ସେବତୀ ସିଂ, କେନ୍ଦୁଝର, ୧୭ ଫେବୃଆରୀ ୨୦୨୪
ଶବ୍ଦ ଟିଏ ଦେବାଲାଗି
କୃପଣ ବୋଲିତ ତୁମେ
ୠତୁମତି ଋତୁରେ
ଅଫୁରନ୍ତ ପ୍ରୀତିରେ
ବିଶ୍ୱାସର ନିରାପଦ ଇଲାକାରେ
କୋହରେ କାକୁସ୍ତ ହୋଇ
ଦେଖ ପ୍ରିୟତମ
ମୁଁ କେମିତି ନିସ୍ତବ୍ଦଇ ଯାଇଛି
ତୁମ ପ୍ରୀତିଢଲା ସାଗରେ
ଜାଣେନା କେଉଁ ଦିନୁ
ଅଜଣା ଅଫେରା ଲହଡି ଭାଙ୍ଗୁଛି.
ତଥାପି ତ କହୁଅଛି
ବାରମ୍ବାର ଚାହୁଁଚି
ଶବ୍ଦ ଟିଏ ଫିଙ୍ଗି ଦିଅ
ସେଇ ନଈ ପଠାରେ
ଆପଣାର କରିନିଅ
ଭାବ ମୋର ସବୁ
ଦେଖିବ
ଆକାଶୁ ପୂର୍ଣ୍ଣ ଚନ୍ଦ୍ର ଟିଏ
ଓଲାହି ଆଣିବି
ସମୟର ଶେଷ ପର୍ବ ରେ
ଛୁଇଁ ଦେବି ଆକାଶକୁ
ଏବଂ ତୁମକୁ
ଏଇ ଶିଶିର ରାତିରେ
ଅନ୍ତିମ ଅଛୁଆଁ ଚୁମ୍ବନରେ.