ପ୍ରମୋଦ କୁମାର ଦାଶ, କଟକ, ୭ ଜୁଲାଇ ୨୦୨୪
ହାତ ପାତି ମାଗିନି ମୁଁ କିଛି କାଳିଆ ରେ
ତୋ ‘ଖୁସି ରେ ତୁ ଯାହା ଦେଇଛୁ ମତେ
ସାଉଁଟି ନେଇଛି ତାକୁ ମଣି ମୁଁ ନିର୍ମାଲ୍ୟ
ବନ୍ଧାଏ’ ଜୀବନମୋର ତୋରପାଦ ପଦ୍ମେ ।
ନିଜକୁ ଚିହ୍ନିବା ଆଗୁ ଦେଖିଛି ମୁଁ
ତୋ ‘କଳା ଶ୍ରୀମୁଖ
ଜଗତ ର ନାଥ ବୋଲି କହନ୍ତି ଜଗତେ
ମୁଁ କିନ୍ତୁ ଭାବିଛି ତୁ ଯେ ମୋର ନିଜ ଲୋକ ।।
ସୁଖଦୁଃଖ ମୋର ଯେତେ ଯାହା
ଅଜାଡ଼ି ଦେଇଛି ସବୁ ତୋହରି ଉପରେ
ରଖିଲେ ରଖିବୁ ଅବା ମାରିଲେ ମାରିବୁ
ତୋର ଇଚ୍ଛା ଯାହା ମୋ ‘କାଳିଆସୁନା ରେ !!!
ନାହିଁ ଆଶା ଏ ‘ଜୀବନେ କିଛି
ଖାଲି ଲୋଡ଼ା ତୋ’ର କୃପା କାଣିଚାଏ
ଏ ‘ଜୀବନ ନିଃସ୍ବ ମୋର ତୋ ‘ବିନା କାଳିଆ
ଥିବୁ ସଦା ମୋ ‘ମନ ମନ୍ଦିରେ ।।
କରିବୁନି ମତେ ତୁ ଅଲୋଡ଼ା
ଏତିକି ମୋ ‘ତୋ ‘ପାଖେ ମାଗୁଣି
ହରିଛୁ ମୋ ‘ଜୀବନ ର ଦୁଃଖ
ତୋ’ ପାଖରେ ମୁଁ ଯେ ଚିର ରୁଣୀ ।