• About
  • Contact
Sunday, September 20, 2026
Sunday, September 20, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ବିଜୁ ବାବୁଙ୍କ ସ୍ମୃତିରେ

ବିଜୁ ବାବୁଙ୍କ ସ୍ମୃତିରେ
Share on FacebookShare on Xshare on Whatsappshare on Linkedin
ଜୟ କୁମାର ମିଶ୍ର, ଭୁବନେଶ୍ୱର, ୫ ମାର୍ଚ୍ଚ ୨୦୨୩

ଆଜି ପାଞ୍ଚ ତାରିଖ, ମାର୍ଚ୍ଚ ମାସ ଅଟେ
ବିଜୁବାବୁ ଜନ୍ମ ଦିନ,
ପ୍ରବାଦ ପୁରୁଷ, ଉତ୍କଳର ଯଶ
ଜୀବନ ତାଙ୍କରି ଧନ୍ୟ ।।

ବିମାନ ଚାଳକ, ଗାରିମାର ଟେକ
ଜଣେ ଶିଳ୍ପପତି ବନ୍ଧୁ,
ଦରଦୀ ହୃଦୟ, ମାଟି ପାଇଁ ଲୟ
ଅନ୍ତର କରୁଣା ସିନ୍ଧୁ ।।

କଳିଙ୍ଗର ବୀର, ସୁଖ୍ୟାତି ଅପାର
ଗଙ୍ଗାଠାରୁ ଗୋଦାବରୀ,
ଇତିହାସ ଯାର, ସୁବର୍ଣ୍ଣ ସ୍ଵାକ୍ଷର
ଅଜର ଅମର ଶିରୀ ।।

ସମ୍ମାନର ବାସ,ପାଇ ତା ପରଶ
ପୁଲ୍ଲକିତ ତନୁମନ,
ସେହି ତ ଗରବ, ସେଇ ଆମ ଦମ୍ଭ
ସେଇ ପ୍ରେରଣାର ଧ୍ୟାନ ।।

ତାଙ୍କ ଅବଦାନ, କରିଛି ମହାନ
ଶିଳ୍ପ, କାରିଗରୀ ପଥେ,
ଶିକ୍ଷା ଅନୁଷ୍ଠାନ, ଅନେକ ଆସ୍ଥାନ
ଗଢ଼ା ତାଙ୍କ ଦସ୍ତଖତେ ।।

ହୋଇ ମୁଖ୍ୟମନ୍ତ୍ରୀ, ମାଆ ମାଟି ପ୍ରୀତି
ଜାଗରିତ ନିରନ୍ତରେ,
ସଂସ୍କୃତି, ସଂସ୍କାର, କେତେ ଯେ ସମ୍ଭାର
ଆଜି ଵି ବିଜୁଙ୍କୁ ଝୁରେ ।।

କୃଷିର ପ୍ରଗତି, ପାଇଁ ନିତି ଚିନ୍ତି
ଜଳ ସେଚନକୁ ଧ୍ୟାନ
ହୋଇଲା ଯୋଜନା, ହୋଇଲା କଳ୍ପନା
ଲଗାଇ ପୁଞ୍ଜି ଓ ଜ୍ଞାନ ।।

ଗରିବ କଲ୍ୟାଣ, ଯୋଜନାଟି ପୁଣି
ନିର୍ଦ୍ଦେଶେ କରିଲା ଗତି,
କେତେ ବେକାରିଆ,ହେଲେ ଚାକିରୀଆ
ଏବେ ଵି ଝୁରୁଛି ମତି ।।

କେନ୍ଦ୍ର ଓ ରାଜ୍ୟର, ହୋଇ ସୂତ୍ର ଧର
ପ୍ରଗତି ରଥକୁ ବାହି
ନବ ଉତ୍କଳର, ନବ କଳେବର
ରୂପ ଛାଞ୍ଚ କଲେ ସେହି ।।

ଆହେ ପୂଜ୍ୟ ପିତା, ଉତ୍କଳର ନେତା
ତୁମେ ତ ମଉଡ଼ମଣି
ତୁମେ ଅଦ୍ବିତୀୟ, ତୁମେ ପରା ଶ୍ରେୟ
ଝୁରେ ଆଜି ମାଟି, ପାଣି ।।

ନୀଳ ଆକାଶଟି, ନୀଳିମା ଚହଟି
ନିରେଖି ନିରେଖି ଦେଖେ,
ଦେଖୁଚି ବିମାନ, ଖୋଜୁଅଛି ମନ
ତୁମ ସ୍ମୃତି ସ୍ମୃରେ ଦୁଃଖେ ।।

ମାଟି ଧୂଳି କଣା, ମହୋଦଧି ବଣା
ତରଙ୍ଗ ଲହରୀ ମାଳା,
ଖୋଜେ ବାରବାଟି,ବାଲି ଯାତ ମାଟି
ନୀରବ ଅଧିରେ ଭୋଳା ।।

ଖୋଜେ ନିତି ଦିନ,ହୋଇ ସେ ମଉନ
ସଚିବାଳୟର ସୌଧ,
ଖୋଜଇ ଡାକୋଟା, ତା କପାଳ ଫଟା
ଗୁଣି ଗୁଣ ରୂପ ନାଦ ।।

ତୁମେତ ନିର୍ଭୀକ, ସଂକଳ୍ପକକୁ ରଖ
ସତ୍ୟ ଓ ନିଷ୍ଠୁରେ ବୀର,
କଥା ଆଉ କାମ, ଅନ୍ତରର ପ୍ରେମ
ଦେଲା ମହାପୁରଷ, ବର ।।

କି ଗୁଣ ଗାଇବି, କି ଅବା କହିବି
ମୁଁ ଅଜ୍ଞ ମୁରୁଖ ଟିଏ,
ଉଭା ପୋତା ହୋଇ, ରହି ଅଛି ଯହିଁ
ହେବନି ଶେଷଟି ସିଏ ।।

ଜନ୍ମ ଜୟନ୍ତୀରେ, ପ୍ରଣିପାତ କରେ
ଦିଅ ମୋତେ ଆଶୀର୍ବାଦ,
ପାଦ ଧୂଳି ରେଣୁ, ଅଣୁ, ପରମାଣୁ
ଦେଉ ସୌଭାଗ୍ୟର ଚାନ୍ଦ ।।

ଜୟ କୁମାର ମିଶ୍ର

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206,
ଯୋଗାଯୋଗ 6372127449

Related Posts

ପକ୍ଷୀଘର।
Literature

ପକ୍ଷୀଘର।

by ସଚ୍ଚିଦାନନ୍ଦ ବେହେରା
September 19, 2026

ସଚ୍ଚିଦାନନ୍ଦ ବେହେରା, ମାହାଙ୍ଗା , ୧୯ ସେପ୍ଟେମ୍ବର ୨୦୨୬ ନୀଡ଼ହରା ଏକ କ୍ଲାନ୍ତ ପକ୍ଷୀ ମୁଁ ମୋ ଠିକଣା ଯାଇଛି ହଜି ନୀଳ ଆକାଶରେ ଉଡ଼ି ବୁଲୁଛି...

Read more
ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

September 19, 2026
ନୂଆ ଖାଇ- କୃଷି ଓ କୃଷକର ପର୍ବ

ନୂଆ ଖାଇ- କୃଷି ଓ କୃଷକର ପର୍ବ

September 15, 2026
ସିଏପା ବୁଦ୍ଧିଦାତା

ସିଏପା ବୁଦ୍ଧିଦାତା

September 14, 2026
ବର୍ଷା ଭିଜା ରାତି(୨)

ବର୍ଷା ଭିଜା ରାତି(୨)

September 12, 2026
ସନ୍ଧ୍ୟା ତୁମେ ଆଜି

ସନ୍ଧ୍ୟା ତୁମେ ଆଜି

September 11, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.