• About
  • Contact
Tuesday, October 13, 2026
Tuesday, October 13, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ପଲ୍ଲୀରେ ରଜ

ପଲ୍ଲୀରେ ରଜ
Share on FacebookShare on Xshare on Whatsappshare on Linkedin
ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୧୪ ଜୁନ୍ ୨୦୨୪

ନାରୀଙ୍କର ପରି ଧରିତ୍ରୀ ଆମରି
ଥରେ ହୁଏ ରଜବତୀ ।
କିଛି କିଛି ଜନେ ଜାଣନ୍ତି ଏହାକୁ
ଆଉ କିଛି ନ ଜାଣନ୍ତି ।।

ଆମ ନୀତି ଶାସ୍ତ୍ରେ ପୂର୍ବ ପୁରୁଷେ
ବିହି ଥିଲେ ଏହି କଥା ।
ବରଷକେ ଥରେ ତିନି ଦିନ ପାଇଁ
ବସୁମତୀ ରଜ ବ୍ୟଥା ।।

ହିନ୍ଦୁ ଶାସ୍ତ୍ର ମତେ ପାଳନ୍ତି ଏହାକୁ
ମୋ ହିନ୍ଦୁ ଭଉଣୀ ଭାଇ ।
ଓଡ଼ିଶା ମାଟିର ଏହା ଗଣପର୍ବ
ବହୁ ପୁରାତନ ଏହି ।।

ଏ ପର୍ବର ନୀତି-ନିୟମ ଅନେକ
ଗଢ଼ିଛନ୍ତି ଗଲା ପିଢ଼ି ।
ବସୁଧାକୁ କଷ୍ଟ ନ ହେବ ଯେପରି
ଶୁଣ ପଣ୍ଡିତ ମଣ୍ଡଳୀ ।।

ତିନି ଦିନ ଯାଏଁ ଧରଣୀ ରାଣୀଙ୍କୁ
କରନ୍ତି ସକାଳେ ପୂଜା ।
କଟା କଟି ଆଉ ବଟା ବାଟି ସବୁ
ନିଷେଧ ବାଇଦ ବଜା ।।

ହଳ ଲଙ୍ଗଳରେ ଚାଷ ହୁଏ ନାହିଁ
ଏହି ରଜ ତିନିଦିନ ।
ଚାଷୀ ପୁଅମାନେ ହର୍ଷ ଉଲ୍ଲାସରେ
ଉତ୍ସବରେ ଯାଏ ଦିନ ।।

ବିନା ପାଦୁକାରେ ଚାଲିବାକୁ ହୁଏ
ଧରିତ୍ରୀର ବୁକୁପରେ ।
କୁମାରୀ କନ୍ୟାଙ୍କ ସାଜ୍ଜସଜ୍ଜା ଦେଖି
ହରଷିତ ପରିବାରେ ।।

ନୂତନ ସ୍ୱାଦର ରାନ୍ଧଣା ପ୍ରସ୍ତୁତ
ହୋଇଥାଏ ଘରେ ଘରେ ।
ମହକରେ ପଲ୍ଲୀ ଫାଟି ପଡୁଥାଏ
ଶାଗୁଆତି ମିଆଁ ମାରେ ।।

ଦୂରରୁ ଶୁଭୁଛି ରଜ ଦୋଳି ଗୀତ
ଗ୍ରାମ ଯୁବତୀଙ୍କ ମେଳି ।
କିଏ କେତେ ଭଳି ନବବସ୍ତ୍ର ପିନ୍ଧି
ହେଉଛନ୍ତି କୋଳା କୋଳି ।।

ଗାଁ ଠାକୁରାଣୀ ପାଖରେ ଚାଲିଛି
କବାଡି ବାଗୁଡ଼ି ଖେଳ ।
ବୀର ବାଦ୍ୟ ବାଜେ ପାଇକ ଟୋକାଏ
ଦେଖାଅନ୍ତି ବାହୁ ବଳ ।।

ସଞ୍ଜ ନଇଁଲାଣି ଶଙ୍ଖ ଘଣ୍ଟା ଧ୍ଵନି
ଦେବାଳୟ ମୁଖରିତ ।
ଅଜା ପାଇଁ ଆଇ ପାନ ଭାଙ୍ଗୁଅଛି
ହେବଲାଗି ମୁଖ ବାସ ।।

ଗାଁ ଚଉକିଆ ଗାଁ ଟା ଯାକରେ
କହି କହି ଯାଉଅଛି ।
ଆଜି ରଙ୍ଗମଞ୍ଚେ ଅଭିନୟ ହେବ
ପ୍ରସ୍ତୁତି ସବୁ ସରିଛି ।।

ପାଣିପାଗ କଥା ରେଡ଼ିଓରୁ ବାର୍ତ୍ତା
ମୌସୁମୀ ଆସିଯିବ ।
ଏସନ ବରଷା ଆଗୁଆ ହୋଇଲେ
ଚାଷକାମ ଭଲ ହେବ ।।

ଅନିମା କର ଓ ଚିତ୍ତ ଜେନାଙ୍କର
ଦ୍ଵେତ ସଙ୍ଗୀତକୁ ଶୁଣି ।
ସାହି ଝିଅ ମାନେ ଟୁପୁରୁଟାପର
ମନ ନିଏ ତାଙ୍କ କିଣି ।।

ରଜ ପୋଡ ପିଠା ବହୁ ପୁରାତନ
ଶ୍ରୀ ମନ୍ଦିରେ ହୁଏ ଲାଗି ।
ଶ୍ରୀ ଜଗନ୍ନାଥଙ୍କୁ ପରଷିବା ପାଇଁ
ମାତା ରହିଛନ୍ତି ଜଗି ।।

ବହୁ ପୁରାତନ ରଜ ପର୍ବ ଏହା
ଗ୍ରାମୀଣ ଲୋକଙ୍କ ପାଇଁ ।
କୃଷି କର୍ମ ପାଇଁ ପ୍ରେରଣାର ଉତ୍ସ
ଶୁଣ ମୋ ଭଉଣୀ ଭାଇ ।।

ଉତ୍କଳୀୟ ଦେଶେ ସ୍ଵତନ୍ତ୍ର ଆମର
ରଜ ପରି ମହାପର୍ବ ।
ଯୁବାଠାରୁ ବୁଢ଼ା ଦୋଳିରେ ଝୁଲନ୍ତି
ତାଙ୍କ ପାଇଁ ବଡ ଗର୍ବ ।।

ଧୀରେ ଧୀରେ ସବୁ ପାଶୋରି ଯାଆନ୍ତି
ଆଜିକା ପିଢ଼ି ଆମରି ।
ହଲୋ ହାଏ କରି ଉତ୍ସବ ପାଳନ୍ତି
ସମୟ ସ୍ରୋତରେ ବାରି ।।

ରଜ ଆମ ପର୍ବ ଉତ୍କଳର ଗର୍ବ
ପୁରୁବ ପୁରୁଷ ଆମ ।
ଗଙ୍ଗା ଠାରୁ ଗୋଦାବରୀ ଜୟ କରି
ଘୁରିଥିଲେ ଚାରି ଧାମ ।।

ଶ୍ରୀ କ୍ଷେତ୍ରରେ ଆସି ପ୍ରାୟଶ୍ଚିତ କଲେ
ନିର୍ମମତା ଯୁଦ୍ଧ କରି ।
ଖସିଗଲା ହାତୁ ରକ୍ତ ପିପାସୁ
ତରବାର ଦେଖିକରି ।

ରକ୍ତ ରଞ୍ଜିତ ବସୁଧାକୁ ଦେଖି
ଥରିଗଲା ତାଙ୍କ ଛାତି ।
ଧରିତ୍ରୀ ମାତାଙ୍କୁ କଷ୍ଟ ନ ଦେବାକୁ
ପ୍ରତିକାର ରଜବତୀ ।।

ତିନି ଦିନ ଯାଏ ପୂଜା ଅର୍ଚ୍ଚନାରେ
ମାତାଙ୍କୁ କରିଲେ ଶାନ୍ତି ।
ବସୁମତୀ ସ୍ନାନ ହଳଦୀ ପାଣିରେ
ଜନମାନି କରିଥାନ୍ତି ।।

ଉତ୍କଳୀୟ କ୍ଷେତ୍ରେ ଏହି କୀର୍ତ୍ତିରାଜି
ରହିଗଲା ସେହି କାଳୁ ।
ବରଷକେ ଥରେ ଆସେ ଏହି ପର୍ବ
ରଜ ନାମେ ଆମେ ପାଳୁ ।।

ବିଜୟ କୁମାର ପାଣି

ବିଜୟ କୁମାର ପାଣି

ସମାଜସେବୀ ଏବଂ କବି

Related Posts

ନିଆରା ମଣିଷ : ଶରତ ବାବୁ
Literature

ନିଆରା ମଣିଷ : ଶରତ ବାବୁ

by ବିଜୟ କୁମାର ପାଣି
October 12, 2026

ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୧୨ ଅକ୍ଟୋବର ୨୦୨୬ ଧୋତିକୁ ପଞ୍ଜାବୀ ଭାରି ମାନୁଥିଲା ଓଡ଼ିଆର ବେଶ ଭୂଷା। ହସ ହସ ମୁଖେ ମିଠା ମିଠା...

Read more
ଅଦ୍ବିତୀୟ ଶରତ

ଅଦ୍ବିତୀୟ ଶରତ

October 12, 2026
ଉତ୍କଳ ମଣି ଗୋପବନ୍ଧୁ ଦାସ

ଉତ୍କଳ ମଣି ଗୋପବନ୍ଧୁ ଦାସ

October 9, 2026
ଚାକିରି

ଚାକିରି

October 6, 2026
ମନେ ପଡେ ଆଜି ଦିନ

ମନେ ପଡେ ଆଜି ଦିନ

October 2, 2026
ଚଷମା

ଚଷମା

September 29, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.