ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧୭ ସେପ୍ଟେମ୍ବର ୨୦୨୩
ମେଘର ଗାଁରେ ସ୍ମୃତିର ଫରୁଆ କୋଳେ
ଛାଇ ଛାଇ ଖରା ମେଘୁଆ ସକାଳ
ବେଦୁଇନ୍ ମନ ତଳେ
ସେ ଗାଁରେ ଥିଲା ସୁନାଝରି ଝିଅଟିଏ
ଝିଅଟିଏ ସିନା ମେଘରଙ୍ଗୀ ପରୀ ସିଏ ।
ସେଇ ପରୀ ଆଜି
ଖୁସିର ଝରଣା ହୋଇ
ବହିଯାଏ ମୋର ଜୀବନକୁ
ମହକାଇ।
ଆଉ ଥରେ ଯିବି ମେଘର ଗାଁକୁ ଭାବି
ମାସ ସରି ଗଲା
ବରଷ ବି ଗଲା
ଯାଇ ତ ପାରିଲି ନାହିଁ ।