ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୯ ଅଗଷ୍ଟ, ୨୦୨୬
ବର୍ଷା ଭିଜା ଅନ୍ଧାର ରାତିରେ
ମନେ ମୋର ରୋମାଞ୍ଚ ଜାଗେରେ
ତୁମେ ସଖୀ ନଥିଲେ ପାଖରେ
ଚିତ୍ତ ଭରେ ଅଜଣା କୋହରେ ।।୧।।
ବର୍ଷା ଭିଜା ବହଳ ଅନ୍ଧାରେ
ସଖୀ ତୁମେ ଥିଲେ ବହୁଦୂରେ
ହୃଦୟ ମୋ ଭରେ ବେଦନାରେ
ସିଝୁଥାଏ ବିରହ ଜ୍ୱାଳାରେ।।୨।।
ଭିଜା ଭିଜା ନିଝୁମ ରାତିରେ
ତୁମ ବିନା ଅସାର ଲାଗେରେ
ରାତି ବିତେ ଉଦାସ ରାଗରେ
ତୁମ ସ୍ମୃତି ହୃଦୟ ବିଦାରେ ।।୩।।






