ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୪ ନଭେମ୍ବର ୨୦୨୬
ତୁମର ଦରୋଟି ହସ ଦେଖିଦେଲେ
ମୋ ବୟସ ଯାଏ ଭୁଲି ମୁହିଁ
ଇଚ୍ଛା ହୁଏ ସେହି ହସ ମୁଁ ଗୋଟାନ୍ତି
ମୋ ଗାମ୍ଭୀର୍ଯ୍ୟ ଦୂରେ ଠେଲି ମୁଁ ଦେଇ ।
ତୁମର ନିଷ୍ପାପ ଚେତନା ର କର୍ମ
ବାରମ୍ବାର ମୋର ହୃଦତୁମର ଦରୋଟି ହସ ଦେଖିଦେଲେ
ମୋ ବୟସ ଯାଏ ଭୁଲି ମୁହିଁ
ଇଚ୍ଛା ହୁଏ ସେହି ହସ ମୁଁ ଗୋଟାନ୍ତି
ମୋ ଗାମ୍ଭୀର୍ଯ୍ୟ ଦୂରେ ଠେଲି ମୁଁ ଦେଇ ।
ତୁମର ନିଷ୍ପାପ ଚେତନା ର କର୍ମ
ବାରମ୍ବାର ମୋର ହୃଦୟ ଛୁଏଁ
ସେ ନିଷ୍ପାପ ପଣ ପୁନଃ ଜନ୍ମୁ ହୃଦେ
ପ୍ରତି ମୁହୂର୍ତ୍ତରେ ବ୍ୟାକୁଳ ହୁଏ
ସମାଜ ର ବାଛ ବିଚାର କୁ ଛାଡି
ସଭିଙ୍କ ସାଥିରେ ତୁମେ ତ ମିଶ
ତୁମ ପରି ହେଵା ପାଇଁ ହୁଏ ମନ
ଛାଡିଦେଇ ସବୁ ବିଭେଦ ବିଷ ।
ତୁମେ ପୋଛି ଦିଅ ମା ଆଖିର ଲୁହ
ସେ ଯେବେ କାନ୍ଦଇ ସର୍ବେ ଲୁଚାଇ
ତା ଦେଖି ମୁଁ ଭାବେ ମା ଦୁଃଖ କାରଣ
ବୁଝିବାର ଶକ୍ତି ଯା’ନ୍ତି ପାଇ ।
ତୁମ ଖେଳ କୁଦ ତୁମ ଆଚରଣ
ବଞ୍ଚିବାର ରାହା ଦିଏ ଦେଖାଇ
ତୁମ ଠାରୁ ଶିକ୍ଷା ପାଇ ମୁଁ ଭାବଇ
ସତେ ମୁଁ ସେପରି ଯା’ନ୍ତି ହୋଇ ।






