• About
  • Contact
Thursday, June 25, 2026
Thursday, June 25, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଆମରି ଗାଆଁର ‘ଧଡ଼ିଆ’ ବୁଢା ବୟସ ବେଶୀ

ଆମରି ଗାଆଁର ‘ଧଡ଼ିଆ’ ବୁଢା ବୟସ ବେଶୀ
Share on FacebookShare on Xshare on Whatsappshare on Linkedin
ଭକ୍ତ ଚରଣ ସାହୁ, ଯାଜପୁର,୪ ନଭେମ୍ବର ୨୦୨୨

ଆମରି ଗାଆଁର ‘ଧଡ଼ିଆ’
ବୁଢା ବୟସ ବେଶୀ ।
ଦେହଟି ତା’ ନଡ଼ ‘ବଡ଼ିଆ’
ପେଟ ଗଲାଣି ପଶି ।।

କଥା କହେ ଭାରି ‘ତେଢି଼ଆ’
କା’ରେ ନରଖି ଶ୍ରଦ୍ଧା ।
କାମ ନୁହେଁ ତା’ର ‘ବଢିଆ’
ଲୋକେ କୁହନ୍ତି ଗଧା ।।

ଧାନ ବିରି ଦେଇ ‘କାଢ଼ିଆ’
ଟଙ୍କା ପଇସା ସଞ୍ଚେ ।
ଭାରି କୁରୁପଣ ‘ମେଢି଼ଆ’
ବୁଢ଼ା ନଖାଇ ବଞ୍ଚେ ।।

ପଇସା ଲୋଭରେ ‘ନଡ଼ିଆ’
ବିକି ଦିଏସେ କଷି ।
ଜମି ସବୁ ରଖି ‘ପଡିଆ’
କହେ ମୁଁ ବଡ଼ ଚାଷୀ ।।

ବାଡ଼ିରେ ଖୋଳିଛି ‘ଗଡ଼ିଆ’
ନାହିଁ ମୁନ୍ଦିଏ ପାଣି ।
ହାତେ ଧରି କହେ “ପୁଡ଼ିଆ’
ମାଛ ଆଣିଲି ଛାଣି ।।

ବାଡ଼ିରେ କରିଛି ‘କୁଡ଼ିଆ’
ଚୋର ଜଗିବା ପାଇଁ ।
ପକାଇ ଶୋଉଛି ‘ଘୋଡ଼ିଆ’
କହେ ଗଦି ମୋ କାହିଁ ?

କଟାରୀ ରଖିଛି ‘ଦାଢୁଆ’
କେହି ନଯାନ୍ତି ପାଶେ ।
ସବୁରି କାମରେ ‘କାଢୁଆ’
କହେ ଡାକି ହରଷେ ।।

ଖାଏ ନାହିଁ କେବେ ‘ବିଡ଼ିଆ’
ପାନ ପଇସା ପାଇଁ ।
ବାହାରେ କହେସେ ‘କଢୁଆ’
ଗୁଣ୍ଡି ଖାଉଛି ମୁହିଁ ।।

ବୁଢ଼ୀକୁ ତା’ ଦିଏ ‘ବାଡ଼ିଆ’
ଦୋଷ ନଥାଇ କିଛି ।
ବୁଝିବସେ ସବୁ ‘ଅଡ଼ୁଆ’
କଥା କହିଲେ ବାଛି ।।

ତା’ ପରି ନାହିଁକେ ‘ମାଡୁଆ’
ବୁଢା, ଗାଆଁରେ ଆମ ।
ସଭିଏଁ କୁହନ୍ତି ‘ରାଢୁଆ’
କେବେ ନେବଟି ଯମ ।।

ଭକ୍ତ ଚରଣ ସାହୁ

ଭକ୍ତ ଚରଣ ସାହୁ

ଭକ୍ତ ଚରଣ ସାହୁ, ସଭାପତି, ମାହାଙ୍ଗା-ବଡ଼ଚଣା, ସାହିତ୍ୟ ଓ ସଂସ୍କୃତି ପରିଷଦ, ବାଲିଚନ୍ଦ୍ରପୁର, ଯାଜପୁର, ଓଡ଼ିଶା
ଦୂରଭାଷ ନଂ ୯୪୩୭୨୭୬୬୩୩

Related Posts

ଗାଆଁ ଟାଉଟର
Literature

ଗାଆଁ ଟାଉଟର

by ଜୟ କୁମାର ମିଶ୍ର
June 22, 2026

ଜୟ କୁମାର ମିଶ୍ର, ଗଜପତି, ୨୨ ଜୁନ ୨୦୨୬ ଗାଆଁ ଟାଉଟର, ହୁଏ ହରବର ପ୍ରଭାତରୁ ମଧ୍ୟ ରାତ୍ର, ପାଠତ ଅଳପ, ବହୁତ ବହପ ଅବରଣେ ମଧ୍ୟପାତ୍ର...

Read more
ଦେଖଣା ସୁନ୍ଦର, କଖାରୁ ବଡ଼ି

ଦେଖଣା ସୁନ୍ଦର, କଖାରୁ ବଡ଼ି

June 15, 2026
କୃଷକ

କୃଷକ

June 3, 2026
ମାଆର ମୂଲ ଅମୂଲ ମୂଲ

ମାଆର ମୂଲ ଅମୂଲ ମୂଲ

May 10, 2026
କ୍ଷମତା, ମମତା

କ୍ଷମତା, ମମତା

May 9, 2026
ଫଳ କିଏ ଖାଏ

ଫଳ କିଏ ଖାଏ

May 2, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.