• About
  • Contact
Monday, March 2, 2026
Monday, March 2, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଭୁବନେଶ୍ୱର ବଦଳି (ଭାଗ ୫୨)

ଭୁବନେଶ୍ୱର  ବଦଳି (ଭାଗ ୫୨)
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୧ ଡିସେମ୍ବର ୨୦୨୫

ହେଲେ, ଭୁବନେଶ୍ୱର ଅଫିସ୍ ଆସିବା ଏତେ ସହଜ ନଥିଲା। ଇଟିଭି ଷ୍ଟୁଡ଼ିଓ ସେତେବେଳେ ଏସ୍.ସି.ଆର୍.ଟି. ଅଧୀନରେ। ଏସ୍.ସି.ଆର୍.ଟି. ର ନିର୍ଦ୍ଦେଶକଙ୍କୁ ମୋ ଲାଗି ବସିବା ସ୍ଥାନ ଲାଗି ରାଜି ହେବାକୁ ଅନୁରୋଧ କରି ଚିଠିଟିଏ ଗଲା। ଏସ୍.ସି.ଆର୍.ଟି.ର ସେତେବେଳେ ନିର୍ଦ୍ଦେଶକ ଥାଆନ୍ତି ରଜତ କୁମାର କର।

ମାସେ ବିତିଗଲା। ଏସ୍.ସି.ଆର୍.ଟି.ର ନିର୍ଦ୍ଦେଶକଙ୍କ ଠାରୁ ଏନ୍.ସି.ଆର୍.ଟି. ଚିଠିର ପ୍ରତ୍ୟୁତ୍ତର ମିଳିଲା ନାହିଁ। ମୁଁ ଯାଇ ରଜତ କୁମାର କରଙ୍କ ପାଖେ ପହଁଚିଲି।

ରଜତ କୁମାର କର ଥିଲେ ମୋ କକେଇ ଶରତ ଚନ୍ଦ୍ର ମହାପାତ୍ରଙ୍କର ବଂଧୁ। ଦୁହେଁ ପ୍ରଗଳ୍ଭ ବକ୍ତା ଓ ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାରକ ଥିଲେ। ଉମରକୋଟରେ ମୁଁ ଶିକ୍ଷକ ଥିବାବେଳେ ସେ ଥିଲେ ଶିକ୍ଷା ବିଭାଗର ଯୁଗ୍ମ ନିର୍ଦ୍ଦେଶକ। ଅତି ସକ୍ରିୟ ଓ କର୍ମଠ ଅଧିକାରୀ ହୋଇଥିବାରୁ ସମସ୍ତେ ତାଙ୍କୁ ଭଲ ପାଉଥିଲେ। ତାଙ୍କ ପାଖେ ପହଂଚିବା କଷ୍ଟକର ନଥିଲା। ମୁଁ ପିଅନ ହାତରେ ମୋ ନାଁ ଲେଖି କାଗଜଟିଏ ପଠାଇଲି। ତୁରନ୍ତ ଡକରା ଅସିଗଲା।

“କୁହ। କ’ଣ କାମ ଥିଲା ?” ସେ ପଚାରିଲେ।

ମୁଁ ତାଙ୍କୁ ପୂରା କଥା କହିଲି । ସେ ତାଙ୍କ ଷ୍ଟେନୋଙ୍କୁ ଡାକିଲେ। ବୁଝୁବୁଝୁ ସେ ଚିଠି ମିଳିଛି ଓ ସେକ୍ସନ ଅଫିସର ଶତପଥୀ ବାବୁଙ୍କ ପାଖେ ଅଛି। ଶତପଥୀ ବାବୁଙ୍କୁ ଡକାଗଲା।

ତାଙ୍କୁ ଦେଖି ମୁଁ ବୁଝିଗଲି କାହିଁକି ଏଯାଏଁ କିଛି ଉତ୍ତର ମିଳିନଥିଲା। ଏ ବାବୁ କିରାଣୀ ଥିଲାବେଳେ ଇଟି ସେଲକୁ ଡେପୁଟେସନରେ ଆସିଥିଲେ। ତା ଆଗରୁ ଡି.ପି.ଆଇ ଅଫିସରେ ଥିଲାବେଳେ ଥରେ ମତେ ଲାଞ୍ଚ ମାଗିଥିଲେ ଓ ମୁଁ ତାଙ୍କୁ ମାରିବାକୁ ଗୋଡ଼େଇ ଥିଲି।

“ସାର୍, ଏ ବାବୁ ଉପରିସ୍ଥ ହାକିମଙ୍କ କଥା ଶୁଣନ୍ତି ନାହିଁ। ସମୟରେ ବି ଅଫିସ୍ ଆସନ୍ତି ନାହିଁ।” ଶତପଥୀ ବାବୁ କହିଲେ।

“ତୁମକୁ ମୁଁ ତାଙ୍କ ସି.ସି.ଆର୍. ଲେଖିବାକୁ ଡାକିନି। ଏନ୍.ସି.ଆର୍ ଟି. ନିଜ ଖର୍ଚ୍ଚରେ ଆମକୁ ଜଣେ ଗବେଷଣା ସହକାରୀ ଦେଉଛନ୍ତି। ଆମେ ଖୁସିରେ ନେବା କଥା। ଯାଅ, ଜଲଦି ଚିଠିଟିଏ ପୁଟ୍ ଅପ୍ କର। ଲେଖିବ, ଆମେ ଖୁସିରେ ତାଙ୍କୁ ଏଠି କାମ କରିବାକୁ ଅନୁମତି ଦେବୁ।” ରଜତ କୁମାର କର ଚଢ଼ା ଗଳାରେ କହିଲେ। ତା’ପରେ ମତେ ସେ ଘଣ୍ଟେ ଭିଜିଟର୍ସ ରୁମରେ ବସି ଚିଠିଟି ନେଇଯିବାକୁ କହିଲେ। ଭିଜିଟର୍ସ ରୁମରେ କେହି ଜଣେ ମତେ ଚାହା କପେ ଦେଲେ।

ଚିଠି ମିଳିଗଲା । ଘଂଟାକ ପରେ ମୁଁ ଚିଠିଟି ନେଇ ପୁରୀ ଫେରିଆସିଲି। ତା ପରଦିନ ଦିଲ୍ଲୀ ଯାଇ ଚିଠିଟି ସିଆଇଇଟି ଅଫିସରେ ଦେଲି। ସେଠୁ ଚିଠି ନେଇ ଲକ୍ଷ୍ମୌ ଆସି ସେଠୁ ରିଲିଭ୍ ହେଇ ସପ୍ତାହକ ପରେ ଭୁବନେଶ୍ଵରରେ ଇଟିଭି ଷ୍ଟୁଡ଼ିଓରେ କାମରେ ଯୋଗଦେଲି।

ଅନେକ ବର୍ଷ ପରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ଶାରଳା ସାହିତ୍ୟ ସଂସଦ ଝଙ୍କଡ଼ଠାରେ ଶାରଳା ପୀଠରେ ମୋତେ ସମ୍ମାନିତ କରୁଥାନ୍ତି। ମୁଁ ସେତେବେଳକୁ ଜାତୀୟ ଶିଶୁ ସାହିତ୍ୟ କେନ୍ଦ୍ରର ମୁଖ୍ୟ। ରମାକାନ୍ତ ରଥ, ରଜତ କୁମାର କର ଓ ମୁଁ ଗୋଟିଏ କାରରେ ଗଲୁ । ମୋତେ ଦେଖି ରଜତ କୁମାର କର କହିଲେ, “ତୁମେ ସେହି ଯୁବକ ନା, ମୋ ପାଖକୁ ଏନ୍.ସି.ଆର୍.ଟି, ନିର୍ଦ୍ଦେଶକଙ୍କ ଚିଠି ନେଇ ଆସିଥିଲ?”

“ହଁ ଆଜ୍ଞା, ଆପଣ ମତେ ଇଟିଭି ଷ୍ଟୁଡ଼ିଓରେ ବସିବାକୁ ଅନୁମତି ଦେଇଥିଲେ।” ମୁଁ ଉତ୍ତର ଦେଲି।

“ହେଲେ ସେ ଯୁବକ ଏବେ ଶିଶୁ ହେଇଗଲେଣି।” ରମାକାନ୍ତ ରଥ କହିଲେ ଓ ଆମେମାନେ କିଛି ସମୟ ବେଦମ୍ ହସିଲୁ। ଏତେ ହସିଲୁ ଯେ ଗାଡ଼ିର ଡ୍ରାଇଭର ଆମକୁ ଆଶ୍ଚର୍ଯ୍ୟ ହୋଇ ଚାହିଁଲେ।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)
Literature

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

by Manas Ranjan Mahapatra
February 24, 2026

ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୪ ଫେବୃଆରୀ ୨୦୨୬ କୈଳାଶ ଭାଇ ଚାଲିଗଲେ। ମୋଠୁ ଆଠବର୍ଷ ବଡ଼ ହେବେ। ଦେହ ଦୁଇବର୍ଷ ହେଲା ଭଲ ନ ଥିଲା।...

Read more
ସତରେ ଏମିତି ହୁଅନ୍ତା କି – ୨୪

ସତରେ ଏମିତି ହୁଅନ୍ତା କି – ୨୪

February 23, 2026
ମା’ର ଭାଷା ମୋର ପ୍ରିୟ

ମା’ର ଭାଷା ମୋର ପ୍ରିୟ

February 21, 2026
ଅସାମାନ୍ଯ ଯୁଧୂଷ୍ଠିର

ଅସାମାନ୍ଯ ଯୁଧୂଷ୍ଠିର

February 18, 2026
ଓଦା

ଓଦା

February 16, 2026
ଅନୁଭୂତି ପାଠ

ଅନୁଭୂତି ପାଠ

February 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.