ସେବତୀ ସିଂ , କେନ୍ଦୁଝର, ୨୦ ଅକ୍ଟୋବର ୨୦୨୩
ରାସ୍ତାରେ ଚାଲୁ ଚାଲୁ
ଫୁଙ୍ଗୁଳା ଶରୀରେ
କ୍ଷ୍ୟତ ଯଦି ହୋଇଥାଏ
ଅବିବେକୀ ମାନବର
ଲେଖାହୁଏ ଇତିହାସ ବର୍ତମାନର.
ଦୁଇ ନାରୀ ସେ ମାତୃଶକ୍ତି
କେବେ ସେ ସୁରକ୍ଷିତ ନୁହନ୍ତି
ଗଣତନ୍ତ୍ର ହତ୍ୟା ହୁଏ
ମା ଏଠି କାନ୍ଦୁଥାଏ
ଜନନୀ ଭଗିନୀ ଜାୟା
ସବୁ ଏଠି ସମୟର ଲଜ୍ୟା.
କେତେ ବାଟ ବା ଚାଲିଛି
ଝାରଖଣ୍ଡ ରୁ ସୁନ୍ଦରଗଡ଼
ମୁକସାକ୍ଷୀ ପାଣି ପବନ
ଏ ଆକାଶ ଅବା ଦିଗବଳୟର ସୀମା
ଆଖି ଯେଉଁଠି ଶେଷ ହୋଇପାରେ
ସବୁ କହୁଥିଲେ ସବୁ ଦେଖୁଥିଲେ
ଚିତ୍ର ତୋଳୁଥିଲେ ଉଲଗ୍ନ ଯୌବନ
କବି ଟିଏ କଷ୍ଟ ପାଇଥାଏ
ଲେଖିବାକୁ ଯାତନାର ଜୀବନ.
ନାରୀ କଥା ନାରୀ ବୁଝିପାରେ
ଲଜ୍ୟା ନିବାରି ଉତ୍ତରୀରେ
ଅବା ଛିଣ୍ଡା ଏକ କପଡ଼ାରେ
ସେ ମା ଅବା ନେତ୍ରୀଟିଏ
ଯାର ମନ ବଡ଼ ସେ ଫୁଲଟିଏ.
ତୁମେ ମହାନ କୁସୁମ
ତୁମକୁ ଶହେ ପ୍ରଣାମ.