• About
  • Contact
Thursday, April 2, 2026
Thursday, April 2, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ମୋ ରାଇଜ ଓଡ଼ିଶା

ମୋ ରାଇଜ ଓଡ଼ିଶା
Share on FacebookShare on Xshare on Whatsappshare on Linkedin
ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧ ଅପ୍ରେଲ ୨୦୨୬

ମୋ ରାଇଜ ସନ୍ଥ ମାଟି ମା ଠାରୁ
ଶିଖିଅଛି ବିଶ୍ୱ ପ୍ରେମ
ନିଜ ଜୀବନକୁ ନରକେ ପକାଇ
କରେ ବିଶ୍ୱ ହିତ କର୍ମ।
ମୋ ମାଟି କଳିଙ୍ଗ ବୀର ପୁତ୍ର ମାନେ
ବୀର ପରିଭାଷା ଶିଖାଇଲେ
ହୃଦୟ ଜିତିବା ପ୍ରକୃତ ବିଜୟ
ଯୁଦ୍ଧେ ମରି ଦେଖାଇଲେ।
ମୋ ମା ଉତ୍କଳ ଉତ୍କର୍ଷ ସବୁରେ
ଅର୍କ କ୍ଷେତ୍ର ତା’ର ନିଦର୍ଶନ
ବିଶ୍ୱ ଜନ କରେ ବିମୋହିତ ତାହା
କରେ ଯିଏ ତା’ର ସନ୍ଦର୍ଶନ।
ଏ ମାଟିର ପୁଅ ସେବାରେ ନିଆରା
ନିସ୍ଵାର୍ଥପରତା ତା’ର ଧ୍ୟେୟ
ହିନ୍ଦୁତ୍ୱର ବାର୍ତ୍ତା ଦେଇଅଛି ସିଏ
ବିଶ୍ୱ ହିତେ ରଖିବାକୁ ଲୟ।
ଏ ମାଟି ସନ୍ତାନ ମହା ସ୍ୱାଭିମାନୀ
ତାହା ଓଡ଼ିଆର ଅଳଙ୍କାର
କହିନି କଥାରେ କରିଛି କାର୍ଯ୍ୟରେ
ପୂଜ୍ୟ ହୋଇଅଛି ଏ ବିଶ୍ୱର।
ଓଡ଼ିଆ ସଂସ୍କୃତି ସାହିତ୍ୟ ଐତିହ୍ୟ
ସାରା ବିଶ୍ୱେ ପରା ଅନ୍ୟତମ
ଓଡ଼ିଆ ପଣରେ କରିବା ଗରବ
ଅତୀତ କୁ ସ୍ମରି କରିବା କର୍ମ।

ଓଡ଼ିଶା ଦିବସରେ
ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ
ବନ୍ଦେ ଉତ୍କଳ ଜନନୀ

ଦେବେନ୍ଦ୍ର କୁମାର ସାହୁ

ଦେବେନ୍ଦ୍ର କୁମାର ସାହୁ

ସଭାପତି, ଭୂମିପୁତ୍ର ସାହିତ୍ୟ ସଂସଦ, ନିଶ୍ଚିନ୍ତକୋଇଲି, କଟକ

Related Posts

ଜୟ ଶ୍ରୀରାମ
Literature

ଜୟ ଶ୍ରୀରାମ

by ବିଜୟ କୁମାର ପାଣି
March 27, 2026

ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୨୭ ମାର୍ଚ୍ଚ ୨୦୨୬ ଶୟନେ ସପନେ ଅବା ଜାଗରଣେ ଦେଖୁଥାଏ ତୁମ ଛବି। ଶାନ୍ତ ସରଳ ସ୍ମିତ ହାସ୍ୟ ମୁଖେ...

Read more
ଶେଷ ସଂଳାପ (ଭାଗ ୬୪)

ଶେଷ ସଂଳାପ (ଭାଗ ୬୪)

March 24, 2026
କବିତା ଓ ଆମେ

କବିତା ଓ ଆମେ

March 22, 2026
ଏପାଖ ସେପାଖ

ଏପାଖ ସେପାଖ

March 16, 2026
“ଟଙ୍କା ଖିଆ, ନରାସୁର”

“ଟଙ୍କା ଖିଆ, ନରାସୁର”

March 14, 2026
ଶାସ୍ତ୍ରୀୟ ମୋ ଭାଷା

ଶାସ୍ତ୍ରୀୟ ମୋ ଭାଷା

March 11, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.