ପ୍ରମୋଦ କୁମାର ଦାଶ, କଟକ, ୯ ନଭେମ୍ବର ୨୦୨୩
ଗର୍ବ କରୁଥିବା ମାନବ
ଆସି ଦେଖିଯା ଥରେ,
ପାଣିର ଫୋଟକା ପରାୟେ
ଆତ୍ମା ଛାଡ଼ି ଯାଏରେ ।।
ମୁଁ….ମୁଁ…. ବୋଲି କହୁଛୁ
ତୁ ଯେ ଡିଣ୍ଡିମ ପିଟି
ଯମର ଛାଟ ତ ବାଜିଲେ
ଫାଟି ଯିବ ତୋ ପିଠି ।।
କେତେ ଅହଂକାରୀ ଗଲେଣି
ପୋଡ଼ି ପାଉଁଶ ହୋଇ
ନକର ବଡ଼ିମା ବାବୁରେ
କିଛି ସମ୍ପଦ ପାଇଁ ।।
ଆଜି ତୁ କହୁଛୁ ଯାହାକୁ
ତୋର ନିଜର ବୋଲି
ତୋ ଚିତା ପାଉଁଶ ବିକିବ
ସିଏ ବଜାରେ ବୁଲି ।।
ଯେତେ ତୁ ଶୋଉଥା ଧନରେ
ହାତୀ ଦାନ୍ତ ପଲଙ୍କେ
ମଲାପରେ ଜୁଇ ଗାଡ଼ ଟି
କୋଳେଇବ ତା ଅଙ୍କେ ।।
ବେଳ ଥାଉ ଥାଉ ଗେଲୁରେ
କିଛି ଧରମ କର
ସେବାକୁ ପାଣ୍ଠି ତୁ କରିଲେ
ନାଆଁ ହେବ ଅମର ।।