର୍ଟ ଅନୁଯାୟୀ ଗୋଆ ଭଳି ଏକ ଛୋଟିଆ ରାଜ୍ୟର ମୁଣ୍ଡ ପିଛା ଆୟ ୪,୨୨,୧୪୯ ଟଙ୍କା ଥିବାବେଳେ ଆମ ରାଜ୍ୟର ମୁଣ୍ଡ ପିଛା ଆୟ ହେଉଛି ୧,୨୭,୩୮୩ ଟଙ୍କା । ଦେଶର ୫ଟି ଗରିବ ରାଜ୍ୟ ଭିତରେ ଆମ ରାଜ୍ୟ ଓଡ଼ିଶା ରହିଛି ପ୍ରମୁଖ ସ୍ଥାନରେ ।

ଏ ସମସ୍ତ କଥାକୁ ଯଦି ବିଚାର କରାଯାଏ, ତେବେ ଆପଣ ଭାବନ୍ତୁ ତ କାହିଁକି ଓଡ଼ିଶାର ଜନସାଧାରଣ ସୁଖୀ ନ ହେବେ ? ଦେଶର ସବୁଠାରୁ ଲୋକପ୍ରିୟତା ହାସଲ କରିଥିବା ଏକ ଦଳ ଓଡ଼ିଶାକୁ ଶାସନ କରୁଛି । ବହୁ ରାଜ୍ୟର ଅସ୍ଥିରତା ଭିତରେ ସରକାର ଗତି କରୁଥିବା ବେଳେ ଓଡ଼ିଶାରେ ସ୍ଥିର ଶାସନ ଚାଲିଛି । ଭାରତବର୍ଷର ଲୋକପ୍ରିୟ ରାଜନୈତିକ ଦଳ ବିଜେପିକୁ ଓଡ଼ିଶାର ଶାସନ କ୍ଷମତାରେ ଥିବା ବିଜେଡି ପଛରେ ପକାଇଛି । ରାଜନୈତିକ ଚାନ୍ଦା ସଂଗ୍ରହରେ ମଧ୍ୟ ଓଡ଼ିଶାର ଶାସନ କ୍ଷମତା ସମ୍ଭାଳୁଥିବା ଦଳ ବିଜେଡି ନିର୍ବାଚନ ମଣ୍ଡଳୀ ହିସାବରେ ୧ ନମ୍ବର ସ୍ଥାନରେ ରହିଛି । ଗୋଆ ଭଳି ଛୋଟିଆ ରାଜ୍ୟଠାରୁ ଓଡ଼ିଶାର ମୁଣ୍ଡ ପିଛା ଆୟ କମ୍ ହୋଇ ମଧ୍ୟ ଅର୍ଥନୀତି କୁ ସ୍ଥିର ରଖି ପାରିଛନ୍ତି ଆମ ରାଜ୍ୟର ସରକାର । ଉତ୍ତର ପ୍ରଦେଶ, ଆସାମ, ଝାଡ଼ଖଣ୍ଡ,ବିହାର ସହିତ ପ୍ରମୁଖ ୫ଟି ଗରିବ ରାଜ୍ୟ ତାଲିକାର ପ୍ରମୁଖ ସ୍ଥାନରେ ରହିଛି ଓଡ଼ିଶା । ସ୍ଥିର ସରକାର, ସ୍ଥିର ବିରୋଧୀ ଦଳ, ସ୍ଥିର ଅର୍ଥନୀତି ତା ସାଙ୍ଗକୁ ଦେଶର ଦୁଇ ଦୁଇଟି ଧନୀ ରାଜନୈତିକ ଦଳକୁ ଶାସକ ଓ ବିରୋଧୀ ଦଳ ଭାବେ ପାଖରେ ଯଦି କେହି ପାଆନ୍ତି ତେବେ ସେହି ରାଜ୍ୟର ଲୋକେ ନିଜକୁ ଭାଗ୍ୟବାନ ବୋଲି ଭାବିବେ ନାହିଁ କାହିଁକି ?

Nirvik Bureau

Nirvik Bureau

Related Posts

A Busy Budget
Economy

A Busy Budget

by Sobhan Kar
February 1, 2025

Sobhan Kar, Bhubaneswar, 1 February 2025 Finance Minister, Nirmala Sitharaman, presented a budget today that means many things to many...

Read more
Freedom from Tax Complexities!

Freedom from Tax Complexities!

August 15, 2024
Riding High on Inflated Valuations

Riding High on Inflated Valuations

August 5, 2024
Satya’s Servings: The Great Intellectual Smack Down: Where Empty Vessels Make the Loudest Noise

Satya’s Servings: The Great Intellectual Smack Down: Where Empty Vessels Make the Loudest Noise

May 24, 2024
Financial Planning 101: Types of Investors

Financial Planning 101: Types of Investors

May 20, 2024
Market Correction: Is it a necessity in the current market scenario?

Market Correction: Is it a necessity in the current market scenario?

March 20, 2024
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.