ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୨୦ ମାର୍ଚ୍ଚ ୨୦୨୪
ଆସ ଆସ ମୋର ପଖାଳ କଂସା
ଓଡ଼ିଆ ଘରର ଅମୃତ ମଣଇ ।
ତତେ ନ ଦେଖିଲେ ଉଡ଼ଇ ହଂସା
ଆସ ଆସ ମୋର……
ଫାଳେ ପିଆଜକୁ ଲଙ୍କା ଗୋଟିଏ
ଆମ୍ବୁଲ ଫଡାଏ ଲୁଣ ଟିକିଏ ।
ତୋରାଣି ମୁନ୍ଦାଏ ପିଇ ଦେଲେ ଥରେ
ଛାଡ଼ି ଯାଏ ସବୁ ମନର ରଙ୍କା ।।
ଆସ ଆସ ମୋର……
ବଡ଼ ବଡ଼ିଆଙ୍କ କଥା ନିଆରା
ଅଦା ଲେମ୍ବୁରସ ଦହିରେ ପରା ।
ନଡ଼ିଆ ଚଟଣୀ ତା ସାଥେ ଆଣି
ଖାଉଥାନ୍ତି ବସି ହସି ହସିକା ।।
ଆସ ଆସ ମୋର……
କଲରା ଭଜାକୁ କସି କାକୁଡ଼ି
ଶାଗ ଖରଡ଼ିରେ ପକାଇ ବଢ଼ି ।
ଆନନ୍ଦେ ମଣୋହି କରନ୍ତି ଥୋକାଏ
ବାପା ସାଥେ ବସି ଖାଆନ୍ତି କକା ।।
ଆସ ଆସ ମୋର ……
ପୁରୁଣା କାଳରେ ମା’, ମାଉସୀ
ଧାନ ସବୁ ଆଣି ଢ଼ିଙ୍କିରେ କୁଟି ।
ମାଟି ହାଣ୍ଡି ଆଣି ପଖାଳ ରାନ୍ଧନ୍ତି
ସ୍ମୃତି ହୋଇଗଲା ସେ ସବୁ କଥା ।।
ଆସ ଆସ ମୋର……
ରାଜା ଜମିଦାର କାଳରେ ପୁଣି
ପିଉଥିଲେ କାଳେ ଦହି ତୋରାଣି
ବାଢ଼ି ଦେଉଥିଲେ ଥିରି ଥିରି ଆସି
ଓଡ଼ିଆ ଘରର ନବ ବନିତା ।।
ଆସ ଆସ ମୋର……
ମହୁରାଳୀ ମାଛ ହୋଇଛି ଭଜା
ଛତୁ ବେସର ବି ଆହୁରି ମଜା ।
ହସି ହସି ଆଇ ବାଢ଼ି ଦେଉଛନ୍ତି
ଅଜା ସାଥେ ଖାଏ ସେ ନାତି ଟୋକା ।।
ଆସ ଆସ ମୋର……
ସଜ ପଖାଳ କି ବାସି ପଖାଳ
ଦହି ପଖାଳ କି ଚାଇଁ ପଖାଳ ।
ଟଙ୍କା ତୋରାଣି ରେ ଜାଗା ଶାନ୍ତି ପାଏ
ଗରିବର ବନ୍ଧୁ ପ୍ରାଣର ସଖା ।।
ଆସ ଆସ ମୋର ……