ପ୍ରମୋଦ କୁମାର ଦାଶ, କଟକ, ୨୪ ଜୁଲାଇ ୨୦୨୪
ମୁଠାଏ ମୂର୍ଚ୍ଛନା:
ପ୍ରକମ୍ପିତ ଗଗନ ପବନ
ପ୍ରଜ୍ବଳିତ ପ୍ରଗତି ଆଲୋକ
ପ୍ରସ୍ଫୁଟିତ ସୁଗନ୍ଧ କଳିକା
ପ୍ରଖରିତ ଜାତୀୟତା ସ୍ରୋତ
ପ୍ରତିଜ୍ଞାର ଜୁଆର କୂଳ ଲଙ୍ଘେ
ପରିଷଦ ହୁଏ ସ୍ତମ୍ଭୀଭୂତ
ପ୍ରଶମିତ ମୌସୁମୀ ପ୍ରବାହ
ପ୍ରତ୍ୟାଖ୍ୟାନ କରେ ବାରମ୍ବାର ।
ମୁଠାଏ ମୂର୍ଚ୍ଛନା :
ନିଦାଘରେ ଭାସଇ ବସନ୍ତ
ନିଃଶବ୍ଦରେ ରୁଣୁଝୁଣୁ ଶବ୍ଦ
ନିଃଶ୍ବାସରେ ଝଲକେ ବିଜୁଳି
ନିଶାମଣି ଢାଳଇ ଜୋଛନା
ନିର୍ବିକାର ଅନ୍ତଃ ଅଧୋମୁଖ
ନିର୍ବିଘ୍ନରେ ମହାନ ଉଦାର
ନିଶ୍ଚଳ ହେଲେ ବି ହୃଦୟ
ନିଶ୍ଚଳା ତଥାପି ବିଦୀର୍ଣ୍ଣ ।।