• About
  • Contact
Tuesday, August 25, 2026
Tuesday, August 25, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଅପରୂପା ବିରୂପା

ଅପରୂପା ବିରୂପା
Share on FacebookShare on Xshare on Whatsappshare on Linkedin
ପ୍ରମୋଦ କୁମାର ଦାଶ, କଟକ, ୧୩ ଡିସେମ୍ବର ୨୦୨୨

କେକହେ ସୁନ୍ଦରୀ ତଟିନୀ ବିରୂପା
ଅଟନ୍ତି ସେ କାଳେ କୁତ୍ସିତା କୁରୂପା
ବୃକ୍ଷରାଜି ବିପଣୀମାଳା ମଣ୍ଡିତା
ପୂଣ୍ୟମୟୀ ମାତା ଉତ୍କଳେ ଶୋଭିତା । ୧|

ସ୍ନିଗ୍ଧ ସିଦ୍ଧ ଅନ୍ନ ସ୍ବଚ୍ଛ ଫେନ ଭ୍ରମ
ଉଚ୍ଛନ୍ନ କରଇ ମାନସ ଆନନ
ଅବଲୋକି ଦୂରୁ ତା’ମୁକୁର ଦେହ
ଅନୁଭବେ କବି ସତେ କି ବିଦେହ । ୨।

ସଂଖ୍ୟାହୀନ ସୂତ୍ରେ ହୋଇ ଛନ୍ଦା ଛନ୍ଦି
ନିଜଦେହେ ନିଜେ ହୋଇଥାନ୍ତି ବାନ୍ଧି
ମିନଜୀବି କୂଳ ଯେ ଦଣ୍ଡାୟମାନ
ସେ ଶୋଭାକୁ କରିପାରେ କେ ବର୍ଣନ । ୩ ।

ଷଡଜଷ୍ଟି ପାଶ କରେ ଟେକି ଦେଇ
ସ୍କନ୍ଧ ସିଂହାସନେ ଆପେ ମଣ୍ଡିଥାଇ
ସପ୍ତବର୍ଣ ମିଶ୍ର କୁସୁମ ନିକର
ପ୍ରାୟସେ ଶୋଭିତ ନୀର ବକ୍ଷତାର । ୪।

ମତ୍ସ୍ୟଧାରୀ ବୃନ୍ତ ପରାଏ ଶୋଭିତ
ଦୂର ତୃଣ ଭୂମି ପାଦପ ପ୍ରତୀତ
ଦୂରାଦୂରୁ ବ୍ୟସ୍ତ ଜନସମାଗମ
ନାବେ ଥାନ୍ତି କରି ନଦୀ ଅତିକ୍ରମ । ୫ ।

ଚନ୍ଦ୍ରପ୍ରଭା ପ୍ରଭୁ ବିଦାୟ ବେଳାରେ
ଚନ୍ଦ୍ରଚୂଡ ବର ଅଙ୍ଗ ମଣ୍ଡନରେ
ବିଶୋଭି କ୍ଷୋଭୁଛି ଭକ୍ଷଦ୍ବାର ସାରି
ନିରୀହ ମୀନରେ ନୟନ ବିସ୍ତାରି । ୬ ।

ମହୀଷ ଗୋଷ୍ଠୀର ନୀର ସନ୍ତରଣ
ଗୁପ୍ତ ଅପଘନ ପୃଷ୍ଟ ଦୃଶ୍ୟମାନ
ପୁଳା ପୁଳା କଳା ବାଇଁଶର ଦଳ
ମାଡିକି ଆସନ୍ତି, ହରେ ଜ୍ଞାନ ବଳ । ୭ ।

ପ୍ରକୃତିର ଏହି ଚିରନ୍ତନ ଲୀଳା
ସଂସାର ବକ୍ଷରେ ନିରନ୍ତର ଖେଳା
ଶ୍ବାନଶ୍ବାନୀ ଦୁହେଁ କୋଳାଗ୍ରତ ହୋନ୍ତି
ପରସ୍ପର ପ୍ରେମ ଭାଷା ଭାଷୁଥାନ୍ତି । ୮ |

ଦୂରେ ଜଳଉକା ମଣ୍ଡିତ ଆସନ
ଉଠିବ କି ନାହିଁ ସେ ଅବ ଚେତନ
ପାଦଦେଶେ ପାଦପରାଜି ବିରାଜି
ସର୍ବ ସୌଉନ୍ଦର୍ଯ୍ୟ ସତେ ପ୍ରତେ ଭାଜି । ୯ |

ପାରୁଶ ପରଶି ପୂତାଚଳ ଶୋହେ
ଗଜରାଜ ବତ ଜନମନ ମୋହେ
ବୈକୁଣ୍ଠା ଭିଳାଷୀ ଯୋଗୀ ଜନ ଯୋଗେ
ସତେ ପ୍ରତେ ହୁଏ ଜଳଉକା ନିଦେ | ୧୦ |

ତଟ ଦେଶେ ଯେହ୍ନେ ସେ ବିରାଜମାନ
ବାଣୀ ବର୍ଣ୍ଣନରେ ନାହିଁ ଭିନ୍ନା ଭିନ୍ନ
ଅତ୍ରିକ୍ରମେ ଯେଣୁ ଚିନ୍ତା ପାରାବାର
ଅଚଳ ହୁଅଇ କବି ହୃଦାଚଳ | ୧୧ |

ପ୍ରେମିକ ପ୍ରେମିକା ଯୁଗଳ ମୁରତୀ
ବାଣୀ ବାଣ ଟାଣେ ମିଳାବନ୍ତି ଯତି
ପରସ୍ପରେ ହୃଦ ଭାବ ବିନିମୟ
ହିରଣ୍ମୟ କରେ ହୋନ୍ତି ତନମୟ | ୧୨ |

ବିଛୁରନ୍ତି ରବି ରଶ୍ମି ଅସ୍ତାଚଳେ
ଲୋଷ୍ଟ୍ରଧରି କରେ ପକାବନ୍ତି ଜଳେ
ଲୋହିତ ତରଙ୍ଗେ ଉକୁଟିତ ଆଭା
ରସିକର ହୃଦେ ରସିକାର ଗଭା | ୧୩ |

ଉତରିଣ ନାବୁଁ ଜଳଯାତ୍ରା ଜନ
ସ୍ବସଦନକୁ କରନ୍ତି ଗମନ
ତଟିନୀ ଗରଭୁ ଉତ୍ ଥିତ ସରବେ
ଚର୍ତ୍ମ ପରେ ପାଦ ଥାପନ୍ତି ଗରବେ | ୧୪ |

ସରିତରେ ସ୍ନାନ ସାରି ଦେବଗଣ
ଚଳୁଛନ୍ତି ଅବା ସରଗ ଭୁବନ
ବାସେ ସୁପତିତ ଅସ୍ତଭାନୁ ଜ୍ୟୋତି
ରମଣୀମାଳାରେ ଶୋଭେ କାନ୍ତିପ୍ରୀତି । ୧୫ ।

ଅନନ୍ତର କୋଳ ଅନ୍ଧକାର ହୋନ୍ତେ
ସବୁଜଖଗ ପ୍ରବେଶି ଧାତୁ ସୂତ୍ରେ
ଦୃଶ୍ୟ ସଉନ୍ଦର୍ଯ୍ୟ ବର୍ଣ୍ଣନା ଅତୀତ
ତନ୍ମୟ ହୁଅଇ କବିପ୍ରାଣ ଚିତ୍ତ । ୧୬ ।

ପ୍ରମୋଦ କୁମାର ଦାଶ

ପ୍ରମୋଦ କୁମାର ଦାଶ

ରାଜ୍ୟ ସରକାର ତଥା ଜାତୀୟ ପୁରସ୍କାର ପ୍ରାପ୍ତ ପରିବେଶ ସେବକ ଓ ସଭାପତି : ଜନମଙ୍ଗଳ । ଗୋପାଳପୁର, ନିଶ୍ଚିନ୍ତକୋଇଲି, କଟକ
ମୋ : ୯୩୩୭୫୪୭୨୪୨

Related Posts

ଭାରତର ସନ୍ତାନ
Literature

ଭାରତର ସନ୍ତାନ

by ଦେବେନ୍ଦ୍ର କୁମାର ସାହୁ
August 15, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୫ ଅଗଷ୍ଟ ୨୦୨୬ ମୁହିଁ ଭାରତର ଅମୃତ ସନ୍ତାନ ମୋ ଜନ୍ମ ପାଇଁକି ମୁହିଁ ଧନ୍ୟ ବିବିଧତା ମଧ୍ୟେ ଏକତା ଗୀତିକା...

Read more
You, Me and Tea

You, Me and Tea

August 1, 2026
ଛୋଟିଆ ରାତି ସପନ ଅତି

ଛୋଟିଆ ରାତି ସପନ ଅତି

July 23, 2026
ସର୍ବେ ହୁଅନ୍ତୁ ଖୁସି

ସର୍ବେ ହୁଅନ୍ତୁ ଖୁସି

July 18, 2026
ଘୋଷ ଯାତ୍ରା

ଘୋଷ ଯାତ୍ରା

July 16, 2026
ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.