• About
  • Contact
Thursday, June 25, 2026
Thursday, June 25, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଏତେ ବଡ ଏଇ ବିଶ୍ୱ ଗଢିଦେଲା କିଏ ?

ଏତେ ବଡ ଏଇ ବିଶ୍ୱ ଗଢିଦେଲା କିଏ ?
Share on FacebookShare on Xshare on Whatsappshare on Linkedin
ଭକ୍ତ ଚରଣ ସାହୁ, ଯାଜପୁର, ୦୩ ସେପ୍ଟେମ୍ବର ୨୦୨୨

ଏତେ ବଡ ଏଇ ବିଶ୍ୱ ଗଢ଼ିଦେଲା କିଏ
କେଉଁ କାରିଗର କେଉଁ ତୁଳୀ ଧରି ହାତେ ।
ପ୍ରାକୃତିକ ଶୋଭା ବିମୋହିତ କରିଦିଏ
ସେଇ କାରିଗର ଚରଣରେ ମଥା ପାତେ ।।

ସଞ୍ଜ ଆସିଲେ ଆକାଶରେ ତାରା କୋଟି
କେଡେ ଶୋଭା ପାଏ ଉପରକୁ ଦେଲେ ଚାହିଁ ।
ଆକାଶରେ କଳା ବାଦଲ ଆସିଲେ ଘୋଟି
ପୃଥୀ ଶାନ୍ତ ହୁଏ ବରଷା ଟୋପାଏ ପାଇଁ ।।

ଠାଏ ଠାଏ ଠିଆ ଗିରି ପର୍ବତ ମାଳା
ଭାରି ଭଲ ଲାଗେ ଦେଖିଦେଲେ ତାକୁ ଦୂରୁ ।
ସତେକି ସେସବୁ ପ୍ରକୃତିର ମୁଖଶାଳା
ମଳୟ ପବନ ବାସ୍ନା ଆସେ ଭୁରୁ ଭୁରୁ ।।

ପୂରୁବ ଆକାଶେ ସାତ ରଙ୍ଗେ ଇନ୍ଦ୍ରଧନୁ
ଦେଖିଦେଲେ ସତେ ବିଭୋର ନ ହୁଏ କିଏ ।
ଯେତେ ଦେଖିଲେବି ଲିଭେ ନାହିଁ ଆମ ମନୁ
ଭାବେ ବସି କିଏ ଗଢିଲା ବିନ୍ଧାଣି ଟିଏ ।।

ପାହାଡ଼ ଦେହରୁ ଆସିଲା କେଉଁଠୁ ପାଣି
ସେହି ପାଣି ସବୁ ଝରଣା ହୋଇକି ବହେ ।
କୁଳୁକୁଳୁ ସୂରେ ଦେଖାଇ ଅପୂର୍ବ ଠାଣି
ପ୍ରକୃତି ମାତାର ମହନୀୟ କଥା କହେ ।।

ପ୍ରତି ସକାଳରୁ ଅନ୍ଧାରକୁ ଦେଇ ଠେଲି
ପୂରୁବ ଦିଗରୁ ସୂରୁଜ ଆସନ୍ତି ଉଇଁ ।
ସାଥେ ଆଣିଥିବା ଆଲୁଅକୁ ଦେଇ ମେଲି
ଜଗତଜନଙ୍କ ହୃଦୟକୁ ଯା’ନ୍ତି ଛୁଇଁ ।।

ଆଖି ପାଏ ନାହିଁ ସାଗରକୁ ଦେଲେ ଦେଖି
କେଡେ ଗରଜନେ ବେଳାଭୂମେ ପିଟେ ମଥା ।
ଗଭୀରତା ତା’ର ମାପିକେ ରଖିନି ଲେଖି
ଭାବୁଛି ସତରେ ଆମ ପାଇଁ କେଡେ କଥା ।।

ଧୂସର ମାଟିକୁ ଖୋଳି ଖୋଳି ଚଷା ପୁଅ
ସେ ମାଟି କୋଳରୁ ଫସଲାଏ ଫୁଲ ଫଳ ।
ମାଟି ପରି ଆଉ ସହନଶୀଳ କେ କୁହ
ପ୍ରକୃତି ମାତାର ସବୁଠାରୁ ସିଏ ବଳ ।।

ପକ୍ଷୀ କାକାଳୀର କଳରବ ସୂରେ କିଏ
ଏମିତି କେ ଅଛି ହଜି ଯାଇନାହିଁ ଥରେ ।
ଆକାଶର ଉଡା ପକ୍ଷୀ ଦଳ ଦୃଶ୍ୟ ଯିଏ
ଦେଖିଦେଇଛି ତା ମନଟି ଆନନ୍ଦ ଭରେ ।।

ଅଙ୍କା ବଙ୍କା ହୋଇ କାହିଁ କେତେ ଦୂରୁ ନଈ
ଆସି ଧାଇଁ ଯାଏ ଦେଖାଇ ତାହାର ଠାଣି ।
ସଞ୍ଜ ସକାଳର ଶୋଭା ତା’ ପାରୁନି କହି
ଏକଥାକୁ ଆମେ ସଭିଏଁ ଅଛୁରେ ଜାଣି ।।

ପ୍ରକୃତି ରାଣୀକୁ ସୌନ୍ଦର୍ଯ୍ୟ ଭରା କରି
ଗଢ଼ିଦେଲା ବିହି କେତେଯେ ଆନନ୍ଦ ଭରେ ।
ତାଙ୍କ ପାଇଁ ହୃଦୁ ଆସୁଛି ମମତା ଝରି
ମାନବ ଜାତିର ପାଖେ ଯିଏ କରେ କରେ ।।

ଭକ୍ତ ଚରଣ ସାହୁ

ଭକ୍ତ ଚରଣ ସାହୁ

ଭକ୍ତ ଚରଣ ସାହୁ, ସଭାପତି, ମାହାଙ୍ଗା-ବଡ଼ଚଣା, ସାହିତ୍ୟ ଓ ସଂସ୍କୃତି ପରିଷଦ, ବାଲିଚନ୍ଦ୍ରପୁର, ଯାଜପୁର, ଓଡ଼ିଶା
ଦୂରଭାଷ ନଂ ୯୪୩୭୨୭୬୬୩୩

Related Posts

ଗାଆଁ ଟାଉଟର
Literature

ଗାଆଁ ଟାଉଟର

by ଜୟ କୁମାର ମିଶ୍ର
June 22, 2026

ଜୟ କୁମାର ମିଶ୍ର, ଗଜପତି, ୨୨ ଜୁନ ୨୦୨୬ ଗାଆଁ ଟାଉଟର, ହୁଏ ହରବର ପ୍ରଭାତରୁ ମଧ୍ୟ ରାତ୍ର, ପାଠତ ଅଳପ, ବହୁତ ବହପ ଅବରଣେ ମଧ୍ୟପାତ୍ର...

Read more
ଦେଖଣା ସୁନ୍ଦର, କଖାରୁ ବଡ଼ି

ଦେଖଣା ସୁନ୍ଦର, କଖାରୁ ବଡ଼ି

June 15, 2026
କୃଷକ

କୃଷକ

June 3, 2026
ମାଆର ମୂଲ ଅମୂଲ ମୂଲ

ମାଆର ମୂଲ ଅମୂଲ ମୂଲ

May 10, 2026
କ୍ଷମତା, ମମତା

କ୍ଷମତା, ମମତା

May 9, 2026
ଫଳ କିଏ ଖାଏ

ଫଳ କିଏ ଖାଏ

May 2, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.