• About
  • Contact
Sunday, February 15, 2026
Sunday, February 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଜହ୍ନ କବିତା

ଜହ୍ନ କବିତା
Share on FacebookShare on Xshare on Whatsappshare on Linkedin
ଶୈଳବାଳା ମହାପାତ୍ର, ପୁରୀ, ୩୧ ଜାନୁଆରୀ ୨୦୨୩

ତମେ ଜହ୍ନ ମାଗିଲ
କବିତା ବି

ଦେଖ, ଫାଶରେ ବନ୍ଧା ପଡ଼ିଛନ୍ତି
ନିବିଡ଼ ମୁହୂର୍ତ୍ତମାନେ
ଫିଟିଲେ ତ ବଢେଇବି ହାତ
ତୋଳିବି ତରା କି ଜହ୍ନ
କି ଛୁଇଁବି ତମ ଆକାଶ

ଜୀବନ ଠୁ ଆଣିଥିଲି
କିଛି ବିଶ୍ଵସ୍ତ ସମ୍ବାଦ
ସଜେଇବି ବୋଲି କବିତାର ସୁର
କବିତା କହିଲା:
ତମେ ଆଗ ଖୋଲି ହୋଇଯାଅ
ରଫୁକରା ସୁଖଙ୍କ ଦାଉରୁ
ତାପରେ ଡାକିବ ମତେ
ସଜେଇବ
ଦୁହେଁ ମିଶି ତୋଳିବା ଜହ୍ନ !!

।। ୨ ।।

ତିନି ମହଲା କୋଠା
କୋଠା ଉପରେ ଘରଟାଯାକର
ଆସବାବ
ଖଟ ପଲଙ୍କ ଚୌକି ଟେବୁଲ୍
ଟେବୁଲ୍ ଉପରେ ଗୋଟେ ନିଶୁଣୀ
ଆକାଶ ଉଚ୍ଚ

ଜହ୍ନକୁ ହାତ ଛୁଉଁ ନଛୁଉଁଣୁ
ଖସିପଡ଼େ ନିଶୁଣୀ
ଛିନ୍ ଛତର୍ ଯେତେଯାକ ସ୍ଵପ୍ନ
ଏତେ ସହଜ କ’ଣ ତୋଳିବା ଜହ୍ନ !?

।। ୩ ।।

ପାହା ପାହା ରାତି
କବିତା ଉଠେଇଲା ନିଦରୁ
କହିଲା: ଆସ, ଖୋଜିଯିବା ଜହ୍ନ

ବାଟ କଢ଼େଇ ନେଲା ସେ
ଠିଆ କରେଇଲା ଗୋଟେ ଗଛମୂଳେ

ଅଳ୍ପ ଅଳ୍ପ ଅନ୍ଧାର
ବୟସ୍କ ସ୍ତ୍ରୀ ଲୋକଟିଏ
ଓଳଉଥିଲା ଅଗଣା
କେହି ଜଣେ ଓଢ଼ଣା ଟାଣି ମାଜୁଥିଲା
ବାସି ବାସନ
ଫର୍ଚ୍ଚା ହେଲାବେଳକୁ
ପୁରୁଷଟିଏ ବାହାରିଲା
ମୁଣ୍ଡରେ ଗୋଟେ ବୋଝ
କହିଲା: “ନିଅ ମାଁ,
ଟଙ୍କା କୁ ତିନି ବିଡ଼ା ନିମଫୁଲ
ଚଇତରେ ନିମ ଦିହକୁ ହିତ
ତମ ହାତ ବଇନି ହବ
ନିଅ ନହେଲେ ଟଙ୍କା କୁ ଚାରିବିଡ଼ା”

କହିଲା ଓ ହସିଦେଲା
ଆଶ୍ଚର୍ଯ୍ୟ ମୁଁ
ଝଟକୁଥିଲା ଗୋଟେ ତୋଫା ଜହ୍ନ !!

ଶୈଳବାଳା ମହାପାତ୍ର

ଶୈଳବାଳା ମହାପାତ୍ର

ବିଶିଷ୍ଟ କବି ଓ ସାହିତ୍ୟିକ, ଦୂରଭାଷ ନଂ ୭୦୦୮୫୮୬୫୦୧

Related Posts

ଦେଖିବାକୁ ଇଚ୍ଛା
Literature

ଦେଖିବାକୁ ଇଚ୍ଛା

by ପ୍ରଭୁକଲ୍ୟାଣ ମହାପାତ୍ର
February 10, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୦ ଫେବୃଆରୀ ୨୦୨୬ ତୋତେ ଟିକେ ଦେଖିବାକୁ ମନେ ଭରେ ଇଚ୍ଛା, ସଂସାର ଜଞ୍ଜାଳ ଏଣେ ଛାଡ଼ୁ ନାହିଁ ପିଛା । ।।୧।।...

Read more
ନୀଳ ବର୍ଣ୍ଣ, ଶୃଗାଳ

ନୀଳ ବର୍ଣ୍ଣ, ଶୃଗାଳ

February 7, 2026
ସତରେ ଏମିତି ହୁଅନ୍ତା କି – ୨୩

ସତରେ ଏମିତି ହୁଅନ୍ତା କି – ୨୩

February 2, 2026
ବିସ୍ମୟ ପୁରୁଷ, “ବାପୁ”

ବିସ୍ମୟ ପୁରୁଷ, “ବାପୁ”

January 30, 2026
ପ୍ରାତଃ ସ୍ମରଣୀୟ ସନ୍ଥ ଅଚ୍ୟୁତାନନ୍ଦ

ପ୍ରାତଃ ସ୍ମରଣୀୟ ସନ୍ଥ ଅଚ୍ୟୁତାନନ୍ଦ

January 29, 2026
ବିସ୍ମୃତ ବିଜୟ (ଭାଗ ୬୦)

ବିସ୍ମୃତ ବିଜୟ (ଭାଗ ୬୦)

January 27, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.