ସୌରଜିତ ମହାପାତ୍ର, କଟକ, ୬ ସେପ୍ଟେମ୍ବର ୨୦୨୩
ନାହିଁ…
କାହିଁ ସେ ଗାଇଜଗା ଟୋକାର
ବଂଶୀଧ୍ୱନି
ସେ ଯୁଗ ବି ଯାଇଛି
ମଥୁରାର କଦମ୍ବ
ଯମୁନାର ରଙ୍ଗ
ରାଧାର ସଙ୍ଗ
ଯାଇଛି ଯିବାର ଜହ୍ନଛାଇ.
ନାହିଁ…
ନିଶୁନ ନିଶୁନ ଶୁନ୍ୟ
ପୁରୁଣା ପଦଚିହ୍ନ
ପ୍ରେମର ପସରା ଓ ଅପାସୋରା
ଅଙ୍ଗୀକାର ସବୁ ତ ନିଶ୍ଚିହ୍ନ.
ନାହିଁ…
କେଜାଣି କିଏ ଏଠି ଥିଲା
ଆଜି ଆଉ ଏଠି କେହି ନାହିଁ
ତୁମେ ନାହଁ କି
ମୁଁ ବି ନାହିଁ.