ଭକ୍ତ ଚରଣ ସାହୁ, ଯାଜପୁର, ୨୧ ଜୁଲାଇ ୨୦୨୩
ବର୍ଷା ଗୋଟେ
ନାକ କାନ୍ଦୁରୀ ଝିଅଟିଏ..
ସବୁବେଳେ
ଲୁହ ଢାଳେ..
କେତେବେଳେ ଦୁମ ଦୁମ
ତ କେତେବେଳେ
ଥିରି ଥିରି..
ଭାରି ଫୁଲେଇ ସେ..
ଶ୍ରାବଣରେ
ବଢେ ତା’ ପ୍ରକୋପ..
ନଦୀରେ
ପ୍ରଳୟ ରଚେ..
ଭସେଇ ଦିଏ କ୍ଷେତ ବାଡ଼ି
ଘର ଦ୍ୱାର
ଏମିତି କେତେ କ’ଣ….
ଆକାଶ ଛାତିରୁ
ଜନ୍ମ ନେଇ
ଚୁମିଯାଏ ମାଟିକୁ..
ସେ ଲୁହ ଢାଳିଲେ
ଧରଣୀ ହସେ
ନହେଲେ
ଫାଟିଯାଏ ବୁକୁ….
ବର୍ଷା କାନ୍ଦିଲେ
ସବୁଠି ହସ ଖେଳେ..
ଜୀଇଁବାର ରାହା ପାଏ ପୃଥିବୀ..
ସେ ଏମିତି କାନ୍ଦୁଥାଉ
ଲୁହ ଢାଳି ଫିସନ..
ଚୁମିଯାଇ ମାଟିକୁ….।।