ପ୍ରମୋଦ କୁମାର ଦାଶ, କଟକ, ୩୦ ସେପ୍ଟେମ୍ବର ୨୦୨୩
ଯଦିଓ ନାରୀ ଙ୍କ ସ୍ବର ହିଁ ସଶକ୍ତ
ହୋଇ ଉଠୁଛି ମୋ ଦେଶେ
ନିଶା ଅନୁଷ୍ଠାନେ ତାଲା ପଡ଼ି ଯାଇ
ସାରା ପରିବାର ହସେ
ପ୍ରତି ପରିବାରେ ନାରୀ ଙ୍କ ର ସ୍ୱର
ଶୁଭିବ ଯେବେ ଏକାଠି
ପ୍ରାଣୀ ହତ୍ୟା ଯେତେ ବନ୍ଦ୍ ହୋଇ ଜଗେ
ହସିବ ଏ ଧରା ମାଁ ଟି।
ନାରୀ ଙ୍କ ଏକତା ନାରୀ ଙ୍କ ଦୃଢ଼ତା
ନର ଆଗେ ହେଲେ ଅତି
କଳୁଷିତ ଏଇ ସମାଜ କୁ ମିଳେ
ଆଦର୍ଶ ସଂସ୍କାର ଭେଟି।
ନାରୀ ଟିଏ ଯଦି ନାରାୟଣୀ ତୁମେ
କାହିଁ ହୁଏ ପ୍ରାଣୀ ହତ୍ୟା?
ପ୍ରତି ପରିବାରେ ଭୋଜନ ନିମନ୍ତେ
ଆମିଷ ର କାହିଁ ଚର୍ଚ୍ଚା?
ନାରୀ ହୃଦୟ ରେ ଦୟା କ୍ଷମା ଥିଲେ
ମୀନ ବି ପୂଜା ପାଇବ
ନାରୀ ଯେ ଜନନୀ ପ୍ରତି ପ୍ରାଣୀ ଦେହେ
ସନ୍ତାନ ଛବି ଦେଖିବ।