• About
  • Contact
Sunday, June 7, 2026
Sunday, June 7, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ବରଷାରେ ପ୍ରୀତି କଲି କଳା ମେଘ ସାଥିରେ….

ବରଷାରେ ପ୍ରୀତି କଲି କଳା ମେଘ ସାଥିରେ….
Share on FacebookShare on Xshare on Whatsappshare on Linkedin

ଶୈଳବାଳା ମହାପାତ୍ର, ପୁରୀ, ୮ ଡିସେମ୍ବର ୨୦୨୩

ବରଷାରେ ପ୍ରୀତି କଲି କଳା ମେଘ ସାଥିରେ
ସେଇ ମେଘ ଚୋରି କଲା ନିଦ ମୋର ରାତିରେ

ପୁରାତନ ରଚନାରୁ ଗାଇଛନ୍ତି ଶ୍ରୀମତୀ ଅନିମା କର ! ଉଦଘୋଷିକାଙ୍କ ଏଇ ଘୋଷଣା ପରେ ମୁଁ ଆଉ ରେଡ଼ିଓ ପାଖ ଛାଡ଼େନି। ଶୁଣେ । ଶୁଣେ ସେ ଅପୂର୍ବ ସ୍ଵର ଲହରୀକୁ।ସେ କଣ୍ଠ ଓ ସୁର ଏଭଳି ଛାପ ପକେଇଥିଲା ମୋ ପ୍ରଥମ ତାରୁଣ୍ଯରେ ଯେ ତାକୁ ନେଇ କବିତାଟିଏ ଲେଖିଥିଲି ।” କଳାମେଘ ନୁହେଁ, ବରଷାରେ ପ୍ରୀତି କଲି ତୁମରି ସାଥିରେ —-“

ଅନିମା ମାଡାମ୍ ଙ୍କ ସେ ଗୀତ ମୁଁ ଏବେ ବି ଗୁଣୁଗୁଣାଏ । କେବଳ ଏତିକି ନୁହେଁ । ତାଙ୍କର ଅଧିକାଂଶ ଗୀତ ମୋର ପ୍ରିୟ ଥିଲା। ଆକାଶବାଣୀରେ ସେଇ ସମୟର ଶିଳ୍ପୀମାନଙ୍କର ଗୀତ ଆଉ ବାଜୁଛି କି ନାହିଁ କେଜାଣି !

ଅନିମା ମାଡାମ୍ ଙ୍କର ସିଧାସଳଖ ଛାତ୍ରୀ ମୁଁ ନଥିଲି । କିନ୍ତୁ ମୋର କେତେଜଣ ପରିଚିତାଙ୍କୁ ସେ ପଢ଼ାଇଛନ୍ତି। ସେ ନୀଳିମା ମାଡାମ୍ ଙ୍କ ଭଉଣୀଥିଲେ ବୋଲି ମୁଁ ପରେ ଜାଣିଲି । ମୋ ପାଇଁ ତାଙ୍କ ସ୍ଵର ହିଁ ଥିଲା ପ୍ରଥମ ପରିଚୟ ।

ସ୍ଵର ଯେମିତି, ସେମିତି ସରଳ ଓ ମିଠା ମୁହଁର ଚେହେରା । ସୁନ୍ଦର ବ୍ୟକ୍ତିତ୍ଵ । ମାତ୍ର ଥରେ ଦି’ଥର ଦେଖିଛି ।

ସରିଯିବା ଜୀବନର ଏକ ବିରାଟ ସତ। ସରିଗଲେ ବି ଅନିମା ମାଡାମ୍ ସ୍ମରଣୀୟ। ତାଙ୍କ ଅନୁପମ ସ୍ଵର ମାଧୁର୍ଯ୍ୟ ତାଙ୍କୁ ଅମର କରି ରଖିବ ହୃଦୟ ହୃଦୟରେ !!

ଶୈଳବାଳା ମହାପାତ୍ର

ଶୈଳବାଳା ମହାପାତ୍ର

ବିଶିଷ୍ଟ କବି ଓ ସାହିତ୍ୟିକ, ଦୂରଭାଷ ନଂ ୭୦୦୮୫୮୬୫୦୧

Related Posts

କୃଷକ
Literature

କୃଷକ

by ଡ଼ଃ. ଗିରିଜା ଶଙ୍କର ମିଶ୍ର
June 3, 2026

ଡଃ. ଗିରିଜା ଶଙ୍କର ମିଶ୍ର, ମାହାଙ୍ଗା, ୩ ଜୁନ୍ ୨୦୨୬ ଲକ୍ଷ୍ୟ ତା ସୁନାର ଫସଲ ମାଟି ସହ ମାଟି ହୋଇ ଆଣେ ମାଟି - ଉର୍ବରତା...

Read more
ମାଆର ମୂଲ ଅମୂଲ ମୂଲ

ମାଆର ମୂଲ ଅମୂଲ ମୂଲ

May 10, 2026
କ୍ଷମତା, ମମତା

କ୍ଷମତା, ମମତା

May 9, 2026
ଫଳ କିଏ ଖାଏ

ଫଳ କିଏ ଖାଏ

May 2, 2026
ମଧୁବାବୁ

ମଧୁବାବୁ

April 29, 2026
ଉତ୍କଳ ର ଗୌରବ

ଉତ୍କଳ ର ଗୌରବ

April 28, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.