• About
  • Contact
Thursday, October 15, 2026
Thursday, October 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଖୁବ ମନେ ପଡ଼ୁଛି
ପିଲାଦିନର ଗାଆଁ….

ଖୁବ ମନେ ପଡ଼ୁଛିପିଲାଦିନର ଗାଆଁ….
Share on FacebookShare on Xshare on Whatsappshare on Linkedin
ଭକ୍ତ ଚରଣ ସାହୁ, ଯାଜପୁର, ୭ ଅକ୍ଟୋବର ୨୦୨୩

ଏବେ ଖୁବ
ମନେ ପଡୁଛି
ପିଲାଦିନେ ବିତାଇଥିବା
ଗାଆଁର ଦୃଶ୍ୟ..
କେତେ ମିଠା ଥିଲା
ସେଦିନର ଗାଆଁ ସତରେ….

ଗାଁ ରଜ ଦୋଳି
ଗାଁ ଭୋଜିଭାତ
ଗାଁ ଓଷାବ୍ରତ
ଏବେ ଯେମିତି
ସାତ ସପନ ପାଲଟିଛି..
ଏବେ ଏସବୁ ଥାଇ ମଧ୍ୟ
ନଥିଲା ପରି ଲାଗୁଛି….

ଗାଁ ଭାଇଚାରା
ଭଗାରୀ ବନିଛି..
ଟିକେ କଥାରେ
ଉଠୁଛି ଠେଙ୍ଗାବାଡି..
ଖଣ୍ଡା ଭୁଜାଲି
ଆଉ ବନ୍ଧୁକ ବି….

ଏବେକାର ଗାଆଁରେ
ମଳିନ ପଡିଛି
ପୂର୍ବ ସ୍ନେହ ଶ୍ରଦ୍ଧା..
ହିଂସା, ଈର୍ଷା ଆଉ
ଅହଂମିକାରେ
ସମସ୍ତେ ଅଂଶୀଦାରୀ….

ଗାଁ ଗହିରର
କିଆ ବୁଦା ଏବେ ଉଭାନ..
ସଞ୍ଜ ହେଲେ
ଆଉ ଶୁଭୁନି
ହୁକେ.. ହୋ.. ଡାକ….

କେଂ କେଂ ଶବ୍ଦରେ
ଶଗଡ଼ ଗାଡ଼ି
ଯାଉଥିବାର
ଚିତ୍ରଏବେ ଅସ୍ପଷ୍ଟ….

ଗାଆଁ ଝିଅଟିଏ
ବାହା ହୋଇ
ବିଦା ହେବା ବେଳେ
ଛାତିଥରା
କନ୍ଦଣାର ସ୍ୱର
ଏବେ ଆଉ ଶୁଭୁନି..

ଚାଳ ଛପର ଘର
ଆଉ ଦିଶୁନି କେଉଁଠି
ସଞ୍ଜ ଆସିଲେ
ଆକାଶ ଛୁଉଁନି ଧୂଆଁ….
ସବୁଠି କୋଠାର ରାଜ
ରାସ୍ତା ଘାଟ କଂକ୍ରିଟ ମୟ….

ଏମିତି କ’ଣ
ଥିଲାଯେ,
ସେଦିନର ଗାଁ..
ଯେଉଁ ଗାଆଁରେ
ଆମେ ଲଭୁଥିଲୁ ଚିରଶାନ୍ତି
ଆଉ ତା’ ସ୍ପର୍ଶରେ
ପାଉଥିଲୁ ଅପାର ଆନନ୍ଦ….

ଏବେ ଆମେ
ଅତ୍ୟାଧୁନିକତାର
ଛୁଆଁ ପାଇ
କାଳେ ଶୀର୍ଷରେ ପହଁଚିଛୁ..
ହେଲେ
ନୈତିକତା କ୍ଷେତ୍ରରେ
ଆମେ କେଉଁଠି ଯେ….?

ବିଜ୍ଞାନର ଉଗ୍ରତା ନଥାଇ
ବରଂ ଭଲ ଥିଲା
ସେଦିନର ଗାଁ
ତା’ର ମାଟି ପାଣି ପବନ
ଛାଇ ଆଉ ଆଲୁଅ….
ଭଲ ଥିଲେ
ସେଦିନର ଅଶିକ୍ଷିତ
ମଳିମୁଣ୍ଡିଆ ଗାଁ ଲୋକେ….

ଡିବିରି ଆଉ
ଲଣ୍ଠନର ଆଲୁଅରେ
ଝଲସୁଥିବା
ମୋ ପିଲାଦିନର ଗାଁରେ
ସ୍ୱପ୍ନ ଥିଲା,ଜୀବନ ଥିଲା
ଜୀଇବାର ଇଚ୍ଛା ବି ଥିଲା….

ହେଲେ, ଏବେର ଗାଁରେ
ଉପଭୋଗ୍ୟର
ସବୁକିଛି ଥାଇବି
ଜୀବନ ଖୁବ ଦୁର୍ବିସହ
ଆଉ ଖୁବ ଅସହାୟ….

ମୁଁ ଜାଣେ
ପିଲାଦିନେ ବିତାଇଥିବା
ଗାଁ ଆଉ
କେବେ ଫେରି ଆସିବନି..
ହେଲେ, ଜୀଇଥିବା ଯାଏ
ଏମିତି ଝଲସୁ ଉଠୁଥିବ
ସେଦିନର ଗାଁର ଦୃଶ୍ୟ
ମୋ ମାନସ ପଟରେ
ଅହର୍ନିଶି….

ଭକ୍ତ ଚରଣ ସାହୁ

ଭକ୍ତ ଚରଣ ସାହୁ

ଭକ୍ତ ଚରଣ ସାହୁ, ସଭାପତି, ମାହାଙ୍ଗା-ବଡ଼ଚଣା, ସାହିତ୍ୟ ଓ ସଂସ୍କୃତି ପରିଷଦ, ବାଲିଚନ୍ଦ୍ରପୁର, ଯାଜପୁର, ଓଡ଼ିଶା
ଦୂରଭାଷ ନଂ ୯୪୩୭୨୭୬୬୩୩

Related Posts

ଚିହ୍ନ
Literature

ଚିହ୍ନ

by ପ୍ରଭୁକଲ୍ୟାଣ ମହାପାତ୍ର
October 13, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୩ ଅକ୍ଟୋବର ୨୦୨୬ କିଛି ଚିହ୍ନ ଲିଭିଯାଏ ସମୟ ସୁଅରେ ଆଉ କିଛି ନିଶ୍ଚିହ୍ନ ହୁଏ ଅଳ୍ପ ଦିନରେ ବାକି କିଛି ଲିଭିବାକୁ...

Read more
ନିଆରା ମଣିଷ : ଶରତ ବାବୁ

ନିଆରା ମଣିଷ : ଶରତ ବାବୁ

October 12, 2026
ଅଦ୍ବିତୀୟ ଶରତ

ଅଦ୍ବିତୀୟ ଶରତ

October 12, 2026
ଉତ୍କଳ ମଣି ଗୋପବନ୍ଧୁ ଦାସ

ଉତ୍କଳ ମଣି ଗୋପବନ୍ଧୁ ଦାସ

October 9, 2026
ଚାକିରି

ଚାକିରି

October 6, 2026
ମନେ ପଡେ ଆଜି ଦିନ

ମନେ ପଡେ ଆଜି ଦିନ

October 2, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.